କଟକ: ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ ହୃଦ୍ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। କଟକ ଶଙ୍କରପୁର ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ‘ସୁନା ହରିଣୀ’, ‘ସୁନା ଚଢ଼େଇ’, ‘ସନ୍ତାନ’ ଓ ଭୀଷ୍ମପ୍ରତିଜ୍ଞା ଭଳି ଲୋକପ୍ରିୟ ଚଳଚ୍ଚିତ୍ରର ସେ ପ୍ରଯୋଜକ ଥିଲେ। ଏଥିସହ ଅନେକ ଟିଭି ସିରିଏଲର ମଧ୍ୟ ସେ ପ୍ରଯୋଜକ ଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି।
କଟକ: ସିଏମ୍ସି କମିଶନର ଅନନ୍ୟା ଦାସ ଆଜି କଟକର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ପରଖିଛନ୍ତି। ସହରର ବିଭିନ୍ନ ସ୍ଥାନ ବୁଲିବା ସହ ରାସ୍ତାଘାଟ ମରାମତି, ଜାଇକା କାମ, ଡ୍ରେନ୍, ପରିମଳ ବ୍ୟବସ୍ଥାର ତଦାରଖ କରିଥିଲେ କମିଶନର। ସହରର ମୌଳିକ ସମସ୍ୟା ଗୁଡ଼ିକର କିଭଳି ସମାଧାନ କରାଯାଇପାରିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସିଏମ୍ସି କମିଶନରଙ୍କ ଏହି କାର୍ଯ୍ୟକ୍ରମକୁ ‘ଗୋ’ ପଦ ଯାତ୍ରା ’କାର୍ଯ୍ୟକ୍ରମ ନାଁରେ ନାମିତ କରାଯାଇଛି। ବର୍ଷା ଦିନ ଆରମ୍ଭ ହୋଇଗଲାଣି। […]
ରାୟଗଡ଼ା: ଯୁକ୍ତ ଦୁଇ କାଉନସିଲ୍ର ଖାମଖିଆଲି ନୀତି ଯୋଗୁ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀ ମାନସିକ ସ୍ତରରେ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ପରୀକ୍ଷା ଦେଇଥିବା ସତ୍ତ୍ୱେ ସେ ଅନୁପସ୍ଥିତ ଥିବା ଦର୍ଶାଇ ତାଙ୍କୁ ବୋର୍ଡ କର୍ତ୍ତୃପକ୍ଷ ଫେଲ୍ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ରାୟଗଡ଼ା ମହାବିଦ୍ୟାଳୟର ଛାତ୍ରୀ ପିନିଣ୍ଟି ଲଳିତା ଚଳିତ ବର୍ଷ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଦେଇଥିଲେ। ରେଜଲ୍ଟ ବାହାରିବା ପରେ ଜଣାପଡ଼ିଥିଲା ଯେ […]
କଟକ (ଦେବାଶିଷ ମହାନ୍ତି): କଟକ ବାଦାମବାଡ଼ି ଥାନା ନିକଟରୁ କମିଶନରେଟ୍ ପୁଲିସ୍ ୮୧ ଲକ୍ଷ ଟଙ୍କା ଜବତ କରିଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖିଛି। ଏହି ଦୁଇ ଯୁବକ ପଶ୍ଚିମବଙ୍ଗ ମେଦିନାପୁର ଜିଲ୍ଲାର ସୁନା ବ୍ୟବସାୟୀ ବୋଲି ପରିଚୟ ଦେଇଛନ୍ତି। ଗତକାଲି ବିଳମ୍ୱିତ ରାତିରେ ଏହି ଦୁଇ ଯୁବକ ବ୍ୟାଗ୍ରେ ଟଙ୍କା ନେଇ ଯାଉଥିବା ବେଳେ ସେମାନଙ୍କ ଉପରେ ପୁଲିସ୍ର ସନ୍ଦେହ ହେବାରୁ ପୁଲିସ୍ ସେମାନଙ୍କୁ ଅଟକାଇ ଥିଲା। ଏହାପରେ ସେମାନଙ୍କ […]
ପାରାଦୀପ: ପାରାଦୀପ ନେହରୁ ବଙ୍ଗଳା ଅଞ୍ଚଳରୁ ୨ଜଣ ଯୁବକଙ୍କ କ୍ଷତାକ୍ତ ମୃତଦେହ ଠାବ କରାଯାଇଛି। ମେରାଇନ୍ ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ଉଭୟଙ୍କ ମୃତଦେହ ପଡ଼ିଥିବା ଆଜି ଦେଖିବାକୁ ମିଳିଛି। ଉଭୟଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଯୁବକଙ୍କ ପରିଚୟ ମିଳି ପାରିନାହିଁ। ମୃତ ଯୁବକ ଦ୍ୱୟ ମାନସିକ ଭିନ୍ନକ୍ଷମ ବୋଲି କୁହାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୁଇ ଜଣ ଦୀର୍ଘଦିନ ହେବ ନେହରୁ ବଙ୍ଗଳା ଅଞ୍ଚଳରେ ମାନସିକ […]
