• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

OEA_2019__3_-(1)
‘ସେମାନେ ଖାଲି ଓଡ଼ିଶାର ଉତ୍କର୍ଷ ନୁହଁନ୍ତି,  ସାରା ବିଶ୍ୱର ଉତ୍କର୍ଷ’ 

ଭୁବନେଶ୍ୱର:ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ର ସଭାଗୃହରେ ଆୟୋଜିତ ହୋଇଯାଇଛି ୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ।ଏହି ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପ୍ରସିଦ୍ଧ ସମ୍ମାନ ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗ ଦେଇ କହିଛନ୍ତି ଯେ, ଉତ୍କର୍ଷ ସମ୍ମାନରେ ସମ୍ମାନିତ ବ୍ୟକ୍ତିଗଣ କେବଳ ଓଡ଼ିଶାର ଉତ୍କର୍ଷ ନୁହେଁ, ସାରା ବିଶ୍ୱର ଉତ୍କର୍ଷ ଅଟନ୍ତି। ରାଜ୍ୟର ବିଶିଷ୍ଟ ବ୍ୟକ୍ତିଗଣ ନିଜ […]

2112112
ବାହାଘର ଖର୍ଚ୍ଚ ନ ଫେରାଇବାରୁ ମହିଳାଙ୍କୁ ନିର୍ଯାତନା

ରାଉରକେଲା: ପ୍ରେମିକଙ୍କ ସହ ପଳାଇଯିବା ପରେ ମହିଳାଙ୍କୁ ପୂର୍ବତନ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଲକ୍ଷେ ଟଙ୍କା ନ ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ଏ  ନେଇ ମହିଳା ଓ ତାଙ୍କ ପ୍ରେମିକ ରାଉରକେଲା ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଛନ୍ତି। ମହିଳା ଜଣକ ଗତ ମେ’ ମାସରେ ବ୍ରାହ୍ମଣୀତରଙ୍ଗ ଥାନା ମାଣ୍ଡିଆକୁଦର ଜମ୍ବୁ ଓରାମଙ୍କୁ ବିବାହ କରିଥିଲେ । ହେଲେ ସ୍ୱାମୀ ପସନ୍ଦ ନ ହେବାରୁ ୨ […]

bjp
୮୦ ଘଣ୍ଟା ପାଇଁ କାହଁକି ମୁଖ୍ୟମନ୍ତ୍ରୀ ହୋଇଥିଲେ ଫଡ୍‌ନାଭିସ୍ ? ରହସ୍ୟ ଖୋଲିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ରାଜ୍ୟରେ ୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ ହେବା ପଛର କାରଣ କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡେ। ସେ କହିଛନ୍ତି, କେନ୍ଦ୍ର ମହାରାଷ୍ଟ୍ରକୁ ୪୦ ହଜାର କୋଟି ଟଙ୍କା ଦେଇଥିଲା। ହେଲେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାର ଆସିଲେ ଏହି ଟଙ୍କା ଦୂରୁପଯୋଗ ହେବାର ସମ୍ଭାବନା ଅଧିକ ଥିଲା। ତେଣୁ ଏହି ଟଙ୍କା ଠିକଣା ଜାଗାରେ ପହଞ୍ଚାଇବାକୁ ଯାଇ ଫଡନାଭିସ ଏଭଳି ନାଟକ କରିଥିଲେ ବୋଲି […]

horse
ସକାଳ ହେଲେ ଘୋଡ଼ାର ବି ଲୋଡ଼ା ପଡ଼େ ଚା’

ନୂଆଦିଲ୍ଲୀ: ସକାଳୁ କାମ କରିବ, ତା ପୁଣି ବିନା ଚା’ରେ ! ଖୁବ୍‌ କଷ୍ଟ। କାରଣ ବିନା ଚା’ ରେ କାମ କରିବାକୁ ଇଚ୍ଛା ତ ହେବନି ବରଂ ବୋଝ ପାଲଟି ଯିବ ସେଇ କାମ।  କିଛି ଲୋକଙ୍କ ପାଇଁ ଚା’ ତ ଗୋଟେ ଟନିକ୍‌। ହେଲେ କାମ ଆରମ୍ଭ କରିବା ପୂର୍ବରୁ ଘୋଡ଼ା କେବେ ଚା’ ଖୋଜେ-ଏକଥା ଜାଣନ୍ତି କି ? ଏମିତି ଏକ ଘୋଡା ଅଛି, ଯିଏ ଚା’ ନ ପିଇଲେ କାମ କରିପାରେନି। […]

sarathi
‘ସାରଥୀଙ୍କ ପାଖରେ କୌଣସି ଦିବ୍ୟଶକ୍ତି ନାହିଁ ’

