ଜି ଉଦୟଗିରି:ମୃତ୍ୟୁର ୨୨ ମାସ ପରେ ପୋଲିସ ଜଣେ ମହିଳାଙ୍କ ମୃତ ଦେହକୁ କବର ଖୋଳି ବାହାର କରିଛି। ମହିଳା ଜଣକ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରାଯାଇଥିଲା ତାହାର ତଦନ୍ତ କରିବା ପାଇଁ ପୋଲିସ ଆଜି ଶବକୁ କବର ଭିତରୁ ବାହାର କରିଛି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଅଞ୍ଚଳରେ। ସ୍ଥାନୀୟ କୁମ୍ଭାରକୁପା ଗାଁର ୟୁହୋସିଓ ନାୟକଙ୍କ ଝିଅ ଜେ. ଏସ. ସେଲିବ୍ରେଟଙ୍କ ମୃତ୍ୟୁ ଘଟିଥିଲା ୨୦୧୮ ଫେବୃଆରୀରେ ମାସରେ । […]
ବାରିପଦା: ସ୍କୁଲ୍ ଯିବାକୁ ଇଚ୍ଛା ନ ଥିଲା। ହେଲେ ବଡ଼ ଭଉଣୀ ତାଙ୍କୁ ବାଧ୍ୟ କରିଥିଲେ ସ୍କୁଲ ଯିବାକୁ। ଏଇ ସାମାନ୍ୟ ଘଟଣାକୁ ନେଇ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ଛାତ୍ର । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ୍ ପଶୁଦା ଗାଁରେ। ପଡ଼ୋଶୀ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲ୍ କଲେଜରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ […]
ସାଣ୍ଟିଆଗୋ: ୩୮ ଜଣ ଯାତ୍ରୀଙ୍କୁ ନେଇ ଆଣ୍ଟାର୍କଟିକା ସ୍ଥିତ ବେସ୍କୁ ଯାଉଥିବା ଚିଲି ବାୟୁସେନାର ଏକ ପରିବହନ ବିମାନ ଅଧା ରାସ୍ତାରୁ ନିଖୋଜ ହୋଇଯାଇଛି। ସି-୧୩୦ ହର୍କୁଲେସ ୧୭ ଜଣ କ୍ରୁ ସଦସ୍ୟ ଓ ୨୧ ଜଣ ଯାତ୍ରୀଙ୍କୁ ନେଇ ଆଣ୍ଟାର୍କଟିକା ସ୍ଥିତ ବେସକୁ ଯାଉଥିଲା। ସେଠାରେ ତେଲ ପାଇପ ଲାଇନ ଏବଂ ଅନ୍ୟ ସରଞ୍ଜାମ ଯାଞ୍ଚ କରିବାର ଥିଲା। ବିମାନଟି ପୁଣ୍ଟା ଆରେନାସ ସ୍ଥିତ ସନ୍ଧ୍ୟା ୪.୫୫ରେ ଉଡ଼ାଣ ଭରିଥିଲା। ତେବେ ୬.୧୩ରେ ବିମାନ ସହ […]
ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ଆସନ୍ତାକାଲି ରାଜ୍ୟସଭାରେ ଉପସ୍ଥାପନ କରାଯିବ। ରାଜ୍ୟସଭାରେ ଏନଡିଏର ସଂଖ୍ୟା ଗରଷ୍ଠତା ନ ଥିବାରୁ ଏହା କିପରି ପାସ୍ ହେବ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଆସନ୍ତାକାଲି ଦିନ ୨ଟାରୁ ରାଜ୍ୟସଭାରେ ଏହା ଉପରେ ବିତର୍କ ହେବ। ବିତର୍କ ପାଇଁ ୬ ଘଣ୍ଟାର ସମୟ ଦିଆଯାଇଛି। ଲୋକସଭାରେ ଜେଡିୟୁ, ଶିବସେନା, ବିଜେଡି ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର କିଛି ଦଳ ସିଏବିକୁ ସମର୍ଥନ କରିବାରୁ ବିଲକୁ ପାସ କରାଇବାରେ କିଛି […]
