• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

bdo
ବିଡିଓଙ୍କୁ ଦଣ୍ଡ; କରିବେ ବଗିଚା କାମ

ଭଦ୍ରକ:  ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କଲେ। ଆଉ ଫଳ ସ୍ୱରୂପ ବିଡିଓଙ୍କୁ ବଗିଚା କାମ କରିବାକୁ ପଡ଼ିବ। ଭଦ୍ରକ ଜିଲ୍ଲା ତିହିଡି ବିଡିଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କୋର୍ଟ କହିଛନ୍ତି, ସେ ବିଡିଓ ଭାବେ ଅଫିସ୍ କାର୍ଯ୍ୟ କରିବା ସହିତ ବଗିଚାର ସୁପରଭାଇଜର୍‌ ଭାବେ ମଧ୍ୟ କାମ କରିବେ। ନିଜ ପସନ୍ଦ ମୁତାବକ ଜିଲ୍ଲାରେ ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ ଯେ କୌଣସି ବଗିଚାରେ ସେ ଆସନ୍ତା ୨୩ ତାରିଖ […]

jamia
ଜାମିଆରେ ପୋଲିସ-ଛାତ୍ର ସଂଘର୍ଷ ମାମଲାରେ ୧୦ ଗିରଫ; ଜଣେ ବି ଛାତ୍ର ନାହାନ୍ତି

ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ରବିବାର ହୋଇଥିବା ହିଂସାକାଣ୍ଡ ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି। ହେଲେ ସେମାନଙ୍କ ମଧ୍ୟରେ ୟୁନିଭର୍ସିଟିର ଜଣେ ହେଲେ ବି ଛାତ୍ର ନାହାନ୍ତି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ୩ ପେଷାଦାର ଅପରାଧୀ ଏବଂ ଅନ୍ୟମାନେ ଅଖୋଲା ଅଞ୍ଚଳର ବାସିନ୍ଦା। ପୋଲିସ ପକ୍ଷରୁ କୁହାଯାଇଛି, ଯଦିଓ କୌଣସି ଛାତ୍ରଙ୍କୁ ଗିରଫ କରାଯାଇ ନାହିଁ, ତେବେ ଏହାର ଅର୍ଥ ନୁହେଁ ଯେ ସେମାନଙ୍କୁ କ୍ଲିନ୍‌ ଚିଟ୍‌ ଦିଆଯାଇଛି। ରବିବାର ଦିନ […]

caa
CAAକୁ ବିରୋଧ: ସୁପ୍ରିମ୍‌କୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ହିଂସାକାଣ୍ଡକୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।  ତୁରନ୍ତ ହିଂସାକାଣ୍ଡ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଆଜି କୋର୍ଟ ଏହି ମାମଲାର ଶୁଣାଣି କରିବେ। ହିଂସା ଘଟାଇବା ଲାଗି ଛାତ୍ରଙ୍କର ଅଧିକାର ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ନାଗରିକତା ସଂଶୋଧନ ଆଇନ୍ , ଦିଲ୍ଲୀ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହିଂସାକାଣ୍ଡ, ପୋଲିସ କାଯର୍ୟାନୁଷ୍ଠାନ ଏବଂ ଆଲିଗଡ଼ ମୁସଲିମ୍ ୟୁନିଭର୍ସିଟିରେ ପୋଲିସ-ଛାତ୍ର ସଂଘର୍ଷ ଘଟଣାକୁ ନେଇ ଦେଶ […]