ଭୁବନେଶ୍ୱର: ସାରଥୀଙ୍କ ପାଖରେ କୌଣସି ଦିବ୍ୟ ଶକ୍ତି ନ ଥିଲା। ସେ କୌଣସି ଐଶ୍ୱରିକ ଶକ୍ତିର ଅଧିକାରୀ ମଧ୍ୟ ନୁହଁନ୍ତି। ଏକଥା ନିଜେ ସ୍ୱୀକାର କରିଛନ୍ତି ସାରଥୀ ବାବା। ତା ପୁଣି ତଦନ୍ତ ଅଧିକାରୀ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରାଙ୍କ ସାମ୍ନାରେ। Sorry to disappoint you but Sarathi was treated with dignity due to any human being. No third degree at all. You can ask […]

rape murder
୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ସ୍କୁଲ୍‌ ବେଲ୍‌ଟରେ ତଣ୍ଟି ଚିପି ହତ୍ୟା

ଜୟପୁର:ହାଇଦ୍ରାବାଦ୍‌ରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା ଏବଂ ଜାଳିଦେବା ଘଟଣା ସାରା ଦେଶକୁ ଦୁଃଖ, କ୍ଷୋଭ ଓ ଲଜ୍ଜାରେ ଭିଜାଇ ଦେଇଛି। ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ସାରା ଦେଶରେ ଶୁଣିବାକୁ ମିଳିଛି ଗୋଟିଏ ସ୍ୱର । ହେଲେ ଏହି ସ୍ୱର କିନ୍ତୁ ଅପରାଧୀର ମାନସିକତାରେ କିଛି ବି ପ୍ରଭାବ ପକାଉନି। କାରଣ ମହିଳା ଡାକ୍ତରଙ୍କ ଲୋମଟାଙ୍କୁରା ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ସେହିପରି ଏକ ଲଜ୍ଜାଜନକ ଘଟଣା ଘଟିଛି ରାଜସ୍ଥାନର ଜୟପୁରରେ। […]

bulding
ଭୁଶୁଡ଼ି ପଡ଼ିଲା ୩ କୋଠା, ଚାଲିଗଲା ୧୫ ଜୀବନ

କୋଏମ୍ବାଟୁର:ତାମିଲନାଡ଼ୁରେ ଗତ କିଛି ଧରି ଲାଗି ରହିଛି ପ୍ରବଳ ବର୍ଷା। ବର୍ଷାରେ ମେଟ୍‌ଟୁପାଲାୟମରେ ସୋମବାର ସକାଳୁ ୩ଟି ପୁରୁଣା ଘର ଭୁଶୁଡି  ପଡ଼ିଛି। ଘର ଭିତରେ ଅନେକ ଲୋକ ଫଶି ରହିଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୫ ଶବ ଉଦ୍ଧାର କରାଯାଇଥିବାବେଳେ ଅନେକ ଲୋକ ଫଶି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ରେସ୍‌କ୍ୟୁ ଅପରେଶନ ଚାଲିଛି। ମେଟ୍‌ଟୁପାଲୟମରେ ପ୍ରାୟ ୧୫ ଦିନ ହେବ ପାଗ ବହୁତ ଖରାପ ରହିଛି। ଗତ କିଛି ଦିନ ହେଲା […]

