• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

representational image
ଭାଇବୋହୂକୁ ଭୁଜାଲିରେ ହାଣିଲା ଦେଢ଼ଶୁର

କଟକ: ଭାଇବୋହୂକୁ ଭୁଜାଲିରେ ହାଣିଲା ଦେଢ଼ଶୁର। କଟକ ଜିଲ୍ଲା ନିଆଳି ଥାନା ପହଙ୍ଗା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ଭାଇବୋହୂକୁ ଭୁଜାଲିରେ ଆକ୍ରମଣ କରିଛନ୍ତି। ଆହତ ମହିଳାଙ୍କ ନାଁ କାଦମ୍ୱିନୀ ବାରିକ। ତାଙ୍କୁ ପ୍ରଥମେ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତଙ୍କ ନାଁ ଗଣେଶ୍ୱର ବାରିକ। ଗତକାଲି ରାତି ପ୍ରାୟ ସାଢେ ୧୦ଟା ବେଳେ କାଦମ୍ୱିନୀ ଘରେ ଏକୁଟିଆ ଥିବା ଦେଖି ଗଣେଶ […]

cloudy
ଆହୁରି ୪୮ ଘଣ୍ଟା ଯାଏ ତାତି, ସେପଟେ ମୌସୁମୀ ବାଟରେ ‘ବାୟୁ’ ବାଧା!

ଭୁବନେଶ୍ୱର: ଆହୁରି ୪୮ ଘଣ୍ଟା ଧରି ରାଜ୍ୟରେ ହିଟ୍‌ ୱେଭ କଣ୍ଡିସନ୍‌ ଜାରି ରହିବ। ଫଳରେ ପାରଦ ବଢ଼ିବା ସହ ଗରମ ବି ବଢ଼ିବ। ବିଶେଷକରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ବୃଦ୍ଧି ପାଇବ। ତେବେ ଉପକୂଳ ଓଡ଼ିଶା ତାତିରୁ ସାମାନ୍ୟ ଆଶ୍ୱସ୍ତି ପାଇବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ଡ୍ୟୁଟି ଅଫିସର ଲକ୍ଷ୍ମୀକାନ୍ତ ଗିରି ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ରାଜ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ଆହୁରି ୪ରୁ ୫ ଦିନ ଲାଗି […]

exam
ଜୁଲାଇ ୮ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ଜୁଲାଇ ୮ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୧୪ ରେ ଶେଷ ହେବ। ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମେ’ ୨୧ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୨୧୩ ପିଲା ପରୀକ୍ଷା ଦେଇଥିଲେ। ଏଥିରେ ୩ ଲକ୍ଷ ୯୭ ହଜାର ୧୨୫ ଛାତ୍ରଛାତ୍ରୀ ପାସ୍ କରିଥିଲେ। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୫ […]

selfie
ସେଲ୍‌ଫି ୱିଥ୍‌ ସ୍ନେକ୍‌

ବ୍ରହ୍ମପୁର: ବିବାହ ଭୋଜି ଓ ବିଭିନ୍ନ କାର୍ଯ୍ୟକ୍ରମରେ ସାପ, ଏଣ୍ଡୁଅଙ୍କ ସହ ସେଲଫି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କାରଣ ପ୍ରତିଯୋଗିତା ମୂଳକ ଦୁନିଆରେ କିଛି ନୂଆ କରି ଚର୍ଚ୍ଚାକୁ ଆସିବା ପାଇଁ ସମସ୍ତେ ବ୍ୟସ୍ତ। ଏଥିପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣାଇ ଲୋକମାନେ ଏହାକୁ ସଫଳ କରିବାରେ ଲାଗି ପଡ଼ିଛନ୍ତି। ହେଲେ ଏସବୁ ଭିତରେ ନିରୀହ ଜୀବଜନ୍ତୁ ବଳି ପଡ଼ୁଛନ୍ତି। ବ୍ରହ୍ମପୁରରେ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ନିରୀହ ଜୀବଜନ୍ତୁଙ୍କୁ […]

