ବ୍ରହ୍ମପୁର: ମୃତ୍ୟୁ ପରେ ବି ଏହି ଖବର ପରିବାର ଲୋକଙ୍କୁ ଜଣାଯାଉ ନାହିଁ। ଏପରିକି ମୃତ୍ୟୁର ୪ ଦିନ ପରେ ମଧ୍ୟ ଚିକିତ୍ସା ଚାଲିଥିବା ନେଇ ପରିବାର ଲୋକଙ୍କୁ କୁହାଯାଉଛି। ଶେଷରେ ଭିଡିଓ କଲିଂରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣଙ୍କୁ ଦେଖିବାକୁ ପରିବାର ଲୋକେ କହିବାରୁ ଘଟଣା ସାମ୍ନାକୁ ଆସିଥିଲା। ଆଉ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣକ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଜାଣିବାକୁ ପାଇଥିଲେ। ଗଞ୍ଜାମ ଜିଲ୍ଲାରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି। ବ୍ରହ୍ମପୁର ବଡବଜାର […]
ନୂଆଦିଲ୍ଲୀ: ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଭାରତରେ ପହଞ୍ଚିବ ରାଫେଲ ଫାଇଟର ପ୍ଲେନ। ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରିଥିବା ୫ଟି ରାଫେଲ୍ ଜେଟ୍ ହରିଆଣାର ଅମ୍ବାଲା ଏୟାରବେସ୍ରେ ପହଞ୍ଚିବ । ୧୨ ଜଣ ଯୋଦ୍ଧା ପାଇଲଟ୍ ଏହାକୁ ଭାରତ ଆଣୁଛନ୍ତି । ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ବେଳେ ରାଫେଲ ଭାରତ ଆସିବା ଘଟଣା ବାୟୁସେନାର ମନୋବଳକୁ ବୃଦ୍ଧି କରିବ। ରାଫେଲ ଭାରତୀୟ ବାୟୁସେନାରେ ପରାକ୍ରମ ବଢାଇବାରେ ସହାୟକ ହେବ । ବିଶେଷ […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ପ୍ରାୟ ଦେଢ ମାସ ବିତିଗଲାଣି। ପୁଅର ମୃତ୍ୟୁକୁ ନେଇ ଆଜି ଯାଏ ଚୁପ୍ ଥିବା ସୁଶାନ୍ତଙ୍କ ପରିବାର ଏବେ ମୁହଁ ଖୋଲିଛନ୍ତି। ପିତା କେ.କେ.ସିଂହ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦାଏର କରିଥିଲେ। ଖାଲି ସେତିକି ନୁହେଁ, ମୁମ୍ବାଇ ପୋଲିସର ତଦନ୍ତ ପ୍ରତି ମଧ୍ୟ ଅଙ୍ଗଳି ନିର୍ଦ୍ଦେଶ କରିଛନ୍ତି । ମୁମ୍ବାଇ ପୋଲିସର ତଦନ୍ତ ଉପରେ ତାଙ୍କର ଭରସା ନାହିଁ ବୋଲି ସୁଶାନ୍ତଙ୍କ ବାପା କହିଛନ୍ତି। ରାଜୀବ […]
ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ। ଭିଡିଓ କନ୍ଫରେନ୍ସିଂରେ ରେଜଲ୍ଟ ପ୍ରକାଶ ପାଇଛି। ରେଜଲ୍ଟ ପ୍ରକାଶ ନେଇ ବିଧିବଦ୍ଧ ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଘୋଷଣା କରିଛନ୍ତି। ଚଳିତ ବର୍ଷ ମାଟ୍ରିକ ପାସ୍ ହାର ୭୮.୭୬% ରହିଛି। ଚଳିତ ବର୍ଷ ପାସ୍ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଚଳିତ ବର୍ଷ ୫,୩୪,୮୪୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪,୨୧,୨୫୬ କୃତକାର୍ଯ୍ୟ ହୋଇଛନ୍ତି। ୧,୨୭୯ ଛାତ୍ରଛାତ୍ରୀଙ୍କୁ A1 ଗ୍ରେଡ୍ , ୮,୪୫୮ଜଣ A2 ଗ୍ରେଡ୍, ୧୮,୧୮୮ଜଣ […]
