ମୁମ୍ବାଇ: ଫିଲ୍ମ ‘83’ ଡିସେମ୍ବର ୨୪ ଶୁକ୍ରବାର ବକ୍ସ ଅଫିସ୍ରେ ମୁକ୍ତିଲାଭ କରିବାକୁ ଯାଉଛି। ଏନେଇ ମୁମ୍ବାଇରେ ଫିଲ୍ମର ଗ୍ରାଣ୍ଡ୍ ପ୍ରିମିୟର ଅନୁଷ୍ଠିତ ହୋଇଥିଲା। ଏଥିରେ ମନୋରଞ୍ଜନ ଜଗତର ତାରକାମାନଙ୍କ ସମେତ କ୍ରୀଡ଼ା ଜଗତର ତାରକାମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହାକୁ ନେଇ ବର୍ତ୍ତମାନ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଚଳଚ୍ଚିତ୍ରର ପ୍ରିମିୟରରେ, କାହାଣୀର ପ୍ରକୃତ ହିରୋ ତଥା ସେହି ସମୟର ଅଧିନାୟକ କପିଲ ଦେବ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କୁ ଖୁବ୍ ସମ୍ମାନର ସହିତ ସ୍ୱାଗତ କରାଯାଇଥିଲା। ଏହି ସମୟରେ କପିଲ ଦେବ ଅଭିନେତା ରଣବୀର ସିଂଙ୍କ ସହ ବହୁତ ମସ୍ତି କରିଥିଲେ। କିନ୍ତୁ ସବୁଠାରୁ ମଜାଦାର କଥା ଯେ ଉଭୟଙ୍କ ଏହି ମସ୍ତି ବେଳେ କ୍ୟାମେରାରେ ଏକ ମଜାଳିଆ ମୁହୂର୍ତ୍ତ କଏଦ ହୋଇଯାଇଥିଲା। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
Also Read
ରଣବୀର ସିଂ ଓ କପିଲ ଦେବଙ୍କ ଫଟୋ ପ୍ରସିଦ୍ଧ ସେଲିବ୍ରିଟି ଫଟୋଗ୍ରାଫର ୟୋଗେନ ଶାହାଙ୍କ ଅଫିସିଆଲ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରାଯାଇଛି। ଏଥିରେ ରଣବୀର ସିଂ ଓ କପିଲ ଦେବ ପରସ୍ପରକୁ ଲିପ୍କିସ୍ କରୁଥିବା ଦେଖାଯାଉଛି। ଏହି ସମୟରେ ରଣବୀରଙ୍କୁ ଧଳା ରଙ୍ଗର ପୋଷାକରେ ଏବଂ କପିଲ ଦେବଙ୍କୁ ନୀଳ କୁର୍ତ୍ତା-ପାଇଜାମାରେ ଦେଖିବାକୁ ମିଳିଥିଲା ।

ଫିଲ୍ମର ଅନ୍ୟତମ ଷ୍ଟାରକାଷ୍ଟ ଦୀପିକା ପାଦୁକୋନ୍ ମଧ୍ୟ ଫିଲ୍ମ ପ୍ରିମିୟରରେ ପହଞ୍ଚିଥିଲେ। ସେ ଏକ କଳା ରଙ୍ଗର ଗାଉନ୍ ପିନ୍ଧିଥିଲେ। ଏହି ଗାଉନ୍ରେ ଦୀପିକା ଖୁବ ସୁନ୍ଦର ଲାଗୁଥିଲେ। ସେ ତାଙ୍କ ଚେହେରାକୁ ଆହୁରି ଆକର୍ଷଣୀୟ କରିବା ନେଇ କିଛି ହୀରା ସାମଗ୍ରୀ ସହିତ ହାଲ୍କା ଅଳଙ୍କାର ମଧ୍ୟ ବ୍ୟବହାର କରିଥିଲେ। ସେ ଏକ ଚମତ୍କାର ହାର ମଧ୍ୟ ପିନ୍ଧିଥିଲେ। ଦୀପିକା ପାଦୁକୋନ ତାଙ୍କ ଚୁଟିକୁ କୁଞ୍ଚିତ କରିଥିଲେ। ଦୀପିକାଙ୍କର ପୂରା ଲୁକ୍ ଚମତ୍କାର ଲାଗୁଥିଲା। ସେ ତାଙ୍କ ପ୍ରଶଂସକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଥିଲେ।
ଏମାନଙ୍କ ବ୍ୟତୀତ ଜାହ୍ନବୀ କପୁର, ବିବେକ ଓବରାଏ, ରୋହିତ ଶେଟ୍ଟୀ, ଆଲିଆ ଭଟ୍ଟଙ୍କ ସମେତ ଅନେକ ତାରକା ଫିଲ୍ମ ‘83’ର ପ୍ରିମିୟରରେ ଯୋଗଦେବାକୁ ଆସିଥିଲେ। ଫିଲ୍ମର ଷ୍ଟାର୍କାଷ୍ଟ୍ ରଣବୀର ସିଂ, ଦୀପିକା ପାଦୁକୋନ ଓ ହାର୍ଡି ସନ୍ଧୁ ମଧ୍ୟ ବହୁତ ମଜା କରିଥିଲେ। ଏହି ଫିଲ୍ମରେ ତାହିର ରାଜ ଭସିନ, ଜୀଭା, ସାକିବ ସଲିମ, ଜତିନ୍ ସରନା, ଚିରାଗ ପାଟିଲ, ଦିନକର ଶର୍ମା, ନିଶାନ୍ତ ଦହିୟା, ହାର୍ଡି ସନ୍ଧୁ, ସାହିଲ ଖଟ୍ଟର, ଏମୀ ବିର୍କ, ଆଦିନାଥ କୋଠାରେ, ଧୈର୍ଯ୍ୟ କରଭା, ଆର ବଦ୍ରି ଓ ପଙ୍କଜ ତ୍ରିପାଠୀ ମଧ୍ୟ ଅଭିନୟ କରିଛନ୍ତି।