• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

22222222
ଦୁଷ୍କର୍ମ ପୀଡିତା ଝିଅକୁ କାନ୍ଧରେ ବୋହି ଡାକ୍ତରଖାନାରେ ଘୂରିବୁଲିଲେ ବାପା

ଆଗ୍ରା:ଦେଶରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇ ଚାଲିଛି। ନିର୍ଭୟା,  ହାଇଦ୍ରାବାଦ୍‌ ସାରା ଦେଶକୁ ଦୋହଲାଇ ଦେଇଛି। ଅଭିଯୁକ୍ତଙ୍କୁ କଡ଼ା ସଜା ମଧ୍ୟ ମିଳିଛି। ହେଲେ ପୀଡ଼ିତା ମହିଳାଙ୍କ ପ୍ରତି ସମାଜ ଯେତିକି ସମ୍ବେଦନଶୀଳ ହେବା କଥା ସେତିକି ହୋଇପାରୁ ନାହିଁ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ୟୁପିର ଏଟା ଅଞ୍ଚଳରେ। ଏଠାରେ ଏକ ଡାକ୍ତରଖାନାରେ ୱିଲ୍‌ ଚେୟାର ବା ଷ୍ଟ୍ରେଚର ମିଳିଲା ନାହିଁ। ଯାହାଫଳରେ ବାପା ପୀଡିତା କନ୍ୟାକୁ ପିଠିରେ ଲଦି ଘୁରି ବୁଲୁଛନ୍ତି। […]

onion
ପିଆଜ ପରେ ଏବେ ଆଳୁ ଦରରେ ନିଆଁ

ନୂଆଦିଲ୍ଲୀ: ପିଆଜ ଦର ବୃଦ୍ଧି ପାଇଁ ଖାଇବା ଥାଳିରୁ ପିଆଜ ଉଭାନ ରହିଛି। ଏବେ ଆଳୁର ଦାମ ମଧ୍ୟ ଦେଶର କିଛି ସହରରେ ବୃଦ୍ଧି ପାଇଛି। ଯଦିଓ ପିଆଜ ଭଳି ଦାମ ବଢ଼ିନି ତଥାପି ଦୁଇ ଗୁଣା ବୃଦ୍ଧି ପାଇଛି। ଯାହାକି ଲୋକଙ୍କ ଉପରେ ଏବେ ପ୍ରଭାବ ପକାଉଛି। ଦିଲ୍ଲୀ, କୋଲକାତା, ମୁମ୍ୱାଇ ଭଳି ବଡ଼ ବଡ଼ ସହରରେ ଆଳୁର ଦାମ ପୂର୍ବ ବର୍ଷ ତୁଳନାରେ ବୃଦ୍ଧି ପାଇଛି। ଗତବର୍ଷ ତୁଳନାରେ ଏବେ ଆଳୁର ଦାମ ଦୁଇ […]

tiger
ଚିଡ଼ିଆଘର ଜନ୍ତୁମାନଙ୍କୁ ମିଳିଲା ଏମିତି ଖ୍ରୀଷ୍ଟମାସ ଗିଫ୍ଟ.....

ନୂଆଦିଲ୍ଲୀ:ଖ୍ରୀଷ୍ଟମାସ ପାଖେଇ ଆସିଲାଣି। ଏହି ଅବସରରେ ଲୋକମାନେ ନିଜ ସମ୍ପର୍କୀୟଙ୍କଠାରୁ କ’ଣ  ଉପହାର ପାଇବେ…କ’ଣ ଉପହାର ଦେବେ ସେ ନେଇ ଅବଗଣନା ଆରମ୍ଭ କରିଦେଲେଣି। କେବେ ମିଳିବ ଉପହାର, କେମିତି ହୋଇଥିବ, କିଏ ଦେଇଥିବ…ଏମିତି ଅନେକ କିଛି । ହେଲେ ଇଂଲଣ୍ଡର ଏକ ଚିଡିଆଖାନାରେ ବାଘମାନଙ୍କୁ କିନ୍ତୁ ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସେମାନେ ଏବେଠାରୁ ଉପହାର ପ୍ୟାକେଟ ଖୋଲି ଦେଖି ସାରିଲେଣି ତାଙ୍କ ପାଇଁ କ’ଣ ଉପହାର ଅଛି। କାରଣ ଲଣ୍ଡନର ଏଇ ଚିଡିଆ […]

