Advertisment

Fake Doctor Heart Surgery Scandal: ହାର୍ଟ ଅପରେସନ୍ କରି ୭ ଜଣଙ୍କ ଜୀବନ ନେଲା ନକଲି ଡାକ୍ତର

ମଧ୍ୟପ୍ରଦେଶ ଦାମୋହ ଜିଲ୍ଲାରେ ଥିବା ମିଶନ ହସ୍‌ପିଟାଲରେ ହାର୍ଟ ଅପରେସନ୍ କରି ୭ ଜଣଙ୍କ ଜୀବନ ନେଇଛି ଜଣେ ନକଲି ଡକ୍ଟର । ନିଜକୁ ବ୍ରିଟେନର ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଏନ୍ ଜନ୍ କାଇମ୍ ଭାବେ ପଚିଚୟ ଦେଇ, ସେ ସମ୍ପୃକ୍ତ ହସ୍‌ପିଟାଲରେ ଚାକିରି କରିଥିଲା । କିନ୍ତୁ, ତା'ର ପ୍ରକୃତ ନାମ ହେଉଛି ବିକ୍ରମାଦିତ୍ୟ ଯାଦବ । ତା' ନିକଟରେ କୌଣସି ଡାକ୍ତରୀ ଡିଗ୍ରୀ ନଥିବା ବେଳେ, ସେ ଜନ୍ କାଇମଙ୍କ ନାଁରେ ଏକ ଫେକ୍ ଡିଗ୍ରୀ ଦେଖାଇ ଚାକିରି ପାଇଥିଲା ।

author-image
Deviprasad Jena
ଅଦ୍ୟତନ ହୋଇଛି
Fake Doctor

Fake Doctor

ନକଲି ଡାକ୍ତର ଆତଙ୍କରେ ଛାନିଆ ରୋଗୀ । କାରଣ ଜଣେ ନକଲି ଡାକ୍ତର ହାର୍ଟ ଅପରେସନ୍ କରି ନେଇଯାଇଛି ୭ ଜଣଙ୍କ ଜୀବନ । ରୋଗୀ ଯାହାକୁ ଭଗବାନ ଭାବୁଥିଲେ , ସିଏ ଭଗବାନ ବଦଳରେ ଥିଲା ସୈତାନ । ଏମିତି ଏକ ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Advertisment

ମଧ୍ୟପ୍ରଦେଶ ଦାମୋହ ଜିଲ୍ଲାରେ ଥିବା ମିଶନ ହସ୍‌ପିଟାଲରେ ହାର୍ଟ ଅପରେସନ୍ କରି ୭ ଜଣଙ୍କ ଜୀବନ ନେଇଛି ଜଣେ ନକଲି ଡକ୍ଟର । ନିଜକୁ ବ୍ରିଟେନର ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଏନ୍ ଜନ୍ କାଇମ୍ ଭାବେ ପଚିଚୟ ଦେଇ, ସେ ସମ୍ପୃକ୍ତ ହସ୍‌ପିଟାଲରେ ଚାକିରି କରିଥିଲା । କିନ୍ତୁ, ତା'ର ପ୍ରକୃତ ନାମ ହେଉଛି ବିକ୍ରମାଦିତ୍ୟ ଯାଦବ । ତା' ନିକଟରେ କୌଣସି ଡାକ୍ତରୀ ଡିଗ୍ରୀ ନଥିବା ବେଳେ, ସେ ଜନ୍ କାଇମଙ୍କ ନାଁରେ ଏକ ଫେକ୍ ଡିଗ୍ରୀ ଦେଖାଇ ଚାକିରି ପାଇଥିଲା ।