ଥାନେ:ମହାରାଷ୍ଟ୍ରର ଠାଣେ ଜିଲ୍ଲା କଲ୍ୟାଣ ରେଲୱେ ଷ୍ଟେଶନ ନିକଟରେ ରବିବାର ସକାଳେ ଏକ ବ୍ୟାଗରୁ ମହିଳାଙ୍କର ମୁଣ୍ଡ ବିହିନ ଶବ ମିଳିଥିଲା। ଏବେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହା ଏକ ଅନର କିଲିଂ ବୋଲି ପୋଲିସ ଅନୁମାନ କରୁଛି। ପୋଲିସର କହିବା ଅନୁଯାୟୀ, ଟିଟ୍ବାଲା ଅଞ୍ଚଳ ନିବାସୀ ଅରବିନ୍ଦ ତିୱାରୀ (୪୭) ତାଙ୍କ ବଡ଼ ଝିଅ ପ୍ରିନ୍ସି(୨୨)କୁ ହତ୍ୟା କରିଛନ୍ତି। ଆଉ ହତ୍ୟାର କାରଣ ହେଉଛି ପ୍ରେମ। ତାଙ୍କର ଝିଅ ଜଣେ ଅନ୍ୟ ସଂପ୍ରଦାୟର ଝିଅକୁ […]
ନୂଆଦିଲ୍ଲୀ:ସରକାରୀ ଚାକିରୀ ଖୋଜୁଥିବା ଯୁବଗୋଷ୍ଠୀଙ୍କ ପାଇଁ ଖୁସି ଖବର। ରେଳ ବିଭାଗ ଖାଲି ପଡ଼ିଥିବା ତାର ବିଭିନ୍ନ ପଦ ପାଇଁ ପ୍ରାର୍ଥୀପତ୍ର ଆହ୍ୱାନ କରିଛି। ଇଷ୍ଟ କୋଷ୍ଟ ରେଲୱେ ଅପ୍ରେଣ୍ଟିସ୍ ଆକ୍ଟ ଅନୁଯାୟୀ ପ୍ରାୟ୧୨୧୬ ପଦବୀ ପାଇଁ ପ୍ରାର୍ଥୀ ନିଯୁକ୍ତି ଦେବ। ୧୦ମ ଶ୍ରେଣୀ ପାସ କରିଥିବା ବ୍ୟକ୍ତି ଏହି ପଦ ପାଇଁ ଆବେଦନ କରିପାରିବେ। କେତେକ ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି ୮ମ ପାସ୍। ଆବଦନର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଆବେଦନର ଶେଷ […]
ଅନୁଗୁଳ: ଦିନେ ନୁହେଁ କି ଦୁଇ ଦିନ ନୁହେଁ, ଦୀର୍ଘ ୪ ମାସ ବିତିଗଲାଣି। ଯନ୍ତ୍ରଣାରେ ଛଟପଟ ହେଉଛି ଛୋଟି ଝିଅଟି। କାରଣ ଶରୀରରେ ଭାଙ୍ଗି ରହିଛି ଇଞ୍ଜେକସନ୍ ଛୁଞ୍ଚି । ଅନେକ ଜାଗାରେ ଚିକିତ୍ସା କରାଇଲେଣି ପରିବାର ଲୋକେ। ହେଲେ କିଛି ଲାଭ ହେଉନି। ଅନୁଗୁଳର ଏକ ଘରୋଇ କ୍ଲିନିକ କର୍ମଚାରୀଙ୍କ ତ୍ରୁଟି ପାଇଁ ଝିଅଟି ଏମିତି କଷ୍ଟ ପାଉଛି ବୋଲି କହିଛନ୍ତି ପରିବାର ଲୋକେ। ଅନୁଗୁଳ ଜିଲ୍ଲା ତାଳଚେର ବାଲୁଙ୍ଗା ଗାଁର ନିରଞ୍ଜନ ବେହେରା […]
ରାୟପୁର:ଛତିଶଗଡ ବସ୍ତରର ଇନ୍ଦ୍ରାବତୀ ଟାଇଗର ରିଜର୍ଭରେ ବାଘ ସଂଖ୍ୟା ପୁଣି କମିଲା। ଏହି ରିଜର୍ବରୁ ଆଉ ଏକ ବାଘକୁ ୯ ଜଣ ମିଶି ମାରି ଦେଇଛନ୍ତି। ଏହି ୯ଜଣଙ୍କ ମଧ୍ୟରେ ଅଛନ୍ତି ପୋଲିସ କର୍ମଚାରୀ, ସାମ୍ବାଦିକ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପରି ଦାୟିତ୍ୱସମ୍ପନ୍ନ ବ୍ୟକ୍ତି। ତିନି ବଷର ଏହି ବାଘକୁ ଦୀପାବଳି ସମୟରେ ବାଘ ଶିକାର କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ କାଙ୍କେର ବନ ମଣ୍ଡଳରେ କିଛି ଲୋକ ଏକ ବାଘ ଚମଡା […]