1234567
ସୁରଟରେ ଓଡ଼ିଆ ଛାତ୍ରଙ୍କ ମୃତ୍ୟୁ

ସୁରଟ: ସୁଦୂର ସୁରଟ୍‌ରେ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ଓଡ଼ିଆ ଛାତ୍ର। ମୃତ ଛାତ୍ରଙ୍କ ନାଁ କିଶନ । ସେ ତାଙ୍କ ପରିବାର ସହ ସୁରତରେ ରହୁଥିଲେ।  ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର କିଶନ ନିଜର ସାଙ୍ଗ  ସହ ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ଗାଧୋଇବାବେଳେ କିଶନର ଗୋଡ଼ ଖସିଯିବାରୁ ସେ ଗଭୀର ପାଣିକୁ ଚାଲି ଯାଇଥିଲା। ସାଙ୍ଗକୁ ବୁଡ଼ି ଯାଉଥିବା ଦେଖି ଅନ୍ୟ ପିଲାଟି ତାକୁ ଟାଣି ଆଣିବାକୁ ଚେଷ୍ଟା କରିଥିଲା। ଫଳରେ ଉଭୟେ […]

11111
ଆଉ ମାସେ କନ୍ଦାଇବ ପିଆଜ !

ନୂଆଦିଲ୍ଲୀ: ଆଉ କନ୍ଦାଇବନି ପିଆଜ। ଗ୍ରାହକଙ୍କ ଆଖିରୁ ବାହାରୁଥିବା ପିଆଜ ଲୁହକୁ ପୋଛି ଦେବ ତୁର୍କୀ। ସରକାର ତୁର୍କୀରୁ ୧୧ ହଜାର ମେଟ୍ରିକ ଟନ୍‌ ପିଆଜ ଆମଦାନୀ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଡିସେମ୍ବର ଶେଷ କିମ୍ବା ଜାନୁଆରୀ ଆରମ୍ଭରେ ଭାରତରେ ପହଞ୍ଚି ଯିବ ଏହି ପିଆଜ। ପିଆଜ ପାଇଁ ଆଜି କାନ୍ଦୁଛି ସାରା ଦେଶ। ପିଆଜ ପାଇଁ ରୋଷେଇଘରର ସ୍ୱାଦ ଫିକା ପଡ଼ିଗଲାଣି। ପରିସ୍ଥିତିକୁ ସୁଧାରିବା ପାଇଁ ଶେଷରେ ସରକାର ତୁର୍କୀରୁ ପିଆଜ ମଗାଇଛନ୍ତି। […]

atm
ଜାନୁଆରୀ ପହିଲାରୁ ଏଟିଏମରୁ ଉଠାଇ ପାରିବେନି ପଇସା, ବଦଳାଇ ନିଅନ୍ତୁ କାର୍ଡ

ନୂଆଦିଲ୍ଲୀ: ନୂଆ ବର୍ଷରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ନୂଆ ଏଟିଏମ୍ ସେବା ଯୋଗାଇ ଦେବାକୁ ଯାଉଛି। ଏହା ପୂର୍ବରୁ ଆପଣଙ୍କ ପାଖରେ ଥିବା ମାଗନେଟିକ ଷ୍ଟ୍ରାଇପ ଡେବିଟ କାର୍ଡକୁ ଘରୋଇ ବ୍ୟାଙ୍କ ଶାଖାକୁ ଯାଇ ବଦଳ କରି ଦିଅନ୍ତୁ। ନଚେତ ଆପଣ ଜାନୁଆରୀ ୧ରୁ ମାଗନେଟିକ ଷ୍ଟ୍ରାଇପ ଏଟିଏମରୁ ପଇସା ଉଠାଇ ପାରିବେ ନାହିଁ। କାରଣ ନୂଆ ବର୍ଷରୁ ଏସବିଆଇ ନିଜ ଗ୍ରାହକଙ୍କୁ କେବଳ ଇଏମଭି ଚିପ୍ ଏଟିଏମରୁ ପଇସା ଉଠାଇବା ପାଇଁ ଅନୁମତି […]

2423256
‘ହିନ୍ଦୁତ୍ୱ ରାଜନୀତିରୁ ଓହରିନି ଶିବସେନା’