download
ନାଲ୍‌କୋର ମୁଖ୍ୟ ହେବେ ଶ୍ରୀଧର ପାତ୍ର

ଭୁବନେଶ୍ୱର: ଶ୍ରୀଧର ପାତ୍ର ହେବେ ନାଲ୍‌କୋର ନୂଆ ମୁଖ୍ୟ । ଶ୍ରୀଧରଙ୍କୁ ନାଲ୍‌କୋର ଚେୟାରମ୍ୟାନ ଓ ମ୍ୟାନେଜିଂ ଡାଇରେକ୍ଟର ଭାବେ ନିଯୁକ୍ତି ଲାଗି ଖଣି ମନ୍ତ୍ରାଳୟର ପ୍ରସ୍ତାବ ଉପରେ ମୋହର ମାରିଛି ଆପଏଣ୍ଟମେଣ୍ଟ କମିଟି ଅଫ୍‌ କ୍ୟାବିନେଟ। ସେ ୨୦୨୪ ଅକ୍ଟୋବର ୩୧ ଯାଏ କାର୍ଯ୍ୟଭାର ସମ୍ଭାଳିବେ। ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ନାଲ୍‌କୋର ଅଧ୍ୟକ୍ଷ ତପନ ଚାନ୍ଦ ଅବସର ନେଇଥିଲେ।

fire
ଜଳିଗଲା କାର୍ଟୁନ ଗୋଦାମ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ବାରିପଦା: ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧାର ଏକ କାର୍ଟୁନ ଗୋଦାମରେ ଗତକାଲି ମଧ୍ୟରାତ୍ରିରେ ନିଆଁ ଲାଗି ଯାଇଛି। ଫଳରେ ଗୋଦାମରେ ଥିବା ବହୁମୂଲ୍ୟ ଟଙ୍କାର କାର୍ଟୁନ ପୋଡ଼ି ପାଉଁଶ ହୋଇ ଯାଇଥିଲେ ହେଁ ଗୋଦାମ ମାଲିକଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତକାଲି ରାତିରେ ସମସ୍ତେ ଶୋଇବା ପରେ ରାତି ୧୨ଟାରେ ନିଆଁ ଲାଗିଥିଲା। ପରିବାର ଲୋକେ ଗୋଦାମ ଘରୁ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ବାହାରକୁ ଚାଲି ଆସିଥିଲେ। ଦମକାଳ ବାହିନୀକୁ ଖବର ଦେଇଥିଲେ। ୩ଟି […]

air-asia
ବାତିଲ ହେଲା ବିମାନ; ତାତିଲେ ଯାତ୍ରୀ

ଭୁବନେଶ୍ୱର: ବିମାନ ସେବା ବାତିଲକୁ ନେଇ ଭୁବନେଶ୍ୱର ବିମାନବନ୍ଦରରେ ଦେଖା ଦେଇଛି ଉତ୍ତେଜନା। ଏହାକୁ ନେଇ ଯାତ୍ରୀମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ। ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ଏୟାର ଏସିଆର ଏକ ବିମାନ ସେବା ବାତିଲ ହୋଇଯାଇଥିଲା। ଶେଷ ମୁହୂର୍ତ୍ତରେ ବିମାନଟିକୁ ବାତିଲ କରାଯାଇଥିବାରୁ ଯାତ୍ରୀମାନେ ତାତି ଉଠିଥିଲେ। କମ୍ପାନୀ ପକ୍ଷରୁ ଯାତ୍ରୀଙ୍କ ପାଇଁ ସେବାର ବିକଳ୍ପ ନକରି ଟିକେଟ୍ ବାବଦ ଅର୍ଥ ଫେରାଇ ନେବାକୁ କୁହାଯାଇଥିଲା। ଫଳରେ ଯାତ୍ରୀମାନେ କ୍ଷୁବ୍ଧ ହୋଇଥିଲେ। ଏହାକୁ […]

23232323
ନବୀନ ବାବୁଙ୍କ ମୁଣ୍ଡକୁ ଏମିତି ଭକ୍ତିଭାବ କେମିତି ଆସିଲା ? ପଚାରିଲେ ଗଜପତି

ପୁରୀ:ପୁରୀରେ ଚାଲିଥିବା ଉନ୍ନତୀକରଣ ଯୋଜନାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି  ଗଜପତି ମହାରାଜ ଦିବ୍ୟସିଂହ ଦେବ। ସେ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ସବୁକିଛି ଚାଲିଛି ବୋଲି କହିଛନ୍ତି। ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଦଶମ ବାର୍ଷିକ ଉତ୍ସବ ଅବସରରେ ଗଜପତି ମହାରାଜ କହିଛନ୍ତି, ଦେଶ ସ୍ୱାଧୀନ ହେବା ପରେ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପରେ ଅନେକ ସରକାର ଆସିଛନ୍ତି। ହେଲେ କୌଣସି […]