ନୂଆଦିଲ୍ଲୀ: ପୁଣି ବିଦେଶରେ ଚମକିଲେ ଓଡ଼ିଆ ଝିଅ। ଇଣ୍ଡୋନେସିଆର ଜାକର୍ତ୍ତାରେ ଅନୁଷ୍ଠିତ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡ଼ିଶାର ନାଁକୁ ଉଜ୍ଜ୍ୱଳ କରି ମିସ୍ ଫୋଟୋଜନିକ ଟାଇଟଲ ହାସଲ କରିଛନ୍ତି ସାନ୍ତ୍ୱନା ବି ସିମ୍ରନ। କୋରାପୁଟ ଦାମନଯୋଡିର ଝିଅ ସାନ୍ତ୍ୱନା ୨୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ସମ୍ମାନ ପାଇଛନ୍ତି । ଝିଅର ଏହି ସଫଳତାକୁ ନେଇ ବେଶ ଗର୍ବିତ ପରିବାର ଲୋକେ । ଆଗକୁ ସେ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ […]
ନୂଆଦିଲ୍ଲୀ:ସଂସଦରେ ଆଗତ ନାଗରିକତା ବିଲ୍ ପ୍ରସ୍ତାବକୁ BJD ସମର୍ଥନ କରିଛି। ନାଗରିକତା ସଂଶୋଧନ ବିଲ୍ ପ୍ରସ୍ତାବକୁ ନେଇ ସଂସଦରେ ଆଜି ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏହାକୁ ନେଇ ଭୋଟ ହୋଇଥିଲା। ବିଜେଡି ନାଗରିକତା ସଂଶୋଧନ ବିଲ୍ ଆଗତ ସପକ୍ଷରେ ଭୋଟ୍ ଦେଇଛନ୍ତି ବିଜେଡି ସାଂସଦ । ବିଲ୍ ସମ୍ପର୍କରେ OTVକୁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ପ୍ରତିକ୍ରିୟା ରଖି ଏହି ସୂଚନା ଦେଇଛନ୍ତି । ବିଲ୍ରେ କୌଣସି ଅସୁବିଧା ନାହିଁ। JPCକୁ ପଠାଇବାକୁ ଆମେ କହିଥିଲୁ ବୋଲି […]
ନୂଆଦିଲ୍ଲୀ: ରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ବହୁ ଚର୍ଚ୍ଚିତ ନାଗରିକ ସଂଶୋଧନ ବିଲ୍ ଆଣିବା ପ୍ରସ୍ତାବକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଧେୟକ ପାଇଁ ପ୍ରସ୍ତାବ ଆଗତ କରିବା ବେଳେ ବିରୋଧୀ ସାଂସଦମାନେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଶାହଙ୍କୁ ପଚାରିଥିଲେ। ଜବାବରେ ଶାହ କହିଥିଲେ ସମସ୍ତ ପ୍ରଶ୍ନର ଉତ୍ତର ଦେବି। ହେଲେ କେହି କକ୍ଷ ତ୍ୟାଗ କରନ୍ତୁ ନାହିଁ। ଯେତେବେଳେ ଗୃହରେ ମୁଁ ଏହି ପ୍ରସଙ୍ଗରେ ଆଲୋଚନା କରିବି […]
ନୂଆଦିଲ୍ଲୀ: ଜୋଜିବିନି ଟୁଞ୍ଜି ପିନ୍ଧିଲେ ମିସ୍ ୟୁନିଭର୍ସ-୨୦୧୯ ମୁକୁଟ। ଦକ୍ଷିଣ ଆଫ୍ରିକାର ଏହି ୨୬ ବର୍ଷିୟ ସୁନ୍ଦରୀ ଟୁଞ୍ଜି ତାଙ୍କର ସୁଇମ୍ ସୁଟ୍, ଇଭିନିଙ୍ଗ ଗାଉନ ରାଉଣ୍ଡରେ ସମସ୍ତଙ୍କ ମନ ମୋହି ନେଇଥିଲେ। ସେତିକି ନୁହେଁ, ସାମାଜିକ ସମସ୍ୟା ଏବଂ ଅନ୍ୟାନ୍ୟ ପ୍ରଶ୍ନର ସୁନ୍ଦର ଉତ୍ତର ଦେଇ ଜଜ୍ଙ୍କୁ ମଧ୍ୟ ପ୍ରଭାବିତ କରି ଦେଇଥିଲେ। ଆମେରିକାର ଆଟଲାଣ୍ଟାଠାରେ ଆୟାଜିତ ଏକ ରଙ୍ଗାରଙ୍ଗ ସମାରୋହରେ ୯୦ଟି ଦେଶର ସୁନ୍ଦରୀମାନେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ଅନେକ ରାଉଣ୍ଡ ପରେ ଆଫ୍ରିକୀୟ […]