ଭୁବନେଶ୍ୱର: ଏଥର କଡ଼ାକଡ଼ି ଭାବେ ଯାଞ୍ଚ ହେବ କନିଷ୍ଠ ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗାଇଡ୍ଲାଇନ୍ସ୍ ଜାରି କରାଯାଇଛି। କିଛି ଶିକ୍ଷକ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଅଭିଯୋଗ ପରେ ଏହି ଗାଇଡ୍ଲାଇନ୍ସ୍ ଜାରି ହୋଇଛି। ସେପ୍ଟେମ୍ବର ୩୦ ସୁଦ୍ଧା ଡିପିସି ଓ ବିଇଓ ସମସ୍ତ କନିଷ୍ଠ ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ କରିବେ। ଅକ୍ଟୋବର ୧୫ରେ ଯାଞ୍ଚ ସାରି ଗଣଶିକ୍ଷା ବିଭାଗକୁ ରିପୋର୍ଟ ଦେବେ। ଯଦି କୌଣସି ଶିକ୍ଷକ ଜାଲ୍ […]
ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଦୀଘି ଗାଁରେ ଲଣ୍ଠନ ଫାଟି ଯିବାରୁ ଜଣେ ବ୍ୟକ୍ତି ଓ ତାଙ୍କ ନାତି ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ଫକୀର ମହାରଣା (୬୫) ଓ ଶ୍ରୀନିବାସ ମହାରଣା (୮)। ଗତକାଲି ସନ୍ଧ୍ୟାରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ଫକୀରଙ୍କ ଘରେ ଲଣ୍ଠନ ଜଳା ଯାଇଥିଲା। ଲଣ୍ଠନ ଜଳୁଥିବା ଅବସ୍ଥାରେ ଫକୀର ଓ ଶ୍ରୀନିବାସ ସେଥିରେ କିରୋସିନି ଭର୍ତ୍ତି କରୁଥିବା ବେଳେ ତାହା ଫାଟି ଯାଇଥିଲା। ଲଣ୍ଠନ […]
ଭୁବନେଶ୍ୱର: ରାଜ୍ୟର ୮ଟି ଜିଲ୍ଲାରେ ଆଜି ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଓ ଯାଜପୁର। ଦିନ ୧୧ ଟା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଜିଠୁ ୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା […]
ମାଲକାନଗିରି: ମାଲକାନଗିରି ଜିଲ୍ଲା ଗୋଡଗୁଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଛୁଆଙ୍କୁ ବିଷ ପିଆଇ ଜଣେ ମହିଳା ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁଇ ଛୁଆଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ମୃତ ମହିଳାଙ୍କ ନାଁ ସୀତା। ଗତକାଲି ରାତିରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁସାରେ, ଦୁଇମାସ ତଳେ ସୀତାଙ୍କ ସ୍ୱାମୀ କୌଣସି ଏକ ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ। ଶାଶୁ ଶ୍ୱଶୁରଙ୍କଠାରୁ ସେ ଅଲଗା […]
ଲକ୍ଷ୍ନୌ: ଖୁବ୍ ଶୀଘ୍ର ଲକ୍ଷ୍ନୌ ସହର ଭିକାରି ମୁକ୍ତ ହେବାକୁ ଯାଉଛି। କାରଣ ଲକ୍ଷ୍ନୌ ମ୍ୟୁନିସିପାଲ କର୍ପୋରେସନ୍ ଏବେ ସୁସ୍ଥ ଭିକାରି ମାନଙ୍କ ରୋଜଗାର ବାବଦରେ ଚିନ୍ତା କରିବା ଆରମ୍ଭ କରିଛି। ଶାରୀରିକ ଭାବେ ସୁସ୍ଥ ଭିକାରି ଯଦି କାମ କରିବାକୁ ରାଜି ନ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏକ ସର୍ଭେରୁ ଜଣାପଡ଼ିଛି, ଲକ୍ଷ୍ନୌ ସହରରେ ପ୍ରାୟ ୪୫୦୦ ଭିକାରି ଅଛନ୍ତି। ପ୍ରଶାସନ ପକ୍ଷରୁ କୁହାଯାଇଛି, ସେମାନେ ସବୁ […]
