• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତୀୟ ଷ୍ଟକ୍ ମାର୍କେଟ ରଚିଲା ଇତିହାସ । ପ୍ରଥମ ଥର ପାଇଁ ୪୦୦ ଲକ୍ଷ କୋଟିରେ ପହଞ୍ଚିଲା BSE । ଦୀର୍ଘ ଦିନ ଧରି ଚାଲିଆସୁଥିବା ଐତିହାସିକ ରାଲି ଏବେ ବି ଜାରି ରହିଛି । ଏହି ଐତିହାସିକ ସମାବେଶରେ ଘରୋଇ ଷ୍ଟକ୍ ବଜାର କ୍ରମାଗତ ଭାବରେ ନୂଆ ଉଚ୍ଚତା ହାସଲ କରୁଛି ଏବଂ ନୂଆ ରେକର୍ଡ ସୃଷ୍ଟି କରୁଛି । ନୂଆ ଆର୍ଥିକ ବର୍ଷରେ ସର୍ବକାଳୀନ ଉଚ୍ଚତା ହାସଲ କରିବା ପରେ ସୋମବାର BSE ନାଁରେ ଏକ ନୂଆ ଇତିହାସ ଯୋଡ଼ି ହୋଇଛି । ଇତିହାସରେ ପ୍ରଥମ ଥର ପାଇଁ BSE ରେ ତାଲିକାଭୁକ୍ତ କମ୍ପାନୀଗୁଡିକର ମିଳିତ ମିଡ୍‌କ୍ୟାପ୍‌ ୪୦୦ ଲକ୍ଷ କୋଟି ଅତିକ୍ରମ କରିଛି ।

ନୂଆ ଉଚ୍ଚତାରେ ସେନ୍‌ସେକ୍ସ-ନିଫ୍ଟି

୨୦୨୪-୨୫ ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନରେ ଘରୋଇ ଷ୍ଟକ୍ ମାର୍କେଟ୍ ନୂଆ ଉଚ୍ଚତାକୁ ଛୁଇଁବାରେ ସଫଳ ହୋଇଥିଲା । ବଜାର ଖୋଲିବାର କିଛି ସମୟ ମଧ୍ୟରେ ସର୍ବକାଳୀନ ହାଇ ରେକର୍ଡ ସୃଷ୍ଟି କଲା BSE । ସୋମବାର ବଜାର ଖୋଲିବା ପରେ ସେନ୍‌ସେକ୍ସ ପ୍ରଥମେ ୭୪,୬୭୩.୮୪ ପଏଣ୍ଟରେ ପହଞ୍ଚିଥିଲା । ସେହିଭଳି ନିଫ୍ଟି ୨୨,୬୩୦.୯୦ ପଏଣ୍ଟରେ ପହଞ୍ଚିଥିଲା । ଏହା ପୂର୍ବରୁ ଗତ ସପ୍ତାହରେ ମଧ୍ୟ ଉଭୟ ପ୍ରମୁଖ ଇନ୍‌ଡେକ୍ସ ନୂଆ ଶିଖର ଛୁଇଁଥିଲା । ଗତ ଏକ ବର୍ଷ ମଧ୍ୟରେ BSE ୨୫ ରୁ ୩୦ ପ୍ରତିଶତ ବୃଦ୍ଧି ପାଇଛି ।

୨୦୧୫ ମାର୍ଚ୍ଚ ମାସରେ ପ୍ରଥମଥର ପାଇଁ ବିଏସ୍‌ଇର ପୁଞ୍ଜି ୧୦୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ୨୦୨୧ ଫେବୃଆରୀରେ ଏହା ୨୦୦ ଲକ୍ଷ କୋଟି ଓ ୨୦୨୩ ଜୁଲାଇରେ ଷ୍ଟକ ଏକ୍ସଚେଞ୍ଜ ପୁଞ୍ଜିର ପରିମାଣ ୩୦୦ ଲକ୍ଷ କୋଟି ଟଙ୍କା ଛୁଇଁଥିଲା। ତେବେ ଏହାର ୯ ମାସ ମଧ୍ୟରେ ବିଏସ୍‌ଇ ତାଲିକାଭୁକ୍ତ କମ୍ପାନୀ ଗୁଡ଼ିକର ଶେୟାର ମୂଲ୍ୟ ୪୦୦ ଲକ୍ଷ କୋଟି ଟଙ୍କା ହୋଇଯାଇଛି।

