Advertisment

Russia-Ukraine War: ୩ ଦିନ ଅସ୍ତ୍ରବିରତି ଘୋଷଣା କଲେ ରୁଷିଆ ରାଷ୍ଟ୍ରପତି

୨୦୨୨ ମସିହା ଫେବୃଆରୀ ୨୪ ତାରିଖରୁ ନିରବଚ୍ଛିନ୍ନ ଭାବେ ୟୁକ୍ରେନରେ ଘନଘନ ଆକ୍ରମଣ କରୁଥିବା ରୁଷ । ୟୁକ୍ରେନ ଯୁଦ୍ଧରେ ଏକ ଅସ୍ଥାୟୀ ଅସ୍ତ୍ରବିରତି ଘୋଷଣା କରିଛି ।

author-image
Deviprasad Jena
ଅଦ୍ୟତନ ହୋଇଛି
ବନ୍ଦ ରହିବ ରୁଷ ୟୁକ୍ରେନ ଯୁଦ୍ଧ !

ବନ୍ଦ ରହିବ ରୁଷ ୟୁକ୍ରେନ ଯୁଦ୍ଧ !

୨୦୨୨ ମସିହା ଫେବୃଆରୀ ୨୪ ତାରିଖରୁ ନିରବଚ୍ଛିନ୍ନ ଭାବେ ୟୁକ୍ରେନରେ ଘନଘନ ଆକ୍ରମଣ କରୁଥିବା ରୁଷ । ୟୁକ୍ରେନ ଯୁଦ୍ଧରେ ଏକ ଅସ୍ଥାୟୀ ଅସ୍ତ୍ରବିରତି ଘୋଷଣା କରିଛି । ଯୁଦ୍ଧରେ ଏକ ଅସ୍ଥାୟୀ ଅସ୍ତ୍ରବିରତି ଘୋଷଣା କରିଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଦିନ ୟୁକ୍ରେନରେ ମେ ୮ ତାରିଖରୁ ମେ ୧୦ ପର୍ଯ୍ୟନ୍ତ ତିନି ଦିନିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି ।

Advertisment

କ୍ରେମଲିନ କହିଛି ଯେ ଏହି ଅସ୍ତ୍ରବିରତି ମେ ୮ ତାରିଖ ସକାଳୁ ମେ ୧୦ ତାରିଖ ଅର୍ଥାତ ୭୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ଏକ ବିବୃତିରେ କୁହାଯାଇଛି ଯେ ପୁଟିନ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବାର ୮୦ ତମ ବାର୍ଷିକୀ ପାଇଁ “ମାନବୀୟ ବିଚାରକୁ ଆଧାର କରି” ଏହି ଅସ୍ତ୍ରବିରତି ଘୋଷଣା କରିଛନ୍ତି ।

ରୁଷିଆ କହିଛି 'ରୁଷିଆ ବିଶ୍ୱାସ କରେ ଯେ ୟୁକ୍ରେନ ପକ୍ଷ ମଧ୍ୟ ଏହି ଉଦାହରଣ ଅନୁସରଣ କରିବା ଉଚିତ । ଯଦି ୟୁକ୍ରେନ ପକ୍ଷରୁ ଅସ୍ତ୍ରବିରତିର ଉଲ୍ଲଙ୍ଘନ ହୁଏ, ତେବେ ରୁଷିଆ ସଶସ୍ତ୍ର ବାହିନୀ ଯଥୋଚିତ ଏବଂ ପ୍ରଭାବଶାଳୀ ଜବାବ ଦେବ ।'

Advertisment

ତେବେ ରୁଷିଆର ଏହି ଘୋଷଣା ଉପରେ ୟୁକ୍ରେନ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଟିନଙ୍କୁ ଗୁଳିଗୋଳା ବନ୍ଦକରିବା ଏବଂ ତିନି ବର୍ଷ ଧରି ଚାଲିଥିବା ବିବାଦର ଅନ୍ତ ପାଇଁ "ଏକ ଚୁକ୍ତି ସ୍ୱାକ୍ଷର" କରିବାକୁ ଅନୁରୋଧ କରିବା ପରେ ଏହି ଘୋଷଣା କରାଯାଇଛି ।

ଅଧିକ ପଢ଼ନ୍ତୁ: ଆଜି ୬୩ ହଜାର କୋଟିର ମେଗା ଡିଲ୍ କରିବ ଭାରତ; ଫ୍ରାନ୍ସରୁ ଆସିବ ରାଫେଲ୍ ମେରାଇନ୍ ଲଢ଼ୁଆ ବିମାନ 

୨୦୨୨ ଫେବୃଆରୀ ୨୪ରୁ ନିରବଚ୍ଛିନ୍ନ ଭାବେ ୟୁକ୍ରେନରେ ଘନଘନ ଆକ୍ରମଣ କରୁଥିବା ରୁଷ । ପୂର୍ବରୁ ମଧ୍ୟ ୟୁକ୍ରେନ ସହ ଯୁଦ୍ଧ ବିରତୀ ଲାଗୁ କରିଥିଲେ । ଅର୍ଥଡକ୍ସ ଖ୍ରୀଷ୍ଟମାସ ପର୍ବ ପାଇଁ ରକ୍ତପାତ ବନ୍ଦ କରିବାକୁ ରୁଷର ଧର୍ମଗୁରୁ ପାଟ୍ରିଆଚ କିରିଲ୍ଲ ଅନୁରୋଧ କରିଥିଲେ । ତାଙ୍କ ଅନୁରୋଧ ରକ୍ଷା କରି ପୁଟିନ ଅସ୍ଥାୟୀ ଭାବେ ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବାକୁ ଘୋଷଣା କରିଥିବା କ୍ରେମଲିନ ପକ୍ଷରୁ କୁହାଯାଇଥିଲା । ଜାନୁଆରୀ ୬ ତାରିଖ ରାତି ୧୨ଟାରୁ ୩୬ ଘଣ୍ଟା ଯାଏ ୟୁକ୍ରେନର ସମସ୍ତ ସୀମାରେ ଗୁଳିଗୋଳା ବନ୍ଦ ରହିଥିଲା ।

ନିକଟରେ ଏପ୍ରିଲ ୨୦ ତାରିଖରେ ମଧ୍ୟ ଗୋଟିଏ ଦିନ ପାଇଁ ସାମୟିକ ଅସ୍ତ୍ରବିରତି ଘୋଷଣା କରିଥିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଇଷ୍ଟର ଟ୍ରୁସ୍ ବା ଇଷ୍ଟର୍ ପର୍ବ ଉପଲକ୍ଷେ ଏହି ଅସ୍ତ୍ରବିରତି ଘୋଷଣା କରିଥିଲେ ପୁଟିନ । ଏହି ସମୟରେ ରୁଷ ସୈନ୍ୟ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ ରହିବା ସହ ୟୁକ୍ରେନ ବିରୋଧରେ ସମସ୍ତ ପ୍ରକାର ସାମରିକ ଗତିବିଧି ବନ୍ଦ ରହିଥିଲା ।

ଅଧିକ ପଢ଼ନ୍ତୁ: ପାଇଲା ପାନେ; ଭାରତ ଛାଡ଼ିଲା ପାଣି; ବୁଡ଼ିଲା ପାକିସ୍ତାନ

Donald Trump Vladimir Putin Russia Ukraine Crisis Volodymyr Zelenskyy Russia Ukran War
Advertisment
Advertisment