ମୁମ୍ୱାଇ:ମହାରାଷ୍ଟ୍ରରେ ସରକାର ଗଠନ କରାଯାଇଛି। କଂଗ୍ରେସ ଓ ଏନସିପି ସହ ମିଶି ଶିବସେନା ମହା ବିକାଶ ଅଘାଡି ମେଣ୍ଟ ରକାର ଗଠନ କରିଛି। ଆଗକୁ ବିନା ଏନସିପି ଓ କଂଗ୍ରେସରେ ଶିବସେନା ଏକାକୀ ସରକାର ଚଳାଇ ପାରିବ ନାହିଁ। ତେବେ ଏହି ମେଣ୍ଟ ସତରେ କ’ଣ ସ୍ଥାୟୀ ଶାସନ ଲୋକଙ୍କୁ ଦେଇପାରିବ ? ଜଣେ ନିଜକୁ ହିନ୍ଦୁତ୍ୱର ରକ୍ଷକ ବୋଲି କହୁଥିବାବେଳେ ଅନ୍ୟ ଦୁଇଜଣ ହିନ୍ଦୁତ୍ୱ ବିଚାରଧାରାକୁ ବିରୋଧ କରୁଥିବା ଦଳ। ପରିସ୍ପର ବିରୋଧୀ ବିଚାରଧାରାର ଦୁଇ […]

chandrayana
ଚନ୍ଦ୍ରଯାନ-୩ ପାଇଁ କାମ ଆରମ୍ଭ, ଖର୍ଚ୍ଚ ହେବ ୭୫ କୋଟି !

ନୂଆଦିଲ୍ଲୀ:ଚନ୍ଦ୍ରଯାନ-୩ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏଥିପାଇଁ ସଂସଦରେ ୭୫ କୋଟି ଟଙ୍କା ମଞ୍ଜୁରୀ ଦେବା ପାଇଁ ଦାବି ହୋଇଛି। ଏହି ଧନରାଶି ୨ଟି ପର୍ଯ୍ୟାୟରେ ଯୋଗାଇ ଦେବାକୁ ଦାବି ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା କରାଯାଇଥିବା ଏହି ଅନୁଦାନ ଦାବିପତ୍ରରେ କୁହାଯାଇଛି ଯେ, ନୂଆ ପରିଯୋଜନା ଅର୍ଥାତ୍‌ ଚନ୍ଦ୍ରଯାନ-୩ ପାଇଁ ଆବଶ୍ୟକ ଖର୍ଚ୍ଚ ପୂରଣ କରିବାକୁ ପ୍ରାୟ ୧୫ କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଉ। ଏଥିରେ ଆହୁରି କୁହାଯାଇଛି, ନୂଆ ପରିଯୋଜନା ଅର୍ଥାତ୍‌ […]

Untitled-1 copy
ଅନ୍ତର୍ଜାତୀୟ ବଜାରରେ କମୁଛି ସୁନାଦର, ହେଲେ ଭାରତରେ ...

ନୂଆଦିଲ୍ଲୀ: ନଭେମ୍ବରରେ ଆମେରିକା-ଚୀନ ମଧ୍ୟରେ କାରବାର ବାବଦ ସମ୍ଭାବ୍ୟ ବୁଝାମଣା ସୁନା କାରବାର ଉପରେ ବେଶ ପ୍ରଭାବ ପକାଇଛି। ଏଥିଯୋଗୁ ଅନ୍ତର୍ଜାତୀୟ ସ୍ତରରେ ସୁନା ଦର ୩ ପ୍ରତିଶତ ହ୍ରାସ ପାଇଛି। ଏହାର ପ୍ରଭାବରେ ଭାରତରେ ମଧ୍ୟ ସୁନା ଦରରେ ୧ ପ୍ରତିଶ୍ରତ ହ୍ରାସ ଦେଖିବାକୁ ମିଳିଛି। ମୂଲ୍ୟବୃଦ୍ଧିକୁ ଦେଖି ଏବେ ବାହାଘର ସିଜିନ୍‌ରେ ମଧ୍ୟ ଦେଶରେ ସୁନା କିଣାବିକା ଯେତିକି ହେବା କଥା ସେ ଅନୁସାରେ ଭଲ ହୋଇନାହିଁ। ଏବେ ସୁନାର ଚାହିଦା ପ୍ରାୟ୧୫-୨୦ ପ୍ରତିଶତ […]

