କେନ୍ଦ୍ରାପଡ଼ା: ଡାକ୍ତର ଫେରାଇ ଦେଲା ପରେ ରାସ୍ତାରେ ପ୍ରସବ କଲେ ମହିଳା। କେନ୍ଦ୍ରାପଡ଼ା ମେଡିକାଲ୍କୁ ଯାଇଥିଲେ ପ୍ରସବ ବେଦନାରେ ଥିବା ମହିଳା। ଡେରାବିଶ ନେତୁଆ ଗାଁର ଘଟିଛି ଏଭଳି ଘଟଣା। ଏହି ଗାଁର ଜଣେ ପ୍ରସୂତି ମହିଳା ଗର୍ଭ ଯନ୍ତ୍ରଣା ହେବା ପରେ ସେ ନିକଟସ୍ତ ମେଡିକାଲକୁ ଯାଇଥିଲେ। ତେବେ ଡାକ୍ତର ତାଙ୍କ ପ୍ରସବ ସମୟ ହୋଇନଥିବା କହି ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ସ୍ୱାମୀ ଓ ଆଶା କର୍ମୀଙ୍କ ସହ ବାଇକରେ ଫେରୁଥିବା ବେଳେ ରାସ୍ତାରେ ତିଳୋତ୍ତମାପୁର […]
ନୂଆଦିଲ୍ଲୀ: ଫାଇଜର୍ ଦ୍ୱାରା ପ୍ରସ୍ତୁତ କରୋନା ଟିକାରେ ଏକ ବଡ଼ ଚ୍ୟାଲେଞ୍ଜ ଥିବା କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ। କାରଣ ଏହି ଭ୍ୟାକ୍ସିନ୍କୁ ମାଇନସ୍ ୭୦ ସେଣ୍ଟିଗ୍ରେଡ୍ରେ ରଖିବାକୁ ପଡ଼ିବ। ଭାରତ ପରି ବିକାଶଶୀଳ ଦେଶରେ ବିଶେଷ କରି ଗ୍ରାମାଞ୍ଚଳରେ ମାଇନସ୍ ୭୦ ଡିଗ୍ରୀ ସେଲ୍ସିୟମର କୋଲ୍ଡ ଚେନ୍ ବଜାୟ ରଖିବା ବହୁତ କଷ୍ଟ। ଟିକା ନେଇ ଲୋକଙ୍କୁ ଦିଆଯିବା ପର୍ଯ୍ୟନ୍ତ ଏତେ ଥଣ୍ଡା ପରିବେଶରେ ଟିକା ରଖିବାକୁ ପଡ଼ିବ। ତେଣୁ ଏହା ଏକ […]
ଥିରୁଭନନ୍ତପୁରମ୍: କେରଳର ଚର୍ଚ୍ଚିତ ଗୋଲ୍ଡ ସ୍ମଗ୍ଲିଙ୍ଗ କେସ୍ରେ ଏବେ ଜଣେ ପୂର୍ବତନ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ନାଁ ସାମ୍ନାକୁ ଆସିଛି। ପୂର୍ବରୁ ଗିରଫ ହୋଇଥିବା ଏହି କେସ୍ର ରାଣୀ ମହୁମାଛି ସ୍ୱପ୍ନା ସୁରେଶ ଏ ନେଇ ଇଡି( ଏନ୍ଫୋର୍ସମେଣ୍ଟ ଡିରେକ୍ଟୋରେଟ୍)କୁ କହିଥିବା ଜଣାପଡ଼ିଛି। ସୂଚନା ଆନୁସାରେ, ଇଡି ଏହି ଗୋଲ୍ଡ ସ୍ମଗ୍ଲିଙ୍ଗ କେସ୍କୁ ନେଇ କୋର୍ଟରେ ଆଫିଡେଭିଟ୍ ଫାଇଲ୍ କରିଛି। ଯେଉଁଥିରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କର ପୂର୍ବତନ ମୁଖ୍ୟ ସଚିବ ତଥା ବରିଷ୍ଠ ଅଇଏଏସ୍ ଏମ୍ […]