ବ୍ରହ୍ମପୁର: ‘ଲୋକ ଏଠି ପୋକମାଛି ଭଳି ମରୁଛନ୍ତି। ଯଦି ସେହି ରୋଗୀ ଭୁବନେଶ୍ୱର ଯାଉଛନ୍ତି, ତା’ହେଲେ ବଞ୍ଚିକି ଆସୁଛନ୍ତି। ଏଥିପାଇଁ ଏଠି ଏତେ ଲୋକ ମରୁଛନ୍ତି କାରଣ ଏଠି ଠିକ୍ ଭାବେ ଚିକିତ୍ସା ହେଉନାହିଁ। ହେଲ୍ପ୍ଲାଇନ୍ ନମ୍ବରରେ ଯୋଗାଯୋଗ କଲେ ମଧ୍ୟ କିଛି ଉତ୍ତର ମିଳୁନାହିଁ। ’ ଚିକିତ୍ସା ଅବହେଳାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବାପରେ ମୃତକଙ୍କ ପରିବାର ଲୋକେ ଏଭଳି ଅଭିଯୋଗ ଆଣିଛନ୍ତି। ଗଞ୍ଜାମ ଜିଲ୍ଲାରୁ ଏହି ଅଭିଯୋଗ ଆସିଛି। ସୂଚନା ଅନୁଯାୟୀ, ବିଜିପୁର […]
ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ୁଛି ସୁନା ଦର। ସୁନା ଦର ବୃଦ୍ଧି ଇତି ମଧ୍ୟରେ ରେକର୍ଡ କଲାଣି। ୧୦ ଗ୍ରାମ ସୁନାର ଦାମ ଏବେ ୫୨ ହଜାର ଟଙ୍କା ରହିଛି । ରୂପା ଦର ମଧ୍ୟ ଆଶାତୀତ ବୃଦ୍ଧି ପାଇଛି। ୨୦୨୦ ମାର୍ଚ୍ଚରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ରୂପା ମୂଲ୍ୟ ୩୩, ୫୮୦ ଥିଲା। ଆଜି ଏହାର ଦର ୨ ଗୁଣା ବୃଦ୍ଧି ପାଇ ଏବେ ୬୭, ୫୬୦ରେ ପହଞ୍ଚିଛି। ଦିୱାଲି ବେଳକୁ ରୂପା ଦର […]
ଭୁବନେଶ୍ୱର: ଓଡ଼ିଶାରେ ୧,୦୬୮ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧,୦୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୪୦୬ ରହିଛି। ଗଞ୍ଜାମରୁ ସର୍ବାଧିକ ୨୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫ରେ ପହଞ୍ଚିଛି।
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି। ମୃତକ ୫ ଜଣକ ମଧ୍ୟରେ ଅଛନ୍ତି ବାଲେଶ୍ୱର, ପୁରୀ, ଗଞ୍ଜାମ, ଫୁଲବାଣୀ ଓ ମାଲକାନଗିରିରୁ ଜଣେ ଲେଖାଏ। ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ବାଲେଶ୍ୱରରେ ମୃତ୍ୟୁ ବରଣ କରିଛନ୍ତି ଜଣେ ୬୪ ବର୍ଷ ବୟସ୍କ […]
ବିଜେପିର ଶିବସେନାଠାରୁ ଦୁଇ ଗୁଣାରୁ ଅଧିକ ବିଧାୟକ ଥିବାରୁ ଦଳ ମୁଖ୍ୟମନ୍ତ୍ରୀ ପଦ ଛାଡିବ ନାହିଁ ବୋଲି ନେତାଏ ସ୍ପଷ୍ଟ କରି ଦେଇଛନ୍ତି। ଖୋଦ୍ ଦେବେନ୍ଦ୍ର ଫର୍ଣ୍ଣାଭିସ୍ ମଧ୍ୟ ଏଭଳି ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ତେବେ ଦଳ ଯାହା ନିଷ୍ପତ୍ତି ନେବେ ସେଥିରେ ସେ ଏକମତ ବୋଲି କହିଛନ୍ତି ଫର୍ଣ୍ଣାଭିସ୍