୨୦୨୩ ଏପ୍ରିଲ ମାସରୁ ବିଏସ୍‌ଇ ତାଲିକା ଭୁକ୍ତ କମ୍ପାନୀଗୁଡ଼ିକ ବଜାର ପୁଞ୍ଜିରୁ ୧୪୫ ଲକ୍ଷ କୋଟି ଟଙ୍କା ପାଇଥିଲେ। ଏଥିରେ ୫୭% ଅଭିବୃଦ୍ଧି ହୋଇଛି। ହାଇ ଫ୍ରିକ୍ୟୁଏନ୍ସୀ ଇଣ୍ଡିକେଟର୍ସ, କର୍ପୋରେଟ ଆୟ, ସ୍ଥିର ନୀତି ଯୋଗୁ ନିବେଶକାରୀଙ୍କ ସକାରାତ୍ମକ ଭାବ ଓ ଭାରତୀୟ ମାର୍କେଟକୁ ଘରୋଇ ଓ ଅନ୍ତର୍ଜାତୀୟ ପ୍ରବାହ ବୃଦ୍ଧି ଯୋଗୁ ଏପରି ଫାଇଦା ମିଳିଛି।

ମଧ୍ୟମ ଓ ଛୋଟ କ୍ୟାପ୍‌ ଇଣ୍ଡିସେସରେ ଯଥାକ୍ରମେ ୬୦% ଓ ୬୩% ବୃଦ୍ଧି ହୋଇଛି। ଏହା ବଡ଼ କ୍ୟାପ ସେନସେନ୍ସ ପରିସଂଖ୍ୟାନକୁ ୨୮.୬% ବୃଦ୍ଧି କରିଛି। ରିୟଲିଟର, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଶକ୍ତି, ଭିତ୍ତିଭୂମି ଓ ଫାର୍ମା ସେକ୍ଟର ଅଧିକ ଲାଭ ପାଇଛନ୍ତି।

ମୋତିଲାଲ ୱସୱାଲ ସିକ୍ୟୁରିଟିଜ୍‌ ପକ୍ଷରୁ କୁହାଯାଇଛି ଯେ ଭାରତର ଜିଡିପି ୨୦୨୫/୨୬ ଆର୍ଥିକ ବର୍ଷ ସୁଦ୍ଧା ୪ ଲକ୍ଷ କୋଟି ଡଲାର ଅତିକ୍ରମ କରିବ। ସେହିପରି ୨୦୩୪ ଆର୍ଥିକ ବର୍ଷ ସୁଦ୍ଧର ଏହା ୮ ଲକ୍ଷ କୋଟି ଡଲାର ଛୁଇଁବ। ୨୦୨୪ ଲୋକସଭା ନିର୍ବାଚନ ପରେ ସ୍ଥିର ରାଜନୀତି ସ୍ଥିତି ଆଶା କରାଯାଇଛି।

ଏଥିପାଇଁ ଭିତ୍ତିଭୂମି, କାପେକ୍ସ ଓ ଉତ୍ପାଦନ କ୍ଷେତ୍ରରେ ଅର୍ଥନୀତିକ ଅଭିବୃଦ୍ଧିତ ହେଉଛି। ଆଗାମୀ ବର୍ଷରେ ଭାରତର ପୁଞ୍ଜି ବଜାରରେ ଆହୁରି ସକାରାତ୍ମକ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ସଂସ୍ଥା କହିଛି।

ଶକ୍ତ ମାଇକ୍ରୋଇକୋନୋମି, ଠିକ ଠାକ ଆୟ, ସ୍ଥିର ସୁଧ ହାର, ମଧ୍ୟମଧରଣର ମୁଦ୍ରାସ୍ଫୀତି ଓ ନିୟମିତ ସ୍ଥିର ନୀତି ଯୋଗୁ ଭାରତ ବର୍ତ୍ତମାନ ସ୍ୱର୍ଣ୍ଣିମ ସମୟ ଦେଇ ଗତି କରୁଛି।