କାବୁଲ୍: ତାଲିବାନ୍ ଆତଙ୍କବାଦୀଙ୍କ ସହ ଶାନ୍ତି ସ୍ଥାପନ କରିବାପାଇଁ ଆଫଗାନିସ୍ଥାନ ସରକାରଙ୍କ ଚୁକ୍ତି ପରେ ବି ସେଠାରେ ଆତଙ୍କୀ କାର୍ଯ୍ୟକଳାପ କମୁନାହିଁ। ପୋଲିସ୍ ଷ୍ଟେସନ୍ରେ କାର୍ଯ୍ୟ କରିବା କାରଣରୁ ଆତଙ୍କବାଦୀମାନେ ଜଣେ ୩୩ ବର୍ଷୀୟ ମହିଳା ଅଧିକାରୀଙ୍କ କେବଳ ଆଖି ତାଡ଼ି ନାହାନ୍ତି ବରଂ ଆଖିରେ ଛୁରୀ ଭୁସିବା ପରେ ଗୁଳି ମଧ୍ୟ ମାରିଛନ୍ତି। କିନ୍ତୁ ଆଖପାଖରେ ଥିବା ଲୋକଙ୍କ ସାହାଯ୍ୟରେ ସେ ଠିକ୍ ସମୟରେ ହସ୍ପିଟାଲ୍ରେ ପହଞ୍ଚି ପାରିଥିବାରୁ ତାଙ୍କର ଜୀବନ ବଞ୍ଚି ଯାଇଛି। ରିପୋର୍ଟ […]
ମୁମ୍ବାଇ: ସାଉଥ୍ ତଥା ବଲିଉଡ୍ ଅଭିନେତ୍ରୀ କାଜଲ ଅଗ୍ରୱାଲ୍ଙ୍କ ବିବାହ ସରିଛି। ଗତ ଅକ୍ଟୋବର ୩୦ ତାରିଖ ଦିନ ସେ ମୁମ୍ବାଇର ବିଜ୍ନେସ୍ମ୍ୟାନ୍ ଗୌତମଙ୍କୁ ବିହାହ କରିଛନ୍ତି। ବିବାହ ପରେ ଏହି ନବ ବିବାହିତ ଦମ୍ପତ୍ତି ବୁଲିବା ପାଇଁ ମାଲ୍ଦୀପ ପହଞ୍ଚିଥିଲେ। ଯାହାର ଫଟୋ କାଜଲ ତାଙ୍କ ସୋଶାଲ୍ ମିଡିଆ ଆକାଉଣ୍ଟରେ ଶେଆର କରିଛନ୍ତି। ଯେଉଁଥିରେ କାଜଲ ଏବଂ ଗୌତମଙ୍କୁ ଏକଦମ୍ ରୋମାଣ୍ଟିକ୍ ଅନ୍ଦାଜରେ ଦେଖିବାକୁ ମିଳିଛି। ଦୁହେଁ ସମୁଦ୍ର କୂଳରେ ସମୟ ବିତାଉଥିବା ଫଟୋରେ ନଜର ଆସୁଛନ୍ତି। […]
ମୁମ୍ବାଇ: ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ମିଳିଛି। ଅର୍ଣ୍ଣବଙ୍କୁ ଅନ୍ତରୀଣ ଜାମିନ ମଂଜୁର କଲେ ସୁପ୍ରିମକୋର୍ଟ। ୮ ଦିନ ପରେ ଜେଲରୁ ମୁକ୍ତି ପାଇବେ ଅର୍ଣ୍ଣବ ଗୋସ୍ୱାମୀ। ଆକ୍ରୋଶମୂଳକ ଭାବେ ଅର୍ଣ୍ଣବଙ୍କୁ ଗିରଫ ଅଭିଯୋଗ କରାଯାଇଥିଲା। ଅନଭୟ ନାଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଥିଲା। ନଭେମ୍ବର ୪ ତାରିଖରେ ମୁମ୍ବାଇ ପୋଲିସ ଘରେ ପଶି ଅର୍ଣ୍ଣବଙ୍କୁ ଉଠାଇ ଆଣିଥିଲା। ବନ୍ଧୁକଧାରୀ ପୋଲିସ ଘରେ ପଶି ଅର୍ଣ୍ଣବଙ୍କୁ ଉଠାଇ ଆଣିଥିଲା ବୋଲି ଅଭିଯୋଗ […]
