Advertisment

ଭାରତୀୟ ତାରକାରେ ରଙ୍ଗୀନ ହେଉଛି ନେଟ୍‌ଫ୍ଲିକ୍ସ

ନେଟ୍‌ଫ୍ଲିକ୍ସରେ ଏବେ ଭାରତୀୟ ତାରକା। ଆପଣ ଯେତେବେଳେ ବିଦେଶୀ ହିଟ୍ ଚରିତ୍ରମାନଙ୍କ ସହିତ ଭାରତୀୟ ତାରକାଙ୍କୁ ଦେଖିବେ ସେତେବେଳେ ଆପଣଙ୍କ ମଜା ନିଶ୍ଚିତ ଦ୍ୱିଗୁଣିତ ହୋଇଯିବ।

author-image
Pramod Behera
ଅଦ୍ୟତନ ହୋଇଛି
Shehnaaz gill with Lucifer and Nawazuddin Siddiqui  in squid game

Shehnaaz gill with Lucifer and Nawazuddin Siddiqui in squid game

ନୂଆଦିଲ୍ଲୀ: ୨୦୨୧ ଅନେକ ଉତ୍ଥାନ ପତନର ସମ୍ମୁଖୀନ ହେବା ପରେ ବିଶ୍ୱ ନୂଆ ଆଶାର ସହିତ ୨୦୨୨ରେ ପାଦ ଦେବାକୁ ଯାଉଛି। ଗଲା ବର୍ଷ ଅନେକ କ୍ଷେତ୍ରକୁ କ୍ଷତି ଦେଇଥିବା ବେଳେ କେତେବ କ୍ଷେତ୍ର ମଧ୍ୟ ବହୁତ ଲାଭବାନ ହୋଇଥିବା ଦେଖାଯାଏ। ତେବେ ଏହି କ୍ଷେତ୍ରରେ ସବୁଠାରୁ ବେଶି ଲାଭବାନ ଇଣ୍ଟନେଟ୍ ଦୁନିଆକୁ ହୋଇଛି। ଏହି କ୍ଷେତ୍ର ଅନେକଙ୍କୁ ପରିଚ୍ୟ ମଧ୍ୟ ଦେଇଛି। କରୋନାର ପ୍ରଭାବରେ ଅନେକ କ୍ଷେତ୍ରରେ ମାନ୍ଦା ଅବସ୍ଥା ଦେଖାଦେବା ସହ ରୋଜଗାର ମଧ୍ୟ ଧିମେଇଯାଇଥିବା ବେଳେ ଇଣ୍ଟରନେଟ୍ ଦୁନିଆ ଅନେକଙ୍କୁ ରୋଜଗାର କ୍ଷମ ମଧ୍ୟ କରିଛି।

Advertisment

ତେବେ ବର୍ତ୍ତମାନ ଯଦି ଚାଲିଯାଉଥିବା ବର୍ଷକୁ ନଜର ପକେଇବା ତେବେ ନେଟ୍‌ଫ୍ଲିକ୍ସ ଇଣ୍ଡିଆ କିଛି ଏମିତି କାମ କରିଛି ଯାହା ମନେ ରଖିବା ଭଳି। ନେଟ୍‌ଫ୍ଲିକ୍ସ ଏହାର ବିଶ୍ୱବ୍ୟାପୀ ଲୋକପ୍ରିୟ ୱେବ୍ ସିରିଜ୍‌କୁ ଭାରତୀୟ ରଙ୍ଗରେ ରଙ୍ଗୀନ କରିଛି। ଏହା ଭାରତୀୟ ତାରକାମାନଙ୍କୁ ବିଶ୍ୱସ୍ତ୍ରରେ ପହଞ୍ଚେଇବା ନେଇ ଏକେ ବିଶେଷ ଭୂମିକା ଗ୍ରହଣ କରିଛି।

