/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744338888.jpg)
Tahawwur Rana
୨୦୦୮ ମୁମ୍ବାଇ ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ସ୍ୱତନ୍ତ୍ର କୋର୍ଟରେ ହାଜର ପରେ ୧୮ ଦିନିଆ ରିମାଣ୍ଡରେ ନେଇଛି NIA । ରିମାଣ୍ଡରେ ନେଇ ପଚରାଉଚରା କରିବାକୁ NIA ୨୦ ଦିନ ମାଗିଥିଲା । ତେବେ ୧୮ ଦିନ ଅନୁମତି ଦେଇଛନ୍ତି ପଟିଆଲା ହାଉସକୋର୍ଟ । ଏହାପରେ ରାଣାକୁ NIA ହେଡକ୍ବାର୍ଟର ଅଣାଯାଇଛି । ସେଠାରେ ତିଆରି ହୋଇଥିବା ସ୍ବତନ୍ତ୍ର ସେଲରେ ରାଣାକୁ ଜେରା କରାଯିବ । ଏହି ୧୮ ଦିନ ମଧ୍ୟରେ ରାଣାଠାରୁ ୨୬/୧୧ ମୁମ୍ବାଇ ଆତଙ୍କୀ ଆକ୍ରମଣର ସବୁ ଷଡଯନ୍ତ୍ରର ଖୁଲାସା କରିବାକୁ ଯୋଜନା ପ୍ରସ୍ତୁତ କରିଛି NIA ।
ଅଧିକ ପଢ଼ନ୍ତୁ: ଭାରତ ମାଟିରେ ହେବ ଆତଙ୍କବାଦୀ ତହବୁର ରାଣାର ହିସାବ ନିକାଶ
ଗତକାଲି ରାତିରେ କଡ଼ା ସୁରକ୍ଷା ମଧ୍ୟରେ ସ୍ପେଶାଲ NIA କୋର୍ଟରେ ହାଜର ହୋଇଥିଲା ତହବୁର । ତାକୁ ଦିଲ୍ଲୀ ପାଲମ ଏୟାରବେସରୁ NIA କୋର୍ଟକୁ ନିଆଯାଇଥିଲା । ଆମେରିକାରୁ ପ୍ରତ୍ୟର୍ପଣ ପରେ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯାଇଥିଲା। ପାଲମ ଏୟାରବେସରେ ଓହ୍ଲାଇବା ପରେ ତହବୁରକୁ ଗିରଫ କରିଥିଲା ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି । ପ୍ରତ୍ୟର୍ପଣ ପ୍ରକ୍ରିୟାରେ ରହିତାଦେଶ ଆବେଦନକୁ ଆମେରିକା ସୁପ୍ରିମକୋର୍ଟ ଖାରଜ କରିବା ପରେ ତହବୁରକୁ NIA ଓ ର' ମିଳିତ ଟିମ୍ ଭାରତ ଆଣିଛନ୍ତି ।
ଭିଏନାର ଏକ ଚାର୍ଟର୍ ସର୍ଭିସ୍ କମ୍ପାନୀରୁ ଭଡ଼ାରେ ଅଣାଯାଇଥିବା ବିମାନ ବୁଧବାର ଭୋର୍ ୨ଟା ୧୫ରେ ସେଠାରୁ ଉଡ଼ାଣ ଆରମ୍ଭ କରିଥିଲା । ଏହା ରୋମାନିଆ ରାଜଧାନୀ ବୁକାରେଷ୍ଟରେ ୧୧ ଘଣ୍ଟା ବ୍ରେକ୍ ନେଇଥିଲା । ଏହାପରେ ସକାଳ ୬ଟା ୧୫ରେ ଉଡ଼ାଣ ଆରମ୍ଭ କରିଥିଲା ବିମାନ ଏବଂ ଦିଲ୍ଲୀରେ ସନ୍ଧ୍ୟା ୬ଟା ୨୨ରେ ପହଞ୍ଚିଥିଲା । ପାଲାମ ଏୟାରବେସରେ ପହଞ୍ଚିବା ପରେ ତହବୁରକୁ ବୁଲେଟପ୍ରୁଫ୍ ଗାଡ଼ିରେ NIA ହେଡକ୍ବାର୍ଟର୍ସକୁ ନେଇଥିଲେ ଏଲିଟ୍ କମାଣ୍ଡୋ । ସେଠାରେ ମେଡିକାଲ ଟେଷ୍ଟ୍ ପରେ ରାଣାକୁ NIA ସ୍ପେଶାଲ କୋର୍ଟରେ ହାଜର କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)