• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଦେଶରେ ପାଢ଼ ପଢିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଅଡ଼ୁଆ ବଢ଼ିଲା । ଫରେନ ମେଡ଼ିକାଲ୍ ଗ୍ରାଜୁଏଟ୍ ପରୀକ୍ଷା ତଥା ଏଫ୍ଏମଜିଇ ପାସ୍ କରିନଥିବା କେତେଜଣ ଡାକ୍ତରୀ ଛାତ୍ରଛାତ୍ରୀ ଏବେ ସିବିଆଇ(CBI ) ସ୍କାନରରେ । ବିଦେଶରେ ଡାକ୍ତରୀ ପାଠ ପଢ଼ିଥିଲେ ବି ଫରେନ ମେଡିକାଲ ଗ୍ରାଜୁଏଟ୍ ଏଗଜାମିନେସନ ବା FMGE ପାସ୍ କରିନଥିବା ୭୩ ଜଣ ଛାତ୍ରଛାତ୍ରୀଙ୍କ ସଂପର୍କରେ ସିବିଆଇ ଖୋଳତାଡ଼ ଆରମ୍ଭ କରୁଛି ।

ଏହି ଛାତ୍ରଛାତ୍ରୀ ରୁଷିଆ, ୟୁକ୍ରେନ୍ ଏବଂ ଚୀନରେ ୨୦୧୧ରୁ ୨୦୨୨ ମଧ୍ୟରେ ଡାକ୍ତରୀ ପାଠ ପଢ଼ିଥିଲେ । କିନ୍ତୁ ଏଫ୍ଏମଜିଇ ପରୀକ୍ଷା ପାସ୍ ନକରି ବି ମେଡ଼ିକାଲ୍ କାଉନସିଲ୍ ଅଫ ଇଣ୍ଡିଆ କିମ୍ବା ଷ୍ଟେଟ ମେଡ଼ିକାଲ୍ କାଉନସିଲରେ କିଭଳି ପଞ୍ଜିକରଣ କଲେ, ସେନେଇ ସିବିଆଇ ତଦନ୍ତ ଆରମ୍ଭ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅଭିଯୋଗ ପରେ ସିବିଆଇ ଏବେ ଏହି ମାମଲାର ତଦନ୍ତ କରୁଛି । ସଂପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ ଏବଂ ଜାଲିଆତି ଅଭିଯୋଗରେ ଏକାଧିକ ଦଫା ଲାଗିଛି । ପରୀକ୍ଷାରେ ପାସ୍‌ ନକରି ବି ଏମାନେ ଚିକିତ୍ସା କରୁଛନ୍ତି । 

ବିଦେଶରେ ଡାକ୍ତରୀ ପାଠପଢ଼ିଥିବା ଭାରତୀୟ ଛାତ୍ରଛାତ୍ରୀ ଯଦି ଭାରତରେ ଡାକ୍ତରୀ ସେବା କରିବେ, ତେବେ ମେଡ଼ିକାଲ୍ କାଉନସିଲ୍ ଅଫ ଇଣ୍ଡିଆ-ଏମସିଆଇ କିମ୍ବା ଷ୍ଟେଟ ମେଡ଼ିକାଲ୍ କାଉନସିଲ୍-ଏସ୍ଏମସିରେ ପଞ୍ଜିକରଣ ବାଧ୍ୟତାମୂଳକ । ଏଥିପାଇଁ ଏକ FMGE (Foreign Medical Graduates Examination) ସ୍କ୍ରିନିଂ ଟେଷ୍ଟ ଦେବାକୁ ପଡିଥାଏ । କିନ୍ତୁ ଏହି ୭୩ ଜଣ ଛାତ୍ରଛାତ୍ରୀ କୌଣସି ସ୍କ୍ରିନିଂ ଟେଷ୍ଟ ଦେଇନଥିବା ଜଣାପଡିଥିଲା ।

ଅଧିକ ପଢ଼ନ୍ତୁ: ବିଶ୍ୱବ୍ୟାଙ୍କ ସର୍ଭେରୁ ଖୁଲାସା- ଓଡ଼ିଶାରେ ଅଧା ଡାକ୍ତରଙ୍କ ନାହିଁ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା!

ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପାଖକୁ ଗତ ସେପ୍ଟେମ୍ବର ୧୨ ଏବଂ ଅକ୍ଟୋବର ୧୭ ତାରିଖରେ ନ୍ୟାସନାଲ୍ ବୋର୍ଡ ଅଫ୍ ଏକଜାମିନେସନ-ଏନବିଇ ପକ୍ଷରୁ ୨ଟି ଚିଠି ଆସିଥିଲା, ଯେଉଁଥିରେ ଏହି ୭୩ ଜଣ ଛାତ୍ରଛାତ୍ରୀଙ୍କ ନାଁ ଥିଲା । ତେବେ ଦେଶବ୍ୟାପି କେବଳ ଏହି ୭୩ ଜଣ ଅଣପଞ୍ଜିକୃତ ମେଡ଼ିକାଲ ଛାତ୍ରଛାତ୍ରୀ ଡାକ୍ତରୀ ସେବା କରୁଛନ୍ତି ନା ଆଉ ଅଛନ୍ତି, ସେନେଇ ଆରମ୍ଭ ହୋଇଛି ଖୋଳତାଡ଼ ।