Advertisment

ଅନୁପମ ଖେର୍‌ଙ୍କ ଘରେ ପହଞ୍ଚି ପୂଜା-ପାଠ କରୁଛନ୍ତି ପଣ୍ଡିତ

ଅନୁପମ ଖେର୍‌ଙ୍କ ଘରେ ପଣ୍ଡିତ। ଅନୁପମଙ୍କ ଉପରେ ପକଉଛନ୍ତି ଫୁଲ। ପଢୁଛନ୍ତି ଲଗାତର ମନ୍ତ୍ର। କରୁଛନ୍ତି ପୂଜା-ପାଠ।

author-image
Pramod Behera
ଅଦ୍ୟତନ ହୋଇଛି
Pundits reached Anupam Kher house offered prayers

Pundits reached Anupam Kher house offered prayers

ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ର ପ୍ରଭାବ ସାରା ଦେଶରେ ପଡିଛି। ଏହି ଫିଲ୍ମକୁ ଦର୍ଶକମାନଙ୍କ ଭରପୁର ଭଲ ପାଇବା ମିଳିଛି, ଏନେଇ ଫିଲ୍ମ ଆଜି ବି ବକ୍ସ ଅଫିସରେ ହଙ୍ଗାମା କରୁଛି। ଏହି ଫିଲ୍ମ ରୋଜଗାର କରିବାରେ ବର୍ତ୍ତମାନ ୨୦୦କୋଟି ଟଙ୍କା ପାର ହୋଇସାରିଛି। ଲଗାତର ଏହି ଫିଲ୍ମ ବକ୍ସ ଅଫିସ୍‌ରେ ରେକର୍ଡ ବ୍ରେକ୍ କରୁଥିବା ନଜର ଆସେ।

Advertisment

ମିଥୁନ ଚକ୍ରବର୍ତ୍ତୀ, ଅନୁପମ ଖେର୍, ଦର୍ଶନ କୁମାର ଓ ପଲ୍ଲବୀ ଜୋଶୀ ଭଳି ତାରକାଙ୍କ ଦ୍ୱାରା ସଜ୍ଜିତ ଏହି ଫିଲ୍ମକୁ ନା କେବଳ ଦର୍ଶକ ଓ ତାରକାମାନେ ପ୍ରଶଂସା କରିଛନ୍ତି, ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଅନୁପମ ଖେରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ସେ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ତାଙ୍କ ଘରେ ଦୁଇ ଜଣ ପଣ୍ଡିତ ପୂଜାପାଠ କରିବାର।

ଭିଡିଓରେ ଦୁଇ ଜଣ ପଣ୍ଡିତ ଲଗାତର ମନ୍ତ୍ର ପଢି ଅନୁପମ ଖେର୍‌ଙ୍କ ଉପରେ ଫୁଲ ବର୍ଷା କରୁଛନ୍ତି। ଏହା ପରେ ସେମାନଙ୍କ ଭିତରୁ ଜଣେ ପଣ୍ଡିତ ଅନୁପମ ଖେର୍‌ଙ୍କୁ କହୁଛନ୍ତି ଯେ ଆପଣ ବ୍ରାହ୍ମଣମାନଙ୍କ ପାଇଁ ହିନ୍ଦୁସ୍ଥାନର ଶାସକ। ୩୦ ବର୍ଷ ପରେ ଏଭଳି ସାହସ ଆପଣ ନେଇଛନ୍ତି। ଆମ ମନ୍ଦିର ପାଖରେ ଜଣେ କାଶ୍ମୀର ବ୍ରାହ୍ମଣ ରୁହନ୍ତି। ମା ଆମ ପାଖରେ ଆସି କାନ୍ଦନ୍ତି, ଆଜି ବି କାନ୍ଦିଛନ୍ତି। ସେ କୁହନ୍ତି ଯେ ତାଙ୍କ ପାଖରେ ଦୁଇ ଦୁଇଟି ଘର ଥିଲା, ତାଙ୍କର ଦୁଇ ଘରକୁ କବ୍‌ଜା କରି ନିଆଯାଇଛି। ସେ କହିଛନ୍ତି ଯେ ଫିଲ୍ମ କେବଳ ୫ ପ୍ରତିଶତ ଦେଖେଇଛି, ଯଦି ସବୁକିଛି ଦେଖେଇଦେବ ତେବେ ସାରା ହିନ୍ଦୁସ୍ତାନ ହଲିଯିବ। ଆପଣ ବହୁତ ଭଲ କାମ କରିଛନ୍ତି।

Advertisment

ଏହି ଭିଡିଓକୁ ଶେୟାର କରି ଅନୁପମ ଖେର୍ କ୍ୟାପସନରେ ଲେଖିଛନ୍ତି ଯେ “କ’ଣ ଆଉ କହିବି, ଦ କାଶ୍ମୀର୍ ଫାଇଲ୍ସ ରିଲିଜ୍ ହେବା ପରେ ଗତ କିଛି ଦିନ ହେବ ପ୍ରତି ତିନି-ଚାରି ଦିନରେ ମୋ ଘରକୁ କୌଣସି ପଣ୍ଡିତ ବା ପୂଜାରୀ ଆସୁଛନ୍ତି ଆଉ ପୂଜାକରି କିଛି ନ ମାଗି ଚାଲିଯାଉଛନ୍ତି। ସେମାନଙ୍କ ଆଶୀର୍ବାଦ ପାଇ ମୁଁ କୃତାର୍ଥ ଓ କୃତଜ୍ଞ! ହର ହର ମହାଦେବ!”

Bollywood Anupam Kher
Advertisment
Advertisment