/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730543559.jpg)
New born Baby
ରଖେ ହରି ତ ମାରେ କିଏ। ପ୍ରକୃତରେ ଭଗବାନ ଚାହିଁଲେ ସବୁ ସମ୍ଭବ ହୋଇପାରେ। ଠିକ୍ ଯେମିତି ନବଜାତ ଶିଶୁଟିକୁ ବାପା ମା’ ଅଲୋଡା ଭାବି ଫିଙ୍ଗିଦେବା ପରେ ବି ସେ ମୃତ୍ୟୁକୁ ଜୟ କରି ବିଜୟୀ ହୋଇପାରିଛି। ଗଛ ଡାଳରେ ଝୁଲି, ପଶୁ ପକ୍ଷୀଙ୍କ କାମୁଡାର ଶିକାର ହୋଇ ସୁଦ୍ଧା ସେ ସୁସ୍ଥ ହୋଇ କଳି ଯୁଗ କୃଷ୍ଣର ଆଖ୍ୟା ପାଇଛି। ଉତ୍ତରପ୍ରଦେଶର ହମିରପୁରର ଏହି ଘଟଣା ଶୁଣିଲେ ଆପଣଙ୍କ ଲୋମ ବି ଟାଙ୍କୁରି ଉଠିବ।
ଅଗଷ୍ଟ ୨୬ ତାରିଖ ଜନ୍ମାଷ୍ଟମୀରେ ହମିରପୁରର ଏକ ବ୍ରିଜ ତଳୁ ନବଜାତ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। କେହି ବ୍ରିଜରୁ ଫିଙ୍ଗି ଦେବା ପରେ ଶିଶୁଟି ଗଛ ଡାଳରେ ଝୁଲି ରହିଥିଲା। ଶିଶୁଟିର ଅବସ୍ଥା ଅତି ଶୋଚନୀୟ ଥିଲା। ଗଛରେ ଲାଖିଯିବା ପରେ ପିଲାଟିର ଦେହରେ ୫୦ରୁ ଅଧିକ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାକୁ କାନପୁରର ଲାଲା ଲଜପତ ରାୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ଦୁଇମାସ ଚିକିତ୍ସା ପରେ ପିଲାଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛି। ଜନମାଷ୍ଟମୀ ଉତ୍ସବରେ ସେ ମିଳିଥିବାରୁ ଡାକ୍ତରଖାନାର କର୍ମଚାରୀମାନେ ଶିଶୁର ନାଁ କୃଷ୍ଣ ରଖିଥିଲେ।
ଏଲଏଲଆର ତଦାରଖ କରୁଥିବା ଗଣେଶ ଶଙ୍କର ବିଦ୍ୟାଧର ମେମୋରିଆଲ ମେଡିକାଲ କଲେଜର ପ୍ରିନ୍ସପାଲ ଡାକ୍ତର ସଞ୍ଜୟ କାଲା ପୂରା ଘଟଣା ବିଷୟରେ ସୂଚନା ଦେଇଛନ୍ତି। ପିଲାଟି ଗଛରେ ଲାଖିଥିବାରୁ ସୌଭାଗ୍ୟବଶତଃ ବଞ୍ଚିଯାଇଥିଲା। ଏହାପରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପିଠିରେ ଗଭୀର ଚୋଟ ଲାଗିଥିଲା। କାଉ ଓ ଅନ୍ୟ ପଶୁ ଆକ୍ରମଣ ବି କରିଥିଲେ। ହେଲେ ଡାକ୍ତରଖାନା କର୍ମଚାରୀମାନେ ତାର ଯତ୍ନ ନେଉଥିଲେ, ନାନାବାୟା ଗୀତ ଗାଇ ତାକୁ ଶୁଆଇ ଦେଉଥିଲେ ।
ପ୍ରାୟ ଛଅ ସପ୍ତାହ ଚିକିତ୍ସା ପରେ କୃଷ୍ଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛି। ଅକ୍ଟୋବର ୨୫ରେ କୃଷ୍ଣକୁ ରାଠ ପୋଲିସ ଏବଂ ଶିଶୁ କଲ୍ୟାଣ କମିଟିର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା।ଡକ୍ଟର କାଲା କହିଛନ୍ତି, "ଜଣେ ବ୍ୟକ୍ତି କିପରି ଏତେ ନିଷ୍ଠୁର ହୋଇପାରେ? ଶିଶୁର ଅବସ୍ଥା ଦେଖି ଆମ ହୃଦୟ ଥରି ଉଠିଥିଲା। ଯଦି ପିଲାଟିକୁ ବାପା ମା ଗ୍ରହଣ କରିବାକୁ ଚାହୁଁନାହାଁନ୍ତି ତେବେ ତାକୁ ସୁରକ୍ଷିତ ସ୍ଥାନରେ ଛାଡିଦେବା ଉଚିତ। ଅନ୍ତତଃ ସେମାନେ ପଶୁ ପକ୍ଷୀଙ୍କ ଆକ୍ରମଣର ଶିକାର ହେବାରୁ ତ ବଞ୍ଚିଯିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)