Advertisment

International Plastic Bag Free Day 2024: ପରିବେଶକୁ ପ୍ରଦୂଷିତ କରୁଛି ପ୍ଲାଷ୍ଟିକ୍; ଏହାକୁ ବନ୍ଦ କରିବାର ୭ଟି ସରଳ ପଦକ୍ଷେପ

ପ୍ଲାଷ୍ଟିକ୍ ବ୍ୟାଗ୍‌ ଖାଲି ମାଟି ଏବଂ ପାଣିରେ ଜମା ହୋଇ ଇକୋସିଷ୍ଟମ ଏବଂ ସାମୁଦ୍ରିକ ଜୀବ ପାଇଁ କ୍ଷତି ଘଟାଉ ନାହିଁ ଏହା ମଧ୍ୟ ଡ୍ରେନେଜ୍ ସିଷ୍ଟମରେ ସମସ୍ୟା ସୃଷ୍ଟି କରୁଛି, ପୁନଃବ୍ୟବହାର ପ୍ରକ୍ରିୟାକୁ ବାଧା ଦେଇ ଜଳପଥକୁ ଦୂଷିତ କରୁଛି। ଏହି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମୁଦ୍ର କଇଁଛ, ବାଘ, ଡଲ୍‌ଫିନ୍ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଜୀବନ ପାଇଁ ବିପଦ ସୃଷ୍ଟି କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Plastic is polluting the environment know some tips to stop it

Plastic is polluting the environment know some tips to stop it

ପ୍ଲାଷ୍ଟିକ୍ ବ୍ୟାଗ୍‌ଗୁଡିକ ଆମ ଦୈନନ୍ଦିନ ଜୀବନର ଏକ ସୁବିଧାଜନକ ଏବଂ ବହୁଳ ଭାବରେ ବ୍ୟବହୃତ ଅଂଶ ହୋଇଯାଇଛି। ଏହା ଏମିତି ଏକ ଅଂଶ ହୋଇଗଲାଣି ଯେ ଏହାକୁ ଆମେ ଛାଡିବାକୁ ଚାହିଁଲେ ବି ଛାଡ଼ି ହେଉନି। ଏହା କିନ୍ତୁ ପରିବେଶ ପ୍ରଦୂଷଣର ଏକ ପ୍ରମୁଖ ଉତ୍ସ ହୋଇଯାଇଛି।

Advertisment

ପ୍ଲାଷ୍ଟିକ୍ ବ୍ୟାଗ୍‌ଗୁଡିକ କ୍ଷୟ ହେବାକୁ ପ୍ରାୟ ୫୦୦ ବର୍ଷ ଲାଗିଯାଏ। ଏନେଇ ଏହା ଉଭୟ ମାଟି ଏବଂ ପାଣିରେ ଜମା ହୋଇ ଇକୋସିଷ୍ଟମ ଏବଂ ସାମୁଦ୍ରିକ ଜୀବ ପାଇଁ କ୍ଷତି ଘଟାଇ ଥାଏ। ଖାଲି ଏତିକି ନୁହେଁ ଏହା ମଧ୍ୟ ଡ୍ରେନେଜ୍ ସିଷ୍ଟମରେ ସମସ୍ୟା ସୃଷ୍ଟି କରୁଛି, ପୁନଃବ୍ୟବହାର ପ୍ରକ୍ରିୟାକୁ ବାଧା ଦେଇ ଜଳପଥକୁ ଦୂଷିତ କରୁଛି।

ଅଧିକ ପଢ଼ନ୍ତୁ: ପ୍ରଦୂଷଣ ବୃଦ୍ଧି ଯୋଗୁଁ ପ୍ରକୃତି ବିପଦରେ; ଜାଣନ୍ତୁ କିପରି ରକ୍ଷାକରିବେ ନିଜ ପରିବେଶକୁ

Advertisment

ଏସବୁକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ୦୩ ଜୁଲାଇରେ ‘ଆନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ’ ପାଳନ କରାଯାଏ। ପ୍ଲାଷ୍ଟିକ୍ ପ୍ରଦୂଷଣ ପ୍ରତି ଶୂନ୍ୟ-ସହନଶୀଳ ଦୃଷ୍ଟିକୋଣକୁ ବଢାଇବା ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁକୁ ପୁନଃବ୍ୟବହାର ଏବଂ କମ୍ପୋଷ୍ଟିଂର ଗୁରୁତ୍ୱକୁ ବଢାଇବା ନେଇ ଏହି ଦିନକୁ ଉତ୍ସର୍ଗ କରାଯାଇଛି।

ଇତିହାସ:

ପ୍ଲାଷ୍ଟିକ୍ ବ୍ୟାଗଗୁଡିକର ଇତିହାସ ୧୯୩୦ ଦଶକ ଆରମ୍ଭରୁ ଆରମ୍ଭ ହୋଇଥିଲା, ଯେତେବେଳେ ଇଂଲଣ୍ଡର ନର୍ଥବିଚ୍‌ରେ ଥିବା ଏକ ରାସାୟନିକ କାରଖାନା ହଠାତ୍ ପଲିଥିନ୍ ସୃଷ୍ଟି କରିଥିଲା। ଏହାର ବ୍ୟବହାର ପ୍ରଥମେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହୋଇଥିଲା। ଏହା ଗୁପ୍ତ ସାମରିକ ଗ୍ଲୋଭସ୍ ତିଆରି କରିବାରେ ବ୍ୟବହୃତ ହୋଇଥିଲା। ୧୯୬୦ ଦଶକରେ ସ୍ୱିଡେନ୍‌ କମ୍ପାନୀ ସେଲୋପ୍ଲାଷ୍ଟ ଏକ ଖଣ୍ଡ ପଲିଥିନ ସପିଙ୍ଗ୍‌ ବ୍ୟାଗ ପାଇଁ ପେଟେଣ୍ଟ କରିଥିଲା, ଯାହା ୟୁରୋପରେ କପଡାର ଜାଗା ନେଇଥିଲା।

