ରଜ ଉତ୍ସବର ଆଜି ଅନ୍ତିମ ଦିନ । ଆଜି ଭୂମି ଦହନ । ଆସନ୍ତାକାଲି ହେବ ବସୁମତୀ ସ୍ନାନ ।
ଆନନ୍ଦ ଓ ଉତ୍ସାହ ଭିତରେ ସରିଲା ଦ୍ବିତୀୟ ରଜ । ରଜ ସଂକ୍ରାନ୍ତିରେ ଜମିଲା ପିଠା, ମିଠା ଓ ପାନର ଆସର । ଦୋଳି ଖେଳ ଓ ପାରମ୍ପରିକ ନାଚଗୀତରେ କମ୍ପୁଛି ଗାଁଠୁ ସହର ।
ସବୁ ପର୍ବ ପରି ରଜ ପର୍ବରେ ମଧ୍ୟ ଏକ ସ୍ୱତନ୍ତ୍ର ପିଠାର ପରମ୍ପରା ରହିଛି। ଏହି ଦିନର ବିଶେଷ ପିଠା ହେଉଛି ପୋଡ଼ପିଠା। ଆପଣ ଯଦି ପୋଡ ପିଠା ତିଆରି ଜାଣି ନାହାନ୍ତି, ତେବେ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳି।
ଗୀତ ଓ ସଂଗୀତର ସାତ ସୂରରେ ବନ୍ଧା ଓଡ଼ିଶାର ଜନ ଜୀବନ। ପ୍ରତ୍ୟେକ ପର୍ବ ପର୍ବାଣୀ ମଧ୍ୟ ଏହି କଥା କହେ। ଏଥିରୁ ରଜ ବା କିପରି ବାଦ ପଡିବ। ଆପଣ ଯଦି ଏହି ପୂରା ଗୀତ ଜାଣିବାକୁ ଚାହାନ୍ତି ତେବେ ଦେଖନ୍ତୁ।
ରାତି ପହିଲେ ପହିଲି ରଜ, ଆଉ ଆଜି ସଜବାଜ । ଦେଖୁନାହାନ୍ତି.. ସେଇଥିପାଇଁ ତ ସଜେଇ ହେଉଛନ୍ତି ଏ କୁଆଁରୀମାନେ । ରଜ ପୂର୍ବରୁ ସମସ୍ତେ ସଜବାଜରେ ମସଗୁଲ ।
ଗାଁ ଗାଁ ରଜ ମହୋତ୍ସବ ଲାଗି ବିଶେଷ ଆୟୋଜନ ହୋଇଥିବାରୁ ଶେଷ ରଜକୁ ବେଶ ଆନନ୍ଦ ଉଲ୍ଲାସର ପାଳିବା ପାଇଁ ଆଶା ରଖିଛନ୍ତି ଝିଅବୋହୁ।
ଆଜି ହେଉଛି ରଜ ସଂକ୍ରାନ୍ତି। ଓଡ଼ିଶାର ଏକାଧିକ ପର୍ବ ମଧ୍ୟରୁ ଅନ୍ୟତମ ସ୍ୱତନ୍ତ୍ର ଗଣପର୍ବ ହେଉଛି ରଜ।
ଓଡିଶାର ଗଣ ପର୍ବ ରଜ। ଏହି ପର୍ବ ତିନିଦିନ ଧରି ପାଳନ କରାଯାଉଥିବା ବେଳେ ଆଜି ହେଉଛି ଦ୍ୱିତୀୟ ରଜ ବା ରଜ ସଂକ୍ରାନ୍ତି। ଗତକାଲି ଥିଲା ପହିଲି ରଜ। ସେହିପରି ଆସନ୍ତାକାଲି ଭୂମିଦହନ।
ରଜ ଦୋଳିର ଆସର, ସୁଆଦିଆ ପିଠାପଣାର ସମ୍ଭାର ଆଉ ସୁବାସିତ ପାନର ମହକ। ପହିଲି ରଜରେ ଆଜି ଗାଁଠୁ ସହର ଯାଏଁ ସବୁଠି ମତୁଆଲା ପରିବେଶ।