Untitled-1
ଭରସା ଦେଲେ ଗୃହମନ୍ତ୍ରୀ-ଖୁବ୍‌ ଶୀଘ୍ର ମାନ୍ଦାବସ୍ତାରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ:ଦେଶର ଆର୍ଥିକ ସ୍ଥିତିକୁ ନେଇ ସମସ୍ତେ ଚିନ୍ତାରେ। କେନ୍ଦ୍ରରେ ସରକାର ମଧ୍ୟ ନାଚାର ହୋଇପଡ଼ିଛନ୍ତି। ବିରୋଧୀ ଦଳ କଟୁ ସମାଲୋଚନାକୁ ହଜମ କରିବାକୁ ବାଧ୍ୟ ହେଉଛନ୍ତି। ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏ ନେଇ ବ୍ୟସ୍ତ ନ ହୋଇ ସରକାରଙ୍କ ଉପରେ ଭରସା ରଖିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି। ‘ଏବେ ସବୁ ବଡ କାମ ସରିଲା, ଏଣିକି ଭଲ ସମୟ ଆସିବ।’ ଶନିବାର ଅମିତ୍‌ ଶାହ କହିଛନ୍ତି, କୌଣସି ପ୍ରକାର ଭୟ କରବାର ଆବଶ୍ୟକତା ନାହିଁ। […]

6_555_113019050835
IAS ‘ଇଣ୍ଟରଭ୍ୟୁ’ରେ ‘ରୁମାଲ୍‌’ର ଅର୍ଥ ଏମିତି ବୁଝାଇଲେ ପ୍ରାର୍ଥୀ..

ନୂଆଦିଲ୍ଲୀ:ପୁଅ ବା ଝିଅ ଆଇଏଏସ୍‌ ଅଫିସରଟିଏ ହେଉ-ଏମିତି ସ୍ୱପ୍ନ କେଉଁ ବାପା-ମା’ଙ୍କ ଆଖିରେ ନ ଥାଏ ? ହେଲେ ଆଇଏଏସ ପାଇବା ଏତେ ସହଜ ନୁହେଁ। ୟୁପିଏସ୍‌ସି ପରୀକ୍ଷା ଯେତିକି କଷ୍ଟ ତା’ଠାରୁ ବେଶି କଷ୍ଟ ‘ଇଣ୍ଟରଭ୍ୟୁ’ ପର୍ଯ୍ୟାୟ। ଏହି ପରୀକ୍ଷା ପାଇଁ କିପରି ପ୍ରସ୍ତୁତି କରିବେ, ଇଣ୍ଟରଭ୍ୟୁକୁ  କିପରି ସାମ୍ନା କରିବେ ସେ ନେଇ ଆଇଏଏସ୍‌ ଦୀପକ ଗୁପ୍ତା ତାଙ୍କର ଏକ ପୁସ୍ତକ ‘The Steel Frame A History Of the IAS’ରେ ଲେଖିଛନ୍ତି। […]

121111111
ଗ୍ୟାଙ୍ଗଷ୍ଟାରକୁ ବାହା ହେବା ପାଇଁ ରାଜି ହେଲେ ମହିଳା ପୋଲିସ, ଆଉ ତା’ ପରେ...

ଭୋପାଲ: ଯେଉଁ କାମ ଖାକି ପୋଷାକ ପିନ୍ଧି ନକରିହେଲା ତାହା ପ୍ରେମର ପୋଷାକ ପିନ୍ଧି କରିବାରେ ସଫଳ ହୋଇଛି ପୁଲିସ। ଆଉ ଏହି ପ୍ରେମ କରି ଜଣେ ଗ୍ୟାଙ୍ଗଷ୍ଟରକୁ ଧରିବାରେ ସଫଳ ହୋଇଛନ୍ତି ଜଣେ ମହିଳା ପୁଲିସ କର୍ମଚାରୀ। ମଧ୍ୟପ୍ରଦେଶର ଛତ୍ରପୁୁର ଜିଲ୍ଲାର ୨୮ ବର୍ଷୀୟ ସବ ଇନ୍ସପେକ୍ଟର ମାଧବୀ ଅଗ୍ନିହୋତ୍ରୀଙ୍କ କାର୍ଯ୍ୟଶୈଳୀକୁ ନେଇ ସାରା ଦେଶରେ ଚର୍ଚ୍ଚା। ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବାଲକିଷନ ଚୌବେ। ହତ୍ୟା ଓ ଡକାୟତି ଭଳି ୧୫ଟି […]