ପାଟନା: ବିହାର ନିର୍ବାଚନରେ ଜେଡିୟୁ ଠାରୁ ବିଜେପି ଭଲ ପ୍ରଦର୍ଶନ କରିଥିବା ବେଳେ ଜେଡିୟୁ ଆଶାଜନକ ସଫଳତା ପାଇପାରି ନାହିଁ। ଏହାକୁ ନେଇ ବିଜେପିରୁ କେହି ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚର୍ଚ୍ଚା ହେଉଛି। ତେବେ ବିଜେପି କହିଛି ବିହାର ଏନ୍ଡିଏର ମୁଖ୍ୟ ନୀତୀଶ ହେବେ। ଏପଟେ ଜେଡିୟୁ ବି କହିଛି, ଦିୱାଲୀ ପରେ ନୀତୀଶ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ଦଳୀୟ ନେତା କେସି ତ୍ୟାଗୀ ଏହି ସୂଚନା ଦେଇଛନ୍ତି। ଏସବୁ ଚର୍ଚ୍ଚା ଭିତରେ କଂଗ୍ରେସ କିନ୍ତୁ […]
ଅମରେଶ ବିଶ୍ୱାଳ ଜଣେ ସାମ୍ବାଦିକ ବନ୍ଧୁ, ଅନେକ ଦିନ ତଳେ ଜଣେ ସମ୍ପାଦକଙ୍କ ପାଖରେ କାମ କରିବାର ସୁଯୋଗ ପାଇଥିଲେ। ସେ ସମୟରେ ପଶ୍ଚିମ ଓଡ଼ିଶାରେ ‘ଧାନମଣ୍ଡି’ ସମସ୍ୟାକୁ ନେଇ ଚାଷୀ ଆନ୍ଦୋଳନ ଚାଲିଥିଲା। (ଏବେବି ଚାଲିଛି) ଖବର ପ୍ରସାରଣ ବେଳେ…
କଟକ: କଟକ ଆୟକର ଆପିଲେଟ ଟ୍ରିବ୍ୟୁନାଲ ନୂଆ ଭବନ ଉଦଘାଟନ ହୋଇଛି। ଭିଡିଓ କନଫେରନ୍ସିଂ ଯୋଗେ ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅନ୍ଲାଇନ୍ ଉଦ୍ଘାନୀ ସଭାର ଏମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନ ମନ୍ତ୍ରୀ ରବି ଶଙ୍କର ମଧ୍ୟ ପ୍ରସାଦ ସାମିଲ ହୋଇଥିଲେ। ତା ସହିତ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଆୟକର ଆପିଲେଟ ଟ୍ରିବ୍ୟୁନାଲ ନୂଆ ଭବନର ଅନ୍ଲାଇନ୍ ଉଦ୍ଘାଟନୀ ସଭାରେ ସାମଲ୍ ହୋଇଥିଲେ। କଟକ ଆୟକର […]
ତେହରାନ: ଆମେରିକାରେ କ୍ଷମତାର ପରିବର୍ତ୍ତନ ହେବା ପରେ ଇରାନ ତାହାର ମିଜାଇଲ ଅଣ୍ଡରଗ୍ରାଉଣ୍ଡ ସୁଡଙ୍ଗର ଫଟୋ ଜାରି କରିଛି। କୁହାଯାଉଛି, ଇରାନ୍ର ଏହି ମିଜାଇଲ ଇଜରାଏଲକୁ ଆଟାକ କରିବାକୁ ସକ୍ଷମ । ଇଜରାଏଲ ଏବଂ ଆମେରିକା ନଜରରୁ ବଞ୍ଚାଇବା ପାଇଁ ଇରାନ ତାର ମିଜାଇଲ ବେସ ମାଟି ତଳେ ରଖିଛି। ଇରାନ୍ର ଷ୍ଟେଟ୍ ଟିଭି କିଛି ଦିନ ତଳେ ଏହି ଅଣ୍ଡରଗ୍ରାଉଣ୍ଡ ମିସାଇଲ ବେସ୍ର ଫଟୋ ଜାରି କରିଛି। ଏକ ମିଡିଆ ରିପୋର୍ଟ ଅନୁସାରେ, ୟୁଟ୍ୟୁବ୍ରେ ଜାରି […]
