ପ୍ରକାଶ ପାଇଲା ICSE ଦ୍ୱାଦଶ ଓ ଦଶମ ରେଜଲ୍ଟ । ଓଡ଼ିଶାର ICSE ଦଶମରେ ପାସ୍ ହାର ରହି ୯୯.୦୮ ପ୍ରତିଶତ । ୮ ହଜାର ୭୩୯ ପିଲା ପରୀକ୍ଷା ଦେଇଥିବା ବେଳେ ୯୦ ଜଣ ଫେଲ୍ ହୋଇଛନ୍ତି । ISCE ଦଶମରେ ବାଜି ମାରିଛନ୍ତି ଝିଅ। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି ।
ସେହିପରି ISC ଦ୍ୱାଦଶରେ ପାସ୍ ହାର ରହିଛି ୯୮.୯ ପ୍ରତିଶତ । ୧ ହଜାର ୭୨୬ ଜଣ ପରୀକ୍ଷା ଦେଇଥିବା ବେଳେ ଫେଲ ହୋଇଛନ୍ତି ମାତ୍ର ୧୯ ଜଣ । ଏଥିରେ ମଧ୍ୟ ଝିଅଙ୍କ ପାସ୍ ହାର ୯୮.୯୫ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ୍ ହାର ରହିଛି ୯୮.୮୫ ।
Also Read
ଛାତ୍ରଛାତ୍ରୀମାନେ cisce.org ଏବଂ results.cisce.org ୱେବସାଇଟରେ ନିଜ ପରୀକ୍ଷାଫଳ ଦେଖିପାରିବେ। ଏନେଇ ସିଆଇଏସ୍ସିଇ ପକ୍ଷରୁ ସୂଚନା ଦିଆଯାଇଛି।
The Council for the Indian School Certificate Examinations announced results for the ICSE and ISC Examinations Year 2024.
— ANI (@ANI) May 6, 2024
2,695 schools presented candidates for the ICSE (Class X) Year 2024 Examination with 82.48% (2,223) schools attaining 100% pass percentage. 1,366 schools…
ICSE: Girls have done better than Boys, pass percentage-99.65%, Boys pass percentage-99.31%
— ANI (@ANI) May 6, 2024
ISC: Girls have achieved a pass percentage of 98.92%, Boys- 97.53%
ତେବେ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ରିଚେକିଂ ଏବଂ ପୁନଃ ମୂଲ୍ୟାଙ୍କନ କରିବାକୁ ଆବେଦନ କରିପାରିବେ। ଗୋଟିଏ ବିଷୟରେ ରିଚେକିଂ ପାଇଁ ହଜାରେ ଏବଂ ପୁନଃ ମୂଲ୍ୟାଙ୍କନ ପାଇଁ ୧୫ଶହ ଟଙ୍କା ରହିଛି। ଆଜିଠାରୁ ୧୦ ତାରିଖ ମଧ୍ୟରେ ଛାତ୍ରୀଛାତ୍ରମାନେ ରିଚେକିଂ ପାଇଁ ଆବେଦନ କରିପାରିବେ। ୪ ସପ୍ତାହ ମଧ୍ୟରେ ତାର ରେକଲ୍ଟ ପ୍ରକାଶ ପାଇବ। ସେହିପରି ପୁନଃ ମୂଲ୍ୟାଙ୍କନ ପାଇଁ ରେଜଲ୍ଟ ପ୍ରକାଶ ପରିବାର ୨୪ଘଣ୍ଟା ମଧ୍ୟରେ ଆବେଦନ କରିବାକୁ ପଡ଼ିବ ବୋଲି ସିଆଇଏସ୍ସିଇ ପକ୍ଷରୁ ସୂଚନା ଦିଆଯାଇଛି।