Advertisment

Special Story: ଗ୍ରାହକ ସେବା କେନ୍ଦ୍ରରେ ଜମାକାରୀଙ୍କ ଟଙ୍କା ହଡ଼ପ

ହିତାଧିକାରୀଙ୍କ ଅଜାଣତରେ ଗାୟବ ହୋଇଯାଇଛି ହଜାର ହଜାର ଟଙ୍କା। ଏନେଇ ସେମାନେ ଗ୍ରାହକ ସେବା କେନ୍ଦ୍ରର ଅଧିକାରୀଙ୍କୁ ପଚାରିଥିବା ବେଳେ, ନିଜେ ଟଙ୍କା ଉଠାଇ ନେଇଥିବା କଥା ସେ ସ୍ୱୀକାର କରିଥିଲେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଗ୍ରାହକ ସେବା କେନ୍ଦ୍ର ଖୋଲି, ସାରା ଗାଁ ଲୁଟିଦେଲା

ଗ୍ରାହକ ସେବା କେନ୍ଦ୍ର ଖୋଲି, ସାରା ଗାଁ ଲୁଟିଦେଲା

ସାରା ଗାଁ ଲୋକଙ୍କୁ ଚୂନ ଲଗାଇଲା ଗ୍ରାହକ ସେବା କେନ୍ଦ୍ର । କିଏ ଝିଅ ବାହାଘର ପାଇଁ ତ କିଏ ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ପଇସା ସଞ୍ଚିଥିଲା । ହେଲେ ଆଖି ପିଛୁଳାକେ ତାକୁ ଲୁଟିଦେଲେ ଗ୍ରାହକ ସେବା ଅଧିକାରୀ । ଗ୍ରାମବାସୀଙ୍କ ବିଶ୍ୱାସରେ ଦେଇଦେଲେ ବିଷ । ତାହା ପୁଣି ଜଣଙ୍କର କି ଦୁଇ ଜଣଙ୍କର ନୁହେଁ ବରଂ ଶତାଧିକ ଗ୍ରାହକଙ୍କ ଜମା ଖାତାରୁ ଲକ୍ଷାଧିକ ଟଙ୍କା ହଡପ ହୋଇଛି । ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କବରୀବାହାଲ ଗ୍ରାହକ ସେବା କେନ୍ଦ୍ର ବିରୋଧରେ । ଗ୍ରାମାଞ୍ଚଳରେ ବ୍ୟାଙ୍କ ସେବା ଯୋଗାଇବା ଲକ୍ଷ୍ୟରେ ସରକାର ଗ୍ରାହକ ସେବା କେନ୍ଦ୍ର ଓ ମୋ ବ୍ୟାଙ୍କ ଖୋଲିଲେ । ହେଲେ ସେଠାରୁ ବିଶ୍ୱାସ କରି ଜମା କରିଥିବା ଟଙ୍କା ହଡପ ହୋଇଯାଇଥିବା ଅଭିଯୋଗ ଆସିଛି ।

Advertisment

ଅଧିକ ପଢ଼ନ୍ତୁ: ମାଆ ସହ ବିଷ ପିଇଦେଲେ ପୁଅ-ଝିଅ, ୩ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର

କେଶାଇବାହାଲ ଷ୍ଟେଟ ବ୍ୟାଙ୍କ ଶାଖାର ଗ୍ରାହକ ସେବା କେନ୍ଦ୍ରରେ ଗ୍ରାମବାସୀ ଟଙ୍କା ଜମା କରିଥିଲେ । ହେଲେ ପ୍ରାୟ ୩/୪ ମାସ ହେବ ପ୍ରତିଥର ଟିପ ଚିହ୍ନ ଦେବା, ଟଙ୍କା ଦେଣ ନେଣ ଓ ଜମା ଖାତାରେ ନିଜେ ଲେଖି ଦେବା ଆଦି ଯୋଗୁଁ ଲୋକଙ୍କ ସନ୍ଦେହ ହୋଇଥିଲା। ସେମାନେ ମୁଖ୍ୟ ଶାଖାକୁ ଯାଇ ଦେଖିଲା ବେଳକୁ ତାଙ୍କ ଗଚ୍ଛିତ ରଖିଥିବା ଟଙ୍କା ଆଉ ନାହିଁ। ହିତାଧିକାରୀଙ୍କ ଅଜାଣତରେ ଗାୟବ ହୋଇଯାଇଛି ହଜାର ହଜାର ଟଙ୍କା। ଏନେଇ ସେମାନେ ଗ୍ରାହକ ସେବା କେନ୍ଦ୍ରର ଅଧିକାରୀଙ୍କୁ ପଚାରିଥିବା ବେଳେ, ନିଜେ ଟଙ୍କା ଉଠାଇ ନେଇଥିବା କଥା ସେ ସ୍ୱୀକାର କରିଥିଲେ।

ତେବେ ଏନେଇ ଜମାକାରୀ କେଶାଇବାହାଲ ଷ୍ଟେଟ ବ୍ୟାଙ୍କ ଶାଖାକୁ ଯାଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପଚାରି ବୁଝିଥିଲେ। ଆଶ୍ଚର୍ଯ୍ୟର କଥା ବ୍ୟାଙ୍କ ମ୍ୟାନେଜର ସବୁ ଜାଣିଥିବା କଥା କହିଥିଲେ । ଆଉ ଘଟଣାର ତଦନ୍ତ ଚାଳିଥିବା ସହ ହିତାଧିକାରୀ ଜମା କରିଥିବା ସମସ୍ତ ଟଙ୍କା ଫେରି ପାଇବାର ପ୍ରତିଶୃତି ମଧ୍ୟ ଦେଇଛନ୍ତି।

Advertisment

ଏଠି ପ୍ରଶ୍ନ ଉଠୁଛି ଜମାକାରୀଙ୍କ ଟଙ୍କା କାହିଁକି ଉଠାଇଲେ ଗ୍ରାହକ ସେବା ଅଧିକାରୀ ? ପ୍ରକୃତରେ ଜମାକାରୀ ଫେରି ପାଇବେ କି ନିଜର ଗଚ୍ଛିତ ମୂଳ ଟଙ୍କା ? ଯଦି ଗ୍ରାହକ ସେବା କେନ୍ଦ୍ରରେ ଜମା ଟଙ୍କା ସୁରକ୍ଷିତ ନୁହେଁ ତେବେ ସାଧାରଣ ଲୋକ କାହାକୁ କରିବେ ଭରସା ? ତେବେ ଏନେଇ ସମ୍ପୃକ୍ତ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଅଧିକ ପଢ଼ନ୍ତୁ: ଦିନେ ଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ, ଏବେ ପାଲଟିଛି ଭୂତକୋଠି

Sambalpur Special Story
Advertisment
Advertisment