
ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କୌଣସି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ। ତେବେ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଝାଡ଼ଖଣ୍ଡ ଉପରେ ଥିବା ସାଇକ୍ଲୋନିକ୍ ସର୍କୁଲେସନ୍ ଲୋ ପ୍ରେସରରେ ପରିଣତ ହୋଇଛି। ବର୍ତ୍ତମାନ ଏହା ପଶ୍ଚିମ ବିହାର ଓ ଝାଡ଼ଖଣ୍ଡ ଉପରେ ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଥିବା ଜିଲ୍ଲା ଗୁଡ଼ିକରେ ଭଲ ବର୍ଷା ହୋଇଛି ବୋଲି ଆଞ୍ଚଳିକ […]
ଇସଲାମାବାଦ: ପାକିସ୍ତାନୀ ଆଙ୍କରଙ୍କ ଆପଲ୍ କନ୍ଫ୍ୟୁଜନ୍। ପାକିସ୍ତାନର ଅର୍ଥନୀତି ସମ୍ପର୍କରେ ଆଲୋଚନା ବେଳେ Appleକୁ ନେଇ ନ୍ଦନ୍ଦ୍ୱରେ ପଡ଼ି ଯାଇଥିଲେ ନ୍ୟୁଜ୍ ଆଙ୍କର। ପାକିସ୍ତାନର ଏକ ଘରୋଇ ଟିଭି ଚ୍ୟାନେଲ୍ରେ ବିଶ୍ୱ ବାଣିଜ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା ହେଉଥିଲା। ପ୍ରସିଦ୍ଧ Apple Inc ବ୍ରାଣ୍ଡ୍ ନିଜ ବ୍ୟବସାୟକୁ ବିଶ୍ୱରେ ପରିବ୍ୟାପ୍ତ କରିପାରିଛି। ଏବେ Apple Incର ବ୍ୟବସାୟ ପୁରା ପାକିସ୍ତାନର ବଜେଟ୍ଠୁ ଅଧିକ ବୋଲି ଉପସ୍ଥିତ ଅତିଥି କହିଥିଲେ। ହେଲେ ଏହି ସମୟରେ ଆଙ୍କର ଜଣକ ଏହା […]
ହାଇଦ୍ରାବାଦ: ହାଇଦ୍ରାବାଦ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଚେନ୍ନାଇ ଯିବାକୁ ଥିବା ଦୁଇଟି ବିମାନରେ ବୋମା ଥିବା ନେଇ ଖବର ଆସିଥିଲା। ହେଲେ ଖୋଳତାଡ଼ ପରେ ଏହି ଖବର ଗୁଜବ ବୋଲି ଜଣାପଡିଥିଲା। ସିଆରପିଏଫ ଦୁଇ ବିମାନକୁ କଡ଼ାକଡ଼ି ଯାଞ୍ଚ କରିବା ପରେ ଏହା ସ୍ପଷ୍ଟ କରିଛି। ଏଭଳି ମିଥ୍ୟା ଖବର ପ୍ରଚାର କରି ଲୋକଙ୍କୁ ଭୟଭୀତ କରିଥିବାରୁ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ବିଜେପିର ସଦସ୍ୟ ଅଭିଯାନ କାର୍ଯ୍ୟକ୍ରମରେ […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ପାଇଁ ସଙ୍କଟ ଘନେଇବାରେ ଲାଗିଛି। ଯେକୌଣସି ମୁହୂର୍ତ୍ତରେ କିଛି ବି ହଇଚଇ ସୃଷ୍ଟି ହୋଇପାରେ। ଗତକାଲି କଂଗ୍ରେସର ୧୦ଜଣ, ଜେଡିଏସ୍ର ୩ଜଣ ବିଧାୟକ ଇସ୍ତଫା ଦେବା ପରେ ଏବେ ମେଣ୍ଟ ସରକାରର ଭବିଷ୍ୟତ ନେଇ ସଙ୍କଟ ଦେଖାଦେଇଛି। ଏଣେ ଇସ୍ତଫା ଦେଇଥିବା ୧୩ଜଣ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ମୁମ୍ବାଇର ଏକ ରିସୋର୍ଟରେ ରହିଛନ୍ତି। ଏମାନଙ୍କୁ ମନେଇବାକୁ କଂଗ୍ରେସର ବରିଷ୍ଠ ନେତା ଡି ଶିବକୁମାର ଚେଷ୍ଟା କରିଥିବା ଜଣାପଡ଼ିଛି। ଅନ୍ୟ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ଫରେନ୍ ଟ୍ରେଡ୍ (ଆଇଆଇଏଫ୍ଟି) ପ୍ରତିଷ୍ଠା ଲାଗି ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ମାଗଣାରେ ୫ ଏକର ଜମି ଓ ଭିତ୍ତିଭୂମି ପାଇଁ ୫ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି। ଗତ ୩ ତାରିଖରେ ଅପରାଜିତା ଷଡ଼ଙ୍ଗୀ ଏନେଇ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହ ଆଲୋଚନା କରିଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଆଇଆଇଏଫ୍ଟି ଭଳି ପ୍ରେଷ୍ଚିଜିୟସ୍ ଇନ୍ଷ୍ଟିଚ୍ୟୁଟ୍ […]
ପୁରୀ: ମାଉସୀ ବାଡ଼ିରେ ତିନି ଦିଅଁଙ୍କର ଆଜି ବନକ ଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଆଡ଼ପ ମଣ୍ଡପରେ ବନକ ଲାଗି ହେବ। ଏଣୁ ରାତି ୯ଟା ପରଠାରୁ ଆଜି ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ବନକ ଲାଗି ନୀତି ପାଇଁ ୮ରୁ ୧୦ ଜଣ ଦତ୍ତମହାପାତ୍ର ସେବକ ମିଶି ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର କରିବେ। ପହୁଡ଼ ଆଳତି ପରେ ଦୁଆର ପଡ଼ିବ। ଏହାପରେ ସେବାୟତମାନେ କସ୍ତୁରୀ, କେଶର, […]
ନୂଆଦିଲ୍ଲୀ: ପୂର୍ବରୁ କ୍ରିକେଟର ମହମ୍ମଦ ଶାମିଙ୍କୁ ମନଇଚ୍ଛା ଗାଳି ଗୁଲଜ କରୁଥିବା ପତ୍ନୀ ହସିନ ଜାହାନ ଏବେ ପୁଲିସ୍ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଅମରୋହା ପୁଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କୁ ଅମରୋହା ପୁଲିସ୍ର ୫ ଜଣ ଅଧିକାରୀ ମଧ୍ୟରାତ୍ରିରେ ଗିରଫ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ, କୌଣସି ମହିଳାଙ୍କୁ ମଧ୍ୟରାତ୍ରିରେ ଗିରଫ କରାଯାଇ ପାରିବ ନାହିଁ। ଏହାସତ୍ତ୍ୱେ ପୁଲିସ୍ […]
କେନ୍ଦ୍ର-ଟ୍ୱିଟର ମଧ୍ୟରେ ପୁଣି ବଢିଲା ବିବାଦ। ମୋଦି ସରକାରଙ୍କ ନୂଆ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ହାଣ୍ଡେଲରୁ ବ୍ଲୁ ଟିକ୍ ହଟାଇ ଦେଇଛି ଟ୍ୱିଟର।
ଭୁବନେଶ୍ୱର: ଗମନାଗମନର ସୁବିଧା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଗଲା। ହେଲେ ଏହି ରାସ୍ତାକୁ ଲାଗିଥିବା ଜଳସେଚନ ବିଭାଗର କେନାଲକୁ ବି ଖୋଳି ଦିଆଗଲା। ଏଭଳି ଭାବେ ଖୋଳି ଦିଆଗଲା ଯେ, କେନାଲରେ ପାଣି ଆସିଲେ ବି ଚାଷୀ ଏହାର ଫାଇଦା ପାଇ ପାରୁ ନାହାନ୍ତି। ଏଭଳି ଅଭିଯୋଗ କରିଛନ୍ତି କଟକ ଜିଲ୍ଲା ସାଲେପୁର ଚାଷୀମାନେ । ସାଲେପୁର ବ୍ଲକ୍ର ବୋଦାମୁଣ୍ଡେଇଠାରୁ ଝରମୁହଁ ଯାଏ ପ୍ରାୟ ୩ କି.ମି. ରାସ୍ତା। ଦୀର୍ଘ ଦିନର […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପୁଣି ଥରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇପାରେ। ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ବିଭାଗ କହିଛି। ଗୁଇନ୍ଦା ବିଭାଗର ସୂଚନା ଅନୁସାରେ, ପାକିସ୍ତାନୀ ଆତଙ୍କବାଦୀ ଜାତୀୟ ରାଜପଥରେ ସ୍ନାଇପର ଗନ୍ରେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିପାରନ୍ତି। ଏହାବ୍ୟତୀତ ଆଇଇଡି ବିସ୍ଫୋରଣ କରି ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି। ୬ରୁ ୮ ଜଣ ପାକିସ୍ତାନୀ ଆତଙ୍କବାଦୀ ଏହି ଯୋଜନା କରୁଥିବା ଜଣାପଡ଼ିଛି। ଆତଙ୍କବାଦୀଙ୍କ ଏହି […]
ଲଣ୍ଡନ: ଚଳିତ ବିଶ୍ୱକପ୍ ସେମିଫାଇନାଲ୍କୁ ଯିବାର ଯୋଗ୍ୟତା ଅର୍ଜନ କରିବାରେ ପାକିସ୍ତାନ ବିଫଳ ହୋଇଛି। ଗତକାଲି ବାଂଲାଦେଶକୁ ପାକିସ୍ତାନ ହରାଇ ଥିଲେ ହେଁ ନେଟ୍ ରନ୍ ରେଟ୍ କାରଣରୁ ଦଳକୁ ୫ମ ସ୍ଥାନରେ ରହିବାକୁ ପଡ଼ିଛି। ଏବେ ପାକିସ୍ତାନ ବିଶ୍ୱକପ୍ରୁ ବାଦ୍ ପଡ଼ିବା ପରେ ଦଳର କୋଚ୍ ମିକି ଆର୍ଥର ଆଇସିସିକୁ ପରୋକ୍ଷରେ ଦୋଷ ଦେଇଛନ୍ତି। ଆର୍ଥର କହିଛନ୍ତି, :”ଆଗକୁ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ଆଇସିସି ନେଟ୍ ରନ୍ ରେଟ୍ ଅପେକ୍ଷା ହେଡ୍ ଟୁ ହେଡ୍ ମୁକାବିଲାକୁ […]
ଲିଡ୍ସ: ବିଶ୍ୱକପ୍ରେ ପ୍ରଥମ ମ୍ୟାଚ୍ ଖେଳୁଥିବା ରବୀନ୍ଦ୍ର ଜାଡେଜା ଆରମ୍ଭରୁ ନିଜର ଜଲୱା ଦେଖାଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଜାଡେଜା ନିଜର ପ୍ରଥମ ଓଭର୍ର ୪ର୍ଥ ବଲ୍ରେ ହିଁ ସଫଳତା ପାଇଛନ୍ତି। ସେ ଏକ ଚମତ୍କାର ବଲ୍ରେ ବିସ୍ଫୋରକ କୁଶଲ ମେଣ୍ଡିସଙ୍କୁ ଧୋନିଙ୍କ ହାତରେ ଷ୍ଟମ୍ପିଂ କରି ଦେଇଛନ୍ତି। ଏହାର ପରବର୍ତ୍ତୀ ଓଭର୍ରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ନିଜର ଯାଦୁ ଦେଖାଇ ଶ୍ରୀଲଙ୍କା ପକ୍ଷରୁ ଗତ ମ୍ୟାଚ୍ରେ ଶତକ ହାସଲ କରିଥିବା ଅଭିସ୍କା ପର୍ଣ୍ଣାଡୋ(୨୦)ଙ୍କୁ ଆଉଟ୍ କରି […]
ଲସ୍ ଏଞ୍ଜେଲେସ: ଟିଭି ଷ୍ଟୁଡିଓରେ ପ୍ରୋଗ୍ରାମ ଚାଲିଥିବା ବେଳେ ହଠାତ୍ ଭୂମିକମ୍ପ ହେବାରୁ ଭୟରେ ଡେସ୍କ ତଳେ ଲୁଚିଗଲେ ଉପସ୍ଥାପିକା(ଆଙ୍କର୍ )। ଆଜ୍ଞା ହଁ ତା’ ବି ପୁଣି ଅଗଣିତ ଦର୍ଶକଙ୍କ ଆଗରେ। ଲସ୍ ଏଞ୍ଜେଲେସ୍ରେ ଏକ ଟିଭି ଚ୍ୟାନେଲ୍ରେ ସିଧା ପ୍ରସାରଣ ଚାଲିଥିବା ବେଳେ ଏହି ଘଟଣା ଦେଖିବାକୁ ମିଳିଥିଲା। ଉପସ୍ଥାପିକା ଜଣକ ଏତେ ଆତଙ୍କିତ ହୋଇପଡ଼ିଥିଲେ ଯେ ଲାଇଭ୍ ପ୍ରୋଗ୍ରାମରେ କହିଥିଲେ, ‘ଆମେ ଜୋର ଝଟ୍କା ଅନୁଭବ କରୁଛୁ। ମୁଁ ଭାବୁଛି ସୁରକ୍ଷା ପାଇଁ ଆମକୁ […]