ଭୁବନେଶ୍ୱର: ଓଡ଼ିଆ ଫିଲ୍ମରେ ଗୀତ ଗାଇଲେ ରାପର ଡୁଲେ ରକର। ତାଙ୍କୁ ଏହି ସୁଯୋଗ ଦେଇଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ। ପ୍ରଥମ ଥର ପାଇଁ ଓଡ଼ିଆ ଫିଲ୍ମ ଗୀତରେ ରାପ୍କୁ ସାମିଲ କରାଯାଇଛି। ସେହି ଗୀତଟି ହେଉଛି ଜିଓ ୱାଲା ଆଣ୍ଟି। ଏହି ଗୀତରେ କଣ୍ଠଦାନ କରିଛନ୍ତି ଡୁଲେ ରାପର୍ ବା ଡୁଲେଶ୍ୱର ତାଣ୍ଡିଙ୍କ ସହିତ ଆଶୁତୋଷ ଓ ସ୍ୱର୍ଣ୍ଣରେଖା। ଭୁବନେଶ୍ୱରର ସ୍ମୃତି ଷ୍ଟୁଡିଓରେ ଏହି ଗୀତ ରେକର୍ଡ କରାଯାଇଛି। ଗୀତଟି ଲେଖିଛନ୍ତି ସୁବ୍ରତ ସ୍ୱାଇଁ। […]
ଇମ୍ଫାଲ: ଜଣେ ସାମ୍ୱାଦିକ ଫେସ୍ବୁକ୍ରେ ବିବାଦୀୟ ପୋଷ୍ଟ କରି ପୂର୍ବରୁ ଥରେ ଜଲ୍ ଯାଇଥିବାବେଳେ ପୁଣି ଥରେ ଗିରଫ ହୋଇଛନ୍ତି। ସାମ୍ୱାଦିକ ଜଣକ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ବିରୋଧୀ ଲେଖା ପୋଷ୍ଟ କରି ଗିରଫ ହୋଇ ଜେଲ୍ରେ ଥିବା ସୂଚନା ମିଳିଛି। ମଣିପୁର୍ର ଏହି ସ୍ଥାନୀୟ ସାମ୍ୱାଦିକ ପୂର୍ବରୁ ଫେସ୍ବୁକ୍ରେ ବିବାଦୀୟ ପୋଷ୍ଟ କରି ୧୩୩ ଦିନ ଜେଲ୍ ଯାଇଥିଲେ। ଜେଲ୍ରୁ ମୁକୁଳିବା ପରେ ସେ ପୁଣି ଏକ ପୋଷ୍ଟ କରିଥିଲେ। ଯାହାଫଳରେ ତାଙ୍କୁ ପୋଲିସ୍ ଗିରଫ […]
ଭୁବନେଶ୍ୱର: ଦୋକାନ ଭିତରେ ପଶିଲେ, ଜିନିଷ ନେଇଗଲେ ଆଉ ଗୋଇଠା ପରେ ଗୋଇଠା ମାରି ଚାଲିଲେ ପୋଲିସ୍ ବାବୁ। ଚା’ ଦୋକାନୀଙ୍କୁ ଜଣେ ପୋଲିସ୍ କର୍ମୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯାହାର ଦୃଶ୍ୟ CCTVରେ କଏଦ ହୋଇଛି। ରାଜଧାନୀ ଭୁବନେଶ୍ୱର…