jitendrasingh
ଭାରତ ଦଖଲକୁ କେବେ ଆସିବ ପିଓକେ-ଉତ୍ତର ରଖିଲେ ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ:ଭାରତ ଦଖଲକୁ କେବେ ଆସିବ ପିଓକେ ? ଏହାର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜେନ୍ଦ୍ର ସିଂହ। ସେ କହିଛନ୍ତି, ବାଲାକୋଟ ଏବଂ ଉରୀ ଘଟଣା ପରେ ମୋଦି ସରକାର ଏଇ ସନ୍ଦେଶ ଦେଇଛନ୍ତି ଯେ, ଏହି ସରାକର ଦେଶ ପାଇଁ ଗମ୍ଭୀର ଭାବେ ଚିନ୍ତା କରେ। ଏ ସରକାର ନିର୍ଣ୍ଣୟ ନେଇପାରେ। ପାକିସ୍ତାନ ଏବେ ଡରିବାକୁ ଆରମ୍ଭ କଲାଣି । ପାକିସ୍ତାନର ଭୟ ଯେ, ଭାରତ  କେତେବେଳେ ବି ପିଓକ (ପାକ୍‌ ଅଧିକୃତ କାଶ୍ମୀର)କୁ ନିଜ ଅଧୀନକୁ […]

1222121
ଆନ୍ଦୋଳନ ଯୋଗୁଁ ବାତିଲ ହେଲା ଏହିସବୁ ସବୁ ଟ୍ରେନ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ପୂର୍ବ, ଉତ୍ତର-ପୂର୍ବ ଭାରତରେ ଆନ୍ଦୋଳନ ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି । ଗୁଆହାଟୀ, ହାଓଡ଼ା ଓ ଚେନ୍ନାଇ ରୁଟ୍‌ରେ ବହୁ ଟ୍ରେନ୍ ବାତିଲ ହୋଇଛି। ଆଜିର ୫ଟି ଟ୍ରେନ୍ ସଂପୂର୍ଣ୍ଣ ବାତିଲ ହୋଇଥିବା ବେଳେ ୧୨ଟି ଟ୍ରେନ୍ ଆଂଶିକ ଭାବେ ବାତିଲ ହୋଇଛି। ଆଜି ପାଇଁ ବାତିଲ ହୋଇଥିବା ଟ୍ରେନ୍‌ ଗୁଡ଼ିକ ହେଲା-ସିଆଲାଦରୁ ବାହାରୁଥିବା ସିଆଲାଦ-ପୁରୀ ଏକ୍ସପ୍ରେସ୍, ହାଓ୍ୱଡ଼ାରୁ ବାହାରୁଥିବା ହାଓ୍ୱଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍, ହାଓ୍ୱଡ଼ା-ୟଶଓ୍ୱନ୍ତପୁର ଏକ୍ସପ୍ରେସ୍, ହାଓ୍ୱଡ଼ା-ଚେନ୍ନାଇ […]

help
ଖାଇବାକୁ ନ ଥିଲା, ଏମିତି ଉପାୟ ଆପଣେଇ ବନିଗଲେ ଲକ୍ଷପତି....