ହାଇଦ୍ରାବାଦ୍: ଆନ୍ଧ୍ରପ୍ରଦେଶର ଏକ ଝିଅ ୧୨ ବର୍ଷ ପରେ ନିଜ ପରିବାରକୁ ଫେରି ପାଇଛି। ଝିଅଟିକୁ ଯେତେବେଳେ ୪ ବର୍ଷ ହୋଇଥିଲା, ସେତେବେଳେ ସେ ନିଖୋଜ ହୋଇଯାଇଥିଲା। ଫେସ୍ବୁକ୍ ଜରିଆରେ ସେ ଆଜି ତା’ ପରିବାରକୁ ଫେରି ପାଇଛି। ଝିଅଟିର ନାଁ ଭବାନୀ। ଆନ୍ଧ୍ରର ବାମ୍ସୀ କୃଷ୍ଣ ନାମକ ଜଣେ ବ୍ୟକ୍ତିଙ୍କ ଘରେ ସେ କାମ କରିବାକୁ ଆସିଥିଲା। ଦିନେ କଥା ପ୍ରସଙ୍ଗରେ ଝିଅଟି କହିଲା ଯେ ୪ ବର୍ଷ ବୟସରେ ବାପା-ମା’ଙ୍କଠାରୁ ଅଲଗା ହୋଇ ଯାଇଥିଲା। […]
ବେଙ୍ଗାଲୁରୁ: କର୍ଣ୍ଣାଟକର ୧୫ଟି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ଓ ଜେଡିଏସକୁ ଜବରଦସ୍ତ ଝଟକା ଲାଗିଛି। ବିଜେପି ୧୫ଟି ଆସନରୁ ଗୋଟିଏ ଆସନରେ ଜିତି ସାରିଥିବାବେଳେ ୧୦ଟି ଆସନରେ ଭୋଟ ଗଣତି ବେଳେ ଆଗୁଆ ରହିଛି। ୟେଲାପୁର ଆସିନରୁ ବିଜେପି ହାତକୁ ଯାଇଛି। ଭୋଟ ଗଣତି ବେଳେ ପଛରେ ଥିବାରୁ କଂଗ୍ରେସ ଜନମତକୁ ସମ୍ମାନ ଦେଇ ପରାଜୟ ସ୍ୱୀକାର କରିଛି। ଅନ୍ୟପଟେ ବିଜେପି ଶିବିରରେ ଆରମ୍ଭ ହୋଇଛି ସେଲିବ୍ରେସନ। ଭୋଟ ଗଣତିର ତିନି ଘଣ୍ଟା ପରେ କଂଗ୍ରେସ ପ୍ରାର୍ଥୀ […]
ନୂଆଦିଲ୍ଲୀ:ପାକିସ୍ତାନସ୍ଥିତ ପଞ୍ଜାବ ପ୍ରାନ୍ତରେ ଭାରତୀୟ ସୀମାରେ ରହୁଥିବା ଲୋକମାନେ ବେଶ ପାରା ପ୍ରିୟ। ସେମାନେ ବିଭିନ୍ନ ପ୍ରଜାତିର ପାରା ପାଳିଥାନ୍ତି। ବିଶେଷ କରି ଭାରତୀୟ ସୀମା ନିକଟରେ ଥିବା ୱାଘା, ଭାନୁଚକ, ନରୋଡ, ଲୱାନବାଲା ଆଦି ଇଲାକାର ଲୋକଙ୍କର ପାରା ପାଳିବା ଏକ ସଉକ୍। ଏମାନେ ଅନେକ ଦାମି ପାରା ରଖିଥାନ୍ତି, ଯାହାର ଦାମ ଏକ ଲକ୍ଷରୁ ଅଧିକ ହେବ । ଏମାନଙ୍କ ମଧ୍ୟରୁ ଅନେକ ପାରା ବ୍ୟବସାୟ ମଧ୍ୟ କରିଥାନ୍ତି। ତେବେ ଦୁଃଖର କଥା ଏହି […]
ଭୁବନେଶ୍ୱର: ଭୁବନେଶ୍ୱର କେ.ଭି-୩ କ୍ୟାମ୍ପସରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ ଘଟଣା ପରେ ଖେଳ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇଛି। ଏ ନେଇ ଭୁବନେଶ୍ୱର ରିଜିଅନ ଡେପୁଟି କମିଶନରଙ୍କ ଚିଠି ଲେଖି ଜଣାଇଛନ୍ତି। ସମ୍ପୃକ୍ତ ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ନିର୍ଯାତନାରେ ଅତିଷ୍ଠ ଛାତ୍ରୀ ସ୍କୁଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହାକୁ ନେଇ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ଆନ୍ଦୋଳନ କରିଥିଲେ। ଘଟଣା ପାଇଁ ସ୍କୁଲର ପ୍ରିନ୍ସିପାଲ ଓ ପିଇଟି ଶିକ୍ଷୟିତ୍ରୀଙ୍କୁ […]
