• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

accident
ଅଟୋକୁ ଧକ୍କା ଦେଲା ବସ୍‌; ଜଣେ ମୃତ, ଦୁଇ ଆହତ

ଜଳେଶ୍ୱର(ଅଜିତ ଦାସ): ଏକ ଗୋରୁ ବୋଝେଇ ଡାଲା ଅଟୋକୁ ବସ୍‌ ପଛ ପଟୁ ଧକ୍କା ଦେବା ଫଳରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ଜାତୀୟ ରାଜପଥ-୬୦ ନନ୍ଦିକା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨ଜଣ ଆହତ ହେବାସହ ଦୁଇ ଗୋରୁଙ୍କର ମୃତ୍ୟୁ ମଧ୍ୟ ହୋଇଛି। ମୃତକ ନାବାଳକଙ୍କ ଘର ପଶ୍ଚିବାଡ଼ର ବୋଲି ଜଣାପଡ଼ିଛି। ଆହତଙ୍କୁ ପ୍ରଥମେ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।  ଦୁର୍ଘଟଣା ପରେ ଅଟୋ ଡ୍ରାଇଭର ଫେରାର ହୋଇଯାଇଛନ୍ତି। […]

heavy rainfall
ମୁମ୍ବାଇରେ ଦାଉ ସାଧୁଛି ଲଗାଣ ବର୍ଷା; ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି

ମୁମ୍ବାଇ: ଲଗାଣ ବର୍ଷରେ ବେହାଲ ମହାରାଷ୍ଟ୍ର। ବିଶେଷ କରି ମୁମ୍ବାଇରେ ସ୍ଥିତି ଅଧିକ ସଙ୍ଗୀନ ହୋଇପଡ଼ିଛି। ଏପରିକି ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ପାଇଁ ନୌସେନାର ଯବାନ ମୁତୟନ ହୋଇଛନ୍ତି। ପ୍ରବଳ ବର୍ଷାରେ ସହରର କୁରଲା ଅଞ୍ଚଳ ବିଶେଷ ପ୍ରଭାବିତ ହୋଇଛି। ସ୍ପିଡ୍ ବୋଟ୍‌ ସହାୟତାରେ ଲୋକଙ୍କୁ ଉଦ୍ଧାର କରାଯିବା ସହ ବିପନ୍ନଙ୍କୁ ରିଲିଫ ବଣ୍ଟନ କରାଯାଉଛି। ଅନ୍ୟପକ୍ଷରେ ବିଭିନ୍ନ ଅଘଟଣରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି।  କେବଳ କାନ୍ଥ ଓ ଟାଙ୍କି […]

vote
ପାଟକୁରା ନିର୍ବାଚନ ତାରିଖ ଘୋଷଣାକୁ ନେଇ ଅନିଶ୍ଚିତତା

ଭୁବନେଶ୍ୱର: ପାଟକୁରା ବିଧାନସଭା ଆସନରେ କେବେ ନିର୍ବାଚନ ତାରିଖ ଘୋଷଣା ହେବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ପାଟକୁରା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାରେ ମାତ୍ରାଧିକ ବିଳମ୍ବ ସତ୍ତ୍ୱେ ଦୁଇ ପ୍ରମୁଖ ରାଜନୀତିକ ଦଳ ବିଜେପି ଓ ବିଜେଡିର ନିରବତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି। ପାଟକୁରା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁ ସ୍ଥଗିତ ଥିବା ନିର୍ବାଚନ ମେ’ ୧୯ତାରିଖରେ କରିବା ପାଇଁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଥିଲେ। […]

kendrapara
ଆବାସିକ ମହାବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଠାରେ ଥିବା ଏକ ଆବାସିକ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀଙ୍କ ଘର ପାରାଦୀପ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ସଂଧ୍ୟାରେ ଛାତ୍ରୀ ନିବାସରେ ପ୍ରାର୍ଥନା ଚାଲିଥିବା ବେଳେ ଜଣେ ଛାତ୍ରୀ ତାଙ୍କ ରୁମ୍‌ରେ ପଡ଼ିଥିବା ହଷ୍ଟେଲ କର୍ମଚାରୀ  ଦେଖିବାକୁ ପାଇଥିଲେ। ଏହାପରେ ଉକ୍ତ ଛାତ୍ରୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। […]

puri
ଆଜି ଉଭା ଅମାବାସ୍ୟା: ବାହାର କାଠ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ

ପୁରୀ: ଆଜି ଉଭା ଅମାବାସ୍ୟା। ସକାଳୁ ରାତି ୯ଟା ପର୍ଯ୍ୟନ୍ତ ବାହାର କାଠ ନିକଟରୁ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ସକାଳ ଧୂପ ପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ତିନି ବାଡ଼ରୁ ଆଣି ତିନି ରଥରେ ଦେବେ। ଏହାପରେ ପ୍ରଥମେ ନନ୍ଦିଘୋଷ, ପରେ ଦେବଦଳନ ଏବଂ ଶେଷରେ ତାଳଧ୍ୱଜ ରଥକୁ ରଥଖଳାରୁ ସିଂହଦ୍ୱାରକୁ ଟଣାଯିବ। ୧୫ ଦିନର ବିରତି ପରେ ଭକ୍ତମାନେ ଶ୍ରୀଜିଉଙ୍କୁ ନବଯୌବନ ରୂପରେ ଦର୍ଶନ କରି ଭାବବିହ୍ୱଳ ହୋଇପଡ଼ିଛନ୍ତି। ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ […]

plus two cut off mark
ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ; ବିଜ୍ଞାନରେ ରେଭେନ୍ସା ଆଗରେ

ଭୁବନେଶ୍ୱର: ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ଆଜି ପ୍ରକାଶ ପାଇଛି। ୯୦ପ୍ରତିଶତ କଟ୍ ଅଫ୍ ମାର୍କ ସହ ବିଜ୍ଞାନରେ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି।  ସେହିପରି ୮୮. ୬୭% ସହ ଦ୍ୱିତୀୟରେ ଭୁବନେଶ୍ୱରର ବିଜେବି ହାୟର ସେକେଣ୍ଡାରୀ ସ୍କୁଲ ରହିଛି। ୮୭.୬୭% ସହ ତୃତୀୟରେ ବ୍ରହ୍ମପୁରର ସରସ୍ୱତୀ ବିଦ୍ୟାମନ୍ଦିର ରହିଛି। କଳାରେ ୭୧.୧୭% ସହ ବିଜେବି ହାୟର ସେକେଣ୍ଡାରୀ ସ୍କୁଲ ଆଗରେ ରହିଥିବା ବେଳେ ୭୦.୧୭% କଟ୍ ଅଫ୍ ମାର୍କ […]

congress
ଆଦିବାସୀ ଛାତ୍ରୀନିବାସ ଅନ୍ତେବାସିନୀ ଗର୍ଭବତୀ ଘଟଣାକୁ ନେଇ କମ୍ପିଲା ବିଧାନସଭା

ଭୁବନେଶ୍ୱର: ରାଜଧାନୀର ଆଦିବାସୀ ଛାତ୍ରୀନିବାସ ଅନ୍ତେବାସିନୀ ଗର୍ଭବତୀ ଘଟଣାକୁ ନେଇ ଆଜି ବିଧାନସଭାର ଶୂନ୍ୟକାଳରେ ଉଦ୍‌ବେଗ ପ୍ରକାଶ ପାଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କର ଏହା କ’ଣ ମା’ଙ୍କୁ ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି। ‘ଘଟଣାକୁ ଚପାଇବାକୁ ଉଦ୍ୟମ  କରାଯାଉଛି। ସଂପୃକ୍ତ ଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି। ପ୍ରଥମେ ୪ଟି ପଜିଟିଭ୍ ଥିଲା ପରେ ସେଥିରୁ ୩ଟି ନେଗେଟିଭ୍ ବାହାରିଲା। ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ […]

supreme-court
‘କାଳିଆ’ ଯୋଜନାକୁ ନେଇ ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର: କାଳିଆ ଯୋଜନାକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହା ବ୍ୟତୀତ ପିଏମ୍ କିଷାନ, ରୟତ ବନ୍ଧୁ ଓ ମୁଖ୍ୟମନ୍ତ୍ରୀ କୃଷି ଯୋଜନାକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ତେଲେଙ୍ଗାନାର ପି.ପୁଲାରାଓଙ୍କ ପିଟିସନ ଉପରେ ଏହି ନୋଟିସ ହୋଇଛି। ଏସବୁ ଯୋଜନାକୁ ବେଆଇନ ଘୋଷଣା ପାଇଁ ସେ ଅପିଲ କରିଛନ୍ତି। ନିର୍ବାଚନ ସମୟରେ ଏଭଳି ଘୋଷଣା ଭୋଟରଙ୍କୁ ପ୍ରଭାବିତ କରିବା ସହ ଏଭଳି ଘୋଷଣା ଅବାଧ ତଥା ମୁକ୍ତ ନିର୍ବାଚନକୁ ପ୍ରଭାବିତ କରୁଛି […]