ନୂଆଦିଲ୍ଲୀ: ଦିନେ ତାଙ୍କ ପାଖରେ ଥିଲା ସବୁକିଛି। ଚାକିରି, ପଇସା। ନିଜ ପାଇଁ ଖାଦ୍ୟ, ପୋଷାକ ଯୋଗାଡ କରିବାରେ ତାଙ୍କର କିଛି ସମସ୍ୟା ନ ଥିଲା। ହେଲେ ଦିନେ ସମୟର ଚକ ଘୂରିଗଲା। ଭାଗ୍ୟ ତାଙ୍କଠାରୁ ସବୁକିଛି ଲୁଟିନେଲା। ନା ପେଟ ପାଇଁ ଦୁଇମୁଠା ଖାଦ୍ୟ ଯୋଗଡ଼ କରିପାରିଲେ ନା ପୋଷାକ। ହେଲେ କାହାକୁ ସାହଯ୍ୟ ମାଗିବାକୁ ତାଙ୍କ ସ୍ୱାଭିମାନ ବାଧା ଦେଲା। ଶେଷରେ ଜୀବନ ବଞ୍ଚାଇବା ପାଇଁ ଆପଣେଇଲେ ଏପରି ଅଭିନବ ଉପାୟ। ନାଟିଂଘମର ବାସିନ୍ଦା […]

Supreme-Court
ହିଂସା ବନ୍ଦ କର, ତା’ ପରେ ଶୁଣାଣି-ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତର ପୂର୍ବ,ପଶ୍ଚିମବଙ୍ଗ, ଦିଲ୍ଲୀ ପରେ ଏବେ ଉତ୍ତର ପ୍ରଦେଶରେ ହିଂସା ଦେଖିବାକୁ ମିଳିଛି। ଦିଲ୍ଲୀ ଜାମିଆ ଇଲମିଆ ବିଶ୍ୱବିଦ୍ୟାଳୟ ଏବଂ ଉତ୍ତର ପ୍ରଦେଶ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ସିଏଏକୁ ନେଇ ଛାତ୍ରଛାତ୍ରୀ ହିଂସା ପ୍ରଦର୍ଶନ କରିଛନ୍ତି। ଏ ନେଇ ତତ୍କାଳ ଶୁଣାଣୀ ପାଇଁ ଆଇନଜୀବୀ ଇନ୍ଦିରା ଜୟସିଂହ ସୁପ୍ରିିମକୋର୍ଟରେ ଆବଦେନ କରିଥିଲେ। ସିଏଏ ଲାଗୁ କରିବା ଫଳରେ ସାରା ଦେଶରେ ମାନବାଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ଆବେଦନକାରୀ କୋର୍ଟରେ ଦର୍ଶାଇଥିଲେ। […]

3233232
ବେଆଇନ ଭାବେ ଭାରତରେ ଥିବା ନିଜ ଦେଶ ନାଗରିକଙ୍କୁ ଫେରାଇ ନେବ ବାଂଲାଦେଶ

ଢାକା: ଭାରତରେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସ୍ୱଦେଶ ଫେରାଇ ନେବ ବାଂଲାଦେଶ। ବାଂଲାଦେଶ ସରକାର ଏ ନେଇ ଇଚ୍ଛା ପ୍ରକାଶ କରିଛନ୍ତି । ଭାରତ ସରକାରଙ୍କୁ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ତାଲି ମଧ୍ୟ ମାଗିଛନ୍ତି। ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମେନ କହିଛନ୍ତି, ଯଦି ଭାରତ ସରକାର ବାଂଲାଦେଶ ଅନୁପ୍ରବେଶକାରୀଙ୍କ ତାଲିକା ଦେବେ ତାହେଲେ ସେମାନଙ୍କୁ ବାଂଲାଦେଶ ଫେରାଇନେବା ପାଇଁ ବାଂଲାଦେଶ ସରକାର ଅନୁମତି ଦେବ । ଏନଆରସି ଭାରତର ଅନ୍ତରୀଣ ପ୍ରସଙ୍ଗ। ଭାରତ-ବାଂଲାଦେଶ ମଧ୍ୟରେ ସମ୍ପର୍କ […]

