ସାଇବର ଠକଙ୍କ ଜାଲରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ। ତାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା କଟିଥିବା ଅଭିଯୋଗ ହୋଇଛି। ସାଇବର ଠକେଇ ହୋଇଥିବା ନେଇ ସମ୍ବଲପୁର ଅଇଁଠାପାଲି ଥାନାରେ ଦୀପାଳି ଲିଖିତ ଅଭିଯୋଗ କରିଛନ୍ତି।
ଅଇଁଠାପାଲି ଅଞ୍ଚଳରେ ଆଇସିଆଇସିଆଇ ବ୍ୟାଙ୍କରେ ଥିବା ଦୀପାଳିଙ୍କ ଆକାଉଣ୍ଟରୁ ଏହି ଟଙ୍କା କଟିଛି । ଗତ ମାର୍ଚ୍ଚ ୬ ତାରିଖରେ ପ୍ରଥମେ ୧ ଲକ୍ଷ ଓ ପରେ ୫୦ ହଜାର ଟଙ୍କା କଟିଛି।