lekhashree
ସିଏଜି ରିପୋର୍ଟକୁ ନେଇ ବର୍ଷିଲେ ଲେଖାଶ୍ରୀ

ଭୁବନେଶ୍ୱର: ସିଏଜି ରିପୋର୍ଟରେ ରାଜ୍ୟ ସରକାରଙ୍କ ତ୍ରୁଟି ସାମ୍ନାକୁ ଆସିବା ପରେ ଏହାକୁ ନେଇ ବର୍ଷିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।  କେନ୍ଦ୍ରରୁ ଆସୁଥିବା ପାଣ୍ଠିକୁ ଖର୍ଚ୍ଚ କରିପାରୁନାହାନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ବିଭାଗରେ ଅନେକ ଯୋଜନା ପ୍ରସ୍ତୁତ ହେଉଛି । ହେଲେ ସେଥିପାଇଁ ଆସୁଥିବା ଟଙ୍କା ଫେରିଯାଉଛି । ଯାହା ସରକାରଙ୍କ ଅପାରଗତାକୁ ସାମ୍ନାକୁ ଆଣୁଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି। ପୂର୍ତ୍ତ ବିଭାଗରେ ଟଙ୍କା ଖର୍ଚ୍ଚ ହୋଇଥିବା ଦେଖାଇ ଆତ୍ମସାତ […]

56789-750x430
ରଙ୍ଗଶାଳାକୁ ରକ୍ଷା କରି ପାରିଲେନି ଜିଲ୍ଲାପାଳ

ଭୁବନେଶ୍ୱର: ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ସହ ଜଡ଼ିତ ରଙ୍ଗଶାଳା ରକ୍ଷା ପାଇଁ ପ୍ରଶାସନର ଉଦ୍ୟମକୁ ଲାଗିଛି ଜୋରଦାର ଝଟ୍‌କା। ରୂପେଶ ଭଦ୍ରଙ୍କ ରଙ୍ଗଶାଳାକୁ ନ ଭାଙ୍ଗି ଜନହିତ କାର୍ଯ୍ୟରେ ଲଗାଇବାକୁ ଯାଜପୁର ଜିଲ୍ଲାପାଳ ରାଜସ୍ୱ ବିଭାଗକୁ ଅନୁମତି ଲୋଡ଼ିଥିଲେ । ହେଲେ ଏହାକୁ ଅଗ୍ରାହ୍ୟ କରିଦେବା ସହ ରାଜସ୍ୱ ବିଭାଗ ପରୋକ୍ଷରେ ଜିଲ୍ଲାପାଳଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ଜିଲ୍ଲାପାଳଙ୍କୁ ଚିଠି କରି ରାଜସ୍ୱ ବିଭାଗ ସ୍ପଷ୍ଟ କରିଛି ଯେ, ଏଭଳି ଜବରଦଖଲ ସଂପତ୍ତିର କୌଣସି ବିକଳ୍ପ […]

modi
ବିଜେପି ସହ ମେଣ୍ଟ ପାଇଁ ରାଜି ଥିଲେ ପାଓ୍ୱାର, ହେଲେ ରଖିଥିଲେ ଏମିତି ସର୍ତ୍ତ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ଏନ୍‌ସିପି ଚାହୁଁଥିଲା। ଏଥିପାଇଁ ବିଜେପି ସହ ମେଣ୍ଟ କରିବାକୁ ମଧ୍ୟ ଚାହୁଁଥିଲା। ଏପରିକି ଖୋଦ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ମୋଦିଙ୍କୁ ଭେଟି ଏ ପ୍ରସଙ୍ଗ ଉଠାଇଥିଲେ। ହେଲେ ବିଜେପି ମେଣ୍ଟ କଲେ ଦୁଇଟି  ସର୍ତ୍ତ ପୂରଣ ପାଇଁ ଦାବି କରିଥିଲେ ଯାହାକୁ ମୋଦି ସ୍ୱୀକୃତି ଦେଇ ନ ଥିଲେ। ଅକ୍ଚୋବର ୨୪ରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସରକାର ଗଢ଼ିବା ନେଇ ସମସ୍ତ ଦଳ ପ୍ରୟାସ […]

