Advertisment

Pahalgam Terrorist Attack: ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ, ପରଦା ପଛରେ ଯିଏ ଅଛି ଛଡ଼ାଯିବନି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆହୁରି କହିଛନ୍ତି, ‘ପହଲଗାମରେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଏକ କାପୁରୁଷୋଚିତ କାର୍ଯ୍ୟ କରିଛନ୍ତି, ଯେଉଁଥିରେ ଅନେକ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଛି । ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୁଁ ସମବେଦନା ପ୍ରକାଶ କରୁଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
‘ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ହେବ ବଡ଼ ଆକ୍ସନ’

‘ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ହେବ ବଡ଼ ଆକ୍ସନ’

ପାକିସ୍ତାନ ଉପରେ ହେବ କି ବଡ଼ କାର୍ଯ୍ୟାନୁଷ୍ଠାନ ? ପହଲଗାମ୍‌ରେ ପର୍ଯ୍ୟଟକଙ୍କ ଉପରେ ହମଲା ପରେ ଆଜି ବଡ଼ ବୟାନ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିନ୍ଦା କରିଛନ୍ତି । ସେ ଦେଶବାସୀଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବେ । କେବଳ ଦୋଷୀମାନେ ନୁହନ୍ତି, ପରଦା ପଛରେ ଥିବା ଲୋକମାନଙ୍କୁ ବି ଛଡ଼ାଯିବ ନାହିଁ । ଆତଙ୍କ ଦ୍ବାରା ଭାରତକୁ ଭୟଭୀତ କରାଇ ପାରିବେନି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ପହଲଗାମର ହୃଦୟ ବିଦାରକ ଘଟଣା: ସ୍ୱାମୀକୁ ମାରିଦେଲ, ମୋତେ ବି ମାରିଦିଅ...

ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆହୁରି କହିଛନ୍ତି, ‘ପହଲଗାମରେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଏକ କାପୁରୁଷୋଚିତ କାର୍ଯ୍ୟ କରିଛନ୍ତି, ଯେଉଁଥିରେ ଅନେକ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଛି । ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି । ଆତଙ୍କବାଦ ପ୍ରତି ଆମର ଶୂନ୍ୟ ସହନଶୀଳନା ନୀତି ଅଛି । ମୁଁ ଦେଶବାସୀଙ୍କୁ ଆଶ୍ୱସ୍ତି ଦେବାକୁ ଚାହୁଁଛି ଯେ ସରକାର ପ୍ରତ୍ୟେକ ଆବଶ୍ୟକୀୟ ପଦକ୍ଷେପ ନେବେ । ଆମେ କେବଳ ଏହି କାର୍ଯ୍ୟର ଷଡ଼ଯନ୍ତ୍ରକାରୀଙ୍କ ପାଖରେ ପହଞ୍ଚିବୁ ନାହିଁ, ବରଂ ପରଦା ପଛରେ ଥିବା ଲୋକଙ୍କ ପାଖରେ ମଧ୍ୟ ପହଞ୍ଚିବୁ । ଏହି ଆକ୍ରମଣରେ ଥିବା ଅଭିଯୁକ୍ତମାନେ ଖୁବଶୀଘ୍ର ଏକ ଦୃଢ଼ ଏବଂ ସ୍ପଷ୍ଟ ଉତ୍ତର ପାଇବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।

Advertisment

ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ଜମ୍ମୁ ଏବଂ କାଶ୍ମୀରର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହି ବୈଠକରେ CDS ଜେନେରାଲ ଅନୀଲ ଚୌହାନ, ତିନି ସେନାର ମୁଖ୍ୟ, ପ୍ରତିରକ୍ଷା ସଚିବ ଏବଂ ସେନାର ସାମରିକ ଅଭିଯାନର ମହାନିର୍ଦ୍ଦେଶକ ଉପସ୍ଥିତ ଥିଲେ । ପ୍ରତିରକ୍ଷା ମନ୍ତ୍ରୀ ସଶସ୍ତ୍ର ବାହିନୀକୁ ଆତଙ୍କବାଦ ବିରୋଧୀ ଅଭିଯାନକୁ ତୀବ୍ରତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଛଡ଼ାଯିବ ନାହିଁ । ପହଲଗାମ୍‌ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଦିଲ୍ଲୀରେ ସନ୍ଧ୍ୟା ୬ଟାରେ ଏକ କ୍ୟାବିନେଟ୍‌ କମିଟି ବୈଠକ ଅନୁଷ୍ଠିତ ହେଉଛି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ଉଚ୍ଚ ପଦାଧିକାରୀ ଉପସ୍ଥିତ ରହିବେ ।

ଅଧିକ ପଢ଼ନ୍ତୁ: ସ୍ୱାମୀକୁ ସ୍ତ୍ରୀର ଶେଷ ସାଲ୍ୟୁଟ୍‌; ୬ ଦିନ ତଳେ ପଡିଥିଲା ହାତଗଣ୍ଠି...

Rajnath Singh Pahalgam Terrorist Attack Pahalgam Attack
Advertisment
Advertisment