• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ନିକଟରେ ଫିଲ୍ମ ‘ପଠାନ୍’ର ସୁଟିଂ ସାରି ଶାହାରୁଖ୍ ଖାନ୍ ଫେରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ, ସେ ଫେରିବା ପରେ ଏମିତି କ’ଣ ହୋଇଗଲା ଯେ ତାଙ୍କ ବଙ୍ଗଳା ‘ମନ୍ନତ’ରେ ବଲିଉଡର ତିନି ମହାନାହାକ ପହଞ୍ଚିଗଲେ?

କିଙ୍ଗ୍‌ ଖାନ୍ ତଥା ବାଦଶାହାଙ୍କ ଘରେ ସଲମାନ ଖାନ୍, ସୈଫ୍ ଅଲ୍ଲୀ ଖାନ୍‌ ଓ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିଛି। ଏହା ଜାଣିବା ପରେ ଆପଣ ନିଶ୍ଚିତ ଚିନ୍ତାରେ ପଡିଯିବେଣି। ତେବେ ଆପଣଙ୍କ ଏହି ଚିନ୍ତା ଦୂର କରିବା ନେଇ ଆପଣଙ୍କୁ କହିଦେଉଛି ଏହା ପଛର ଉଦ୍ଦେଶ୍ୟ କ’ଣ?

ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଲୋକଙ୍କ ଜାଣିବାର ଉତ୍ସାହ ବଢିଯାଇଥିଲା ଯେ ଏମାନେ କାହିଁକି ଶାହରୁଖଙ୍କ ଘରକୁ ଯାଇଥିଲେ। ଆପଣମାନେ ମଧ୍ୟ ଜାଣିବାକୁ ଚାହୁଁଥିବେ। ତେବେ ଆପଣଙ୍କୁ ଜଣେଇବା ନେଇ କହୁଛୁ ଯେ ଏହାର କାରଣ ହେଉଛି ସାଉଦ ଆରବ ରେଡ୍ ସୀ ଫିଲ୍ମ ଫେଷ୍ଟିଭାଲ୍‌ର ଚ୍ୟାୟାର୍‌ମ୍ୟାନ୍ ମୋହମ୍ମଦ ଅଲ୍‌ ତର୍କୀ ଓ କିଛି ଅତିଥି ଭାରତ ଆସିଥିଲେ। ସେମାନଙ୍କ ସ୍ୱାଗତ ପାଇଁ ଶାହରୁଖ ଖାନ୍‌ଙ୍କ ଘର ‘ମନ୍ନତ’କୁ ଠିକ କରାଯାଇଥିଲା। ଏହି କାରଣରୁ ସଲମାନ ଖାନ୍, ସୈଫ୍ ଅଲ୍ଲୀ ଖାନ୍ ଓ ଅକ୍ଷୟ କୁମାର କିଙ୍ଗ ଖାନ୍‌ଙ୍କ ଘରକୁ ଯାଇଥିଲେ।

ସଂସ୍କୃତି ମନ୍ତ୍ରୀ ତଥା ଅଲ୍-ଉଲାସ୍‌ର ରୟାଲ କମିଶନର୍ ରାଜ୍ୟପାଳ ବଦର ବିନ୍ ଫରହାନ ଅଲ୍‌ସୌଦ ସୋସିଆଲ୍ ମିଡିଆର କିଛି ଫଟୋ ଶେୟାର୍ କରିଛନ୍ତି। ଏହିସବୁ ଫଟୋଗୁଡିକରେ ସେ ଶାହରୁଖ ଖାନ୍, ସୈଲ୍ ଅଲ୍ଲୀ ଖାନ୍, ସଲମାନ ଖାନ୍ ଓ ଅକ୍ଷୟ କୁମାରଙ୍କ ସହ ଭେଟିଥିବା ନଜର ଆସନ୍ତି। ଏହି ଫଟୋଗୁଡିକୁ ପୋଷ୍ଟ୍ କରି ସେ ଲେଖିଛନ୍ତି ଯେ ‘ବଲିଉଡ୍‌ର ସୁପରଷ୍ଟାର୍ ସୈଫ୍, ଶାହରୁଖ, ଅକ୍ଷୟ ଓ ସଲମାନ୍‌ଙ୍କ ସହ ଭେଟ ହେଲା। ଫିଲ୍ମ ଦୁନିଆ ବିଷୟରେ କଥାବାର୍ତ୍ତା ହେବା ଓ ସଂସ୍କୃତି ବିଷୟରେ ଜାଣିବାର ସୁଯୋଗ ମିଳିଲା।’

ପ୍ରକାଶଥାଉ ଯେ ଶାହରୁଖ ଖାନ ସ୍ପେନ୍‌ରେ ‘ପଠାନ’ର ଶୁଟିଂ ଶେଷ କରିବା ପରେ ଦୁବାଇର ମଲରେ ମଧ୍ୟ ନଜର ଆସିଥିଲେ। ସ୍ପେନରେ ଶାହରୁଖ ଖାନ ଦୀପିକାଙ୍କ ସହ ଏହି ଫିଲ୍ମ ଶୁଟିଂ କରୁଥିଲେ। ଉଭୟ ବର୍ତ୍ତମାନ ଭାରତ ଫେରିଛନ୍ତି। ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ ୨୬ରେ ରିଲିଜ୍ ହେବ ବୋଲି କୁହାଯାଉଛି।