• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

suicide
ପରିବାର ଲୋକ ବିରୋଧ କଲେ ପ୍ରେମକୁ, ଆଉ ତା’ ପରେ...

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସୁନାପଲ୍ଲୀ ଗାଁରେ ସକାଳୁ ସକାଳୁ ଖେଳି ଯାଇଛି ଚାଞ୍ଚଲ୍ୟ।  ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଛି ପ୍ରେମୀ ଯୁଗଳଙ୍କ ମୃତଦେହ। ଶନିବାର ଭୋରରୁ ବାଉରୀ ସାହିର ବାରୀମାଳରେ  ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ଗ୍ରାମବାସୀ । ମୃତକ ମାନେ ହେଲେ କୈଳାଶ ନାହାକ ଏବଂ ବିଜ୍ଞାନୀ ନାହାକ । ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଗୋଟିଏ ଗାଁର ବାସିନ୍ଦା କୈଳାଶ ଏବଂ ବିଜ୍ଞାନୀ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । […]

vigilance
ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଆନନ୍ଦପୁର:  ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ସେ ହେଉଛନ୍ତି କେନ୍ଦୁଝର ଆନନ୍ଦପୁର ଗ୍ରାମ୍ୟ  ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବଳ ପଣ୍ଡା। ସୁବଳଙ୍କ ନାଁରେ ରହିଥିଲା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ। ଅଭିଯୋଗ ପାଇବା ପରେ  ଭିଜିଲାନ୍ସ ଟିମ୍‌ ସୁବଳଙ୍କ ଘର ରେଡ୍ ହୋଇଥିବା ସୂଚନା ମିଳିଛି। ଏହାବ୍ୟତୀତ ତାଙ୍କ ସମ୍ପର୍କୀୟଙ୍କ ୯ଟି ଘରେ ଏକକାଳୀନ ଚଢଉ ମଧ୍ୟ ହୋଇଛି।

dog
ଚୋରି କୁକୁର ଖୋଜି ଆଣିଲେ ୫ ଲକ୍ଷ ପୁରସ୍କାର

ନୂଆଦିଲ୍ଲୀ:ଘରୁ ମୂଲ୍ୟବାନ ଜିନଷ ଚୋରି ହୋଇଗଲେ କାହାକୁ ବା କଷ୍ଟ ନ ଲାଗିବ ? ଯେମିତି ବି ହେଉ, ନିଜ ଜିନିଷ ଫେରି ପାଇବାକୁ ସମସ୍ତେ ଚାହିଁବେ । ହେଲେ ଚୋରି ଜିନିଷ ଫେରି ପାଇବା ପାଇଁ ୫ ଲକ୍ଷର ପୁରସ୍କାର ଘୋଷଣା କରିବା କେବେ ଶୁଣିଛନ୍ତି ? ସେ ପୁଣି ଚୋରି ହୋଇଥିବା ଏକ କୁକୁର ପାଇଁ ! ଏମିତି ଏକ ଘଟଣା ଘଟିଛି  ସାନ୍‌ ଫ୍ରାନ୍‌ସିସ୍‌କୋରେ। ଜଣେ ମହିଳା ତାଙ୍କର ପୋଷା କୁକୁରକୁ ଖୋଜି […]