raja swain
ସାବଧାନ ! ଠକୁଛନ୍ତି ସୁନା ଦୋକାନୀ

ଭୁବନେଶ୍ୱର:ଧନ୍‌ତେରାସ ହେଉ ବା ଦଶହରା, ସୁନା କିଣିବାକୁ ଦୋକାନରେ ଭାରି ଭିଡ଼। ହେଲେ କେବେ ପଚାରିଛନ୍ତି, ଆପଣ କିଣୁଥିବା ଏହି ସୁନା ଖାଣ୍ଟି ତ ! ଯଦି ଜାଣି ନାହାନ୍ତି, ତେବେ ଶୁଣନ୍ତୁ ଏକ ସାଂଘାତିକ ତଥ୍ୟ। ଚଉଦ କ୍ୟାରେଟ ଦେଇ ବାଇଶ କ୍ୟାରେଟର ଦାମ୍ ନେଉଛନ୍ତି ସୁନା ଦୋକାନୀ। ଗୋଟେ କି ଦୁଇଟା ଦୋକାନରେ ନୁହେଁ, ରାଜ୍ୟବ୍ୟାପୀ ଚାଲିଛି ଏପରି ଠକେଇ।  ବଡ ବଡ ଦୋକାନୀ ମଧ୍ୟ ଏପରି ଭାବେ ଠକୁଛନ୍ତି। ଓଜନରେ ଠକୁଛନ୍ତି, ଅପମିଶ୍ରଣ […]

12211`111
ଆସ୍ଥା ଭୋଟରେ ପାସ୍‌ ହେଲେ ଉଦ୍ଧବ

ମୁମ୍ୱାଇ: ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କଲା ମହା ବିକାଶ ଅଘାଡି। ଆସ୍ଥା ଭୋଟ ବେଳେ ୨୮୮ ବିଧାୟକଙ୍କ ମଧ୍ୟରୁ ବିଜେପିର ୧୦୫ ବିଧାୟକ କକ୍ଷ ତ୍ୟାଗ କରିଥିବା ବେଳେ ୪ ବିଧାୟକ ଗୃହରେ ଉପସ୍ଥିତ ଥାଇ ଭୋଟ ଦାନରୁ ବିରତ ଥିଲେ। ଉଦ୍ଧବ ସରକାରଙ୍କ ସପକ୍ଷରେ ୧୬୯ଟି ଭୋଟ୍ ପଡ଼ିଥିଲା। ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’ ପ୍ରଥମେ ଗାନ କରାନଯାଇ ବିଧାନସଭା ଆରମ୍ଭ କରିଥିବାରୁ ବିରୋଧୀ ସରକାର ବିରୋଧରେ ନାରାବାଜି କରିଥିଲେ। ଏହି ସମୟରେ ଉଦ୍ଧବ ଠାକରେ […]

11222
କୁକୁଡା ଚାଷ ପାଇଁ ଆନ୍ଧ୍ରରୁ ଆସିଲେ ଓଡ଼ିଶା

ବାଲେଶ୍ୱର:ଦେଶୀ କୁକୁଡ଼ା, ହେଲେ ରଙ୍ଗ ତାର କଳା। ନାଁ ତାର କଡକନାଥ କୁକୁଡା। କୁହାଯାଏ, ଏହାର ସ୍ୱାଦ ନିଆଁରା। ପୁଣି ହାଇବେଟିସ୍‌ ରୋଗୀଙ୍କ ପାଇଁ ବି ଏହା ବେଶ ଭଲ। ଏମିତି କୁକୁଡ଼ା ମିଳେ ବାଲେଶ୍ୱର ଜିଲ୍ଲାର କିରଣ କୁମାରଙ୍କ ଫାର୍ମରେ। କିରଣ ଜଣେ ଇଞ୍ଜିନିୟର।  ଘର ଆନ୍ଧ୍ରପ୍ରଦେଶର ବିଜୟୱାଡା।  ସମସ୍ତେ ଭାବିଥିଲେ, ପାଠ ପଢି ଚାକିରି କରିବେ। ହେଲେ କିରଣଙ୍କ ରୁଚି ଥିଲା ଚାଷରେ। ତେଣୁ ଚାକିରି ନ କରି ଚାଷ କରିବାକୁ ଇଚ୍ଛା କରିଥିଲେ। […]