ପୁରୀ: କରୋନା ଭିତରେ ହଜି ଯାଇଛି ସବୁ ପର୍ବପର୍ବାଣୀ, ପରମ୍ପରା । ଯଦି କରୋନା ଔଷଧ ବା ଟିକା ନ ବାହାରେ ତେବେ ଆଗକୁ ସ୍ଥିତି ଏମିତି ଲାଗି ରହିବ। ଚଳିତ ବର୍ଷର ରଥଯାତ୍ରାକୁ ନେଇ ଭକ୍ତଙ୍କ ମନରୁ ଦୁଃଖ ଲିଭିନି। କାରଣ ମହାପ୍ରଭୁ ନବ ଦିନାତ୍ମକ ଯାତ୍ରାରେ ଆସିଲେ କିନ୍ତୁ ଭକ୍ତ ତାଙ୍କର ଚର୍ମ ଚକ୍ଷୁରେ ଦର୍ଶନ ପାଇଲେନି। ଆଗକୁ ଆସୁଛି ନାଗାର୍ଜ୍ଜୁନ ବେଶ। ଯଦି ସ୍ଥିତିରେ ପରିବର୍ତ୍ତନ ନ ଆସେ ତେବେ ଭକ୍ତ କ’ଣ […]
ଭୁବନେଶ୍ୱର: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଲାଗି ସମସ୍ତ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ଆଗାମୀ ଅଗଷ୍ଟ ୫ ତାରିଖରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ଏଥିପାଇଁ ଭାରତର ସମସ୍ତ ପ୍ରମୁଖ ତୀର୍ଥ ସ୍ଥଳରୁ ପବିତ୍ର ମାଟି ଏବଂ ତୀର୍ଥ ଜଳ ଆହ୍ୱାନ କରାଯାଇଛି । ଏହି କ୍ରମରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ବିଶ୍ୱ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର […]
ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ମାଟ୍ରିକ୍ ରେଜଲ୍ଟ। ଭିଡିଓ କନ୍ଫରେନ୍ସିଂରେ ରେଜଲ୍ଟ ପ୍ରକାଶ ପାଇଛି। ରେଜଲ୍ଟ ପ୍ରକାଶ ନେଇ ବିଧିବଦ୍ଧ ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଘୋଷଣା କରିଛନ୍ତି। ଚଳିତ ବର୍ଷ ମାଟ୍ରିକ ପାସ୍ ହାର ୭୮.୭୬% ରହିଛି। ଚଳିତ ବର୍ଷ ୫,୩୪,୮୪୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪,୨୧,୨୫୬ କୃତକାର୍ଯ୍ୟ ହୋଇଛନ୍ତି। ଚଳିତ ବର୍ଷ ପାସ୍ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଚଳିତ ବର୍ଷ ଝିଅଙ୍କ ପାସ୍ ହାର ୮୧.୯୮% ଥିବାବେଳେ ପୁଅଙ୍କ ପାସ୍ […]
ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ୍ ପାସ୍ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଝିଅଙ୍କ ପାସ୍ ହାର ୮୧.୯୮% ଥିବାବେଳେ ପୁଅଙ୍କ ପାସ୍ ହାର ୭୭.୮% ରହିଛି। ତେବେ ୩୧ଟି ସ୍କୁଲ୍ରେ ଜଣେ ହେଲେ ବି ପାସ୍ କରି ନାହାନ୍ତି। ଏଠାରେ ଫଳାଫଳ ଶୂନ୍। କାହିଁକି ଏହିସବୁ ସ୍କୁଲ୍ରେ ରେଜଲ୍ଟ ଖରାପ ହେଲା, ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଗତଥର ୮୨ଟି […]