purnima
ସବିତା ଓ ପୂର୍ଣ୍ଣିମା ପାଇବେ ସାହସିକତା ପୁରସ୍କାର

କେନ୍ଦ୍ରାପଡ଼ା: ଦୁଇ ସାହାସୀ ଭଉଣୀ ସବିତା ଗିରି ଓ ପୂର୍ଣ୍ଣିମା ଗିରି। ଦୁଇ ଭଉଣୀ ପାଇବେ ଚଳିତବର୍ଷର ସାହସିକତା ପୁରସ୍କାର। କେନ୍ଦ୍ରାପଡ଼ା ଜିଲ୍ଲା  ମହାକାଳପଡ଼ା ନିପାଣିଆ ଗାଁର ଏଇ ଦୁଇ ଭଉଣୀ ସେଦିନ ଡଙ୍ଗାବୁଡ଼ି ସମୟରେ ଯେଉଁ ଅପୂର୍ବ ସାହସିକତା ଦେଖାଇ ଲୋକଙ୍କୁ ଉଦ୍ଧାର କରିଥିଲେ ସେଥିପାଇଁ ତାଙ୍କୁ ଏହି ସମ୍ମାନ ମିଳିବ। ଚଳିତ ବର୍ଷ ଜାନୁଆରୀ ୨ ତାରିଖର ଘଟଣା।  ନିପାଣିଆରେ ଏକ ଯାତ୍ରୀବାହୀ ଡଙ୍ଗା ନଦୀ ମଝିରେ ଓଲଟି ପଡ଼ିଥିଲା। ଏଇ ଦୁଇ ଭଉଣୀ […]

bhalu
ଭାଲୁ ନେଇଗଲା ଆଖି

ଉଦଳା: ବଳଦ ଖୋଜିବା ହେଲା କାଳ। ବଳଦକୁ ଖୋଜିବା ପାଇଁ ଘର ବାଡିକୁ ପଳାଇ ଯାଇଥିଲେ। ହେଲେ ସେଠାରେ ଯେମିତି ଅଘଟଣ ତାଙ୍କୁ ଅପେକ୍ଷା କରି ବସିଥିଲା। ଝାମ୍ପି ପଡ଼ିଲା ଭାଲୁ। ଆଉ ତାଙ୍କର ଆଖି ତାଡ଼ି ନେଇଗଲ। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଂଚଳ ଅଧିନ କଟରାସାହି ଗ୍ରାମରେ। ଗାଁର ଦାମ ଟୁଡୁ ନାମକ ଜଣେ ବ୍ୟକ୍ତି ଗତକାଲି ସନ୍ଧ୍ୟାରେ ବଳଦ ଖୋଜିବା ପାଇଁ ନିଜ ବାଡ଼ିକୁ ଯାଇଥିଲେ । ତେବେ […]

image
ଘରେ ଛାଡି ଦେବାର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଦୁଷ୍କର୍ମ

ବାଲେଶ୍ୱର:  ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ନାବାଳିକା ଜଣକ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ଏକ କମ୍ପାନୀରେ କାମ କରିବାକୁ ତେଲେଙ୍ଗନା ଯାଇଥିଲେ।  କିଛି ଦିନ କାମ କରିବା ପରେ ସେ ଘରକୁ ଫେରି ଆସିଥିଲେ । ବାଲେଶ୍ୱର ଷ୍ଟେସନରେ ଓହ୍ଲାଇ ବସ୍‌ ପାଇଁ ଅପେକ୍ଷା କରିଥିବାବେଳେ ଗମ୍ଭାରିଆ ଗାଁର ସଞ୍ଜିତ ଜେନା ନାମକ ଜଣେ ବ୍ୟକ୍ତି ତାକୁ ଘରେ ଛାଡିଦେବ ବୋଲି କହି ବାଇକରେ ବସାଇ ଆଣିଥିଲେ। […]

delhi
ଦିଲ୍ଲୀ ଓ ଉତ୍ତର ଭାରତରେ ଭୂକମ୍ପ

ନୂଆଦିଲ୍ଲୀ: ଆଜି ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ଥିବା ପ୍ରଥମେ କୁହାଯାଇଥିଲା। ତେବେ ପରେ ଜଣାପଡ଼ିଛି ଏହାର ତୀବ୍ରତା ୬.୩ ଥିଲା। ଏହା ମୁଖ୍ୟତଃ ଆଫଗାନିସ୍ତାନରେ ଅଧିକ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସିସ୍‌ମୋଲୋଜି ଅନୁଯାୟୀ ଭୂକମ୍ପ ଆଫଗାନିସ୍ତାନର କାବୁଲ ଠାରୁ ୨୪୬ କିଲୋମିଟର ଦୂରରେ ହିନ୍ଦୁକୁଶ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିଲା। ରୟଟର୍ସର ସୂଚନା ଅନୁଯାୟୀ, ପାକିସ୍ତାନର କିଛି […]