mobile
ଚୋରର ମହାନତା ! ମୋବାଇଲ ଚୋରି କଲା ବୋଲି ନିଜ ମୋବାଇଲ ଦେଇଗଲା

ଚେନ୍ନାଇ: ମୋବାଇଲ ଚୋରି କରିବାକୁ ଆସିଥିଲେ। ଚୋରି କରିବାରେ ସଫଳ ବି ହେଲେ। କିନ୍ତୁ ଏବେ ସେଇ ମୋବାଇଲ ତାଙ୍କ ପାଇଁ କାଳ ହେଲା ଯେଉଁଥିପାଇଁ ତାଙ୍କୁ  ଜେଲ ଯିବାକୁ ବି ପଡ଼ିପାରେ। ଘଟଣାଟି ଏମିତି ଥିଲା- ଏହି ଚୋରଟି ଏକ ସେଲଫୋନ୍‌ ଷ୍ଟୋର୍‌ ଭାଙ୍ଗି ଭିତରକୁ ପଶିଥିଲା। ସେ କେଉଁସବୁ ମୋବାଇଲ ଚୋରି କରିବ ବାଛିଲା ଏବଂ ସଫଳତାର ସହ ତାକୁ ନେଇ ଚାଲି ଯାଇଥିଲା। କିନ୍ତୁ ତରବରରେ ହେଉ ବା ଅନ୍ୟମନସ୍କତା କାରଣରୁ, ନିଜ […]

imama
ସିଏଏ ଦେଶର ମୁସଲିମଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ-ଇମାମ୍ ବୁଖାରୀ

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନ (ସିଏଏ) ଦେଶର ମୁସଲିମଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏନଆରସି ଆଇନ ତିଆରି ହୋଇନାହିଁ। ତେଣୁ ସିଏଏକୁ ନେଇ ଭୟଭୀତ ନ ହେବାକୁ ଦେଶର ମୁସଲମାନ ଭାଇ ଭଉଣୀଙ୍କୁ ଆହ୍ୱାନ ଦେଇଛନ୍ତି ଦିଲ୍ଲୀ ଜମା ମସଜିଦର ମୁଖ୍ୟ ଶାହି ଇମାମ୍ ସଇଦ ଅହମଦ ବୁଖାରୀ। ବିରୋଧ କରିବା ଦେଶର ଗଣତାନ୍ତ୍ରିକ ଅଧିକାର। ଆନ୍ଦୋଳନ କରିବାର ଅଧିକାରରୁ କେହି ବଂଚିତ କରିପାରିବ ନାହିଁ ବୋଲି ସେ କହିଛନ୍ତି। ନାଗରିକ ସଂଶୋଧନ ଆଇନକୁ […]

student
ଗୌହାଟୀରେ ଫସି ରହିଛନ୍ତି ଓଡ଼ିଆ ଛାତ୍ର

ଗୌହାଟୀ: CAA ତାତି ପାଇଁ ଗୌହାଟୀରେ ଫସିଛନ୍ତି ବ୍ରହ୍ମପୁର ଦ୍ୱିତୀୟ ଓଡ଼ିଶା ବାଟାଲିଅନ୍‌ର ୬୫ଜଣ NCC ଛାତ୍ର। ଡିସେମ୍ବର ୧୧ରୁ ୧୮ ତାରିଖ ପର୍ଯ୍ୟନ୍ତ ମେଘାଳୟ ସିଲଂରେ ନର୍ଥ ଇଷ୍ଟର୍ଣ୍ଣ ରିଜନ୍ ଟ୍ରାକିଂ କ୍ୟାମ୍ପ ହେବାର ଥିିଲା ଏଥିପାଇଁ ଗତ ୯ ତାରିଖ ରାତିରେ ବ୍ରହ୍ମପୁରରୁ ୬୫ଜଣ ଛାତ୍ର ଆସାମର ସିଲଂ ଅଭିମୁଖେ ବାହାରି ଯାଇଥିଲେ। ୧୧ତାରିଖରେ ଗୌହାଟୀରେ ପହଞ୍ଚିଥିଲେ ।ତେବେ ସିଏଏକୁ ନେଇ ଗୌହାଟୀରେ କର୍ଫ୍ୟୁକୁ ନେଇ ଛାତ୍ରମାନେ ସିଲଂ ଯାଇପାରିନଥିଲେ। ପରେ ସମସ୍ତ ଛାତ୍ରକୁ […]