ଭୁବନେଶ୍ୱର: ଅନଲାଇନ୍ ନ୍ୟୁଜ ପୋର୍ଟାଲ ଓ OTT ପ୍ଲାଟଫର୍ମ ପାଇଁ ଆସିବ ସ୍ୱତନ୍ତ୍ର ନିୟମ। ଏଗୁଡିକୁ ନିୟନ୍ତ୍ରଣ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ଗଠନ କରାଯାଇଛି ସ୍ୱତନ୍ତ୍ର ନିୟାମକ ସଂସ୍ଥ॥ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏହାକୁ ଅନୁମୋଦନ କରିଛନ୍ତି। ଏହାପୂର୍ବରୁ ଡିଜିଟାଲ ପ୍ଲାଟଫର୍ମ ଉପରେ ନିୟନ୍ତ୍ରଣ ପାଇଁ କୌଣସି ସରକାରୀ ସଂସ୍ଥା ନଥିଲା । ଖବରକାଗଜ ଉପରେ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ […]
ନୂଆଦିଲ୍ଲୀ: କରୋନା କାରଣରୁ ଇଣ୍ଡଷ୍ଟ୍ରିଗୁଡ଼ିକ ବନ୍ଦ ହୋଇ ପଡ଼ିଛି। ଏଥିପାଇଁ ବ୍ୟବସାୟୀମାନେ ବହୁ ଜଟିଳ ପରିସ୍ଥିତି ଦେଇ ଗତି କରୁଛନ୍ତି। ତେଣୁ ପରିସ୍ଥିତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଇଣ୍ଡଷ୍ଟ୍ରିମାନଙ୍କ ଲାଗି ଦୀପାବଳି ଉପଲକ୍ଷେ ଦୁଇ ଲକ୍ଷ କୋଟି ଟଙ୍କାର ରିହାତି ପ୍ୟାକେଜ୍ ଘୋଷଣା କରିଛନ୍ତି। ସରକାର ୧୦ଟି ସେକ୍ଟରରେ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ବା ପିଏଲ୍ଆଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଏହି ପ୍ରସ୍ତାବକୁ ଆଜି ମଞ୍ଜୁରୀ ଦେଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ୟାବିନେଟ୍ରେ […]
ପାଠ ପଢ଼ିବାକୁ ପାହାଡ଼ ଚଢ଼ିବାକୁ ପଡୁଛି ଗୋଟିଏ ମୋବାଇଲରେ ପଢୁଛନ୍ତି ୩ରୁ୪ ଜଣ ଲମତାପୁଟ, ଫୁଲବାଣୀ (ଜଗତଜୀବନ କାଚିମ୍ ଏବଂ ତ୍ରିନାଥ ସାହୁ) : କରୋନା ମହାମାରୀ ଯୋଗୁ ସ୍କୁଲ କଲେଜ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀ ଯେପରି ପାଠପଢାରୁ ବଂଚିତ…
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଏଆଇଏମ୍ଆଇଏମ୍ ଦଳର ଐତିହାସିକ ବିଜୟ ପରେ ଭୋଟ୍ କାଟିଥିବା ଅଭିଯୋଗ କରି କଂଗ୍ରେସ ଏଆଇଏମ୍ଆଇଏମ୍ ଦଳକୁ ଭୋଟ୍ କଟ୍ୱା ପାର୍ଟି ବୋଲି କହିଥିଲା। ଆଜି ଏହାର ଦୃଢ଼ ଜବାବ ରଖିଛନ୍ତି ଦଳ ମୁଖ୍ୟ ଅସଦୁଦ୍ଦିନ ଅୱେସୀ। ବିହାରରେ ନିଜର ବିଫଳତାକୁ ଲୁଚାଇବା ପାଇଁ କଂଗ୍ରେସ ଅଯଥା ଚିତ୍କାର କରୁଛି ବୋଲି ଅୱେସୀ କହିଛନ୍ତି। ବିଜୟ ନେଇ ଅୱେସୀ କହିଛନ୍ତି ଯେ ତାଙ୍କ ଦଳ ୨୦ଟି ଆସନରେ ନିର୍ବାଚନ ଲଢ଼ିଥିଲା। ସେଥିରୁ ୫ଟି […]
