ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ୱେଲ୍ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଛି। ଆସନ୍ତାକାଲି ଯାଏ ଉପକୂଳ ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ଆକଳନ କରିଛି। ଚାନ୍ଦବାଲିରେ ସର୍ବାଧିକ ୧୨୨.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ୭୦.୮ ମିଲିମିଟର, ସୋନପୁରରେ ୭୦ ମିଲିମିଟର, ଅନୁଗୁଳରେ ୬୦ ମିଲିମିଟର, ସମ୍ବଲପୁରରେ ୫୮.୧୬ ମିଲିମିଟର ବର୍ଷା ରେକର୍ଡ […]
ଭୁବନେଶ୍ୱର: ସଂସଦରେ ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟା କଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଠାଇଛନ୍ତି। ସେ କହିଛନ୍ତି,“ ଘଣ୍ଟାଏ ବର୍ଷାରେ ଭୁବନେଶ୍ୱରରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହେଉଛି। ଏନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ଏହି ସମସ୍ୟାର ସମାଧାନ କରିବାକୁ ଦୃଷ୍ଟି ଆକର୍ଷଣ କରନ୍ତୁ।” ସେ ଆହୁରି କହିଛନ୍ତି,“ ମୁଖ୍ୟ ଡ୍ରେନ୍ ଗୁଡ଼ିକ ଜବରଦଖଲ ହୋଇଯାଇଥିବାରୁ ଜଳ ନିଷ୍କାସନ ହୋଇପାରୁନି। ଏହାସହ ଗଙ୍ଗୁଆ ନଦୀ ପୋତି ହୋଇଥିବାରୁ ମଧ୍ୟ ଜଳ ନିଷ୍କାସନ ଅସୁବିଧା ସୃଷ୍ଟି […]
ମୁମ୍ୱାଇ: ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ସୋମବାର ବିଳମ୍ୱିତ ରାତିରେ ଏକ ବଡ଼ଧରଣର ଦୁର୍ଘଟଣାରୁ ସ୍ପାଇସ୍ ଜେଟର ଏକ ବିମାନ ଅଳ୍ପକେ ବର୍ତ୍ତି ଯାଇଛି। ଜୟପୁରରୁ ମୁମ୍ୱାଇ ଆସିଥିବା ଏହି ବିମାନ ମୁମ୍ୱାଇ ଏୟାରପୋର୍ଟରେ ଅବତରଣ କରିବା ବେଳେ ରନ୍ଓ୍ୱେରୁ ବାହାରି ଯାଇଥିଲା। ଏହାପରେ ପାଇଲଟ୍ ସଙ୍ଗେସଙ୍ଗେ ବିମାନକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲେ।। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଲଗାଣ ବର୍ଷା ପାଇଁ ମୁମ୍ୱାଇ ଏୟାରପୋର୍ଟର ମୁଖ୍ୟ ବିମାନ ବନ୍ଦର ବନ୍ଦ […]
କୋଣାର୍କ(ସଞ୍ଜୟ ପତି): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ଉଦୟକଣିରେ ସାମୁଦ୍ରିକ ଜୁଆର ପାଣି ପଶି ନିକଟସ୍ଥ ତିନୋଟି ଗାଁକୁ ଜଳମଗ୍ନ କରିଛି। ଫଳରେ ଛେନୁ, କଟକଣା, ତଣ୍ଡାହାର ପ୍ରଭୃତି ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ସବୁ ଗାଁ ଚାରିପଟେ ଏବେ ସାମୁଦ୍ରିକ ଲୁଣି ପାଣି ମାଡ଼ିବା ଯୋଗୁ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି। ସମୁଦ୍ରକୂଳରେ ଝାଉଁ ଜଙ୍ଗଲର ଅବକ୍ଷୟ ଯୋଗୁ ବାଲି ସ୍ତୁପ ଧ୍ୱଂସ ପାଇଥିଲା। ଏଥିପାଇଁ ସାମୁଦ୍ରିକ ଜୁଆର ପାଣି ଗାଁ ଗହୀରକୁ ପ୍ରବେଶ […]
ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପଟେ ଲଗାଣ ବର୍ଷାରେ ଅନେକ ସ୍ଥାନରେ ପାଣି ଜମି ରହିବା ସହ ଜନଜୀବନ ପ୍ରଭାବିତ ହୋଇଛି। ଖାଲି କଟକ, ଭୁବନେଶ୍ୱର, ପୁରୀ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ କଟକର ବିଭିନ୍ନ ସାହି ଓ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ଆଣ୍ଠୁଏ […]
ପୁରୀ: ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦିବ୍ୟ ନବଯୌବନ ଦର୍ଶନ। ଏହି ଅନନ୍ୟ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏଥିସହ ପରମ୍ପରା ଅନୁଯାୟୀ ଆଜି ଅଣସର ଘରେ ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ବନକ ଲାଗି ନୀତି ଚାଲିଛି। ଏହା ହେଉଛି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତି। ନୀତିକାନ୍ତି ସମ୍ପନ୍ନ ପରେ ପଟିଦିଅଁଙ୍କ ପୂଜାର୍ଚ୍ଚନା ହେବ। ଏହା ପରେ ନବଯୌବନ ବେଶରେ ମହାପ୍ରଭୁ ଦର୍ଶନ ଦେବେ। ଆଜି ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ଯାଏ […]
ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ତିନିଟି ବିଶ୍ୱବିଦ୍ୟାଳୟକୁ ନୋଟିସ୍ ଜାରି କରାଯାଇଛି। ଉତ୍କଳ, ରମାଦେବୀ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳ ସଚିବଙ୍କୁ ଏହି ନୋଟିସ୍ ହୋଇଛି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ପକ୍ଷରୁ ମିଳିଥିବା ସହାୟତା ରାଶିକୁ ସଠିକ୍ ଉପାୟରେ ଖର୍ଚ୍ଚ ହୋଇନଥିବା କିମ୍ବା ଖର୍ଚ୍ଚ ହୋଇଥିଲେ ବି କାମ ମନ୍ଥର ଗତିରେ ଚାଲିଥିବାକୁ ନେଇ ଏହି ନୋଟିସ୍ ଜାରି କରାଯାଇଛି। ଏହି ତିନି ବିଶ୍ୱବିଦ୍ୟାଳୟକୁ RUSA ଗ୍ରାଣ୍ଟ୍ ଦ୍ୱାରା କ୍ୟାମ୍ପସର୍ ଉନ୍ନୟନ ପାଇଁ ଅର୍ଥ […]
ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲ୍ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଏହାର ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ୮ଟି ଜିଲ୍ଲା ପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଯାଜପୁର, କେନ୍ଦ୍ରାପଡ଼ା, […]
ପୁଣେ: ମୁମ୍ବାଇ ଓ ପୁଣେରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ୧୯ ଜଣଙ୍କ ମୃତ୍ୟୁ ଘଟିଛି। ମୁମ୍ବାଇର ପିମ୍ପିରିପଡ଼ା ଅଞ୍ଚଳରେ ଥିବା ଏକ ବସ୍ତିରେ କାନ୍ଥ ଭୁଶୁଡ଼ି ୧୩ ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଏବେ ବି ମାଟି ଅତଡ଼ା ତଳେ ବହୁ ଲୋକ ଫସି ରହିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଏନ୍ଡିଆର୍ଏଫ୍, ଅଗ୍ନିଶମ ବାହିନୀ, ପୁଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ସେହିପରି […]
ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୧ ତାରିଖରେ ଦ୍ୱିତୀୟ ସ୍ପେଶାଲ ଓଜେଇଇ ଅନୁଷ୍ଠିତ ହେବ। ଏଥିପାଇଁ ଆଜିଠାରୁ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ବିଟେକ୍, ବିଟେକ୍ ଲାଟେରାଲ୍ ଏଣ୍ଟ୍ରି, ଏମ୍ବିଏ, ଏମ୍ସିଏ ଏବଂ ଲାଟେରାଲ୍ ଏଣ୍ଟ୍ରି ଏମ୍ସିଏ ପାଇଁ ଏହି ପରୀକ୍ଷା ହେବ। ଓଜେଇଇ ଭଳି ଏହି ପରୀକ୍ଷା ମଧ୍ୟ ସମାନ ଢାଞ୍ଚାରେ ହେବ। ଜୁଲାଇ ୨୧ ତାରିଖ ଦିନ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏକ ଘଣ୍ଟା ଏହି ପରୀକ୍ଷା ହେବ। ୧୫ ତାରିଖରୁ ଛାତ୍ରଛାତ୍ରୀ […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ବିରୁଳିଗଡ଼ ରାସ୍ତାରୁ ଜଣେ ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଅଶ୍ୱିନୀ କୁମାର ମିଶ୍ର। ସେ ରମ୍ଭା ସ୍ଥିତ ଜଗନ୍ନାଥ ମହାବିଦ୍ୟାଳୟରେ ଅଧ୍ୟାପକ ବୋଲି ଜଣାପଡ଼ିଛି। ଅଶ୍ୱିନୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ମୃତଦେହ ନିକଟରେ ଏକ ବାଇକ୍ ପଡ଼ିଛି। ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ସ୍ପଷ୍ଟ ହୋଇନି।ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।
ବଲାଙ୍ଗିର: ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ପୁଣି ଏକ ସଙ୍ଗୀନ ଅଭିଯୋଗ । ବିଧାୟକଙ୍କ ଦ୍ୱାରା ଉଠ୍ବସ୍ ହୋଇଥିବା କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କ ପତ୍ନୀ ଏହି ଅଭିଯୋଗ ଆଣିଛନ୍ତି। ବିଧାୟକଙ୍କ ସମର୍ଥକମାନେ ତାଙ୍କ ପରିବାରକୁ ଧମକ ଚମକ ଦେଉଥିବା ସେ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ସରୋଜ ମେହେର କି ପୁଲିସ୍ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପକ୍ଷରେ ବିଧାୟକ ସରୋଜ ମେହେରଙ୍କ ଗିରଫ ମାମଲା ଭୁବନେଶ୍ୱର ଆଡିସ୍ନାଲ୍ ଡିଷ୍ଟ୍ରିକ୍ଟ୍ ଏଣ୍ଡ୍ ସେସନ୍ କୋର୍ଟକୁ […]
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା କୁକୁରକୁଣ୍ଡ ଗାଁରୁ ପୁଲିସ୍ ଇନ୍ଫର୍ମର ସନ୍ଦେହରେ ଦୁଇ ଜଣ ବ୍ୟକ୍ତିଙ୍କୁ ମାଓବାଦୀ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ସେମାନେ ହେଲେ ଗୁଜା କୋବାସି ଓ ଉଙ୍ଗା କାଲମାଳି। ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଏକାଧିକ ସଶସ୍ତ୍ର ମାଓବାଦୀ ଆସି ଉଭୟଙ୍କୁ ଘରୁ ଡାକି ନେଇଥିଲେ। ଏହାପରେ ସେମାନଙ୍କର କୌଣସି ପତ୍ତା ମିଳୁନି। ମାଓବାଦୀମାନେ ଉଭୟଙ୍କୁ ଛାଡ଼ି ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।