plane crash
ଦୁର୍ଘଟଣାଗ୍ରସ୍ତ ଏଏନ୍‌-୩୨ ବିମାନରେ କେହି ବି ଜୀବିତ ନାହାନ୍ତି; ବିମାନରେ ଥିଲେ ଓଡ଼ିଆ ପାଇଲଟ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦୁର୍ଘଟଣାଗ୍ରସ୍ତ ବାୟୁସେନା ବିମାନ ଏଏନ୍‌-୩୨ରେ ଆଉ କେହି ବି ଜୀବିତ ନାହାନ୍ତି। ଏନେଇ ଆଜି ଭାରତୀୟ ବାୟୁ ସେନା ବିଧିବଦ୍ଧ ଭାବେ ଘୋଷଣା କରିଛି। ବିମାନରେ ଥିବା ସମସ୍ତ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ବିମାନରେ ଓଡ଼ିଆ ପାଇଲଟ୍ ସୁନୀତ ମହାନ୍ତି ମଧ୍ୟ ଥିଲେ। ତାଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ବଳିଆପଲ୍ଲୀରେ। ଲଗାତାର ୧୧ ଦିନର ସର୍ଚ୍ଚ ଅପରେସନ୍ ପରେ ଆଜି ଏହି ଘୋଷଣା କରାଯାଇଛି। ଦୁଇ ଦିନ ତଳେ ନିଖୋଜ ବିମାନକୁ […]

nuapada
ବନ୍ଧା ହେଲେ ବଦମାସ୍‌ ବାବା

ନୂଆପଡ଼ା: ପୁଣି ଥରେ ଜଣେ ବାବାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ବାବାଙ୍କୁ ଖଡ଼ିଆଳ ପୁଲିସ୍‌ ଗିରଫ କରିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଭୂତ ଲାଗିଥିବାର ଅଭିଯୋଗ ହୋଇଥିଲା। ଭୂତ ଛଡ଼ାଇବା ପାଇଁ ବସନ୍ତ କୁମାର ବାଗ ନାମକ ଜଣେ ବାବା ଉକ୍ତ ନାବାଳିକାଙ୍କ ଘରକୁ ଆସି ଝଡ଼ାଫୁଙ୍କା କରିଥିଲେ। ଏହି ସମୟରେ ବାବା ନାବାଳିକାଙ୍କୁ କିଛି ଔଷଧ ଖାଇବାକୁ ଦେବା ସହ ବନ୍ଦ କୋଠରୀରେ […]

snake rescue
୧୮ଟି ନାଗ ସାପ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ଜଣେ ବ୍ୟକ୍ତିଙ୍କ ଘର ପଛପଟୁ ୧୮ଟି ନାଗ ସାପ ଛୁଆ ଉଦ୍ଧାର କରାଯାଇଛି।  ଗାଁ ଲୋକେ ଓ ସାପ ଧରାଳିଙ୍କ ସହାୟତାରେ ପ୍ରଥମେ ଛୁଆ ସାପ ଓ ପରେ ମାଆ ସାପକୁ ଉଦ୍ଧାର କରାଯାଇଥିଲା। ତେବେ ଉଦ୍ଧାର ସମୟରେ ଗୋଟିଏ ସାପ ଛୁଆର ମୃତ୍ୟୁ ହୋଇଛି। ଅନ୍ୟ ସମସ୍ତ ସାପଗୁଡ଼ିକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି।  ଏତେ ସଂଖ୍ୟକ ନାଗ ସାପ ବାହାରିଥିବା ଦେଖି ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା।