internate-1
ଇଣ୍ଟରନେଟ ସେବା ବନ୍ଦ କରିବାରେ ଭାରତ ସବୁଠାରୁ ଆଗରେ

ନୂଆଦିଲ୍ଲୀ:ଦେଶରେ ଚଳିତବର୍ଷ  ୯୫ ଥର ଇଣ୍ଟରନେଟ ଶଟଡାଉନ୍‌ ହୋଇଥିଲା। ଆଉ ତାହା ପୁଣି ଗୁରୁବାର ଦିନ। ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ନାଗରିକତା ସଂଶୋଧନ ଆଇନ(CAA) ବିରୋଧୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଥିଲା। ତେବେ ଇଣ୍ଟରନେଟ ସେବା  ଅଧିକ ବନ୍ଦ କରିବାରେ ଭାରତର ସ୍ଥାନ ସବୁଠାରୁ ଆଗରେ ରହିଛି। ଇଣ୍ଡିଆନ କାଉନ୍‌ସିଲ ଫର ରିସର୍ଚ୍ଚ ଆଣ୍ଡ ଇଣ୍ଟନାଶନାଲ ଇକନମିକ ରିଲେସନ୍ସ ସହ ଅନ୍ୟ ଦୁଇଟି ସଂସ୍ଥା ଏ ସମ୍ପର୍କରେ ଅନୁଧ୍ୟାନ କରିବା ପରେ ଏହି […]

sengar
ଉନ୍ନାଓ ଦୁଷ୍କର୍ମ ମାମଲା, ଦୋଷୀ କୁଲଦୀପ ସିଂହ ସେନଗାରଙ୍କୁ ଆଜୀବନ ଜେଲ୍

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଧାୟକ କୁଲଦୀପ ସେନଗାରଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି। ଦିଲ୍ଲୀର ତିସ ହଜାରୀ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୨୫ ଲକ୍ଷ ଟଙ୍କା ସେନଗାରଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଦୁଷ୍କର୍ମ ମାମଲା ଆସିବା ପରେ କୁଲଦୀପଙ୍କୁ ବିଜେପିରୁ ନିଲମ୍ୱିତ କରାଯାଇଥିଲା । ଗତ ୧୬ ତାରିଖରେ ଦିଲ୍ଲୀର ଏହି କୋର୍ଟ କୁଲଦୀପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। […]

123456789
ହିଂସା ଭିତରେ ବି ମାନବିକତା: ଆନ୍ଦୋଳନକାରୀଙ୍କ ଆକ୍ରମଣରୁ ପୋଲିସକୁ ବଞ୍ଚାଇଲେ ମୁସଲିମ ଯୁବକ

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନ ବିରୋଧରେ ସାରା ଦେଶରେ ହିଂସାକାଣ୍ଡ ଭିତରେ ବି ଦେଖିବାକୁ ମିଳିଛି ମାନବିକତାର ଦୃଶ୍ୟ। ହିଂସାକାଣ୍ଡରେ କର୍ଣ୍ଣାଟକର ମେଙ୍ଗଲୁରରେ ୨ ଏବଂ ଲକ୍ଷ୍ନୌରେ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଅହମ୍ମଦାବାଦରେ ଶାହ-ଏ-ଇଲାମ୍‌ ଇଲକାରେ ଆନ୍ଦୋଳନକାରୀମାନେ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ଡିସିପି, ଏସିପି, ଇନ୍ସପେକ୍ଟରଙ୍କ ସମେତ ୧୯ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି। ଜଣେ ପୋଲିସ କର୍ମଚାରୀଙ୍କୁ ଏକୁଟିଆ ପାଇ ଆନ୍ଦୋଳନକାରୀମାନେ ନିର୍ଦ୍ଧୁମ ପିଟିଥିଲେ। ହେଲେ ଏହି ଆନ୍ଦୋଳନକାରୀଙ୍କ ମଧ୍ୟରେ କେହି ଏମିତି […]

lion-6
ମା’ର ଆଖି ସାମ୍ନାରେ ଭାସି ଯାଉଥିଲା ସିଂହ ଛୁଆ, ଆଉ ତା’ପରେ...

