/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712572430.jpg)
scooter falls from bridge
ଦୁର୍ଘଟଣାରେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ। ଦଣ୍ଡନାଚ ଦେଖି ଫେରୁଥିଲେ । ମାତ୍ର ଆଉ ଘରେ ପହଞ୍ଚି ପାରିଲେ ନାହିଁ। ସ୍କୁଟିରେ ଯାଉଥିବା ବେଳେ ବ୍ରିଜ୍ ତଳକୁ ଖସି ପ୍ରାଣ ହରାଇଲେ। ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ରାଇକିଆ ମଣ୍ଡାକିଆ ବୁଡ଼ାମାହା ଅଞ୍ଚଳରେ ।
ବ୍ରିଜରୁ ସ୍କୁଟି ତଳକୁ ଖସିବା ଫଳରେ ୩ ସାଙ୍ଗଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଇକିଆର ବସନ୍ତ ପଣ୍ଡା ଓ ବେରେଡ଼ାକିଆର ବ୍ରହ୍ମାନନ୍ଦ ଭୋଇ ଓ କୁଶଲ ଦିଗାଲ। ସମସ୍ତେ ଦଣ୍ଡ ନାଚ ଦେଖି ବିଳମ୍ବିତରାତିରେ ଏକ ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଛି। ରାଇକିଆ ପୋଲିସ ମୃତଦେହ ଉଦ୍ଧାର କରିବା ସହ ଘଟଣାର ଛାନଭିନ୍ ଚଳାଇଛି ।
ସେପଟେ ଆଜି ସକାଳେ ପୁଣି ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗଞ୍ଜାମ ବେଲଗୁଣ୍ଠା ଜି. ନୂଆଗାଁ ଛକରେ ଘଟିଛି ଦୁର୍ଘଟଣା । ଯାତ୍ରୀବାହୀ ବସ୍ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେବା ଫଳରେ ୧୦ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।
ବସଟି ଭଞ୍ଜନଗରରୁ ବୁଗୁଡ଼ା ଅଭିମୁଖେ ଯାଉଥିବା ବେଳେ ଜି.ନୂଆଗାଁ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଛି । ଆହତଙ୍କ ମଧ୍ୟରେ କିଛି କଲେଜ ଛାତ୍ରଛାତ୍ରୀ ଅଛନ୍ତି । ପୋଲିସ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରିଛନ୍ତି । ବସ୍ ଚାଳକ ମଦ ପିଇ ଗାଡ଼ି ଚଲାଉଥିବାରୁ ଏ ଦୁର୍ଘଟଣା ଘଟିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)