Advertisment

Stock Market Crash: ସେୟାର ବଜାରରେ ଭୂକମ୍ପ, ୧୦ ସେକେଣ୍ଡରେ ଉଡ଼ିଗଲା ୧୯ ଲକ୍ଷ କୋଟି

ଭାରତୀୟ ମାର୍କେଟ ଖୋଲୁଖୋଲୁ ସେନସେକ୍ସରେ ୩ ହଜାରରୁ ଅଧିକ ପଏଣ୍ଟ ହ୍ରାସ ପାଇଛି । ଏହାର ଅର୍ଥ ଏହା ପ୍ରାୟ ୪.୭୦ ପ୍ରତିଶତ ହ୍ରାସ ପାଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ବିଶ୍ୱ ବଜାରରେ ହାହାକାର

ବିଶ୍ୱ ବଜାରରେ ହାହାକାର

ଟ୍ରମ୍ପ୍ ଟାରିଫ୍ ୱାର୍ ପରେ ବିଶ୍ବ ବଜାରରେ ହାହାକାର । ଭାରତ-ଜାପାନ୍-ଚୀନ୍-କୋରିଆ ସେୟାର ବଜାରରେ ସୁନାମୀ । ଭାରତୀୟ ମାର୍କେଟ ଖୋଲୁଖୋଲୁ ସେନସେକ୍ସରେ ୩ ହଜାରରୁ ଅଧିକ ପଏଣ୍ଟ ହ୍ରାସ ପାଇଛି । ଏହାର ଅର୍ଥ ଏହା ପ୍ରାୟ ୪.୭୦ ପ୍ରତିଶତ ହ୍ରାସ ପାଇଛି । ସେହିଭଳି ନିଫ୍ଟି-୫୦ ଇଣ୍ଡେକ୍ସ ମଧ୍ୟ ୧୧ ଶହ ପଏଣ୍ଟ ହ୍ରାସ ପାଇଛି । ବଜାର ଖୋଲିବା ମାତ୍ରେ ଅର୍ଥାତ ୧୦ ସେକେଣ୍ଡ ମଧ୍ୟରେ ନିବେଶକଙ୍କ ସମ୍ପତ୍ତି ୧୯.୩୯ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି ।

Advertisment

ଅଧିକ ପଢ଼ନ୍ତୁ: ଭାରତର ଏହି ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସି-ବ୍ରିଜ୍, ଉପରେ ଯିବ ହାଇସ୍ପିଡ୍ ଟ୍ରେନ୍, ତଳେ ଯିବ ଜାହାଜ

ଏପଟେ ଏସିଆ ସେୟାର ମାର୍କେଟରେ ମଧ୍ୟ ଭୟଙ୍କର ହ୍ରାସ ଦେଖିବାକୁ ମିଳିଛି । ହଂକଂର ସେୟାର ମାର୍କେଟ୍ ହାଙ୍ଗ୍ ସେଙ୍ଗ୍ ଇଣ୍ଡେକ୍ସ ୧୦ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି । ଜାପାନର ନିକ୍କେଇ ଇଣ୍ଡେକ୍ସ ୭%ରୁ ଅଧିକ, ଦକ୍ଷିଣ କୋରିଆର କୋସ୍ପି ଇଣ୍ଡେକ୍ସ ୫%ରୁ ଅଧିକ ଖସିଛି । ସେହିପରି ଅଷ୍ଟ୍ରେଲିଆର S&P/ASX ଇଣ୍ଡେକ୍ସ ୬%ରୁ ଅଧିକ ହ୍ରାସ ପାଇଛି ।

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମଦାନୀ ଶୁଳ୍କ ବିଭିନ୍ନ ଦେଶ ଉପରେ ଲଗାଇବା ପରେ ଚୀନ୍‌ ଓ ଅନ୍ୟ କେତେକ ଦେଶ ମଧ୍ୟ ଆମେରିକା ଉପରେ ଶୁଳ୍କ ବଢ଼ାଇଛନ୍ତି । ଏହାର ପ୍ରଭାବରେ ପୂରା ବିଶ୍ବ ବଜାର ଧରାଶାୟୀ ହୋଇପଡ଼ିଛି । ଶୁଳ୍କ ବୃଦ୍ଧି ଫଳରେ ବିଶ୍ବ ବାଣିଜ୍ୟ ସଂକୁଚିତ ହେବ ଏବଂ ଆମେରିକା ସହିତ ବିଶ୍ବ ଅର୍ଥନୀତି ମାନ୍ଦାବସ୍ଥା ମଧ୍ୟକୁ ଚାଲିଯିବ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

ସେପଟେ ବଜାର ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି କି, ୧୯୮୭ ଭଳି ଆଜି ଅର୍ଥାତ ଏପ୍ରିଲ୍‌ ୭ରେ ସେୟାର ବଜାରରେ 'ବ୍ଲାକ୍ ମଣ୍ଡେ' ହୋଇପାରେ । ୧୯୮୭ ମସିହାରେ ସୋମବାର ଆମେରିକାର ଡାଓ ଜୋନ୍ସ ୨୨ ପ୍ରତିଶତ ହ୍ରାସ ପାଇଥିଲା ।

ଅଧିକ ପଢ଼ନ୍ତୁ: ମାଓବାଦୀଙ୍କୁ ଭାଇ କହି ବୁଝାଇଲେ, କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଚେତାଇଲେ କେନ୍ଦ୍ର ଗୃହମନ୍ତ୍ରୀ

India BSE Sensex Share Market
Advertisment
Advertisment