/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745406048.jpg)
Kashmir Gunfire Attack on Tourists
ସ୍ୱାମୀକୁ ସ୍ତ୍ରୀର ଶେଷ ସାଲ୍ୟୁଟ୍...ଯିଏ ଦେଖୁଛି, ସିଏ ଭାବବିହ୍ୱଳ ହେଉଛି...ଆପଣ ବି ଦେଖିଲେ ଆପଣଙ୍କ ଆଖିରୁ ଆପେ ଆପେ ଲୁହ ଚାଲି ଆସିବ...କାରଣ ୬ ଦିନ ତଳେ ପଡିଥିଲା ହାତଗଣ୍ଠି। ଆଖିରେ ଆଖିଏ ସ୍ୱପ୍ନ ନେଇ ସାଜିଥିଲେ ନବବଧୂ। ଅହିସୁଲକ୍ଷଣି ହେବା ପାଇଁ ପାଇଥିଲେ ଆଶୀର୍ବାଦ। ନିଜ ଜୀବନ ସାଥୀଙ୍କ ହାତ ଧରି ଗଢ଼ିଥିଲେ ନୂଆ ସଂସାର। ମାତ୍ର ହାତରୁ ମେହେନ୍ଦି ନଲିଭୁଣୁ ଲିଭିଗଲା ସିନ୍ଦୁର। ଯାହା ହାତ ଧରି ବାକି ଜୀବନ କାଟିବାକୁ ସ୍ୱପ୍ନ ଦେଖିଥିଲେ ତାଙ୍କୁ ଅଧାବାଟରୁ ଛଡାଇନେଲେ ଆତଙ୍କବାଦୀ। ଆଖି ଆଗରେ ଚାଲିଗଲା ସ୍ୱାମୀଙ୍କ ଜୀବନ। ହନିମୁନରେ ଯାଇଥିବା ବେଳେ କ୍ରୁର ଆତଙ୍କୀଙ୍କ ଗୁଳିରେ ଟଳିପଡିଲେ ହରିୟାଣାର ନବବିବାହିତ ନୌସେନା ଅଧିକାରୀ ବିନୟ ନରୱାଲ।
କର୍ଣ୍ଣାଲ ବାସିନ୍ଦା ଲେଫ୍ଟେନାଣ୍ଟ ବିନୟ ନରୱାଲ। ସେ କୋଚିର ସର୍ଦ୍ଦର୍ଣ୍ଣ ନାଭାଲ୍ କମାଣ୍ଡରେ କାର୍ଯ୍ୟରତ ଥିଲେ। ଦୁଇ ବର୍ଷ ହେବ ନୌସେନାରେ ଯୋଗ ଦେଇଥିବା ବିନୟ ଏପ୍ରିଲ ୧୬ରେ ବିବାହ କରିଥିଲେ। ୧୯ ତାରିଖରେ ସରିଥିଲା ରିସେପସନ୍। ଏହାପରେ ହନିମୁନ୍ ପାଇଁ ପହଲଗାମ୍ ଯାଇଥିଲେ। ସ୍ତ୍ରୀ ସହ ବୁଲାବୁଲି କରି ଭେଲପୁରୀ ଖାଉଥିଲେ। ଏତିକି ବେଳେ ଆତଙ୍କବାତୀଙ୍କ ଗୁଳିର ଶିକାର ହୋଇ ଆଖି ବୁଜିଛନ୍ତି ବିନୟ। ଆଖି ଆଗରେ ସ୍ୱାମୀର ଏଭଳି ମୃତ୍ୟୁକୁ ଦେଖି ଭାଙ୍ଗି ପଡିଛନ୍ତି ସ୍ତ୍ରୀ। ସେ ମୁସଲମାନ ହୋଇନଥିବାରୁ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିବା ବିନୟଙ୍କ ସ୍ତ୍ରୀ କହିଛନ୍ତି। ସେପଟେ ପୁଅର ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଭାଙ୍ଗି ପଡିଛନ୍ତି।
#ସ୍ୱାମୀଙ୍କୁ_ଶେଷ_ସାଲ୍ୟୁଟ୍
ଏପ୍ରିଲ୍ ୧୬ରେ ହୋଇଥିଲା ବିବାହ । ମାତ୍ର ଗୋଟିଏ ସପ୍ତାହ ଭିତରେ ଲିଭିଗଲା ମଥାର ସିନ୍ଦୂର । ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଭାରତୀୟ ନୌସେନାର ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କୁ କାନ୍ଦି କାନ୍ଦି ଶେଷ ସାଲ୍ୟୁଟ୍ ମାରିଛନ୍ତି ତାଙ୍କ ପତ୍ନୀ ।#PahalgamTerroristAttack#Pahalgam#OTVpic.twitter.com/iLwqpXy8EE— ଓଟିଭି (@otvkhabar) April 23, 2025
ସେହିପରି ହାଇଦ୍ରାବାଦରେ କାର୍ଯ୍ୟରତ ଜଣେ ଗୁଇନ୍ଦା ଅଧିକାରୀ ବି ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ନାଁ ତାଙ୍କର ମନୀଷ ରଞ୍ଜନ ଓ ଘର ବିହାରରେ। ଗ୍ରୀଷ୍ମ ଛୁଟିରେ ପରିବାର ସହ ବୁଲିବାକୁ ଯାଇଥିଲେ ମନୀଷ। ପତ୍ନୀ ଓ ପିଲାଙ୍କ ଆଖି ଆଗରେ ତାଙ୍କ ଉପରେ ଗୁଳିବର୍ଷା କରିଥିଲେ ଆତଙ୍କୀ। ଅନ୍ୟପଟେ ବିବାହ ବାର୍ଷିକୀର ଦିନେ ପୂର୍ବରୁ ଆତଙ୍କବାଦୀଙ୍କ ଗୁଳିରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ଗୁଜରାଟ ସୁରତର ଜଣେ ବ୍ୟବସାୟୀ। ୱେଡିଂ ଆନିଭର୍ସରୀ ପାଳିବାକୁ ସେ ପହଲଗାମ୍ ଯାଇଥିଲା।
ଜମ୍ମୁକଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ କରିଛନ୍ତି ଆତଙ୍କବାଦୀ। ଏଥିରେ ପ୍ରାୟ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଯେଉଁମାନେ ହିନ୍ଦୁ ଥିଲେ ସେମାନଙ୍କ ଉପରେ ଆଖିବୁଜା ଫାୟାରିଂ କରିଥିଲେ ଆତଙ୍କୀ। ବିଶେଷ କରି ପୁରୁଷଙ୍କୁ ଟାର୍ଗେଟ କରୁଥିଲେ ଆତଙ୍କବାଦୀ। ପାଖାପାଖି ଅଧାଘଣ୍ଟା ଆତଙ୍କ ଖେଳାଇଥିଲେ। ଏହି ଘଟଣାକୁ ନେଇ ଏବେ ଚାରିଆଡେ ହଇଚଇ ଖେଳି ଯାଇଛି। ପର୍ଯ୍ୟଟକଙ୍କ ଉପରେ ଆକ୍ରମଣକୁ କଡା ଭାଷାରେ ନିନ୍ଦା କରିବା ସହ ଆତଙ୍କୀଙ୍କୁ ଛଡା ଯିବନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)