• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିଶା ମଣିଷକୁ କେତେବେଳେ ପଶୁ ତ କେତେବେଳେ ପିଶାଚ କରିଦିଏ । ନିଶାରେ ମଣିଷ କ’ଣ କରେ ତାହା ସେ ନିଜେ ବି ଜାଣିନଥାଏ । ଠିକ୍‌ ଏମିତି କିଛି ଖବର ଆଜି ଆପଣଙ୍କୁ ଆମେ କହିବୁ । ଜଣେ ବ୍ୟକ୍ତି ନିଶାଗ୍ରସ୍ତ ଅବସ୍ଥାରେ ପତ୍ନୀଙ୍କୁ ଭୁଜାଲି ମାରିଦେଲା । ଆଉ ତାପରେ ନିଜେ ଆତ୍ମହତ୍ୟା କଲା । ତେବେ ଆପଣ ଭାବୁଥିବେ ଯଦି ବ୍ୟକ୍ତି ଜଣକ ପତ୍ନୀଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଭୁଜାଲି ମାରିଲେ ତେବେ ନିଜେ କାହିଁକି ଆତ୍ମହତ୍ୟା କଲେ । ଏହି ଦ୍ୱନ୍ଦ୍ୱ ଆମେ ଖୁବଶୀଘ୍ର ଦୂର କରିବୁ ।

ପ୍ରଥମେ ଆସନ୍ତୁ ଜାଣିବା ପୁରା କାହାଣୀ । ଗତ ମଙ୍ଗଳବାର ଏହି ଘଟଣା ଘଟିଛି । ସୋମବାର ରାତିରୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟ କଳି ଲାଗିଥିଲା । ଏମିତିକି ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଏହି କଳି ଲାଗିରହିଥିଲା । ଯାହାକି ପଡ଼ୋଶୀମାନେ ମଧ୍ୟ ଶୁଣିଛନ୍ତି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ଯୁକ୍ତି ଓ କଥା କଟାକଟି ପଡ଼ୋଶୀ ମଧ୍ୟ ଶୁଣିଛନ୍ତି । ସବୁଠାରୁ ବଡ଼ କଥା ହେଲା ସ୍ୱାମୀ କଳି କରୁଥିବା ବେଳେ ନିଶାସକ୍ତ ଥିଲା । ଆଉ ସକାଳୁ ସ୍ତ୍ରୀ ଉପରେ ପ୍ରଚଣ୍ଡ ରାଗିଯାଇ ତାକୁ ଭୁଜାଲିରେ ଆକ୍ରମଣ କଲା ।

ଭୁଜାଲିରେ ଆକ୍ରମଣ କରିବା ପରେ ସ୍ତ୍ରୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିରହିଥିଲା । ତାହା ଦେଖି ସ୍ୱାମୀ ଅତ୍ୟନ୍ତ ଡରିଯାଇଥିଲା । ଆଉ ‘ପତ୍ନୀଙ୍କୁ ହତ୍ୟା କରିଦେଲି, ଭାବି ନିଜେ ଆତ୍ମହତ୍ୟା କଲା ।

ଉଭୟଙ୍କ କଳି ଅତିଶୟ ହୋଇଥିବାରୁ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଆସି ଦେଖିଲା ବେଳକୁ ଗୋଟିଏ ବଖରାରେ ସ୍ୱାମୀର ମୃତଦେହ ଝୁଲୁଥିବା ବେଳେ ଆଉ ଗୋଟିଏ ବଖରାରେ ପତ୍ନୀ ଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଛନ୍ତି । ପୋଲିସ ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ତେବେ ସେ ଚିକିତ୍ସା ପରେ ସୁସ୍ଥ ହେଉଥିବା ଜଣାପଡ଼ିଛି। କିନ୍ତୁ ସ୍ତ୍ରୀ ମରିଗଲା ବୋଲି ସ୍ୱାମୀ ଆତ୍ମହତ୍ୟା କରିଛି। 

ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ପରେ ପୋଲିସର ସୂଚନା ଅନୁଯାୟୀ ମହିଳା ଜଣଙ୍କୁ ଭୁଜାଲି ମାରିବା ପରେ ସ୍ୱାମୀ ଡରିଯାଇ ଆତ୍ମହତ୍ୟା କରିଛି । ଏହି ଘଟଣାର ବିଭିନ୍ନ ଦିଗରୁ ତଦନ୍ତ ଏବେ ବି ଚାଲିଥିବା ପୋଲିସ କହିଛି । ଖାଲି ସେତିକି ନୁହେଁ ପୋଲିସ ଆହୁରି ମଧ୍ୟ କହିଛି ଯେ, ମହିଳା ଜଣଙ୍କ ହେଉଛନ୍ତି ପ୍ରିତୀ ସରଦାର । ସେ ୧୫ ବର୍ଷ ପୂର୍ବରୁ ସୌମେନ୍‌ ସରଦାର ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ତାଙ୍କୁ ୧୪ ବର୍ଷର ସନ୍ତାନ ରହିଛି । କିନ୍ତୁ ସୌମେନ୍‌ଙ୍କଠାରୁ ଗତ ୧୧ ବର୍ଷ ହେବ ସେ ଅଲଗା ହୋଇସାରିଛନ୍ତି । 

ଏବେ ଗତ ତିନି ବର୍ଷ ହେବ ସେ ଆପ୍‌ କ୍ୟାବ୍‌ ଡ୍ରାଇଭର ଲିଟନ୍‌ ଦାସଙ୍କ ସହ ଲିଭ୍ ଇନ୍‌ରେ ରହୁଥିଲେ । ଦୁଇ ବର୍ଷ ହେବ ସେ ବିକ୍ରମଗଡ଼ ଫ୍ଲାଟ୍‌କୁ ସିଫ୍ଟ ହୋଇଥିଲେ । ଯେଉଁଠି ଏହି ଘଟଣା ଘଟିଛି । ତେବେ ଏହି ଘଟଣାରେ ପ୍ରୀତିଙ୍କ ଚେତା ଫେରିବା ପରେ ପୋଲିସ ତାଙ୍କର ବୟାନ ରେକର୍ଡ କରିଛି ।