ରାଞ୍ଚି: ଦୁଇ ଜଣ ଯବାନ ଆଜି ମାଓବାଦୀଙ୍କ ଆଇଡି ବିସ୍ଫୋରଣର ଶିକାର ହୋଇଛନ୍ତି। ରାଞ୍ଚିଠୁ ଅଳ୍ପ ଦୂରରେ ମାଓବାଦୀମାନେ ଏହି ବିସ୍ଫୋରଣ ଘଟାଇଛନ୍ତି। ଗତକାଲି ଝାଡ଼ଖଣ୍ଡର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସାରି ଆଜି ସକାଳେ ଯବାନ ମାନେ ଫେରୁଥିଲେ। ଏହି ସମୟରେ ମାଓବାଦୀଙ୍କ ଆଇଡି ବିସ୍ଫୋରଣର ଶିକାର ହୋଇଛନ୍ତି ଯବାନ ମାନେ। ଜଣେ ସିଆରପିଏଫ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଥିଲା। ତମାର ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ ପ୍ରକ୍ରିୟା ଶେଷ କରି […]
ଖୋର୍ଦ୍ଧା:ବରୁଣେଇ ହେଉଛି ବୀରଭୂମି। ପାଇକମାନେ ବହୁତ ସ୍ୱାଭିମାନୀ ଥିଲେ। ଇଂରେଜମାନଙ୍କ ବିରୋଧରେ ଲଢ଼ିଥିଲେ। ପାଇକ ବିଦ୍ରୋହର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁଙ୍କର ଏହି ବିପ୍ଳବକୁ ଇଂରେଜମାନେ ଦମନ କରିଥିଲେ ମଧ୍ୟ ପାଇକ ବିଦ୍ରୋହ ସ୍ମରଣୀୟ। ଆଜି ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରି ଏମିତି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପାଇକ ବିଦ୍ରୋହକୁ ୨୦୦ ବର୍ଷ ପୁରିଛି। ଏହି ଅବସରରେ ବରୁଣେଇଠାରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ […]
ନୂଆଦିଲ୍ଲୀ:ଦିଲ୍ଲୀ ଝାନ୍ସୀରୋଡର ଅନାଜ ମଣ୍ଡି ନିକଟରେ ଥିବା ଏକ କାରଖାନାରେ ଅଗ୍ନିକାଣ୍ଡରେ ମୃତକଙ୍କ ସଂଖା ୪୩ରେ ପହଞ୍ଚିଲାଣି। ବର୍ତ୍ତମାନ ସୁଦ୍ଧା କାରଖାନା ଭିତରେ ୬୪ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଏଲ୍ଏନଜେପି ଡାକ୍ତରଖାନାରେ ୫୩ ଜଣଙ୍କୁ ଭର୍ତ୍ତି କରାଯାଇଥିଲ। ସେଥିରୁ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଲେଡି ହାର୍ଡିଂ କଲେଜରେ୧୦ ଆହତଙ୍କୁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ସକାଳୁ ସକାଳୁ କାରଖାନା ଭିତରେ ଶ୍ରମିକମାନେ ଶୋଇଥିବାବେଳେ ଏହି […]
ଗଜପତି : ପୁଣି ଶବକୁ ମିଳିଲାନି ସମ୍ମାନ। ମହାପ୍ରୟାଣ ଗାଡ଼ି ନ ମିଳିବାରୁ ବାଇକ୍ରେ ବୋହି ଶବକୁ ଘରକୁ ନେଲେ ପରିବାର ଲୋକେ। ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ରେ। ଗଜପତି ଜିଲ୍ଲାର ହାତୀବାଡ଼ି ଗାଁର ଗୋବିନ୍ଦ ଭୂୟାଁ ଅସୁସ୍ଥ ଥିବାରୁ ପରିବାର ଲୋକେ ଚିକିତ୍ସା ରାୟଗଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର […]
