Advertisment

୨୦ ବର୍ଷର ଯୁବତୀଙ୍କୁ ୫୧ ଥର ଭୁସି ହତ୍ୟା କଲା ଯୁବକ

ଜଣେ ୨୦ ବର୍ଷର ଯୁବତୀଙ୍କୁ ୫୧ ଥର ଆଘାତ କରାଯାଇ ହତ୍ୟା କରାଯାଇଛି। ଯୁବତୀ ଜଣକ ଯୁବକ ସହ କଥାବାର୍ତ୍ତା ନ କରିବାରୁ ସେ ଏପରି କାଣ୍ଡ କରିଛି ବୋଲି ଜଣାଯାଇଛି। ଉଭୟ କିଛି ଦିନ ପୂର୍ବରୁ ପରସ୍ପରକୁ ଜାଣିଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Chhattisgarh Murder Case

20-Year-Old Woman Stabbed 51 Times

ଛତିଶଗଡରୁ ଏକ ଛାତିଥରା ଖବର ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କୁ ୫୧ ଥର ଆଘାତ କରାଯାଇ ହତ୍ୟା କରାଯାଇଥିବା ପୋଲିସ କହିଛି। ଯୁବତୀ ଜଣକ ଯୁବକ ସହ କଥାବାର୍ତ୍ତା ନ କରିବାରୁ ସେ ଏପରି କାଣ୍ଡ କରିଛି ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ, ଉଭୟ କିଛି ଦିନ ପୂର୍ବରୁ ପରସ୍ପରକୁ ଜାଣିଥିଲେ।

Advertisment

ରିପୋର୍ଟ ଅନୁଯାୟୀ, ଯେତେବେଳେ ଯୁବକ ଜଣକ ତାଙ୍କୁ ହତ୍ୟା କରିବାକୁ ଆସିଥିଲେ ସେତେବେଳେ ସେ ତାଙ୍କ ଘରେ ଏକୁଟିଆ ଥିଲେ। ଯୁବକ ଜଣକ ତାଙ୍କ ମୁହଁରେ ତକିଆ ଦେଇ ହତ୍ୟା କରିଥିବା ଜଣାଯାଇଛି। ପୀଡିତାଙ୍କ ବୟସ ୨୦ ବୋଲି ଜଣାଯାଇଛି। ରିପୋର୍ଟ ଅନୁଯାୟୀ ଯୁବତୀ ଜଣକ ଖସିଯିବାକୁ ଚେଷ୍ଟା କରିଥିଲେ, ଯେଉଁ କାରଣରୁ ତାଙ୍କ ହାତରେ କ୍ଷତ ଚିହ୍ନ ମଧ୍ୟ ରହିଛି।

ଏହି ଘଟଣା ଛତିଶଗଡର କୋରବା ଜିଲ୍ଲା ପମ୍ପ୍‌ ହାଉସ କଲୋନୀରେ ଘଟିଛି। ଯେତେବେଳେ ପୀଡିତାଙ୍କ ଭାଇ ବିଳମ୍ବରେ ଘରକୁ ଆସିଥିଲେ, ସେତେବେଳେ ସେ ତାଙ୍କ ଭଉଣୀଙ୍କ ରକ୍ତ ଜୁଡୁବୁଡୁ ଦେହକୁ ତକିଆରେ ମୁହଁ ଢାଙ୍କି ହୋଇଥିବା ଦେଖିଥିଲେ। ଏହା ପରେ ସେ ବାପାମାଆ ଏବଂ ପୋଲିସକୁ ସୂଚନା ଦେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ହୋଟେଲରେ ରାତି କାଟିବାକୁ ମନା କରିବାରୁ ପ୍ରେମିକାକୁ ତଣ୍ଟି ଚିପି ମାରିଦେଲା ପ୍ରେମିକ

ପୋଲିସ୍ ଉପସ୍ଥିତିରେ ଯେତେବେଳେ ନାବାଳିକାକୁ ଡାକ୍ତରଖାନା ନିଆଯାଇଥିଲା, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଷ୍ଟମର୍ଟମ ରିପୋର୍ଟରେ ଜଣାପଡିଛି ଯେ ଯୁବତୀଙ୍କୁ ୫୧ ଥର କୌଣସି ଏକ ମୁନିଆ ଜିନିଷରେ ଆଘାତ କରାଯାଇଛି। ତାଙ୍କ ଗଳା, ପାଟି, ଛାତିରେ ଗଭୀର କ୍ଷତ ଚିହ୍ନ ଦେଖିବାକୁ ମିଳିଛି।

ଯେତେବେଳେ ପୋଲିସ ତଦନ୍ତ ଆରମ୍ଭ କଲା ସେତେବେଳେ ସେଠାରୁ ଏକ ବ୍ୟାଗ୍ ମିଳିଛି। ସେଥିରୁ ଏକ ଟିକେଟ୍ ମିଳିଛି। ଏହା ଶାହାବାଜ ଖାନଙ୍କ ନା’ରେ ଥିବା ବେଳେ ଏଥିରେ ଅହମ୍ମଦାବାଦରୁ ରାୟପୁର ପର୍ଯ୍ୟନ୍ତ ଲେଖା ଅଛି। ଏହା ସହିତ ସେଠାରୁ କିଛି ସାର୍ଟ ମଧ୍ୟ ଉଦ୍ଧାର କରାଯାଇଛି। ତେବେ ଏଠାରୁ କୌଣସି ଛୁରୀ ମିଳି ନଥିବାରୁ ଏହି ହତ୍ୟା ଏକ ସ୍କୃଡ୍ରାଇଭର ଦ୍ୱାରା କରାଯାଇଥିବା ସନ୍ଦେହ କରାଯାଉଛି।

କୁହାଯାଉଛି ଯେ ପୀଡିତା ଅଭିଯୁକ୍ତଙ୍କୁ ୩ ବର୍ଷ ପୂର୍ବରୁ ଜାଣିଥିଲେ। ଯେତେବେଳେ ଅଭିଯୁକ୍ତ ଏକ ଘରୋଇ ବସ୍‌ରେ ହେଲ୍‌ପର୍‌ ଭାବରେ କାମ କରୁଥିଲେ ଯୁବତୀ ସେ ବସ୍‌ରେ ପ୍ରାୟ ସମୟ ଯାଉଥିଲେ। ସଂପର୍କ ସେଇଠୁ ଆରମ୍ଭ ହୋଇଥିଲା। ପରେ ଯୁବକ ଜଣଙ୍କ କାମ ପାଇଁ ଗୁଜୁରାଟକୁ ଚାଲିଗଲେ ଏବଂ ସେ ତାଙ୍କ ସହ ସମ୍ପର୍କରେ ରହିବା ପାଇଁ କଥାବାର୍ତ୍ତା ହେଉଥିଲେ। ଯେତେବେଳେ ସେ ତାଙ୍କ ସହ କଥା ହେବା ବନ୍ଦ କରିଦେଲେ ଏଥିରେ ରାଗି ଅଭିଯୁକ୍ତ ତାଙ୍କ ପରିବାରକୁ ଧମକ ମଧ୍ୟ ଦେଇଥିବା କୁହାଯାଇଛି।

କୋବ୍ରା ପୋଲିସ୍ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି ଏବଂ ୪ ଜଣିଆ ପୋଲିସ ଟିମ୍ ଦ୍ୱାରା ଏହାର ତଦନ୍ତ ଜାରି ରହିଛି।

Murder Murder Case Chhattisgarh
Advertisment
Advertisment