kendrapara
ମାଟି ତଳୁ ମହିଳାଙ୍କ ଶବ ଉଦ୍ଧାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ବନ୍ଧସାହି ଗାଁରେ ମାଟି ତଳୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାଁ ପାର୍ବତୀ ମଲ୍ଲିକ। ତାଙ୍କ ଘର ସେହି ବନ୍ଧସାହି ଗାଁରେ ବୋଲି ଜଣାପଡ଼ିଛି। ପାର୍ବତୀ ୨୦୦୯ ମସିହାରେ ବନ୍ଧସାହି ଗାଁର ଚିତ୍ରସେନ ମଲ୍ଲିକଙ୍କୁ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ପାର୍ବତୀ ଓ ଚିତ୍ରସେନଙ୍କ ମଧ୍ୟରେ ବିଭିନ୍ନ ସମୟରେ ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ ଓ ବଚସା […]

pm modi
ପାକିସ୍ତାନ ଆକାଶପଥରେ ଗଲେନି ମୋଦି

ନୂଆଦିଲ୍ଲୀ: ଏସ୍‌ସିଓ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିର୍ଗିଜିସ୍ତାନର ରାଜଧାନୀ ବିଶକେକ୍‌ ଅଭିମୁଖେ ଯାତ୍ରା କରିଛନ୍ତି। ଆଜି ଏବଂ କାଲିର ବୈଠକରେ ସେ ଯୋଗଦେବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଭିଆଇପି ବିମାନ ଓମାନ, ଇରାନ୍‌ ଓ କେନ୍ଦ୍ରୀୟ ଏସିଆ ଆକାଶ ମାର୍ଗ ଦେଇ ଆଜି ବିଶକେକ୍‌ରେ ପହଞ୍ଚିବ। ନରେନ୍ଦ୍ର ମୋଦି ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ବୈଠକରେ ଯୋଗଦାନ। ଏହି ବୈଠକରେ ଅନ୍ତର୍ଜାତୀୟ ସୁରକ୍ଷା, ଆର୍ଥିକ ସହଯୋଗ […]

cloudy
୨୦ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଜି ରାଜ୍ୟର ୨୦ଟି ଜିଲ୍ଲାରେ ଧୂଳିଝଡ଼ ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଡ଼ଘଡ଼ି ମାରିବା ସହ ବର୍ଷା ମଧ୍ୟ ହେବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛି- ସୁନ୍ଦରଗଡ଼, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗିର, ବରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ବାଲେଶ୍ୱର ଓ ପୁରୀ। ଏହି ଜିଲ୍ଲା ଗୁଡ଼ିକୁ […]

cyclone..
ଗତିପଥ ‍ପରିବର୍ତ୍ତନ କରି ପାକିସ୍ତାନ ମୁହାଁ ସାମୁଦ୍ରିକ ଝଡ଼ ‘ବାୟୁ’

ନୂଆଦିଲ୍ଲୀ: ଆଜି ଗୁଜରାଟ ଉପକୂଳରେ ସାମୁଦ୍ରିକ ଝଡ଼ ‘ବାୟୁ’ ଲ୍ୟାଣ୍ଡଫଲ୍‌ କରିବ ବୋଲି ସୂଚନା ଦିଆଯାଇଥିଲା। କିନ୍ତୁ ରାତିରେ ‘ବାୟୁ’ର ଗତିପଥ ବଦଳିଥିବା ସୂଚନା ମିଳିଛି। କେବଳ ସମୁଦ୍ର ଉପକୂଳ ଦେଇ ପାକିସ୍ତାନ ଓ ଓମାନ ଆଡ଼କୁ ଏହି ବାତ୍ୟା ମୁହାଁଇଛି ବୋଲି ଆକଳନ କରାଯାଇଛି। ହେଲେ ଏହାର ପ୍ରଭାବରେ ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆରବ ସାଗରରେ ସୃଷ୍ଟ ‘ବାୟୁ’ ଏବେ ଗୁଜରାଟର […]

plane
ପାହାଡ଼ରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି ବିମାନ ଏଏନ୍‌-୩୨

