/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745842903.jpg)
Potential Military Crisis in Pakistan
ଯୁଦ୍ଧ ଡରରେ ନଖ କାମୁଡ଼ିଲାଣି ପାକିସ୍ତାନ । ଭାରତର ଆକ୍ସନ୍ ପୂର୍ବରୁ ପାକିସ୍ତାନରେ ରିଆକ୍ସନ୍ । ପାକିସ୍ତାନୀ ସେନାରେ ବଡ଼ ଧରଣର ବିଦ୍ରୋହ । ଇସ୍ତଫା ଦେଲେଣି ପାକ୍ ସୈନିକ । ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ଭାରତର ଟାର୍ଗେଟରେ ରହିଛି ପାକିସ୍ତାନ। କେଉଁ ମୁହୁର୍ତ୍ତରେ ପାକ ମାଟିରେ ହୋଇପାରେ ବଡ଼ ଧରଣର ଆକ୍ରମଣ। ଯାହାର ଭୟରେ ଝାଳନାଳ ହୋଇ ଥରିଲାଣି ପାକିସ୍ତାନ। ସାମ୍ଭାବ୍ୟ ଯୁଦ୍ଧ ଆଶଙ୍କାକୁ ନେଇ ଛାନିଆ ହୋଇଗଲେଣି ପାକିସ୍ତାନୀ ସୈନିକ । ଆଉ ପାକ ସେନାରେ ଦେଖାଦେଲାଣି ବଡ଼ ବିବାଦ। ସାମରିକ କମାଣ୍ଡରଙ୍କ ବାରମ୍ବାର ପରିବର୍ତ୍ତନ ହେଉଥିବା ନିର୍ଦ୍ଦେଶ, ମାନସିକ କ୍ଳାନ୍ତି ଏବଂ ଯୁଦ୍ଧ ଡ଼ରରେ ୨୫୦ରୁ ଅଧିକ ସାମରିକ ଅଧିକାରୀ ଏବଂ ୪୫୦୦ରୁ ଅଧିକ ସୈନିକ ଇସ୍ତଫା ଦେଇଛନ୍ତି।
ତେବେ ଭାରତ-ପାକିସ୍ତାନ ସୀମାର ସୁରକ୍ଷା ପାଇଁ ଦାୟୀ ୧୧ତମ କୋରସର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉମର ଅହମ୍ମଦ ବୁଖାରୀ ସେନା ମୁଖ୍ୟାଳୟକୁ ଏକ ଚିଠି ଲେଖି ଏହି ପରିସ୍ଥିତି ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ତେବେ ଏନେଇ ପାକ ସେନା ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ବୁଖାରୀଙ୍କ ଚିଠିର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଅଧିକ ପଢ଼ନ୍ତୁ: ପାଇଲା ପାନେ; ଭାରତ ଛାଡ଼ିଲା ପାଣି; ବୁଡ଼ିଲା ପାକିସ୍ତାନ
ଭାରତ ଏବଂ ପାକିସ୍ତାନ ସୀମାରେ ବଢ଼ୁଥିବା ଉତ୍ତେଜନା ପାକିସ୍ତାନୀ ସେନା ଉପରେ ପ୍ରବଳ ଚାପ ସୃଷ୍ଟି କରୁଛି। ସାମରିକ କମାଣ୍ଡରମାନେ ସ୍ପଷ୍ଟ ନିର୍ଦ୍ଦେଶ ଦେବାରେ ବିଫଳ ହୋଇଛନ୍ତି, ଯାହା ଫଳରେ ସୈନ୍ୟମାନଙ୍କ ମଧ୍ୟରେ ଅସନ୍ତୋଷକୁ ବୃଦ୍ଧି କରିଛି। ଇସ୍ତଫା ଯୋଗୁଁ ଏହାର ପ୍ରଭାବ ସିଧାସଳଖ ଭାରତ-ପାକିସ୍ତାନ ସୀମାରେ ଦୃଶ୍ୟମାନ ହେଉଛି । ଯେଉଁଠାରେ ପଦାତିକ ବାହିନୀ, ଉତ୍ତର ଅଞ୍ଚଳର ପର୍ବତ ବାଟାଲିୟନ ଏବଂ ଆଗ ଧାଡିରେ ନିୟୋଜିତ ତୋପ ରେଜିମେଣ୍ଟରେ ସୈନିକଙ୍କ ସଂଖ୍ୟାରେ ତୀବ୍ର ହ୍ରାସ ଘଟିଛି।
ଜେନେରାଲ ବୁଖାରୀ ଏହି ପରିସ୍ଥିତି ସମ୍ପର୍କରେ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ଅବଗତ କରାଇଛନ୍ତି। ଏହାର ଜବାବରେ, ସେନା ମୁଖ୍ୟାଳୟ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରି କହିଛି, ଏହି ସଙ୍କଟ ସମୟରେ ଇସ୍ତଫା ଗ୍ରହଣ କରାଯିବ ନାହିଁ। ଏହା ସାମରିକ ନିୟମର ଉଲ୍ଲଂଘନ, ଇସ୍ତଫା ଦେଉଥିବା ଅଧିକାରୀ ଏବଂ ସୈନିକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ତେବେ ସେ ଯାହା ହେଉନା କାହିଁକି ଏଭଳି ସଙ୍କଟରେ ପାକିସ୍ତାନୀ ସେନା ଭିତରେ ଥିବା ଗଭୀର ଅସନ୍ତୋଷ, ଦୁର୍ବଳ ନେତୃତ୍ୱ ଏବଂ ନିମ୍ନ ସାମରିକ ମନୋବଳକୁ ପ୍ରକାଶ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)