Advertisment

ଆସୁଛି ‘ଜର୍ସି’ : କେଜିଏଫ୍-୨ ସହ ହେବ ଲଢେଇ

‘ଜର୍ସି’ର ନୂଆ ଟ୍ରେଲର୍ ସୋମବାର ରିଲିଜ୍ ହେବ। ଅଭିନେତ୍ରୀ ମୃଣାଳ ଠାକୁର ନିଜ ସୋସିଆଲ୍ ମିଡିଆରେ ଫିଲ୍ମର ନୂଆ ପୋଷ୍ଟର୍ ପୋଷ୍ଟ୍ କରି ‘ଜର୍ସି’ର ନୂଆ ଟ୍ରେଲର ଲଞ୍ଚ୍ ହେବା ନେଇ ସୂଚନା ଦେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Shahid Kapoor and Mrunal Thakur shared poster of jersey

Shahid Kapoor and Mrunal Thakur shared poster of jersey

ଶାହିଦ କପୁରଙ୍କ ଆଗାମୀ ଫିଲ୍ମ ‘ଜର୍ସି’କୁ ଦର୍ଶକମାନେ ଖୁବ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଖବର ଆସୁଛି ଯେ ‘ଜର୍ସି’ର ନୂଆ ଟ୍ରେଲର୍ ସୋମବାର ରିଲିଜ୍ ହେବ। ଅଭିନେତ୍ରୀ ମୃଣାଳ ଠାକୁର ନିଜ ସୋସିଆଲ୍ ମିଡିଆରେ ଫିଲ୍ମର ନୂଆ ପୋଷ୍ଟର୍ ପୋଷ୍ଟ୍ କରି ‘ଜର୍ସି’ର ନୂଆ ଟ୍ରେଲର ଲଞ୍ଚ୍ ହେବା ନେଇ ସୂଚନା ଦେଇଛନ୍ତି। ଏହି ଫିଲ୍ମ ଅପ୍ରେଲ୍ ୧୪ରେ ପ୍ରେକ୍ଷାଳୟକୁ ଆସିବ।

Advertisment

ଟ୍ୟୁଟର୍‌ରେ ମଧ୍ୟ ଶାହିଦ କପୁର ଫିଲ୍ମ ‘ଜର୍ସି’ର ନୂଆ ପୋଷ୍ଟର୍ ଶେୟାର କରିଛନ୍ତି। ଏଥିରେ ପ୍ରତ୍ୟେକ ଅଭିନେତାଙ୍କ ଝଲକ ଦେଖିବାକୁ ମିଳେ। ନୂଆ ପୋଷ୍ଟରରେ ଶାହିଦ୍ କପୁର ଜଣେ ଲଭର୍ ବୟ, ଜଣେ ବିନ୍ଦାସ ବାପାରୁ ନେଇ ଜଣେ ଭାବୁକ କ୍ରିକେଟର ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଅବତାରରେ ନଜର ଆସିଛନ୍ତି।

ଏହି ପୋଷ୍ଟକୁ ଶେୟାର କରି ଶାହିଦ କପୁର ଲେଖିଛନ୍ତି ଯେ “ସୋମବାର ଦିନ ୧ଟାରେ! ‘ଜର୍ସି’ର ନୂଆ ଟ୍ରେଲର ଲଞ୍ଚ୍ ହେବ।” ମୃଣାଳ ଓ ପଙ୍କଜ କପୁରଙ୍କ ବିଶେଷତା ରଖୁଥିବା ଏହି ପୋଷ୍ଟର୍‌କୁ ଦେଖି ପ୍ରଶଂସକମାନେ ଖୁବ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

Advertisment

‘ଜର୍ସି’ର ନିର୍ଦ୍ଦେଶନା ଦାୟିତ୍ୱ ରାଷ୍ଟ୍ରୀୟ ପୁରସ୍କାର ବିଜେତା ଫିଲ୍ମ ନିର୍ମାତା ଗୌତମ ତିନ୍ନରୀ ନେଇଛନ୍ତି। ଅଲ୍ଲୁ ଅରବିନ୍ଦଙ୍କ ଦ୍ୱାରା ପ୍ରସ୍ତୁତ, ଅଗମ ଗିଲ୍, ଦିଲ୍ ରାଜୁ ଓ ଏସ୍ ନାଗା ୱାମସୀଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମ ମାଧ୍ୟମରେ ପୁଣି ଥରେ ହିନ୍ଦି ସିନେମାରେ ତେଲୁଗୁ ଫିଲ୍ମର ଯାଦୁ ଦେଖେଇବାକୁ ଚେଷ୍ଟା କରାଯାଇଛି।

ଶାହିଦ କପୁର ଓ ମୃଣାଳଙ୍କ ଦ୍ୱାରା ଅଭିନୀତ ଏହି ଫିଲ୍ମ ଅପ୍ରେଲ୍ ୧୪, ୨୦୨୨ରେ ରିଲିଜ୍ ହେବା ନେଇ ପୂରା ଦମ୍‌ରେ ପ୍ରସ୍ତୁତ ହୋଇ ରହିଛି। ଏହି ଫିଲ୍ମ ବଡ ପରଦାରେ କେଜିଏଫ୍‌ : ଚାପ୍ଟର ୨ ସହିତ ମୁକାବିଲା କରିବ। କିଏ କାହା ଉପରେ ଭାରି ପଡିବ ତାହା ଦୁଇ ଫିଲ୍ମ ପରଦାକୁ ଆସିଲା ପରେ ହିଁ ଜଣାପଡିବ।

Bollywood Jersey
Advertisment
Advertisment