12112-a
ସ୍କୁଲ ପରିବେଶରେ ମ୍ୟୁଜିୟମର ଦୃଶ୍ୟ

ନୂଆପଡ଼ା:କାନ୍ଥର ଗୋଟିଏ ପଟରେ ଶୋଭା ପାଉଛି କୋମନା ଗଡର ଐତିହ୍ୟ, କଳା, ସଂସ୍କୃତି, ପରମ୍ପରାର ନିଖୁର ଛବି। ଅନ୍ୟପଟେ କୋମନାର ଦର୍ଶନୀୟ ସ୍ଥାନ ତୂଳୀରେ ନେଇଛି ଜୀବନ୍ତ ରୂପ। ଚିତ୍ର ବି ଏଠି କହିଦିଏ ଲୋକଙ୍କ ଜୀବନଜୀବିକାର କାହାଣୀ। ଭାବୁଥିବେ ଏହା କୌଣସି ମ୍ୟୁଜିୟମର ଦୃଶ୍ୟ ବୋଧେ ! ହେଲେ ନା, ଏହା ମ୍ୟୁଜିୟମ ନୁହେଁ, ଏକ ସ୍କୁଲର ପରିବେଶ। ଏମିତି ପରିବେଶ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଜିତାମିତ୍ର ଉଚ୍ଚ ବିଦ୍ୟାଳୟରେ। ଏଠି ଥରେ ପିଲାମାନେ […]

qwertyu
ପୋଲ ତଳକୁ ଖସି ପଡ଼ିଲା ଭ୍ୟାନ୍‌-ଚାଲିଗଲା ୭ ଜୀବନ

ଔରଙ୍ଗାବାଦ୍:  ମହାରାଷ୍ଟ୍ରର ଧୁଲେ-ହାଇଦ୍ରାବାଦ୍‌ ହାଇୱେରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି।  ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଭ୍ୟାନ୍‌ ହଠାତ୍‌ ଖସି ପଡ଼ିଥିଲା ପୋଲ ତଳକୁ। ହାଇୱେ କଡରେ ଥିବା ବିନ୍‌ଚୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗାଡି ଉପରେ ଚାଳକ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିଲା। ଭ୍ୟାନ୍‌ରେ ପ୍ରାୟ ୧୦ରୁ ୩୦ ଜଣ ଲୋକ ବସିଥିଲେ। ପୋଲ […]

rape...
ଗଣଦୁଷ୍କର୍ମ ପାଇଁ ନରପିଶାଚମାନେ କରିଥିଲେ ଏମିତି ପ୍ଲାନ୍‌

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରି ଜାଳିଦେବା ଘଟଣା ସାରା ଦେଶକୁ ଯେମିତି ସ୍ତବ୍ଧ କରିଦେଇଛି। ଏପରି ପୈଶାଚିକ କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦେଶର କୋଣ ଅନକୋଣରୁ ଦାବି ଉଠିଛି।  ପୋଲିସ ମଧ୍ୟ ଧୀରେ ଧୀରେ ଏହି ରହସ୍ୟର ପର୍ଦ୍ଦାଫାଶ କରୁଛି । ପୋଲିସର କହିବା ଅନୁଯାୟୀ ଏହି ଜଘନ୍ୟ ଘଟଣା ଘଟାଇଥିବା ଅପରାଧୀମାନେ ଅତ୍ୟନ୍ତ ଅମାନୁଷିକ, ନିର୍ଦ୍ଦୟ ଭାବେ ମହିଳା ଡାକ୍ତରଙ୍କୁ ହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରୁ […]