Advertisment

ନକଲି କୋର୍ଟ, ଫେକ୍ ଜଜ୍; ଜାଲିଆତି କରି ନେଇଗଲେ ୧୦୦ ଏକର ଜମି

ଆପଣ ନକଲି ଆଇଏଏସ୍, ପୋଲିସ୍ ଅଧିକାରୀ, ଡାକ୍ତର ଏବଂ ପିଏମଓ କାର୍ଯ୍ୟାଳୟ ବିଷୟରେ ଶୁଣିଥିବେ ନିଶ୍ଚୟ। ବର୍ତ୍ତମାନ ଗୁଜୁରାଟରେ ଏକ ନକଲି କୋର୍ଟର ଖୁଲାସା ହୋଇଛି।ଏହି ମାମଲାରେ ନକଲି ବିଚାରପତି ସାଜିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

author-image
Sonali Ojha
fake court

fake court

ଆପଣ ନକଲି ଆଇଏଏସ୍, ପୋଲିସ୍ ଅଧିକାରୀ, ଡାକ୍ତର ଏବଂ ପିଏମଓ କାର୍ଯ୍ୟାଳୟ ବିଷୟରେ ଶୁଣିଥିବେ ନିଶ୍ଚୟ। କିନ୍ତୁ ବର୍ତ୍ତମାନ ଗୁଜୁରାଟରେ ଏକ ନକଲି କୋର୍ଟର ଖୁଲାସା ହୋଇଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି କୋର୍ଟ ଗତ ପାଞ୍ଚ ବର୍ଷ ଧରି ଚାଲିଥିଲା। ଖାଲି ସେତିକି ନୁହେଁ, ଏହି ନକଲି କୋର୍ଟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଡିଏମ୍ କାର୍ଯ୍ୟାଳୟରେ ପହଞ୍ଚିଛି ଏବଂ କିଛି ନିର୍ଦ୍ଦେଶ ପାସ୍‌ ବି ହୋଇଯାଇଛି। ନକଲି କୋର୍ଟ ରୁମ୍, ନକଲି ଜଜ୍ ଏବଂ ଓକିଲ ଏଠି ସବୁକିଛି ରହିଥିଲା । ଏହି ମାମଲାରେ ନକଲି ବିଚାରପତି ସାଜିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

Advertisment

ପୋଲିସର ସୂଚନାନୁସାରେ, ଗିରଫ ବ୍ୟକ୍ତି ହେଲେ ମୋରିସ୍ ସାମୁଏଲ୍ ଖ୍ରୀଷ୍ଟିଆନ । ସେ ପ୍ରାୟତଃ ସେହି ଲୋକମାନଙ୍କୁ ଫାଶରେ ପକାଉଥିଲେ ଯାହାର ଜମି ସମ୍ବନ୍ଧୀୟ ମାମଲା ସିଭିଲ କୋର୍ଟରେ ବିଚାରାଧୀନ ଥିଲା। ଖ୍ରୀଷ୍ଟିଆନ ତାଙ୍କ ଗ୍ରାହକଙ୍କୁ କୋର୍ଟକୁ ନ ଯାଇ ଏହି ସମସ୍ୟାର ସମାଧାନ କରିବାକୁ ପ୍ରଲୋଭିତ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ସେ ମୋଟା ଅଙ୍କର ଟଙ୍କା ଚାର୍ଜ ମଧ୍ୟ କରୁଥିଲେ। ନିଜ ନାମରେ ପ୍ରାୟ ୧୦୦ ଏକର ସରକାରୀ ଜମି କରିନେଇଥିବା ଅଭିଯୋଗ ମଧ୍ୟ ରହିଛି ।

ପୋଲିସ ଷ୍ଟେସନରେ ଅଭିଯୋଗ ପଞ୍ଜୀକୃତ ହେବା ପରେ ଅହମ୍ମଦାବାଦ ସିଟି ସିଭିଲ କୋର୍ଟରେ ଶୁଣାଣି ପାଇଁ ଏହି ମାମଲା ସାମ୍ନାକୁ ଆସିଥିଲା। ପୋଲିସର ସୂଚନାନୁସାରେ, ସେ ନିଜକୁ ଜଣେ କୋର୍ଟ ନିଯୁକ୍ତ ସରକାରୀ ମଧ୍ୟସ୍ଥି ଦର୍ଶାଇ ୨୦୧୯ରେ ଏକ ଜମି ବିବାଦ ମାମଲାରେ ରାୟ ଦେଇଥିଲେ। ଏଥିରୁ ଜଣାପଡ଼ୁଛି ଯେ ପ୍ରାୟ ୫ ବର୍ଷ ଧରି ଏକ ନକଲି ଟ୍ରିବୁନାଲ ଚାଲିଥିଲା। ସିଭିଲ୍‌ କୋର୍ଟଙ୍କ ‌ରେଜିଷ୍ଟ୍ରାରଙ୍କ ଦ୍ବାରା ସାମୁଏଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସ ଏହା ମଧ୍ୟ କହିଛି ଯେ ଏହି ଅଫିସ କୋର୍ଟ ପରି ଦେଖାଯାଏ।‌ ସେ ଏହି ନକଲି ଅଫିସ୍‌ରେ ବସି ଟ୍ରିବୁନାଲର ପ୍ରିଜାଇଡିଂ ଅଫିସର ଭାବେ ନିଜ ମହକିଲ ସମର୍ଥନରେ ରାୟ ଦେଇଥାନ୍ତି।

Advertisment

ଖ୍ରୀଷ୍ଟିଆନ ଜମି ବିବାଦରେ ଅଜଣା ଲୋକଙ୍କୁ ଟାର୍ଗେଟ କରୁଥିଲେ ଓ ସେମାନଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଉଥିଲେ। ଟଙ୍କା ଦେଲେ ତୁରନ୍ତ ସମାଧାନ କରିବାକୁ ପ୍ରତିଶୃତି ଦେଇ ଠକି ଚାଲିଥିଲେ।ସରକାରୀ ଜମି ସହ ଜଡିତ ଏକ ମାମଲାରେ ତାଙ୍କ ମହକିଲ ରାଜସ୍ୱ ରେକର୍ଡରେ ତାଙ୍କ ନାମ ପଞ୍ଜିକୃତ କରିବାକୁ ଚାହୁଁଥିଲେ। କୌଣସି ସରକାରୀ ଆଦେଶ ବିନା ଖ୍ରୀଷ୍ଟିଆନ ତାଙ୍କ ମହକିଲଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇଥିଲେ ଯେ ତାଙ୍କୁ ସରକାରୀ ଆର୍ବିଟ୍ରେଟର ଭାବରେ ନିଯୁକ୍ତି ମିଳିଛି। ଭଦ୍ରା ସିଟି ସିଭିଲ କୋର୍ଟର ରେଜିଷ୍ଟ୍ରାର ହାର୍ଦ୍ଦିକ ଦେଶାଇ ଅହମ୍ମଦାବାଦର କରଞ୍ଜ ପୋଲିସ ଷ୍ଟେସନରେ ଖ୍ରୀଷ୍ଟିଆନଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଭଦ୍ରା ଜାଣିଥିଲେ ଯେ ଖ୍ରୀଷ୍ଟିଆନ ମଧ୍ୟସ୍ଥି ନୁହଁନ୍ତି କିମ୍ବା ଏହି ଆଦେଶ ପ୍ରକୃତ ନୁହେଁ। ଏହା ପରେ ସେ କରଞ୍ଜ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଏବଂ ପୋଲିସ ତାଙ୍କୁ ଗିରଫ କରିଥିଲା।

Fake Court Order
Advertisment
Advertisment