supreme-court
ନିର୍ଭୟା ରେପ୍‌ କେସ୍‌: ଅଭିଯୁକ୍ତଙ୍କୁ ଫାଶୀ ନିଶ୍ଚିତ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶରୁ ବର୍ତ୍ତିବା ପାଇଁ ଦୋଷୀ ଅକ୍ଷୟ ଠାକୁର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଦୋଷୀ ଅକ୍ଷୟ ସିଂହ ଦ୍ୱାରା ହୋଇଥିବା ରିଭ୍ୟୁ ପିଟିସନକୁ ଆଜି ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ମଙ୍ଗଳବାର ଏହି ଆବେଦନର ଶୁଣାଣି ହେବାର ଥିଲା। ହେଲେ ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ ରାୟ ଶୁଣାଣି ପାଇଁ ତିନି ଜଣିଆ ନୂଆ ଖଣ୍ଡପୀଠ ଗଠନ କରିଥିଲେ। ଯେଉଁଥିରୁ ସେ ନିଜକୁ ଅଲଗା କରି ଦେଇଥିଲେ। ଜଷ୍ଟିସ ଭାନୁମତିଙ୍କ ନେତୃତ୍ୱରେ ଆଜି […]

bls-murder
ବାହା ନ ହେବାରୁ ପ୍ରେମିକକୁ ହାଣିଦେଲେ ଯୁବତୀ

ବାଲେଶ୍ୱର: ପ୍ରେମ ପ୍ରତାରଣାରୁ ହତ୍ୟା। ଆଉ ତା ପରେ ଥାନାରେ ପ୍ରେମିକାର ଅତ୍ମସମର୍ପଣ। ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ଗୁଡ଼ିପଦା ଅଞ୍ଚଳରେ । ମୃତ ବ୍ୟକ୍ତି ଜଣକ ହେଲେ ବାଢା ମାରାଣ୍ଡି। ସେ ବାଲେଶ୍ୱରରେ ଥିବା ଭାରତୀୟ ଖାଦ୍ୟ ନିଗମରେ  ୱାଚ୍‌ମ୍ୟାନ ଭାବେ କାମ କରନ୍ତି। ବାଢାଙ୍କ ନିଜ ଘର ମୟୂରଭଞ୍ଜ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶିରିସବଣି ଅଞ୍ଚଳରେ।  ସେ ବିବାହିତ ଓ ଦୁଇ ସନ୍ତାନର ଜନକ ମଧ୍ୟ। ହେଲେ କିଛି ଦିନ […]

food stal
ସାଙ୍ଗ ଭଉଣୀର ଜୀବନ ବଞ୍ଚାଇବା ପାଇଁ ଦାନକଲେ ଏତେ ଟଙ୍କା !

ଦୂଆଦିଲ୍ଲୀ: ସେ ହିଁ ପ୍ରକୃତ ବନ୍ଧୁ , ଯିଏ ବିପଦବେଳେ ପାଖରେ ଠିଆ ହେବ। ପରିସ୍ଥିତି ଯାହା ହେଉନା କାହିଁକି, ଜଣେ ସଚ୍ଚୋଟ ସାଙ୍ଗ କେବେ ବି ହାତ ଛାଡିବନି। ବେଳେବେଳେ ସାଙ୍ଗ ପାଇଁ ଜଣେ ଏମିତି ତ୍ୟାଗ କରିଥାନ୍ତି ଯାହା ଶୁଣିଲେ ବିଶ୍ୱାସ କରି ହୁଏନି। ଏମିତି ଏକ ଘଟଣା କେରଳରେ ଦେଖିବାକୁ ମିଳିଛି। କେରଳର ଗୋକୁଲମ କେଟରିଙ୍ଗ କଲେଜର  ଛାତ୍ର ଅରୋମଲ। ତାଙ୍କ ଭଉଣୀ ଏଶ୍ୱର୍ଯ୍ୟା କୀଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିଲା।  ଐଶ୍ୱର୍ଯ୍ୟାର ଜୀବନ […]