କାଗଜ ଏବଂ ପୁନଃବ୍ୟବହାର ଯୋଗ୍ୟ ବ୍ୟାଗଠାରୁ ପ୍ଲାଷ୍ଟିକ ବ୍ୟାଗଗୁଡିକର ଉନ୍ନତ ହେବା କାରଣରୁ ସଫଳ ମାର୍କେଟିଂ ପରେ ଏହାର ବ୍ୟବହାର ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିଗଲା। ୧୯୯୭ ମସିହାରେ ଗ୍ରେଟ୍ ପାସିଫିକ୍ ଅଳିଆ ପ୍ୟାଚ୍ ଆବିଷ୍କାର ହେଲା, ଯାହା ବିଶ୍ୱ ମହାସାଗରରେ ଅନେକ ଅଳିଆ ଗଦା ମଧ୍ୟରୁ ବୃହତ୍ତମ। ଏହି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମୁଦ୍ର କଇଁଛ, ବାଘ, ଡଲ୍‌ଫିନ୍ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଜୀବନ ପାଇଁ ବିପଦ ସୃଷ୍ଟି କଲା।

ଏହାକୁ ଦୃଷ୍ଟିରେ ରଖି ବ୍ୟାଗ୍ ଫ୍ରି ୱାର୍ଲ୍ଡ ସଂଗଠନ ଆନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ପ୍ରତିଷ୍ଠା କଲା। ଏକ ପ୍ଲାଷ୍ଟିକ୍ ମୁକ୍ତ ବିଶ୍ୱକୁ ପ୍ରୋତ୍ସାହନ ଦେଉଥିବା ଏହି ସଂସ୍ଥା ଅନେକ ଅଭିଯାନ ଆରମ୍ଭ କରିଥିଲା, ଯାହାକି ପୃଥିବୀର ଅନ୍ୟ କ୍ଷେତ୍ରକୁ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସରେ ଅଂଶଗ୍ରହଣ କରିବାକୁ ପ୍ରେରଣା ଦେଇଥିଲା। ଜିରୋ ୱେଷ୍ଟ୍ ୟୁରୋପ (ZWE) ସଦସ୍ୟ ରେଜେରୋ ପ୍ରଥମ ‘ଆନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ’ ଆରମ୍ଭ କରିଥିଲେ, ଯାହା ୦୩ ଜୁଲାଇ ୨୦୦୮ରେ ପାଳନ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ପରିବେଶକୁ ସ୍ୱଚ୍ଛ ରଖିବାର ୪ଟି ସହଜ ଉପାୟ

ପଲିଥିନ୍ ବନ୍ଦ ପାଇଁ ପଦକ୍ଷେପ:

  • ପଲିଥିନ ବ୍ୟାଗ୍‌ ବଦଳରେ କପଡା କିମ୍ବା ଝୋଟ ବ୍ୟାଗ୍‌ ବ୍ୟବହାର କରନ୍ତୁ
  • ସ୍ଥାନୀୟ ପ୍ରଶାସନ ପଲିଥିନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇ ଏହାକୁ କଡାକଡି ପାଳନ କରିବା ଉଚିତ
  • ପଲିଥିନ ଦେଉଥିବା ଏବଂ ନେଉଥିବା ଉଭୟଙ୍କୁ ଜରିମାନା ଦିଆଯିବା ଉଚିତ
  • ପଲିଥିନ ବ୍ୟବହାର କରିବାର ସମସ୍ୟା ବିଷୟରେ ସହରର ଲୋକଙ୍କୁ କହିବା ସହିତ ସେମାନଙ୍କୁ କପଡା ଓ ଝୋଟ ବ୍ୟାଗ ବ୍ୟବହାର କରିବାକୁ ଉତ୍ସାହିତ କରିବା
  • ପ୍ଲାଷ୍ଟିକ୍ ପାଣି ବୋତଲ ବଦଳରେ କୌଣସି ମେଟାଲ୍ ବୋତଲ ବ୍ୟବହାର କରନ୍ତୁ
  • ପ୍ଲାଷ୍ଟିକ୍ ଟୁଥ୍ ବ୍ରଶ୍ ବଦଳରେ ବାଉଁଶ, ନିମ, ସାହାଡା, ବାଇଗବ ପରି କାଠିରେ ଦାନ୍ତ ଘଷା ଅଭ୍ୟାସ କରିବା
  • ପ୍ଲାଷ୍ଟିକ୍ ବଦଳରେ କାଚ, ମାଟି କିମ୍ବା ଧାତୁର ପାଣି ଫିଲ୍ଟର୍ ବ୍ୟବହାର କରିବା
Plastic Free Single Use Plastic Ban
Advertisment
Advertisment