ନୂଆଦିଲ୍ଲୀ:ଦିଲ୍ଲୀ ଝାନ୍ସିରୋଡର ଅନାଜ୍ ମଣ୍ଡି ନିକଟରେ ଥିବା ଏକ କାରଖାନାରେ ନିଆଁ ଲାଗି ଯାଇଛି। ଏଥିରେ ୩୪ ଶ୍ରମିକଙ୍କର ମୃତ୍ୟୃ ଘଟିଛି। ନିଆଁ ଭିତରେ ଆହୁରି ୧୦୦ ଲୋକ ଫଶି ରହିଥିବା ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ମୁତାବକ, ରବିବାର ସକାଳୁ ସକାଳୁ କାରଖାନାରେ ନିଆଁ ଲାଗି ଯାଇଥିଲା। ଏହି ସମୟରେ କାରଖାନା ଭିତରେ ଶ୍ରମିକମାନେ ଶୋଇ ଥିଲେ। ଏଲଏଏନ୍ଜିପି ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଡାକ୍ତରଖାନାରେ ୩୨ ମୃତଦେହ ପହଞ୍ଚିଛି। ଗୁରୁତର ଅବସ୍ଥାରେ […]
ରେଢ଼ାଖୋଲ: ଜେଲ ଗଲେ ଲାଞ୍ଚୁଆ ଜେଇ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ରେଢ଼ାଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଶ୍ୟାମ ସାଗର ସୋଏଙ୍କ ଘରେ ଭିଜିଲାନ୍ସ ଚଢଉ ହୋଇଥିଲା । ସୁନ୍ଦରଗଡ଼ ଭିଜିଲାନ୍ସ ଟିମ୍ ସୋଏଙ୍କ ସୁନ୍ଦରଗଡ଼ ବାସଭବନ ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ତାଙ୍କର ମୋଟ ସଂପତ୍ତି ୧ କୋଟି ୭୭ ଲକ୍ଷ ଥିବାବେଳେ ବେନାମୀ ସମ୍ପତ୍ତି ୯୩ ଲକ୍ଷ ୪୨ ହଜାର […]
ଭୁବନେଶ୍ୱର: ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଆଜି ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମୃତିସ୍ଥଳର ଶିଳାନ୍ୟାସ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସକାଳ ୯ଟା ୫୦ରେ ସେ ବରୁଣେଇରେ ପହଞ୍ଚିବେ। ୧୦ଟା ୩୫ରେ ସହିଦ୍ ସ୍ମାରକୀର ଶିଳାନ୍ୟାସ କରିବା ପରେ ଉଦ୍ବୋଧନ ଦେବେ ରାଷ୍ଟ୍ରପତି । ଏହା ପରେ ମଧ୍ୟାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ […]
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲେ। ଭାଗବତ ମହାନ୍ତି କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ ଥର ନିର୍ବାଚିତ ହୋଇଥିଲେ। ରାଜସ୍ୱ ଓ ଶିକ୍ଷା ମନ୍ତ୍ରୀ ଭାବେ ୨ ଥର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ପଞ୍ଚମ ବିଧାନସଭାକୁ ସେ ପ୍ରଥମେ ପ୍ରଜା ସୋସିଆଲିଷ୍ଟ୍ ପାର୍ଟି ଟିକେଟ୍ରେ ନିର୍ବାଚିତ ହୋଇଥିଲେ। ଏହା ପରେ କଂଗ୍ରେସ ଟିକେଟ୍ରେ ନବମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତା’ପରେ […]