212312
ନାଗରିକତା ସଂଶୋଧନ ଆଇନ: ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ଅମିତ ଶାହ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଏବେ ସବୁଠି ଚର୍ଚ୍ଚା। ବିରୋଧୀ ଆଇନକୁ ଫେରାଇ ନେବା ପାଇଁ ଅପିଲ କରୁଥିବା ବେଳେ କେନ୍ଦ୍ର କିନ୍ତୁ ବିଲକୁ ଫେରାଇବ ନାହିଁ ବୋଲି ରୋକଠୋକ୍ କହିଛି। ସୁପ୍ରିମକୋର୍ଟରେ ବିରୋଧୀଙ୍କୁ ମଧ୍ୟ ଏହି ଆଇନ ବାବଦରେ ଚ୍ୟାଲେଞ୍ଜ କରିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବିଭିନ୍ନ ଜାତୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସରକାରର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି। ଅନ୍ୟପଟେ […]

upsc
ସିଭିଲ ସର୍ଭିସ ପରୀକ୍ଷା ପାଇଁ ନୋଟିଫିକେଶନ ଜାରି କରିବ UPSC: ଜାଣନ୍ତୁ ପ୍ରମୁଖ ତାରିଖ..

ନୂଆଦିଲ୍ଲୀ:UPSC (The Union Public Service Commission ) ସିଭିଲ ସର୍ଭିସ ପରୀକ୍ଷା ପାଇଁ ନୋଟିଫିକେଶନ ଜାରି କରିବ। ୧୨ ଫେବୃୟାରୀରେ UPSC ସର୍ବିସେସ୍‌-୨୦୨୦ ପରୀକ୍ଷା ପାଇଁ ନୋଟିଫିକେଶନ ଜାରି କରାଯିବାର ସୂଚନା ମିଳିଛି। ଏହି ନୋଟିଫିକେଶନରେ ପରୀକ୍ଷା ସମ୍ପର୍କିତ ସମସ୍ତ ସୂଚନା ପ୍ରଦାନ କରାଯିବ।  ନୋଟିଫିକେଶନ ଆସିବା ଦିନ ହିଁ ରେଜିଷ୍ଟ୍ରେନସ ପ୍ରକ୍ରିୟା ଆରମ୍ଭ ହେବ। ରେଜିଷ୍ଟ୍ରେସନର ଶେଷ ତାରିଖ ମାର୍ଚ୍ଚ ୩ ତାରିଖ ରଖାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଏହି ତାରିଖ ସୁଦ୍ଧା ଆବେଦନ କରିପାରିବେ। […]

solareclips
ଡିସେମ୍ବର ୨୬ ତାରିଖରେ ବର୍ଷର ଶେଷ ସୂର୍ଯ୍ୟପରାଗ, ଏହି ସବୁ ରାଜ୍ୟରେ ଦେଖାଯିବ ଆଂଶିକ

ନୂଆଦିଲ୍ଲୀ:ଚଳିତବର୍ଷ ଶେଷ ସୂର୍ଯ୍ୟ ପରାଗ ପଡ଼ୁଛି ଡିସେମ୍ବର ୨୬ ତାରିଖରେ। ଏହା ପୂର୍ଣ୍ଣଗ୍ରାସ ନୁହେଁ, ଖଣ୍ଡଗ୍ରାସ ସୂର୍ଯ୍ୟପରାଗ। ଏହା ପୂର୍ବରୁ ଚଳିତବର୍ଷ ଜାନୁଆରୀ ୬ ଏବଂ ଜୁଲାଇ ୨ରେ ମଧ୍ୟ ଆଂଶିକ ସୂର୍ଯ୍ୟପରାଗ ହୋଇଥିଲା। ସୂର୍ଯ୍ୟଦୋୟ ପରେ ଏହି ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ଦେଶର ଦକ୍ଷିଣ ଭାଗ ଅର୍ଥାତ୍‌ କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁରେ ଦେଖାଯିବ। ହେଲେ ଦେଶର ଅନ୍ୟ ପ୍ରାନ୍ତରେ ଏହା ଆଂଶିକ ଭାବେ ଦେଖାଯିବ। ଭାରତୀୟ ସମୟ ଅନୁସାରେ ଆଂଶିକ ସୂର୍ଯ୍ୟପରାଗ ସକାଳ ୮ଟାରୁ ଆରମ୍ଭ […]

