• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

odisha
ବଜେଟ୍ ପୂର୍ବରୁ ପ୍ରଥମ ଥର ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଚଳିତ ବର୍ଷ ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ହେବ। ଆସନ୍ତା ୨୩ କିମ୍ବା ୨୪ ତାରିଖରେ ସର୍ବଦଳୀୟ ବୈଠକ ହୋଇପାରେ। ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ରାଜ୍ୟରେ ପ୍ରଥମ ଥର ପାଇଁ ବଜେଟ୍ ଅଧିବେଶନ୍ ପୂର୍ବରୁ ସର୍ବଦଳୀୟ ବୈଠକ ବସୁଛି। ଆସନ୍ତା ୨୫ରୁ ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ହେବ ପ୍ରଥମ ଅଧିବେଶନ। ଗୃହକୁ ସୁରୁଖୁରୁରେ ଚଲାଇବା ପାଇଁ ବିରୋଧୀଙ୍କ ସହଯୋଗ ଆବଶ୍ୟକ। ତେଣୁ ବିଧାନସଭା ଆରମ୍ଭ […]

traffic problems
ଟ୍ରାଫିକ୍ ନିୟମକୁ ଫୁ କରି ଉଡ଼ାଉଛନ୍ତି ଲୋକେ; ମଦ ଦୋକାନ ସାମ୍ନା ପାଲଟିଛି ପାର୍କିଂ ପ୍ଲେସ୍‌

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରରେ ସୀମା ଟପିଲାଣି ଟ୍ରାଫିକ୍‌ ସମସ୍ୟା। ଟ୍ରାଫିକ୍ ନିୟମକୁ ଫୁ କରି ଉଡ଼ାଉଛନ୍ତି ବାଇକ୍‌ ଓ କାର୍ ଆରୋହୀ। ଆଉ ଏହି ସମସ୍ୟା ପଛରେ ବି ଯେଉଁ କାରଣ ରହିଛି ତାହା ଚିନ୍ତାଜନକ। ରାସ୍ତାକଡ଼ରେ ଖୋଲା ଯାଇଥିବା ମଦ ଦୋକାନରୁ ମଦ ଆଣିବା ପାଇଁ ରାସ୍ତାକୁ ଅବରୋଧ କରୁଛନ୍ତି ଗ୍ରାହକ। ବିଶେଷ କରି କ୍ୟାପିଟାଲ ହସ୍ପିଟାଲ ଟ୍ରାଫିକ ଛକ , ଜୟଦେବ ବିହାରରୁ ଏକାମ୍ର କାନନ ରୋଡ, ଡମଣା ଓ ପଟିଆ ମୁଖ୍ୟ ରାସ୍ତାରେ […]

lightning
ଅପରାହ୍ଣ ୫ଟା ଯାଏ ଏହିସବୁ ଜିଲ୍ଲାବାସୀ ସତର୍କ ରୁହନ୍ତୁ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ଣ ୫ଟା ପର୍ଯ୍ୟନ୍ତ ୧୨ ଜିଲ୍ଲାବାସୀ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- କୋରାପୁଟ, ମାଲକାନଗିରି, ବରଗଡ଼, ନୂଆପଡ଼ା, ବଲାଙ୍ଗିର ସୋନପୁର,ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ମୟୂରଭଂଜ ଓ କେନ୍ଦୁଝର।

murder
ରଖେ ହରି ତ ମାରେ କିଏ : ହତ୍ୟା ଉଦ୍ୟମ ବେଳେ ଆକସ୍ମିକ ଭାବେ ବର୍ତ୍ତିଲେ ମହିଳା

ଆନନ୍ଦପୁର: ରଖେ ହରି ତ ମାରେ କିଏ। ଜଣେ ମହିଳାଙ୍କୁ ହତ୍ୟା ଉଦ୍ୟମ କରିବା ବେଳେ ସେ ଆକସ୍ମିକ ଭାବେ ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ନଦୁଅଁ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ନଦୁଅଁ ଗାଁର ପ୍ରମୋଦ ଦେହୁରୀ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ପ୍ରମୋଦଙ୍କ ପତ୍ନୀ ନିଜ ବାପ ଘର ଆଗରପଡାରେ ରହୁଥିଲେ। ପ୍ରମୋଦଙ୍କ ପାଖରେ ତାଙ୍କ ଝିଅ ରହୁଥିଲେ। ଏହାରି ମଧ୍ୟରେ […]

film
ରଜ ବଜାରରେ ଧୁମ୍‌ ମଚାଉଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ଏହି ଦୁଇଟି ଫିଲ୍ମ