ନେଟ୍‌ଫ୍ଲିକ୍ସର ଭିଡିଓରେ ଶହନାଜ୍‌ ଗିଲ୍‌, ନୱାଜୁଦ୍ଦିନ ସିଦ୍ଦିକି ଓ କାର୍ତ୍ତିକ ଆର୍ଯ୍ୟନଙ୍କୁ ଏକ ନୂଆ ଶୈଳୀରେ ଦେଖିବାକୁ ମିଳିବ। ଏହି ତାରକାମାନଙ୍କୁ ୱେବ୍ ସିରିଜ୍ ‘ଲୁସିଫର୍’ ଏବଂ ‘ସ୍କ୍ୱିଡ୍ ଗେମ୍‌’ରେ ଦେଖାଯାଏ ଏବଂ ଏହି ଭିଡିଓଟି ବହୁତ ମଜାଳିଆ ମଧ୍ୟ।

Advertisment

ଏହି ଭିଡିଓ ସେୟାର କରି ନେଟ୍‌ଫ୍ଲିକ୍ସ ଲେଖିଛି ଯେ “ଭାଇ, ଆମେ ଏହି ମଲ୍ଟିଭର୍ସରେ ଆସିଛୁ। ଆପଣଙ୍କ ସହିତ ୨୦୨୧ର ସର୍ବୋତ୍ତମ କାମନା। ୨୦୨୨ରେ ଆପଣଙ୍କ ସହ ଦେଖା ହେବ। ପରବର୍ତ୍ତୀ ଏପିସୋଡ୍?” ଏହି ଭିଡିଓରେ ନୱାଜୁଦ୍ଦିନ ସିଦ୍ଦିକି, ଶହନାଜ ଗିଲ୍‌, ତନ୍ମୟ ଭଟ୍ଟ, ସୋନୁ ସୁଦ ଏବଂ ଧନୁଷ ମଧ୍ୟ ନଜର ଆସିଛନ୍ତି। ଏହିପରି ଭାବରେ ଯେତେବେଳେ ଆପଣ ବିଦେଶୀ ହିଟ୍ ଚରିତ୍ରମାନଙ୍କ ସହିତ ଭାରତୀୟ ତାରକାଙ୍କୁ ଦେଖିବେ ସେତେବେଳେ ଆପଣଙ୍କ ମଜା ଦ୍ୱିଗୁଣିତ ହୋଇଯିବ।

ନେଟ୍‌ଫ୍ଲିକ୍ସର ସୁପରହିଟ୍ ୱେବ୍ ସିରିଜ୍ ବିଷୟରେ କହିବାକୁ ଗଲେ, କୋରିଆନ୍ ସିରିଜ୍ 'ସ୍କ୍ୱିଡ୍ ଗେମ୍' ତ ସାରା ବିଶ୍ୱରେ ଧମାକା କରିଥିଲା ​​ଏବଂ ଏହା ନେଟ୍‌ଫ୍ଲିକ୍ସର ସବୁଠୁ ଅଧିକ ଦେଖାଯାଇଥିବା ୱେବ୍ ସିରିଜ୍ ହୋଇପାରିଛି। ଏହା ସହିତ ଲୁସିଫର୍‌ର ନୂତନ ସିଜନ୍ ଆସିଥିଲା। କେବଳ ଏତିକି ନୁହେଁ, ‘ମନୀ ହାଇଷ୍ଟ’ର ଫାଇନାଲ୍ ସିଜନ ମଧ୍ୟ ଆସିଛି ଏବଂ ସମସ୍ତ ରହସ୍ୟ ଉନ୍ମୋଚିତ ହୋଇଛି। ଏହିପରି ଭାବେ କାର୍ତ୍ତିକ ଆର୍ଯ୍ୟନ୍ ଏବଂ ସୋନୁ ସୁଦଙ୍କ ଝଲକ ମଧ୍ୟ ଏହି ଭିଡିଓରେ ଦେଖିବାକୁ ମିଳେ।

Bollywood
Advertisment
Advertisment