teacher-12
ଓଡ଼ିଶାରେ ଲୁଚିଛି ନାବାଳିକା ଅପହରଣକାରୀ ଶିକ୍ଷକ !

ଭୁବନେଶ୍ୱର:ଏକାଧିକ ରାଜ୍ୟରେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣାରେ ସଂପୃକ୍ତ ଥିବା ଜଣେ ଶିକ୍ଷକ ଓଡ଼ିଶାରେ ଲୁଚିଛନ୍ତି।  ଏ ନେଇ ସିବିଆଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ସତର୍କ କରାଇଛନ୍ତି। ସିବିଆଇ ପକ୍ଷରୁ କୁହାଯାଇଛି, ଗୁଜୁରାଟର ଜଣେ ଶିକ୍ଷକ ବିଭିନ୍ନ ରାଜ୍ୟରେ ନାବାଳିକା ଅପହରଣ ଘଟଣାରେ ସଂପୃକ୍ତ ଅଛନ୍ତି। ତାଙ୍କ ନାଁ ଧବଲ ହରିଶ୍ଚନ୍ଦ୍ର ତ୍ରିବେଦୀ। ସେ ଭଲ ଇଂଲିଶ ପଢାନ୍ତି। ସେ ଘରୋଇ ଟ୍ୟୁସନ କରନ୍ତି। ସ୍କୁଲରେ ଚାକିରି ମଧ୍ୟ କରନ୍ତି। କୋଚିଂ […]

Pervez-Musharraf-1
ଦେଶଦ୍ରୋହ ଅପରାଧରେ ପରଭେଜ୍‌ ମୁଶାରଫଙ୍କୁ ମୃତ୍ୟୁଦଣ୍ଡ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶାରଫଙ୍କୁ ଦେଶଦ୍ରୋହ ମାମଲାରେ ପାକିସ୍ତାନ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡ ଦେଇଛନ୍ତି। ମୁଶାରଫଙ୍କ ବିରୋଧରେ ରୁଜୁ ହୋଇଥିବା ଦେଶଦ୍ରୋହ ଓ ଦେଶ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ମାମଲାର ଶୁଣାଣି କରି ସ୍ୱତନ୍ତ୍ର ପେଶୱାର କୋର୍ଟ ଏହି ରାୟ ଦେଇଛନ୍ତି। ପାକିସ୍ତାନ ଇତିହାସରେ ପ୍ରଥମଥର ପାଇଁ କୌଣସି ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତ ସପ୍ତାହରେ ୭୬ ବର୍ଷୀୟ ମୁଶାରଫଙ୍କ ବୟାନ ଡିସେମ୍ବର […]

nitish
ନୀତିଶ ନିଖୋଜ: ଖୋଜିବା ପାଇଁ ଲାଗିଲା ପୋଷ୍ଟର

ପାଟନା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସି ବିରୋଧରେ ସାରା ଦେଶରେ ନିଆଁ ଜଳୁଛି। ଏଥିରୁ ବିହାର ମଧ୍ୟ ବାଦ ପଡ଼ିନି। ହେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏ ସମ୍ପର୍କରେ ଏଯାଏ ମୁହଁ ଖୋଲି ନାହାନ୍ତି। ଏହି କାରଣରୁ ଆଜି ଭୋରରୁ ପାଟନାର ବିଭିନ୍ନ ସ୍ଥାନରେ ନୀତୀଶ କୁମାର ନିଖୋଜ ହୋଇଯାଇଥିବା ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। ପୋଷ୍ଟରରେ ନୀତୀଶ କୁମାରଙ୍କ ଏକ ବଡ଼ ଫଟୋ ରହିଛି। ଏହାର ଉପରି ଭାଗରେ ସିଏଏ ଓ […]

police
ଡାକ୍ତରଙ୍କୁ ଗୁଳିମାଡ଼ କରିଥିଲେ ସୁପାରିକିଲର !