ଭୁବନେଶ୍ୱର: ରଜ ବଜାରରେ ଦର୍ଶକଙ୍କୁ ଏକାସଙ୍ଗେ ଦୁଇ ଦୁଇଟି ଫିଲ୍ମ ଭେଟି ଦେଇଛି ତରଙ୍ଗ ସିନେ ପ୍ରଡକ୍ସନ୍ସ। ରଜ ଉପଲକ୍ଷେ ଆଜି ‘ଗୋଲମାଲ୍ ଲଭ୍‌’ ଓ ‘ତୁ ମୋ ଲଭଷ୍ଟୋରୀ-ଟୁ’ ରିଲିଜ ହୋଇଛି। ‘ଗୋଲମାଲ୍ ଲଭ୍‌’ରେ ନୂଆ ଯୋଡ଼ି ବାବୁଶାନ ଓ ତମନ୍ନାଙ୍କ ଅନ୍ ସ୍କିନ୍ ରୋମାନ୍ସ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ରିଲିଜ୍ ହେବାର ପ୍ରଥମ ଦିନରୁ ହିଁ ହଲ୍‌ରେ ଦର୍ଶକଙ୍କ ଭିଡ଼ ଜମିଛି। ଖାସ୍‌ କରି ବାବୁସାନ୍‌ଙ୍କ ଫ୍ୟାନ୍ ଫିଲ୍ମ ଦେଖିବାକୁ ଲମ୍ବା ଲାଇନ୍‌ରେ […]

jee
ପ୍ରକାଶ ପାଇଲା JEE ଆଡ୍‌ଭାନ୍‌ସଡ୍‌ ରେଜଲ୍ଟ; କାର୍ତ୍ତିକେୟ ଗୁପ୍ତା ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ଆଡ୍‌ଭାନ୍‌ସଡ୍‌ ରେଜଲ୍ଟ। ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ସର୍ବ ଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ଏହି ପରୀକ୍ଷାରେ ସେ ଶହେ ଏନ୍‌ଟିଏ ସ୍କୋର ହାସଲ କରିଛନ୍ତି। ଛାତ୍ରଛାତ୍ରୀମାନେ jeeadv.ac.in  ୱେବ୍‌ସାଇଟ୍‌ରେ ରେଜଲ୍ଟ ଦେଖିପାରିବେ। ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାର ରେଜଲ୍ଟ ଆଇଆଇଟି ରୁର୍କି ପକ୍ଷରୁ ପ୍ରକାଶ ପାଇଛି। ଚଳିତ ବର୍ଷ ମେ ୨୭ ରେ ଜେଇଇ ଆଡ୍‌ଭାନ୍‌ସଡ୍‌ ପରୀକ୍ଷା ହୋଇଥିଲା। ଦୁଇଟି ପେପରରେ ପରୀକ୍ଷା ହୋଇଥିଲା।  ଛାତ୍ରଛାତ୍ରୀଙ୍କ ସର୍ବଭାରତୀୟ ରାଙ୍କ୍‌ […]

pm modi
ଏସ୍‌ସିଓ ବୈଠକ: ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ଚାହିଁଲେ ନାହିଁ କି ହାତ ମିଳାଇଲେନି ମୋଦି

ବିଶକେକ୍: କିର୍ଗିଜସ୍ତାନର ରାଜଧାନୀ ବିଶକେକରେ ଚାଲିଛି ଏସ୍‌ସିଓ ସମ୍ମିଳନୀ। ଆଜି ଏହି ସମ୍ମିଳନୀର ଦ୍ୱିତୀୟ ଦିନ ଅବସରରେ ଅନେକ ଦେଶର ମୁଖିଆ ମାନେ ଯୋଗ ଦେଇଛନ୍ତି। ସମସ୍ତ ରାଷ୍ଟ୍ରର ପ୍ରତିନିଧି ପରସ୍ପରକୁ ସ୍ୱାଗତ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଳାଇ ନାହାନ୍ତି କି ତାଙ୍କ ଆଡ଼କୁ ଚାହିଁନଥିବା ଦେଖିବାକୁ ମିଳିଛି। ଏସ୍‌ସିଓ ବୈଠକରେ ଯୋଗ ଦେବା ପାଇଁ ଉଭୟ ଭାରତ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ହଲ୍‌ରେ ପହଞ୍ଚିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ […]

