Advertisment

ପ୍ରଶଂସକଙ୍କ ହୃଦୟ ଜାଳିଲେ ମଲାଇକା; ଦେଖେଇଲେ ଷ୍ଟନିଂ ଅବତାର

ବଲିଉଡ୍‌ରେ ଅଭିନୟ ଅପେକ୍ଷା ନିଜର ଗ୍ଲାମର ଆଉ ଷ୍ଟାଇଲ୍ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ମଲାଇକା ଅରୋରା ହେଉଛନ୍ତି ଜଣେ। ସେ ସବୁବେଳେ ନିଜର ଆକର୍ଷଣୀୟ ଚେହେରାରେ ପ୍ରଶଂସକଙ୍କୁ ପାଗଳ କରିବାରେ ମାହିର। ଏଥର ବି ସେ ଏମିତି ଏକ ଫଟୋ ଶେୟାର କରି ଲୋକଙ୍କ ହୋସ୍ ଉଡେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Malaika’s latest photoshoot stunned the fans

Malaika’s latest photoshoot stunned the fans

ବଲିଉଡ୍‌ର ବୋଲ୍ଡ ଗାର୍ଲ ମଲାଇକା ଅରୋରା ଯାହା ବି ପିନ୍ଧନ୍ତୁ ନା କାହିଁକି ଲୋକଙ୍କ ହୃଦୟକୁ ଚୋରି କରିବା ଥୟ। ସେ ପାରମ୍ପରିକ ପୋଷାକ ହେଉ ବା ପାଶ୍ଚାତ୍ୟ ସବୁଥିରେ ସେ ଫିଟ୍ ଲାଗନ୍ତି। ତାଙ୍କ ସୌନ୍ଦର୍ଯ୍ୟ କାହାକୁ ବି ପାଗଳ କରିପାରେ। ମଲାଇକାଙ୍କ ନାମ ସେହି ବଲିଉଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଗୋଟିଏ ଯେଉଁମାନେ ଅଭିନୟ ଅପେକ୍ଷା ସେମାନଙ୍କର ବ୍ୟକ୍ତିଗତ ଜୀବନ ଏବଂ ଗ୍ଲାମରସ୍ ଲୁକ୍ ପାଇଁ ଅଧିକ ଚର୍ଚ୍ଚାରେ ରହିଥାନ୍ତି।

Advertisment

ମଲାଇକାଙ୍କ ଅଭିନୟ କ୍ୟାରିଅର୍ ହୁଏତ ସେମିତି କିଛି ଭଲ ନୁହେଁ କିନ୍ତୁ ତାଙ୍କର ଚମତ୍କାର ଷ୍ଟାଇଲ୍ ଓ ଆକର୍ଷଣୀୟ ଚାହାଣୀ ଆଉ କଥାବାର୍ତ୍ତା ସମସ୍ତଙ୍କ ହୋସ୍ ଉଡାଇଥାଏ। ଆଜିକାଲି ସୋସିଆଲ ମିଡିଆରେ ମଲାଇକାଙ୍କର ଚମତ୍କାର ଚେହେରାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଆଜିକାଲି ଇନ୍‌ଷ୍ଟାଗ୍ରାମ୍‌ରେ ମଲାଇକାଙ୍କର ଲାଟେଷ୍ଟ୍ ଫଟୋସୁଟ୍‌ ସମସ୍ତଙ୍କ ନିଦ ହଜେଇଛି। ଏହି ବଲିଉଡ୍ ସୁନ୍ଦରୀ ତାଙ୍କ ନୂଆ ଫଟୋରେ ନ୍ୟୁଡ୍ ବେସ୍ ରଙ୍ଗର ଏକ ଗ୍ଲାମରସ୍ ଓ ସୁନ୍ଦର ପାଶ୍ଚାତ୍ୟ ଗାଉନ୍ ପିନ୍ଧିଛନ୍ତି। ସବୁଥର ପରି ଏଥର ମଧ୍ୟ ମଲାଇକାଙ୍କ ଗୋଲ୍ଡେନ୍ ରଙ୍ଗର ସ୍ଲିଟ୍ ଗାଉନର ଚମତ୍କାର ଦୃଶ୍ୟ ପ୍ରଶଂସକମାନଙ୍କୁ ପାଗଳ କରିଛି। ଏହି ଫଟୋରେ ମଲାଇକା ଏକ ବାଦାମୀ ରଙ୍ଗର ବାକ୍ସ ଉପରେ ବସି ଚମତ୍କାର ଭାବରେ ପୋଜ୍ ଦେଇଛନ୍ତି।

Advertisment

ମଲାଇକା ଏହି ଲୁକ୍‌ ସହିତ ହାଲୁକା ମେକ୍‌ଅପ୍ ନେଇଛନ୍ତି। ଏହା ସହିତ ଅଭିନେତ୍ରୀଙ୍କୁ ଏହି ଫଟୋରେ ଭିନ୍ନ ଧରଣର କାନଫୁଲ ଓ ମୁଦି ପିନ୍ଧିଥିବାର ଆପଣମାନେ ଦେଖିପାରିବେ। ଏହି ଫଟୋରେ ଆକର୍ଷଣର ସବୁଠାରୁ କେନ୍ଦ୍ର ହେଉଛି ମଲାଇକାଙ୍କ କେଶ, ଯାହା ପବନରେ ଉପରକୁ ଉଡୁଥିବାର ଦେଖାଯାଏ। ଏହା ତାଙ୍କୁ ଆହୁରି ଗ୍ଲାମରସ୍ ଓ ଚମତ୍କାର କରୁଛି।

ମଲାଇକା ଅରୋରାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଏହା ଦର୍ଶାଉଛି ଯେ ବୟସ କେବଳ ମାତ୍ର ଏକ ସଂଖ୍ୟା। ତାଙ୍କର ଏହି ଆକର୍ଷଣୀୟ ସୌନ୍ଦର୍ଯ୍ୟକୁ ଦେଖି କେହି କହିପାରିବେ ନାହିଁ ଯେ ମଲାଇକାଙ୍କୁ ୪୮ ବର୍ଷ ବୟସ ହୋଇଥିବ ବୋଲି। ତାଙ୍କର ପ୍ରତ୍ୟେକ ଫଟୋ ବୟସକୁ ବହୁ ପଛରେ ଛାଡିଥିବା ଦେଖାଯାଏ।

ମଲାଇକା ତାଙ୍କର ପ୍ରତ୍ୟେକ ଫଟୋରେ ଗ୍ଲାମରସ୍ ଲୁକ୍ ଦେବା ସହିତ ତାଙ୍କ ପାଖରେ ଭରପୂର ଆତ୍ମବିଶ୍ୱାସ ଥିବା ଦେଖାଯାଏ। ଏହା ହିଁ ହେଉଛି ମଲାଇକାଙ୍କର ଯାଦୁ ଯାହା ପ୍ରଶଂସକମାନଙ୍କୁ ଆକର୍ଷଣ କରେ। ମଲାଇକାଙ୍କର ଏହି ଫଟୋ ଉପରେ ତାଙ୍କ ପ୍ରଶଂସକମାନେ ଅନେକ ପ୍ରତିକ୍ରିୟା ଦେବା ସହିତ ହାର୍ଟ ଆଉ ଫାୟାର୍ ଇମୋଜୀ ସହିତ ଭଲ ପାଇବା ଦେଇ ଚାଲିଛନ୍ତି।

Bollywood
Advertisment
Advertisment