ଘରେ ଘରେ ଜମିଥିଲା କିସମ କିସମର ପିଠା, ମିଠା ଆଉ ସୁଆଦିଆ ଖାଦ୍ୟ ସମ୍ଭାରର ପର୍ବ। ପୋଡ଼ପିଠାର ବାସ୍ନାରେ ମହକି ଥିଲା ଚତୁର୍ଦ୍ଦିଗ।
ରଜରେ ପାନ ଖାଇ ଦୋଳି ଖେଳନ୍ତି, ରଜଦୋଳି ଗୀତ ଗାଆନ୍ତି । କେବଳ ଝିଅ ନୁହେଁ ରଜ ତିନିଦିନ ପୁଅମାନେ ବି ମଉଜରେ ମାତନ୍ତି।
ଗାଁରେ ପରମ୍ପରାର ମହକ... ସହରରେ ସ୍ୱତନ୍ତ୍ର ପ୍ରସ୍ତୁତି... ସମସ୍ତଙ୍କ ଅପେକ୍ଷା କାଲି ସକାଳକୁ। କାରଣ ରାତି ପାହିଲେ ଓଡ଼ିଆ ଘରର ବଡ଼ ପର୍ବ- ରଜ। ରଜବତୀ ହେବ ମାଟି ମାଆ। ସେଥିପାଇଁ କୁହାଯାଏ ରଜ ହେଉଛି କୁଆଁରୀ ଝିଅଙ୍କ ପର୍ବ
ସହରୀ ପବନରେ ଆଜିକାଲି ଫିକା ପଡିଲାଣି ରଜଗୀତ। ନୂଆ ପିଢି ଆଉ ଏହି ଲୋକଗୀତକୁ ମନେ ରଖୁ ନାହାନ୍ତି। ତେବେ ଓଡିଶାର ଜନ ଜୀବନ ସହ ଜଡିତ ଏହି ଲୋକଗୀତ ଯେ କେତେ କଥା କୁହେ ତାହା ଜାଣି ନଥିବା ଲୋକ ବୁଝିବ ବା କେମିତି। ଆସନ୍ତୁ ପୂରା ଗୀତଟିକୁ ଜାଣିବା ଆଉ ଏଇ ରଜରେ ସମସ୍ତେ ଗାଇବା।
ରଜ ନେଇଆସେ ମୌସୁମୀର ଲହରୀ। ଆଦ୍ୟ ଆଷାଢର ପ୍ରଥମ ବର୍ଷାରେ ପୃଥିବୀ ହୋଇଉଠେ ଋତୁମତୀ। କୃଷକ ଘରେ ଖେଳିଯାଏ ଆନନ୍ଦ ଉଲ୍ଲାସ। ଚାଷୀ ଭାଇ ହଳ ଲଙ୍ଗଳ ଧରି ସଜହୁଏ କ୍ଷେତକୁ ଯିବା ପାଇଁ। ତେବେ ଚାଷୀ ଘରେ କିପରି ପାଳନ ହୁଏ ଏହି ରଜ ମଉଜ ଆସନ୍ତୁ ଜାଣିବା…
ହଜି ହଜି ଯାଉଛି ରଜ ମହକ। ଆଧୁନିକତାର ଛାପରେ ଢାଙ୍କି ହୋଇଯାଇଛି ଆମ ଅଳଙ୍କୃତ ପରମ୍ପରା। ଏବେ ପିଲାମାନେ ଆମ୍ବ ତୋଟା ଭୁଲି ପାର୍କ ଯାଉଛନ୍ତି । ବାଗୁଡିର ଶବ୍ଦ ଆଉ ଶୁଣିବାକୁ ମିଳୁନି। ପିଲା ଏବେ ମୋବାଇଲ୍ ଧରି ଫ୍ରି-ଫାୟାର ଆଉ ପବ୍ଜି ଖେଳରେ ବ୍ୟସ୍ତ । ପୋଡ ପିଠାର ସ୍ଥାନ ନେଇଛି ଆଧୁନିକ କେକ୍।
ପାନ ବିନା ରଜ ମଉଜ ଫିକା। ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା। ପ୍ରୀତିର ବନ୍ଧନ ହେଉଛି ପାନ। ଅନ୍ୟ ଦିନରେ ପାନ ନ ହେଲେ ନାହିଁ, କିନ୍ତୁ ରଜରେ ଝିଅମାନେ ପାନ ଖାଇବା ଥୟ। କାହିଁକି…
ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ । ଏହି ରଜ ପର୍ବ ପାଳନ ଅବସରରେ ଜଣେ ନାରୀଭାବେ ଆଗାମୀ ଦିନରେ କିଛି କର୍ତ୍ତବ୍ୟ କରିବାକୁ ହେବ, ତାହା କୁମାରୀମାନଙ୍କୁ ଶିଖିବାକୁ ପଡ଼ିଥାଏ। ଏହି ଦିନ ଧରିତ୍ରୀମାତାକୁ ରଜସ୍ୱଳା ନାରୀ ସହିତ କାହିଁକି ତୁଳନା କରାଯାଏ ଆସନ୍ତୁ ଜାଣିବା।
ରଜରେ ମହିଳାମାନଙ୍କୁ ବିଶ୍ରାମ ଦିଆଯାଏ; ତେଣୁ ରଜ ପୂର୍ବଦିନ ପହିଲି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ପିଠା ତିଆରି କରାଯାଇଥାଏ। ଏହି ପିଠା ସହଜରେ ନଷ୍ଟ ହୁଏ ନାହିଁ।
ରଜରେ ସଜବାଜ ହୋଇ ଦୋଳି ଖେଳିଲେ ଓ ପରସ୍ପର ପିଠା ଖୁଆଇଲେ ୩ ଦଳର ନାରୀ ନେତ୍ରୀ ।
ରଜର ଶେଷ ଦିନରେ ସବୁଆଡ଼େ ଛୁଟୁଛି ପିଠା, ମିଠା ଓ ରଜପାନର ମହକ...
ରଜର ତୃତୀୟ ଦିନକୁ ବସୁମତୀ ସ୍ନାନ କୁହାଯାଏ ...ହେଲେ କାହିଁକି ?
ଆଜି ହେଉଛି ରଜ ସଂକ୍ରାନ୍ତି । ବିନା ପାନରେ କଣ ରଜ ଉତ୍ସବ ସମ୍ଭବ । ମିଠା ପାନ ହିଁ ରଜରେ ଆଉ ଟିକେ ମିଠା ଭରି ଦେଇଥାଏ । ଏଣୁ ବଜାରଘାଟରେ ଲାଗିଲାଣି ରଜପାନର ପସରା ।
ଆଉ କ’ଣ ଅଛି ଆଗ ଭଳି ରଜ? ରଜ ଆସିଲେ ମନରେ ଯେଉଁ ପୁଲକ ଜାଗି ଉଠୁଥିଲା ଆଉ ସେ ପୁଲକ ଅଛି କି? ଆଧୁନିକତାର ସ୍ପର୍ଶରେ ଏ ସବୁ ଫିକା ପଡିଯାଇନି ତ…
ରଜପାନ ତ ଖାଇଥିବେ। ଖାଇଛନ୍ତି କି କେବେ ଗୁପ୍ଚୁପ୍ ପାନ। ଗୋଟାକୁ ୧୧ହଜାର ଟଙ୍କା ପର୍ଯ୍ୟନ୍ତ ଅଛି। ଏହା ଭୁବନେଶ୍ୱରରେ ମିଳୁଛି।
ରଜ ଗୀତ ଓ ଓଡ଼ିଆ ଆଧୁନିକ ଗୀତର ତାଳେ ତାଳେ ନାଚଗୀତ ଆରମ୍ଭ କଲେଣି କଟକ, ସାଲେପୁର ଅଞ୍ଚଳର କୁନି କୁନି ପଲାମାନେ । ଭଳିକି ଭଳି ଡିଜାଇନର ମେହେନ୍ଦି ସାଙ୍ଗକୁ ଅଳତା ବି ନାଇଛନ୍ତି ପାଦରେ ।