cloudy
୧୪ଟି ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ଧୂଳିଝଡ଼, ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୨ଟା ଯାଏ ୧୪ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଗଞ୍ଜାମ, ବରଗଡ଼, ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର, କଳାହାଣ୍ଡି,ସମ୍ବଲପୁର, ସୋନପୁର, ମାଲକାନଗିରି, କୋରାପୁଟ, କନ୍ଧମାଳ,ଗଜପତି, ରାୟଗଡ଼ା ଓ ନୟାଗଡ଼।

raja
ଆଜି ପହିଲି ରଜ; ସବୁଠି ପିଠାପଣାର ମହକ

ଭୁବନେଶ୍ୱର: ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ… ରଜ ଉତ୍ସବର ଆଜି ହେଉଛି ପହିଲି ରଜ। ଏହି ପର୍ବ ପାଇଁ ଚାରିଆଡ଼େ ଉତ୍ସବ ମୁଖର।  ଗାଁଠୁ ସହର ସବୁଆଡ଼େ ରଜର ମହକ। ବିଶେଷ କରି ଝିଅମାନଙ୍କ ମଧ୍ୟରେ ଉତ୍ସାହ କାହିଁରେ କ’ଣ। ଗତକାଲି ଥିଲା ସଜବାଜ।  ଝିଅମାନେ ଅଳତା, କୁଙ୍କୁମ, ମେହେନ୍ଦୀ ଲଗାଇ ସଜ ହୋଇଛନ୍ତି। ଆଜିଠୁ ରଜ ମଉଜ।  ଝିଅମାନେ ନୂଆ ଡ୍ରେସ୍ ପିନ୍ଧି ଦୋଳି ଖେଳିବାରେ ବ୍ୟସ୍ତ। ଏହା ସହିତ ସାଙ୍ଗସାଥୀଙ୍କ […]

matric exam
୭୨ ପ୍ରତିଶତ ଛାତ୍ରଛାତ୍ରୀ ଇଂରାଜୀରେ ଫେଲ୍

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଫେଲ୍‌ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୨ ପ୍ରତିଶତ କେବଳ ଇଂରାଜୀ ପେପର୍‌ରେ ଫେଲ୍‌ ହୋଇଛନ୍ତି। ଫଳରେ ପାସ୍ ହାର କମିଛି । ଏନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି,“ ଇଂରାଜୀ ପାଠକୁ ଅଧିକ କ୍ରିୟାଶୀଳ କରିବାକୁ କାର୍ଯ୍ୟ ଆରମ୍ଭ କରାଯିବ। ଆସନ୍ତା ୨୧ତାରିଖରୁ ମୁଁ ବ୍ୟକ୍ତିଗତ ଭାବେ ବିଭିନ୍ନ ସ୍କୁଲ ପରିଦର୍ଶନରେ ଯିବି। ଇଂରାଜୀ ପରୀକ୍ଷା ଫଳ ଖରାପ ହେବାର କାରଣ କ’ଣ, ସେନେଇ ଅନୁଧ୍ୟାନ […]

protest
ହେଲମେଟ୍‌ ପିନ୍ଧି ବ୍ୟାଣ୍ଡେଜ୍‌ ବାନ୍ଧି ଚିକିତ୍ସା କଲେ ଡାକ୍ତର

ନୂଆଦିଲ୍ଲୀ: କୋଲକତାରେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ କରିବାକୁ ଯାଇ ଦିଲ୍ଲୀ ଏମ୍‌ସ୍‌ ଡାକ୍ତରମାନେ ଅଭିନବ ଢଙ୍ଗରେ ତାଙ୍କର ବିକ୍ଷୋଭ କରିଛନ୍ତି। ଦିଲ୍ଲୀ ଏମ୍ସର ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍‌ (ଆରଡିଏ)ର ସଦସ୍ୟମାନେ ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କ ସମର୍ଥନରେ ହେଲମେଟ୍‌ ଏବଂ ବ୍ୟାଣ୍ଡେଜ୍‌ ପିନ୍ଧି କାର୍ଯ୍ୟରେ ଯୋଗଦେଇଛନ୍ତି। ଡାକ୍ତରମାନେ ହେଲମେଟ୍‌ ଏବଂ ବ୍ୟାଣ୍ଡେଜ୍‌ ସହ ରୋଗୀଙ୍କ ପାଖକୁ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସମସ୍ତେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ପରେ ଏହି ଅଭିନବ ବିରୋଧ ବାବଦରେ […]