ନୂଆଦିଲ୍ଲୀ: ସବୁ ମା’ର ହୃଦୟ ତାର ସନ୍ତାନ ପାଇଁ  ସମାନ । ସେ ମଣିଷ ହେଉ ବା ପକ୍ଷୀ କିମ୍ବା ସିଂହ, ମା’ଟିଏ ନିଜ ଜୀବନ ଦେଇ ତା’ର ସନ୍ତାନକୁ ବଞ୍ଚାଇବାକୁ ସବୁବେଳେ ଚାହିଁଥାଏ। ମା’ର ମମତା କେତେ ଗଭୀର ତାକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓଟି ଏକ ସିଂହିଣୀର। ଭରା ନଦୀରେ ସିଂହିଣୀ କୁମ୍ଭୀର ମୁହଁରୁ ସନ୍ତାନମାନଙ୍କୁ ରକ୍ଷା କରୁଛି। ଏହି ସୁନ୍ଦର ଦୃଶ୍ୟକୁ କେହି ରେକର୍ଡିଂ କରିଛି । ଏହି ଭିଡିଓଟିକୁ […]

mukesh
 “ଜିଓ-ବିପି’ ରିଟେଲ୍ ନେଟ୍‌ୱାର୍କ ୫,୫୦୦ ସ୍ଥାନକୁ ସଂପ୍ରସାରିତ ହେବ

ମୁମ୍ବାଇ: ନୂତନ ଭାରତୀୟ ଇନ୍ଧନ ଓ ଗମନାଗମନ ଯୌଥ ଉଦ୍ୟୋଗ ସ୍ଥାପନ କରିବା ଲାଗି ବିପି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏନେଇ ଗତ ଅକ୍ଟୋବର ମାସରେ ଦୁଇ କଂପାନି ମଧ୍ୟରେ ପ୍ରାରମ୍ଭିକ ରାଜିନାମା ହୋଇଥିଲା । ସମସ୍ତ ଆବଶ୍ୟକ ବୈଧାନିକ ଓ ଅନ୍ୟାନ୍ୟ ମଂଜୁରି ଠିକ ସମୟରେ ମିଳିଗଲେ ଏହି ନୂତନ ଯୌଥ ଉଦ୍ୟୋଗ ୨୦୨୦ ବର୍ଷର ପ୍ରଥମାର୍ଦ୍ଧ ସୁଦ୍ଧା ଗଠନ ହୋଇଯିବା ଆଶା […]

rape
ତିନି ସାଙ୍ଗଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ସ୍ତ୍ରୀକୁ ବାଧ୍ୟ କଲା ସୈତାନ ସ୍ୱାମୀ

ମୁମ୍ୱାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇରେ ଓ୍ୱାଇଫ୍ ସ୍ୱାପିଂ ଅଭିଯୋଗ। ଜଣେ ୪୬ ବର୍ଷୀୟ ବ୍ୟବସାୟୀ ନିଜ ୩୯ ବର୍ଷୀୟ ସ୍ତ୍ରୀକୁ ନିଜ ତିନି ସାଙ୍ଗଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବା ଅଭିଯୋଗରେ ଗିରଫ ହୋଇଛି। ବୁଧବାର ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ତାଙ୍କୁ ଗିରଫ କରିଛି । ୨୦୧୭ରୁ ନିଜର ତିନି ସାଙ୍ଗଙ୍କୁ ନିଜ ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ପାଇଁ ଏହି ବ୍ୟବସାୟୀ ବାଧ୍ୟ କରିଥିଲା। ଖାଲି ଏତିକି ନୁହେଁ,  […]