ରାଉରକେଲା: ଡେଲିଭରି ବୟ ନାଁରେ ୧୦ ଲକ୍ଷ ଟଙ୍କାର ଜିଏସଟି ଠକେଇ ଅଭିଯୋଗ। ପୁଣି ସେହି ରାଉରକେଲାରୁ ଆସିଛି ଏହି ବଡ଼ ଧରଣରେ ଜିଏସଟି ଠକେଇ ମାମଲା। ସଂପୃକ୍ତ ଡେଲିଭରୀ ବୟ ନାଁରେ ମନୋରମା ଟ୍ରେଡିଂ ଭଳି ଏକ ଜାଲ କମ୍ପାନୀ ଖୋଲି ୭୦ ଲକ୍ଷ ଟଙ୍କାର ବେନାମୀ କାରବାର ହୋଇଥିବା ଜଣାପଡ଼ିଛି। ତେବେ ତାଙ୍କ ନାଁରେ ୧୦ ଲକ୍ଷ ଟଙ୍କାର GST ଠକେଇ ନେଇ ସମନ ଆସିବା ପରେ ଏହି ଘଟଣା ପଦାକୁ ଆସିଛି। ପୂର୍ବରୁ […]
ଭୁବନେଶ୍ୱର: ଖୋର୍ଦ୍ଧା ସାରୁଅସ୍ଥିତ ଓଟିଭି ଓ ତରଙ୍ଗ ଷ୍ଟୁଡିଓ କଂପ୍ଳେକ୍ସରେ ଦୀର୍ଘ ୧୧ ଦିନ ହେଲା ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି ପୁରୁଷ, ମହିଳା, ବୟସ୍କ ବ୍ୟକ୍ତି। ଏପରିକି ଛୋଟ ଛୋଟ ପିଲା ମଧ୍ୟ ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି। ଗତ କିଛି ଦିନ ହେଲା କେତେକ ଠିକା କର୍ମଚାରୀ ଷ୍ଟୁଡିଓ ଗେଟ୍ ଆଗରେ ଧାରଣାରେ ବସିଛନ୍ତି। ସେମାନେ କମ୍ପ୍ଲେକ୍ସର ଉଭୟ ଆଗ ଓ ପଛ ଗେଟ୍ରେ ତାଲା ପକାଇ ଦେଇଥିବାରୁ ନା କେହି ଭିତରକୁ ଯାଇପାରୁଛନ୍ତି ନା କେହି […]
ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେପିକୁ ଡବଲ୍ ଝଟକା ଲାଗିଛି ଏବଂ ବିଜେଡିକୁ ଆଶାତୀତ ସଫଳତା ମିଳିଛି। ଖାସ୍ ସେଥିପାଇଁ ବିଜେଡି କ୍ୟାମ୍ପରେ ଏବେ ବେଶ୍ ଉତ୍ସାହ ଦିଖିବାକୁ ମିଳିଛି। ତେବେ କାହିଁକି ବିଜେପିର ଏଭଳି ସ୍ଥିତି ହେଲା, ସେ ନେଇ ପ୍ରଶ୍ନ ଉଠିଛି। ସରକାରଙ୍କ ବିରୋଧରେ କୋଭିଡ୍ ପରିଚାଳନାରେ ବିଫଳତା, ପ୍ରବାସୀଙ୍କୁ କର୍ମନିଯୁକ୍ତି ଓ ଥଇଥାନ ଏବଂ ଅନ୍ୟାନ୍ୟ ସ୍ଥାନୀୟ ପ୍ରସଙ୍ଗରେ ଜନମତ ସୃଷ୍ଟି କରିଥିଲା ବିଜେପି। ତା ସହିତ ବାଲେଶ୍ୱରରେ ଅନୁକମ୍ପା ହାଓ୍ୱା […]