/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712572418.jpg)
Roti On Pressure Cooker
ଭାଇରାଲ ହେଉଛି ଭିଡିଓ । ଯାହାକୁ ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହେବେ । ଆପଣ କେବେ ଭାବିନଥିବେ ଏମିତି ହୋଇପାରେ ରୋଷେଇ । ଏଭଳି ବୁଦ୍ଧି କିଏ ଦେଲା ବୋଲି ଆପଣଙ୍କ ମନରେ ନିଶ୍ଚୟ ଆସିବ ପ୍ରଶ୍ନ । ଆଜ୍ଞା ହଁ ଆପଣ କେବେ ବି ଭାବିନଥିବେ ରୁଟି ତିଆରି ହେଉଛି, ପୁଣି ପ୍ରେସର କୁକରରେ । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଆମେ ସମସ୍ତେ ଜାଣିଛନ୍ତି ରୁଟି ପ୍ରଥମେ ତାୱାରେ ଗରମ ହୁଏ । ତା’ପରେ ଡାଇରେକ୍ଟ ନିଆଁରେ ସେକାହୁଏ । ଆଉ ରୂଟି ପ୍ରସ୍ତୁତ ହୁଏ । ହେଲେ ଆମ ପାଖରେ ଯେଉଁ ଭିଡିଓ ପହଞ୍ଚିଛି ସେଥିରେ ଜଣେ ମହିଳା ଏହା ପ୍ରମାଣିତ କରିଛନ୍ତି ଯେ, କେବଳ ତାୱାରେ ନୁହେଁ କି ସିଧା ନିଆଁରେ ନୁହେଁ, ପ୍ରେସର କୁକରରେ ବି ପ୍ରସ୍ତୁତ ହୋଇପାରେ ରୁଟି । ଆଉ ତାହା ପୁଣି ମାତ୍ର କେଇ ମିନିଟ୍ ମଧ୍ୟରେ ।
ଜଣେ ମହିଳା ପ୍ରଥମେ କିଛି ଅଟା ଗୁଳା ଆଣି ରଖୁଛନ୍ତି । ତାପରେ ଏକ ଗୋଲ ଗୋଲ କରି ରୁଟି ବେଲୁଛନ୍ତି । କିଛି ରୁଟି ବେଲି ସାରିବା ପରେ ଏକ ପ୍ଲେଟ୍ରେ ସମସ୍ତ ରୁଟିକୁ ଏକାଠି କରି ରଖୁଛନ୍ତି । ସେପଟେ ଗ୍ୟାସ୍ରେ ପ୍ରେସରକୁକରକୁ ଗରମ କରୁଛନ୍ତି । ଆଉ ସେଥିରେ କିଛି ମାତ୍ରାରେ ଲୁଣ ପକାଇଲେ । ପ୍ରେସର ଭିତରେ ଲୁଣ ଉପରେ ବେଲା ମଧ୍ୟ ଘୋଡ଼ାଇଲେ । ଆଉ ତାପରେ ସବୁ ରୁଟିକୁ ନେଇ ସେହି ବେଲା ଉପରେ ପ୍ରେସର କୁକରରେ ରଖିଲେ ଏବଂ ଢ଼ାଙ୍କୁଣି ଦେଇଦେଲେ । କିଛି ମିନିଟ୍ ପରେ ପ୍ରେସର ସିଟି ବାଜିବା ପରେ ଢ଼ାଙ୍କୁଣି ଖୋଲି ଦେଖିଲା ବେଳକୁ ରୁଟି ପୁରା ତୟାର ।
ତେବେ ଏହାରି ଭିତରେ ଆଉ କିଛି ଟ୍ରିକ୍ ରାହି ଯାଇଛି, ଯାହା କି ଆପଣ ଭିଡିଓ ଦେଖିଲେ ସ୍ପଷ୍ଟ ବୁଝିପାରିବେ । ଆଉ ଦ୍ୱନ୍ଦ୍ୱରେ ରହିବେ ନାହିଁ ।
वो स्त्री है कुछ भी कर सकती है😜 😂🤣 pic.twitter.com/2T7MxliF4r
— Nandini Idnani 🚩🇮🇳 (@nandiniidnani69) April 5, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)