subramanyam
ମୁଶାରଫଙ୍କୁ ଭାରତ ନାଗରିକତ୍ୱ ଦେଉ: ସୁବ୍ରମଣ୍ୟମ

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଧିତ ଆଇନକୁ ନେଇ ବିରୋଧ ପ୍ରଦର୍ଶନ ବେଳେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କୁ ନେଇ ତାତ୍ସଲ୍ୟ କରିଛନ୍ତି। ମୁଶାରଫ ଦିଲ୍ଲୀର ଦରିଆଗଞ୍ଜରେ ରହୁଥିଲେ। ସେ ଏବେ ତାଙ୍କ ଦେଶ (ପାକିସ୍ତାନ)ରେ ଉତ୍ପୀଡନର ଶିକାର ହୋଇଛନ୍ତି। ଏବେ ଫାଷ୍ଟ ଟ୍ରାକ କୋର୍ଟ ଆଧାରରେ ତାଙ୍କୁ ନାଗରିକତ୍ୱ ଦେଇହେବ। କାରଣ ସେ ଦରିଆଗଞ୍ଜର ଏବଂ ଉତ୍ପୀଡନର ସାମ୍ନା କରୁଛନ୍ତି। ତେଣୁ ତାଙ୍କୁ ଆମ ଦେଶ ନାଗରିକତ୍ୱ ଦେଉ […]

otdc
ଓଟିଡିସି ପାନ୍ଥ ନିବାସରେ ମିଳିବ ଷ୍ଟାର ୱେଡିଂ ସୁବିଧା

ଭୁବନେଶ୍ୱର: ବିବାହର ଦିନକୁ ସ୍ମୃତିମୟ କରିବାକୁ କିଏ ବା ନ ଚାହେଁ ? ହେଲେ ଏଥିପାଇଁ ସମସ୍ତଙ୍କ ପାଖରେ ସୁବିଧା ଓ ସୁଯୋଗ ନ ଥାଏ । ସୁବିଧାମାନେ ଅର୍ଥିକ ସୁବିଧା। ହେଲେ ଏବେ ସେ ସୁବିଧା ଆପଣଙ୍କ ହାତପାଆନ୍ତାକୁ ଆସିଛି। ଆପଣଙ୍କ ବିବାହ ଉତ୍ସବକୁ ଯଦି ଆକର୍ଷଣୀୟ ଏବଂ ସ୍ମୃତିମୟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ବଜେଟ ଅନୁସାରେ ଏହି ସୁଯୋଗ ଦେବାକୁ ଯାଉଛି ଓଟିଡିସି । ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ପାନ୍ଥନିବାସରେ। ବ୍ୟୟବହୁଳ […]

railway
‘ଏକ ଭାରତ ଶ୍ରେଷ୍ଠ ଭାରତ’ ଯୋଜନାରେ ରେଳ ବିଭାଗର ରିହାତି ଅଫର

ନୂଆଦିଲ୍ଲୀ: ଭାରତୀୟ ରେଳ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଯୁବକଯୁବତୀଙ୍କୁ ଯାତ୍ରୀ ଭଡ଼ାରେ ୫୦ ପ୍ରତିଶତ ରିହାତି ଦେବ । ଏହି ରିହାତି କେବଳ ଦ୍ୱିତୀୟ ଶ୍ରେଣୀ ଏବଂ ସ୍ଲିପର ଶ୍ରେଣୀର ସିଟ୍ ପାଇଁ ମୂଳ ଭଡ଼ା ଉପରେ ମିଳିବ । ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତ୍ରା  କରୁଥିବା ଯୁବ ଯାତ୍ରୀ ଯେଉଁମାନଙ୍କ ଆୟ ମାସିକ ୫ ହଜାର ଟଙ୍କାରୁ କମ ହୋଇଥିବ, […]