ନୂଆଦିଲ୍ଲୀ: ବାୟୁସେନାର ନିଖୋଜ ଏଏନ୍‌-୩୨ ବିମାନର ଧ୍ୱଂସାବଶେଷକୁ ଦୀର୍ଘ ୯ ଦିନ ପରେ ଠାବ କରାଯାଇଥିଲା। ବିମାନଟି ଅରୁଣାଚଳ ପ୍ରଦେଶର ମେଚୁକା ଯାଉଥିବା ବେଳେ ନିକଟସ୍ଥ ଏକ ପାହାଡ଼ରେ ମାଡ଼ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ଗତକାଲି ଭାରତୀୟ ବାୟୁସେନା ପକ୍ଷରୁ ବିମାନର ଧ୍ୱଂସାବଶେଷ ପଡ଼ି ରହିଥିବା ସ୍ଥାନର ଏକ ସ୍ପଷ୍ଟ ଫଟୋ ଜାରି କରାଯାଇଛି। ଯେଉଁଥିରୁ ଜଣାପଡ଼ୁଛି ଯେ ବିମାନଟି ମେଚୁକାଠାରୁ ଅଳ୍ପଦୂରରେ ଥିବା ଏକ ପାହାଡ଼ରେ ଧକ୍କା ହେବା ପରେ ହିଁ […]

rainfall
ମାଡ଼ି ଆସୁଛି ବାତ୍ୟା ‘ବାୟୁ’; ଆଜି ଅପରାହ୍ନରେ କରିବ ଲ୍ୟାଣ୍ଡଫଲ୍‌

ଗାନ୍ଧିନଗର: ଧୀରେ ଧୀରେ ଗୁଜରାଟର ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ‘ବାୟୁ’। ବର୍ତ୍ତମାନ ଏହା ଘଣ୍ଟାକୁ ୧୨ କିଲୋମିଟର ବେଗରେ ଗତି କରୁଛି।  ସକାଳ ୭ଟା ସୁଦ୍ଧା ‘ବାୟୁ’ ଗୁଜରାଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଉପକୂଳରୁ ୧୩୦ କିଲୋମିଟର ଦୂରରେ ଥିଲା। ଆଜି ଅପରାହ୍ଣରେ ଦ୍ୱାରକା-ଭାରଭାଲ ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁପାରେ। ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୧୩୫ରୁ ୧୪୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ଆକଳନ […]

rainfall
ଏହି ସବୁ ଜିଲ୍ଲାରେ ହୋଇପାରେ ଧୂଳିଝଡ଼ ଓ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ଧୂଳିଝଡ଼ ଓ ବର୍ଷା ହେବ। ଏପରିକି ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଏଥିପାଇଁ୨୪ଟି ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ମୟୂରଭଞ୍ଜ, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼,ଜଗତସିଂହପୁର, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ, ବରଗଡ଼, ବାଲେଶ୍ୱର, ପୁରୀ, ଝାରସୁଗୁଡ଼ା,କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା। ଆଜି ସକାଳ ୮ଟା ପର୍ଯ୍ୟନ୍ତ […]

mla
ତେଜିଲା ପାଟଣାଗଡ଼ ବିଧାୟକଙ୍କ ଗିରଫ ଦାବି; ସେପଟେ ସାମ୍ବାଦିକ ସମ୍ମିଳନୀରେ ସଫେଇ ଦେଲେ ବିଧାୟକ

ବଲାଙ୍ଗିର: ପାଟଣାଗଡ଼ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍‌ ଘଟଣାରେ ବିଧାୟକ ସରୋଜ ମେହେରଙ୍କୁ ଗିରଫ କରିବା ଚାପ ବଢ଼ିବାରେ ଲାଗିଛି। ଡିପ୍ଲୋମା ଇଞ୍ଜିନିୟର ସଂଘ ପରେ ଆଜି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯାଇଥିଲା। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ବାଦ୍ୟ ବଜାଇ ଆନ୍ଦୋଳନକାରୀମାନେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ। ଏହି ସମୟରେ ପୁଲିସ୍ ସହିତ ସେମାନଙ୍କର ଠେଲାପେଲା ହୋଇଥିଲା। ବିଧାୟକଙ୍କ ବିରୋଧରେ […]