riya
ଜୋତା ନ ଥିଲା, ଟେପ୍‌ ବାନ୍ଧି ଦୌଡ଼ିଲେ କୁନି ଆଥ୍‌ଲେଟ, ଆଉ ପାଇଲେ ଏମିତି ସଫଳତା

ନୂଆଦିଲ୍ଲୀ:ଦାରିଦ୍ର୍ୟ ମଣିଷକୁ ପ୍ରତକୂଳ ପରିସ୍ଥିତି ସହ ସଂଘର୍ଷ କରିବାକୁ ପ୍ରେରଣା ଦିଏ। ଆଉ ଯିଏ ସଂଘର୍ଷ କରେ ସେ ହିଁ ସଫଳତା ପାଏ। ହେଲେ ସେଥିପାଇଁ କେବଳ ଆବଶ୍ୟକ ଦୃଢମନ ଆଉ ନିଷ୍ଠା। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଫିଲିପାଇନ୍ସର ୧୧ବର୍ଷର ଏଇ କୁନି ଝିଅ। ନାଁ ତାର ରିଆ ବୁଲୋସ। ଏତେ ଛୋଟ ବୟସରେ ସଫଳତା ପାଇବା ପାଇଁ ସେ ଯେଉଁ ସାଧନା କରିଛନ୍ତି, ତାର ଫଳ ସ୍ୱରୂପ ସେ ଆଜି ହୋଇ ପାରିଛି ସ୍ୱର୍ଣ୍ଣପଦକ […]

12222
୧୨ ବର୍ଷର ପୁଅ ବଞ୍ଚାଇଲା ବାପାଙ୍କ ଜୀବନ, ପାଇଲା ଫେସ୍‌ବୁକ୍‌ ଆୱାର୍ଡ

ନୂଆଦିଲ୍ଲୀ: ୧୨ ବର୍ଷର ଛୋଟ ପିଲାଟିଏ। ପାଇଛି ଚଳିତବର୍ଷର ଫେସ୍‌ବୁକ୍‌ ଆୱାର୍ଡ। ଛୋଟ ପିଲାଟି ଏକ ଭିଡ଼ିଓ ଗେମ୍‌ ତିଆରି କରିଛି। ଖାଲି ତିଆରି କରିନି, ଏହାକୁ ତିଆରି କରି ତା ବାପାଙ୍କ ଜୀବନ ବି ବଞ୍ଚାଇଛି। ପିଲାଟିର ନାମ ବ୍ଲ୍ୟୁକ ଏବଂ ସେ କାନାଡାର ବାସିନ୍ଦା। ଚଳିତବର୍ଷ ପ୍ରମୁଖ ଗେମ୍‌ ପ୍ରୋଗ୍ରାମରଙ୍କ ସହ ବ୍ଲ୍ୟୁକ ଗ୍ଲୋବ୍‌ସ ସିଟିଜେନ ଇଣ୍ଡିବିଜୁଆଲ ଆୱାର୍ଡ ପାଇବାକୁ ମନୋନୀତ ହୋଇଛନ୍ତି। ବ୍ଲ୍ୟୁକଙ୍କ କହିବା ଅନୁଯାୟୀ, ତାଙ୍କର ବାପା ଗତ କିଛି ମାସ […]

tea-1
ଚା’ ଦିବସର ଚିନ୍ତନ-‘ଲଭ ଟୁ ସର୍ଭ’

ବିଛଣାରେ ଅଳସ ଭାଙ୍ଗୁଭାଙ୍ଗୁ ମୋବାଇଲ ଅନ୍‌ କଲେ ମିସେସ ମିଶ୍ର। ସକାଳୁ ସକାଳୁ International Tea Day ପାଇଁ ଅନେକ ବାର୍ତ୍ତା । ଓହୋ ! କେତେ ଡେରି ହୋଇଗଲା ସତେ ! ସମସ୍ତେ message post କରିସାରିଲେଣି। ବ୍ୟସ୍ତ ହୋଇପଡ଼ିଲେ ମିସେସ୍‌ ମିଶ୍ର। ଚା’କପ୍‌ର Photo ଟିଏ post କରି ତା’ ଉପରେ ଲେଖିଦେଲେ ‘Love to serve Tea.‘ ମୁହଁ ଧୋଇ ଆସିଲାବେଳକୁ ଅନେକ କମେଣ୍ଟ। ସତେ ଯେମିତି ଫେସ୍‌ବୁକ୍‌ ବନ୍ଧୁମାନେ ଚାହିଁ ବସିଥିଲେ […]