manmohan
ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରିଥିଲେ ମନମୋହନ; ଭିଡିଓ ଜାରି କଲା ବିଜେପି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ହେଉଛି। ସିଏଏକୁ ନେଇ  ଗୋଟିଏ ପରେ ଗୋଟିଏ କମାଣ ଶାସକ ଦଳ ବିରୋଧରେ ଖଞ୍ଜୁଥିବା ବେଳେ ଶାସକ ବିଜେପି ମଧ୍ୟ ବିରୋଧୀଙ୍କ ଉଦ୍ଦେଶ୍ୟରେ ପୂର୍ବତନ ମନମୋହନ ସିଂହଙ୍କ ଏକ ମନ୍ତବ୍ୟର ଭିଡିଓ ଜାରି କରିଛି। ୨୦୦୩ରେ ରାଜ୍ୟସଭାରେ ମନମୋହନ ସିଂହ କହିଥିବା ଏକ ଭିଡିଓକୁ ଜାରି କରିଛି ବିଜେପି। ରାଜ୍ୟସଭାରେ ବିରୋଧୀ ଦଳର ନେତା ଭାବେ ମନମୋହନ ସିଂହ କହିଥିଲେ, ପାକିସ୍ତାନ ଓ ବାଂଲାଦେଶରେ […]

caa
ଡି.ରାଜା,ସୀତାରାମ ୟେଚୁରୀଙ୍କ ସହ ଏହି ନେତାଙ୍କୁ ଅଟକ ରଖିଲା ପୋଲିସ

ନୂଆଦିଲ୍ଲୀ:ନାଗରିକତା ସଂଶୋଧନ ବିଲ (CAA)କୁ ବିରୋଧ କରୁଥିବା ବାମପନ୍ଥୀ ନେତା ଡି.ରାଜା, ସୀତାରାମ ୟେଚୁରୀ, ନିଲୋତ୍ପଳ ବସୁ, ବୃନ୍ଦା କରାତ୍‌ଙ୍କ ସହିତ ଅନେକ ନେତାଙ୍କୁ ପୁଲିସ ନିଜ ହେପାଜତକୁ ନେଇ ଯାଇଛି। ଏହା ବ୍ୟତୀତ ସ୍ୱରାଜ ଇଣ୍ଡିଆର ସଂସ୍ଥାପକ ଯୋଗେନ୍ଦ୍ର ଯାଦବ, ପଟିଆଲାର ପୂର୍ବ ସାଂସଦ ଧର୍ମବୀର ଗାନ୍ଧି, ଦିଲ୍ଲୀର ପୂର୍ବ ସାଂସଦ ସନ୍ଦିପ ଦୀକ୍ଷିତଙ୍କ ପ୍ରମୁଖ ମଧ୍ୟ ପୋଲିସ ହେପାଜତରେ ଅଛନ୍ତି। ଗୁରୁବାର କେବଳ ଦିଲ୍ଲୀ ନୁହେଁ, ଦେଶର ୧୧ବଡ ବଡ ସହରରେ ମଧ୍ୟ ନାଗରିକତା […]

trump
ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଗୃହୀତ

ନ୍ୟୁୟର୍କ: ଆଗକୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ରହିଛି। ଏହା ପୂର୍ବରୁ ଶାସକ ଦଳ ରିପବ୍ଲିକାନ ପାର୍ଟିକୁ ଜୋରଦାର ଝଟକା ଲାଗିଛି। ଆମେରିକା ରାଷ୍ଟ୍ରପତି ତଥା ଶାସକ ଦଳର ମୁଖିଆ ଡୋନାଲ୍ଡ ଟ୍ରମ୍ପ ମହାଭିଯୋଗ ପ୍ରସ୍ତାବର ସାମ୍ନା କରିଛନ୍ତି। ଆମେରିକାର ନିମ୍ନ ସଦନ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଗୃହୀତ ହୋଇଛି। ଏବେ ସିନେଟରେ ମହାଭିଯୋଗ ପ୍ରସ୍ତାବ ସାମ୍ନା କରିବାକୁ ଯାଉଛନ୍ତି ଟ୍ରମ୍ପ। ତୃତୀୟ ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ […]