/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745848874.jpg)
Massive Power Blackout in Europe
ଛଟପଟ ଜନତା...ଚିନ୍ତାରେ ଲୋକେ...କଣ କରିବେ କିଛି ଚିନ୍ତା କରି ପାରୁ ନାହିଁନ୍ତି...ଅନ୍ଧାରରେ ଅଧା ୟୁରୋପ । ଯୁଆଡ଼େ ଦେଖିବେ ଖାଲି ଅନ୍ଧକାର ହିଁ ଅନ୍ଧକାର । ସ୍ପେନ୍, ପର୍ତ୍ତୁଗାଲ ଓ ବେଲଜିୟମ୍ ଅନ୍ଧାରରେ ପୂରା ସହାର । ଏମିତିକି ଦକ୍ଷିଣ ଫ୍ରାନ୍ସ ମଧ୍ୟ ଅନ୍ଧକାର ଆଚ୍ଛାଦିତ ହୋଇଛି।
ତେବେ ବିଦ୍ୟୁତ୍ ନଥିବା କାରଣରୁ ବିମାନ ଓ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି । ଯାହାକୁ ନେଇ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛି ଜନତା । ଏମିତି କି କାମ କରୁନି ଟେଲିଫୋନ୍ । ଯାହାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଲାଣି । ଅନ୍ୟପକ୍ଷରେ ବିଦ୍ୟୁତ୍ ବିଭ୍ରାଟ ଫଲରେ କାମ କରୁନି ଏଟିଏମ୍। ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଲୋକେ। ତେବେ ଏତେବଡ଼ ବିଦ୍ୟୁତ ବିଭ୍ରାଟର ପ୍ରକୃତ କାରଣ ଜଣାପଡ଼ିନି ନଥିବା ସୂଚନା ମିଳିଛି। ତେବେ ଏତେ ବଡ଼ ବିଦ୍ୟୁତ୍ ବିଭ୍ରାଟ କେମିତି ହେଲା ? କେଉଁ ପରିସ୍ଥିତିରେ ହେଲା ବିଦ୍ୟୁତ୍ ବିଭ୍ରାଟ ? ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅଧିକ ପଢ଼ନ୍ତୁ: ପାଇଲା ପାନେ; ଭାରତ ଛାଡ଼ିଲା ପାଣି; ବୁଡ଼ିଲା ପାକିସ୍ତାନ
ସ୍ପେନର ସରକାରୀ ବିଦ୍ୟୁତ୍ କମ୍ପାନୀ ରେଡ୍ ଇଲେକ୍ଟ୍ରିକା କହିଛି ଯେ, ବିଦ୍ୟୁତ୍ ଯୋଗାଣକୁ ପୁଣିଥରେ ଆରମ୍ଭ କରିବା ପାଇଁ କାମ ଚାଲିଛି l ତେବେ ବର୍ତ୍ତମାନ ସମୟରେ ବ୍ଲାକ୍ଆଉଟ କେଉଁ କାରଣରୁ ହେଲା, ସେନେଇ ଯାଞ୍ଚ କରାଯାଉଛି l
ସେହିପରି ସ୍ପେନର ଜାତୀୟ ରେଳ କମ୍ପାନୀ ରେନଫେ କହିଛି ଯେ, ସ୍ଥାନୀୟ ସମୟ ରାତି ୧୨ଟା ୩୦ରେ ଦେଶର ସମ୍ପୂର୍ଣ୍ଣ ଜାତୀୟ ବିଦ୍ୟୁତ୍ ଗ୍ରୀଡ୍ ବିଚ୍ଛିନ୍ନ ହୋଇଯାଇଥିଲା l ତେଣୁ ଟ୍ରେନଗୁଡ଼ିକୁ ଅଟକାଯାଇଛି ଏବଂ କୌଣସି ଷ୍ଟେସନରୁ କୌଣସି ଟ୍ରେନ ଆସିନାହିଁ କିମ୍ବା ଛାଡିନାହିଁ l ତେବେ ପର୍ତ୍ତୁଗାଲରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେବା ଦ୍ୱାରା ରାଜଧାନୀ ଲିସବନ୍ ଏବଂ ଆଖପାଖ ଅଞ୍ଚଳ ସହିତ ଦେଶର ଉତ୍ତର ଏବଂ ଦକ୍ଷିଣ ଅଂଶକୁ ଏହା ପ୍ରଭାବିତ କରିଛି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)