miss world-2
‘ମିସ୍‌ ୱାର୍ଲଡ’ ମୁକୁଟ; ତୃତୀୟ ସ୍ଥାନରେ ଭାରତୀୟ ସୁନ୍ଦରୀ ସୁମନ୍‌

ନୂଆଦିଲ୍ଲୀ: ଭାରତୀୟ ମୂଳ ତଥା ଜମାଇକାରେ ରହୁଥିବା ଟୋନି ଏନ୍‌ ସିଂହ ହେଲେ ମିସ୍ ୱାର୍ଲଡ-୨୦୧୯। ଲଣ୍ଡନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଟୋନିଙ୍କୁ ମିସ୍‌ ୱାର୍ଲଡ ମୁକୁଟ ପିନ୍ଧାଇଥିଲେ ୨୦୧୮ ମିସ୍‌ ୱାର୍ଲଡ ବିଜେତା ଭନେସା ପୋନ୍‌ସ। ପ୍ରତିଯୋଗିତାରେ ୧୨୦ଟି ଦେଶର ସୁନ୍ଦରୀ ଭାଗ ନେଇଥିଲେ। ଟୋନି ସିଂ ଜମାଇକାର ୪ର୍ଥ ପ୍ରତିଯୋଗୀ ଯିଏ କି ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଟୋନି ଫ୍ଲୋରିଡା ୟୁନିଭର୍ସିଟିରେ ପଢନ୍ତି। ସେ ସାଇକୋଲଜିର ଛାତ୍ରୀ।  ଏଠି କହିରଖିବୁ, ୨୦୧୯ରେ […]

mallikarjun
ଭାଗ୍ୟ ବଦଳାଇଲା ପିଆଜ; ଋଣଗ୍ରସ୍ତ ଚାଷୀ ଏବେ କୋଟିପତି

ନୂଆଦିଲ୍ଲୀ:ପିଆଜର ଦର ଦିନକୁ ଦିନ ବଢିଚାଲିଛି। ଆଉ ଏଇ ବର୍ଦ୍ଧିତ ଦରକୁ ଦେଖି ଗ୍ରାହକ କାନ୍ଦୁଛନ୍ତି। ହେଲେ ଏଇ ପିଆଜ ପାଇଁ ଆଜି କର୍ଣ୍ଣାଟକର ଜଣେ ଚାଷୀ ହୋଇଯାଇଛନ୍ତି କୋଟିପତି। ସେ ହେଉଛନ୍ତି ଚିତ୍ରଦୁର୍ଗ ଜିଲ୍ଲାର ଡୋଡ୍ଡାସିଦ୍ଧାବନହଲ୍ଲୀ ନିବାସୀ ମଲ୍ଲିକାର୍ଜ୍ଜୁନ। ପିଆଜ ପାଇଁ ଆଜି ମଲ୍ଲିକାର୍ଜ୍ଜୁନଙ୍କ ଭାଗ୍ୟ ବଦଳି ଯାଇଛି। କାରଣ ପିଆଜ ଦର ବଢଗଲା ଏବଂ ମାତ୍ର କେଇ ଦିନ ଭିତରେ ମଲ୍ଲିକାର୍ଜ୍ଜୁନ କୋଟିପତି ହୋଇଗଲେ। ସେତିକି ନୁହେଁ, ଆଖପାଖ ଚାଷୀଙ୍କ ପାଇଁ ମଧ୍ୟ ମଲ୍ଲିକାର୍ଜ୍ଜୁନ […]