ଖୋର୍ଦ୍ଧା: ଖୋର୍ଦ୍ଧା ଡାକ୍ତରଙ୍କୁ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ ହୋଇଛି। ଗୁଳିକାଣ୍ଡ ପଛରେ ସୁପାରି କିଲରଙ୍କ ହାତ ରହିଥିବା ଜାଣିବାକୁ ପାଇଛି ଖୋର୍ଦ୍ଧା ପୋଲିସ। ଖୋର୍ଦ୍ଧାର ଏକ  କ୍ଲିନିକ୍‌ରେ ପଶି ଡାକ୍ତରଙ୍କୁ ଗୁଳିମାଡ଼ ଘଟଣା ସମ୍ପର୍କରେ ଖୋର୍ଦ୍ଧା ଏସ୍‌ପି ସୂଚନା ଦେଇ କହିଛନ୍ତି, ସୁପାରିକିଲର ନିୟୋଜିତ ଥିବା ନେଇ ପୋଲିସ ହାତରେ ଠୋସ୍ ପ୍ରମାଣ ଲାଗିଛି। ଖୁବଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଲାଗି ପୁଲିସ ତନ୍ନ ତନ୍ନ କରି ସିସିଟିଭି ଯାଞ୍ଚ କରୁଛି। […]

samir
ଫେବୃଆରୀ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ଫେବୃଆରୀ ତୃତୀୟ ସପ୍ତାହରେ ହୋଇପାରେ ମାଟ୍ରିକ ପରୀକ୍ଷା। ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ। ସାଧାରଣତଃ ଫେବୃଆରୀ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ହୋଇଥାଏ । ତେବେ ପରୀକ୍ଷା ନେଇ ବୋର୍ଡ କର୍ତ୍ତୃପକ୍ଷ ବିଧିବଦ୍ଧ ଭାବେ ସୂଚନା ଦେବେ ବୋଲି ସେ କହିଛନ୍ତି । ଗତଥର ଯେଉଁ ପରୀକ୍ଷା କେନ୍ଦ୍ରରେ ସମସ୍ୟା ଥିଲା ତାକୁ ତର୍ଜମା କରାଯାଉଛି।  ଆବଶ୍ୟକ ପଡିଲେ ପାଖ ସ୍କୁଲରେ ପରୀକ୍ଷା କେନ୍ଦ୍ର କରାଯିବ ବୋଲି […]

rail
ରେଳ ବିଭାଗରେ ୩ ଲକ୍ଷରୁ ଅଧିକ ପଦ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି-ମନ୍ତ୍ରୀ

ନୂଆଦିଲ୍ଲୀ: ରେଳ ବିଭାଗରେ ୩ ଲକ୍ଷରୁ ଅଧିକ ପଦ ଖାଲି ପଡ଼ିଛି। ଏଥିମଧ୍ୟରୁ ୨.୯୪ ଲକ୍ଷ ପଦରେ ନିଯୁକ୍ତି ପାଇଁ ଅଧିସୂଚନା ଜାରି କରାଯାଇଛି। ରେଳମନ୍ତ୍ରୀ ପିୟୂଷ ଗୋୟଲ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ରେଳ ବିଭାଗରେ ସ୍ୱକୃତ ପଦ ସଂଖ୍ୟା  ୧୫,୨୪,୧୨୭। ଏଥିରୁ ୧୨,୧୭,୯୮୦୦ ପଦ ପୂରଣ ଥିବା ବେଳେ ୩,୦୬,୨୨୭ ପଦ ଖାଲି ପଡ଼ିଛି। ଗୋୟଲଙ୍କ କହିବା ଅନୁଯାୟୀ, ୨.୯୪ ପଦ ପୂରଣ ପାଇଁ ଇତି […]