/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744343194.jpg)
Bomb hurled
ପିପିଲିରେ ଫୁଟିଲା ବୋମା । ବିଳମ୍ବିତ ରାତିରେ ପିପିଲି ଜମାଲପୁର ମେଲଣ ପଡିଆ ନିକଟରେ ବୋମମାଡ଼ ହୋଇଛି । ୩ ଗୋଟି ବୋମା ଫୁଟିଥିବା ସୂଚନା ମିଳିଛି । ଏହି ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ବୋମା ଫିଙ୍ଗିଥିବା ଯୁବକ ଗୁରୁତର ରହିଛି । ବୋମାମାଡ଼ ସମୟରେ ତା' ହାତରେ ଫୁଟିଯାଇଛି ବୋମା । ତାକୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅଧିକ ପଢ଼ନ୍ତୁ: ରାଜଧାନୀରେ ଏନକାଉଣ୍ଟର, କୁଖ୍ୟାତ ବ୍ରାଉନସୁଗାର ବେପାରୀ ଗୁରୁତର
ଯାହା ସୂଚନା ମିଳିଛି, ଗତକାଲି ରାତିରେ ଜମାଲପୁର ଗାଁରେ ଯାତ୍ରା ହେଉଥିଲା । ବର୍ଷା ହେବା ଯୋଗୁଁ ଲୋକମାନେ ଘରକୁ ପଳାଇ ଯାଇଥିଲେ । ଏହାପରେ ବିଳମ୍ବିତ ରାତି ପ୍ରାୟ ସାଢେ ୨ଟାରୁ ୩ଟା ମଧ୍ୟରେ ଗାଁ ମେଲଣ ପଡିଆ ନିକଟରେ ଫୁଟିଥିଲା ବୋମା । ମୋଟ ୩ଟି ବୋମାମାଡ଼ ହୋଇଥିଲା । ତେବେ ଜଣେ ଯୁବକ ବୋମାମାଡ଼ କରିବା ସମୟରେ ତା' ହାତରେ ବୋମା ଫୁଟି ଯାଇଥିଲା । ଏବେ ବି ଘଟଣାସ୍ଥଳରେ ଗୋଟିଏ ଜୀବନ୍ତ ବୋମା ପଡ଼ିରହିଛି । ଏହାକୁ ନିଷ୍କ୍ରିୟ କରିବାକୁ ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଯାଇଛି । ପିପିଲି ପୋଲିସ ପହଞ୍ଚି ତଦନ୍ତ ତଦନ୍ତ ଆରମ୍ଭ କରିଛି ।
ଏହି ବୋମାମାଡ଼ ଘଟଣାରେ ସେହି ଗାଁଁର ଦୁଇ ଭାଈ ସମ୍ପୃକ୍ତ ଥିବାର ସୂଚନା ମିଳୁଛି । ତେବେ କାହିଁକି ବୋମାମାଡ଼ ହେଲା, କ'ଣ କାରଣ ତାହା ଏ ଯାଏଁ ସ୍ପଷ୍ଟ ହୋଇନି । ଘଟଣାର ତଦନ୍ତ ପରେ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ପିପିଲି ଥାନା ଆଇଆଇସି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)