/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729598099.jpg)
Khordha Murder
ଖୋର୍ଦ୍ଧା କାଇପଦର ଟାଙ୍ଗିଣି ମୁଣ୍ଡିଆ ପଥର ଖଣିରୁ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାସ । ଗାଁରେ ନିଜର ପତିଆରାକୁ ନେଇ ବିବାଦରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିପାରିଛି । ହତ୍ୟାକାଣ୍ଡରେ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ।
ପୋଲିସର ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୮ତାରିଖରେ ଖୋର୍ଦ୍ଧା ସଦର ଥାନା ଟାଂଗେଣି ମୁଣ୍ଡିଆର ଏକ ପଥର ଖଣିରୁ କାଇପଦର ଗାଁର ନିଶିକାନ୍ତ ବେହେରାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା ।
ପ୍ରଥମେ ପୋଲିସ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପରବର୍ତ୍ତୀ ଅନୁସନ୍ଧାନରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି । ଗାଁରେ ନିଜର ପତିଆରାକୁ ନେଇ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଇଛି । ଅଭିଯୁକ୍ତ ମାନେ ନିଶିକାନ୍ତଙ୍କୁ ପତନିବର ଗାଁର ଏକ ମନ୍ଦିର ନିକଟରେ ହତ୍ୟା କରି ତାଙ୍କୁ ଆଣି ଟାଂଗେଣି ମୁଣ୍ଡିଆର ଏକ ପଥର ଖଣି ଭିତରକୁ ପଥର ବାନ୍ଧି ଫୋପାଡ଼ି ଥିବା ଅଭିଯୁକ୍ତମାନେ ସିନ ରିକ୍ରିଏସନ୍ ବେଳେ କହିଛନ୍ତି ।
ଅଭିଯୁକ୍ତଙ୍କ ନିକଟରୁ ବାଇକ, ମୋବାଇଲ ଫୋନ ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଖୋର୍ଦ୍ଧା ଏସପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)