ଭୁବନେଶ୍ୱର: ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧୁଛି। ଧୀରେ ଧୀରେ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ମୌସୁମୀ ଆଉ ଥରେ ସକ୍ରିୟ ହେବ। ଫଳରେ ୧୫ରୁ ଅଧିକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଭଦ୍ରକ, ଯାଜପୁର, ଢେଙ୍କାନାଳ, […]
ପୁରୀ(ମଧୁସୂଦନ ମିଶ୍ର): ଆଜି ଅନବସର ଦ୍ୱାଦଶୀ ତିଥି। ଜ୍ୱରରେ ଆକ୍ରାନ୍ତ ଶ୍ରୀଜିଉଙ୍କୁ ଗତକାଲି ବିଳମ୍ବିତ ରାତିରେ ଦଶମୂଳ ମୋଦକ ଲାଗି ହୋଇଛି। ଆଜି ଦ୍ୱାଦଶୀରେ ଗଜପତି ମହାରାଜାଙ୍କୁ ଶ୍ରୀଜିଉଙ୍କ ସୁସ୍ଥ ହେବା ଖବର ଦିଆଯିବ। ଦେବସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଶ୍ରୀଜିଉ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାପରେ ଫୁଲୁରି ତେଲ ମାଲିସ ସହ ବିଭିନ୍ନ ଔଷଧୀୟ ଉପଚାର କରାଯାଇଥିଲା। ଏହାପରେ ମହାପ୍ରଭୁ ଦଶମୂଳ ମୋଦକ ସେବନ କରିଛନ୍ତି। ଅନ୍ୟପକ୍ଷରେ ଆଉ ମାତ୍ର […]
ଖୋର୍ଦ୍ଧା: ଖଣି ଓ ଡ୍ରଗ୍ ମାଫିଆଙ୍କ ସହ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ଅଧିକାରୀଙ୍କ ଗୁଳି ବିନିମୟ।ଗତକାଲି ଖୋର୍ଦ୍ଧା ଏଲ୍ଆଇସି ପଡ଼ିଆ ନିକଟରେ ରାତି ୯ଟାରୁ ସାଢ଼େ ୯ଟା ମଧ୍ୟରେ ଏହି ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ଜଣେ ଦୁର୍ବୃତ୍ତ ଗିରଫ ହୋଇଥିବା ବେଳେ ଘଟଣାସ୍ଥଳରୁ ୩ରୁ ୪ ଜଣ ଖସି ପଳାଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ସେମାନଙ୍କ କାରକୁ ଏକ ବିଲ ମଝିରେ ଛାଡ଼ି ପଳାଇଛନ୍ତି। କାର୍ରେ ରକ୍ତଛିଟା ଓ ଏକାଧିକ ଗୁଳିମାଡ଼ର ଚିହ୍ନ ଦେଖିବାକୁ ମିଳିଛି। ଫଳରେ ଖସି ପଳାଇଥିବା […]
ଭୁବନେଶ୍ୱର: ବିଜେପି ବିଧାୟକ ଦଳର ଉପନେତା ଓ ମୁଖ୍ୟ ସଚେତକ ଘୋଷଣା କରାଯାଇଛି। ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କୁ ଦଳର ଉପନେତା ଦାୟିତ୍ୱ ଦିଆଯାଇଛି। କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କୁ ମୁଖ୍ୟ ସଚେତକ ଦାୟିତ୍ୱ ମଳିଛି। ଏଥର ବିଧାନସଭାକୁ ବିଜେପିର ୨୩ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ଦଳ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଭୂମିକା ନିର୍ବାହ କରୁଛି।
ଭୁବନେଶ୍ୱର: ଜୁଲାଇ ମାସ ସୁଦ୍ଧା ୫ ରୁ୧୦ଟି ଖଣି ନିଲାମ ହେବ ବୋଲି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି। ୨୦୨୦ ସୁଦ୍ଧା ୨୪ଟି ଖଣି ବନ୍ଦ ହେବାର ଅଛି ବୋଲି ମଧ୍ୟ ସେ କହିଛନ୍ତି। ଏବେ ୩୬ଟି ଖଣି ନିଲାମ ପାଇଁ ପ୍ରସ୍ତୁତ ହୋଇ ରହିଛି। ସେଥିମଧ୍ୟରୁ ଜୁଲାଇ ସୁଦ୍ଧା ୫/୧୦ଟିକୁ ନିଲାମ କରାଯିବ ବୋଲି ଖଣି ମନ୍ତ୍ରୀ କହିଛନ୍ତି। କୋଇଲା ରୟାଲିଟି ବୃଦ୍ଧି ପାଇଁ ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ବୃଦ୍ଧି କରୁନି। ତେଣୁ ଓଡ଼ିଶା ବିପୁଳ […]