download
କମିଲା ରିଲାଏନ୍ସ ଜିଓ ଫାଇବରର ନେଟ୍‌ ସ୍ପିଡ୍

ନୂଆଦିଲ୍ଲୀ:ରିଲାଏନ୍ସ ଜିଓ ଫାଇବର କନେକ୍ସନରେ ମିଳୁଥିବା ଇଣ୍ଟରନେଟ ସ୍ପିଡ୍‌ ଏବେ କମିଯାଇଛି। ଏ ନେଇ ଜିଓ ୟୁଜର୍ସମାନେ ଟ୍ୱିଟରରେ ଲେଖିଛନ୍ତି, ଜିଓ ଫାଇବର କନେକ୍ସନ ସହ ମିଳିବାକୁ ଥିବା ଅପ୍‌ଲୋଡ ସ୍ପିଡ୍‌ ଅରିଜିନାଲ ସ୍ପିଡ୍‌ ତୁଳନାରେ ୧୦ ପ୍ରତିଶତ କମି ଯାଇଛି। ଅର୍ଥାତ୍‌ 100Mbps ସ୍ପିଡ୍‌ର ପ୍ଲାନ ନେଇଥିବା ୟୁଜର୍ସଙ୍କୁ 10Mbps ସ୍ପିଡ୍‌ର ସେବା ମିଳୁଛି। ଯଦି କୌଣସି ଇଣ୍ଟରନେଟ୍‌ ପ୍ରୋଭାଇଡର ୟୁଜର୍ସଙ୍କୁ ଇଣ୍ଟରନେଟ କନେକ୍ସନ ଅଫର ଦିଏ ତେବେ ସେ ସମୟରେ ଡାଉନଲୋଡ ଏବଂ ଅପଲୋଡ […]

Untitled-1
ଦୁନିଆର ଦାମୀ ଚା’, ରେଟ୍‌ ଶୁଣିଲେ ହୋସ୍‌ ଉଡିଯିବ

ନୂଆଦିଲ୍ଲୀ: ସକାଳୁ ସକାଳୁ ଚା’ କପ୍‌ର ବାସ୍ନା ଯେମିତି ସାରା ଦିନକୁ ସତେଜ କରିଦିଏ। ଚା’ ପ୍ରେମୀମାନଙ୍କ ଧାରଣା,  ଭଲ ଚା’ କପ୍‌ରେ ଯଦି ସକାଳର ଆରମ୍ଭ ହୁଏ ତେବେ ଦିନଟି ବେଶ ଭଲରେ କଟିବ । ଖାଲି ସକାଳେ ଚା’ କପ୍ ଖୋଜା ପଡେନି। ଘରକୁ କେହି ଅତିଥି ଆସନ୍ତୁ ବା ଅପରାହ୍ନରେ ସାଙ୍ଗମାନଙ୍କ ସହ ଗପଶପ କଲାବେଳେ ହେଉ, ଚା’ କପ୍‌ଟିଏ ତ ନିଶ୍ଚୟ ଖୋଜାପଡେ।  ଚା’ର ଲୋକପ୍ରିୟତାକୁ ଦେଖି ଆଜି ପାଳନ ହେଉଛି […]

Modi-Atal-Ghat-960x540
ପାହାଚ ଚଢିବା ବେଳେ ପଡ଼ିଗଲେ ମୋଦି

କାନପୁର: ଉତ୍ତରପ୍ରଦେଶ କାନପୁରଠାରେ ଗଙ୍ଗା ନଦୀ କୂଳରେ ପାହାଚ ଚଢ଼ିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝୁଣ୍ଟି ପଡ଼ିଛନ୍ତି। ଏହାର କିଛି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି କ୍ଲିପ୍‌ରେ ସ୍ପଷ୍ଟ ଜଣାପଡ଼ୁଛି ମୋଦି ସାଧାରଣ ଭାବେ ପାହାଚ ଚଢ଼ୁଛନ୍ତି। କିନ୍ତୁ ଶେଷ ପାହାଚରେ ସେ ଝୁଣ୍ଟି ପଡ଼ି ତଳେ ପଡ଼ିଯାଇଥିଲେ। ଉପସ୍ଥିତ ଲୋକେ ତୁରନ୍ତ ତାଙ୍କ ପାଖକୁ ଆସି ତାଙ୍କୁ ଉଠାଇଥିଲେ। କିଛି ଲୋକ ଏଥିପାଇଁ ଦୁଃଖ ପ୍ରକାଶ କରିଥିବାବେଳେ କିଛି ଲୋକ ଅର୍ଥନୀତିକୁ […]