ରୋଗୀମାନେ ତାଙ୍କୁ ଜଣେ ଦକ୍ଷ ହାର୍ଟ ସର୍ଜନ ଭାବି ଅପରେସନ୍ ପାଇଁ ରାଜି ହେଉଥିଲେ । ହେଲେ ଜୀବନ ବଞ୍ଚାଇବା ନାଁରେ ତାଙ୍କୁ ମରଣ ମୁହଁକୁ ଠେଲି ଦେଉଥିଲା ଏହି ଠକ ସୈତାନ । ଏପରିକି ହାର୍ଟ ଅସ୍ତ୍ରୋପ୍ରଚାର କରି ୭ ଜଣଙ୍କ ଜୀବନ ନେଇଗଲା ଏହି ମିଛ ଡାକ୍ତର । ବିକ୍ରମାଦିତ୍ୟ ସମ୍ପୃକ୍ତ ହସ୍‌ପିଟାଲରେ ୪୩ ଦିନ କାମ କରିଥିଲା । ଏକ ଆଉଟସୋର୍ସିଂ ଏଜେନ୍ସି ଦ୍ୱାରା ତାକୁ ଚାକିରି ମିଳିଥିଲା ।

Advertisment

ଅଧିକ ପଢ଼ନ୍ତୁ: ଘରୁ ଡାକି ଆଣି ବଜାର ଉପରେ ହାଣି ହାଣି ମାରିଦେଲେ

ଏହି ହସ୍‌ପିଟାଲରେ ତାକୁ ଉଚ୍ଚ ବେତନରେ ନିଯୁକ୍ତି ଦିଆଯାଇଥିଲା । କୁହାଯାଉଛି ଯେ ହସ୍‌ପିଟାଲ ଜାଣିଥିଲା ​​ଯେ ରାଜ୍ୟ MCIରେ ତାଙ୍କର କୌଣସି ପଞ୍ଜୀକରଣ ନାହିଁ। ତଥାପି ତାଙ୍କୁ ଚାକିରି ଦିଆଯାଇଥିଲା । ଏପରିକି ଏହି ନକଲି ଡାକ୍ତର ହସ୍‌ପିଟାଲ ଦ୍ୱାରା ପ୍ରଦାନ କରାଯାଇଥିବା ଘରେ ନରହି, ହୋଟେଲର ଏକ ବିଳାସପୂର୍ଣ୍ଣ କୋଠରୀରେ ରହୁଥିଲେ ।

ତେବେ ବିକ୍ରମାଦିତ୍ୟର ପୋଲ୍ ଖୋଲିଗଲା ପରେ ସେ ହସ୍‌ପିଟାଲରୁ ଫେରାର ହୋଇଯାଇଥିଲା । ହେଲେ ପୋଲିସ ଏକ ସ୍ପେଶାଲ ଟିମ୍ ଗଠନକରି ତା'କୁ ଗିରଫ କରିଛି । ଆଉ ପଚରାଉଚୁରା କରିବା ସହ ନିଯୁକ୍ତି ଦେଇଥିବା ଆଉଟସୋର୍ସିଂ ସଂସ୍ଥାକୁ ରିପୋର୍ଟ ମାଗିଛି ।

ଅପରପକ୍ଷେ ଏହି ନକଲି ଡାକ୍ତର ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ସରକାର ଏହାକୁ ଗମ୍ଭୀର ଭାବେ ନେଇଛନ୍ତି । ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ । ଏହା ସହ ଯଦି ଏପରି ଆଉ କେହି ଅଛନ୍ତି, ତେବେ ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିକ୍ରମାଦିତ୍ୟ ଯାଦବ ଗତ ୧୮ବର୍ଷ ଧରି ଏହି ପ୍ରକାରର କାମ କରୁଥିଲେ । ସେ ଦେଶର ବିଭିନ୍ନ ସ୍ଥାନରେ ନକଲି ଡାକ୍ତର ଭାବେ କାମ କରିଛନ୍ତି । କିନ୍ତୁ ତାଙ୍କ କୁକର୍ମ ବିଷୟରେ କେହି କିଛି ଜାଣି ପାରିନଥିଲେ । ତେବେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଅଧିକ ପଢ଼ନ୍ତୁ: ଭିଡିଓ ଦେଖାଇ ବ୍ଲାକମେଲ, ବୟଫ୍ରେଣ୍ଡ ସହ ମିଶି କ୍ୟାବ ଡ୍ରାଇଭରକୁ ହତ୍ୟା

Madhya Pradesh Police Madhya Pradesh Fake Doctor Fake Doctor Arrested Real Face Of Fake Doctor
Advertisment
Advertisment