ଆକାଶ ଛୁଆଁ ତୈଳଦରକୁ ନେଇ ତ୍ରାହି ତ୍ରାହି ଭିତରେ ବିକଳ୍ପ ଖୋଜିଲାଣି ଜନତା। ଏଇ ଯେମିତି ଭୁବନେଶ୍ୱରର ଖବରକାଗଜ ବିତରକ ଜଗନ୍ନାଥ ମହାପାତ୍ର ପେଟ୍ରୋଲ ଦର ରେକର୍ଡ ଭାଙ୍ଗିବା ଦେଖି ପୁରୁଣା ଗାଡି ଛାଡି ଏବେ ବ୍ୟାଟେରୀ ଚାଳିତ ଯାନ କିଣିଛନ୍ତି।
CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟ ଖସଡ଼ା ଘୋଷଣା ହୋଇଛି । ନିଷ୍ପତ୍ତି ଅନୁସାରେ ଦୁଇଟି ଟର୍ମରେ ହେବ ୨୦୨୧-୨୨ର ଶିକ୍ଷାବର୍ଷ । ପ୍ରତି ଟର୍ମରେ ୫୦ ପ୍ରତିଶତ ସିଲାବସ୍ ରହିବ । ଏହାସହ ପ୍ରତି ଟର୍ମ ଶେଷରେ…
ମାଲକାନଗିରି: ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ । ଷ୍ଟ୍ରେଚରରେ ଶବକୁ କାନ୍ଧରେ ବୋହି ଘରକୁ ନେଲେ ପରିବାର ଲୋକେ। ସବୁଠାରୁ ହୃଦୟ ବିଦାରକ ଦୃଶ୍ୟ ଥିଲା, ଜଣେ ମହିଳା ଗୋଟିଏ କାଖରେ ଶିଶୁକୁ ଧରି ଥିବାବେଳେ ଅନ୍ୟ କାନ୍ଧ ଦେଇଥିଲେ ଶବକୁ। ଷ୍ଟ୍ରେଚରରେ ଶବକୁ ଧରି ରାଜରାସ୍ତାରେ ଚାଲିଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ । ସ୍ଥାନୀୟ ମୁସାକିଗୁଡା ଗାଁର ଜଣେ ବୃଦ୍ଧଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ […]
ନୂଆଦିଲ୍ଲୀ: କରୋନାଭାଇରସ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଦେଶରେ ଏବେ ୧୪ଲକ୍ଷ ୮୩ ହଜାରକୁ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତା ଅନୁପମ ଖେର ନିଜ ଟ୍ୱିଟ୍ରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଅନୁପମ କରୋନା ଟିକା ତିଆରି ହୋଇ ପାରୁନଥିବା ଯୋଗୁ କାନ୍ଦୁଥିବା ଦେଖିବାକୁ ମିଳିଛି। ଅନୁପମ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହିଥାନ୍ତି। रहिमन वैक्सीन ढूंढिए बिन वैक्सीन […]
ଭୁବନେଶ୍ୱର: ରହସ୍ୟ ଘେରରେ ମୋଟିଭେସନାଲ୍ ସ୍ପିକର୍ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ National Human Rights Commission(NHRC) ପୁଲିସ୍ କମିଶନରଙ୍କୁ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛନ୍ତି। ୪ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ NHRC ନିର୍ଦ୍ଦେଶ ଦେଇଛନ୍ତି। ଆଦିତ୍ୟଙ୍କ ମୃତ୍ୟୁ ନେଇ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାରେ ଜିଆର୍ପି ଜଣଙ୍କ ପରେ ଜଣଙ୍କୁ ଜେରା କରି ସାରିଥିବା ବେଳେ […]