ନୂଆଦିଲ୍ଲୀ: ସ୍କୁଲ୍ କ୍ୟାମ୍ପସରେ ଜଣେ ପ୍ରିନ୍ସିପାଲଙ୍କ ଜଘନ୍ୟକାଣ୍ଡ ସାମ୍ନାକୁ ଆସିଛି। ଦିଲ୍ଲୀର ଜାସୋଲା ଠାରେ ଥିବା ଏକ ସ୍କୁଲ୍ର ପ୍ରିନ୍ସିପାଲ ଜଣେ ଶିକ୍ଷୟିତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପବିତ୍ର ଶିକ୍ଷାନୁଷ୍ଠାନରେ ହିଁ ଏଭଳି ଘଟଣା ଘଟିଛି। ପୁଲିସ୍ ସଂପୃକ୍ତ ପ୍ରିନ୍ସିପାଲଙ୍କୁ ଗିରଫ କରିଛି। ଶିକ୍ଷୟିତ୍ରୀ ଜଣଙ୍କ ପୁଲିସ୍ ଷ୍ଟେସନରେ କରିଥିବା ଅଭିଯୋଗ ଅନୁଯାୟୀ, ପ୍ରିନ୍ସିପାଲ ଜଣଙ୍କ ପ୍ରଥମେ ୨୦୧୭ ଜୁନ୍ ମାସରେ ଶିକ୍ଷୟିତ୍ରୀଙ୍କ ପ୍ରତି ଅସଦାଚରଣ କରିଥିଲେ। ସ୍କୁଲ ସମୟ ପରେ ପ୍ରିନ୍ସିପାଲ […]
ବେଙ୍ଗାଲୁରୁ: କର୍ଣ୍ଣାଟକ ମେଣ୍ଟ ସରକାରକୁ ଜବରଦଦସ୍ତ ଝଟ୍କା। ଉଭୟ ଜେଡିଏସ୍ ଏବଂ କଂଗ୍ରେସର ମୋଟ୍ ୮ ଜଣ ବିଧାୟକ ବିଧାନସଭାରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ବାଚସ୍ପତିଙ୍କୁ ଏହି ୮ ବିଧାୟକ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । କିନ୍ତୁ ବାଚସ୍ପତି ନ ଥିବାରୁ ଇସ୍ତଫା ଗ୍ରହଣ ହୋଇ ପାରିନି। ୮ ବିଧାୟକଙ୍କ ମଧ୍ୟରେ କଂଗ୍ରେସର ୫ ଓ ଜେଡିଏସର ୩ ଜଣ ବିଧାୟକ ରହିଛନ୍ତି। ଇସ୍ତଫା ପଛର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ଏହି ୮ […]
ଲିଡ୍ସ: ଶ୍ରୀଲଙ୍କା ବିପକ୍ଷ ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ୍ କୋହଲି ଟସ୍ ହାରିଛନ୍ତି। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହା ଚଳିତ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆ ଓ ଶ୍ରୀଲଙ୍କାର ଶେଷ ଲିଗ୍ ମ୍ୟାଚ୍। ଭାରତ ପୂର୍ବରୁ ହିଁ ବିଶ୍ୱକପ୍ ସେମିଫାଇନାଲ୍ରେ ନିଜର ସ୍ଥାନ ସୁରକ୍ଷିତ କରିନେଇଛି। ତେବେ ଆଜିର ମ୍ୟାଚ୍ ଜିତି ଦଳ ସେମିଫାଇନାଲ୍ରେ ନିଜର ମନୋବଳ ବୃଦ୍ଧି କରିବାକୁ ଚେଷ୍ଟା କରିବ। ଆଜିର ମ୍ୟାଚ୍ରେ ଭାରତ […]
କୋରାପୁଟ: ଖୁବ୍ ଶୀଘ୍ର ଓଡ଼ିଶା ମାର୍କେଟକୁ ଆସିବ ପଣସ ଚିପ୍ସ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ର କେଲାରବାସୀ ଏହାକୁ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଓରମାସ ଓ ସ୍ୱେଚ୍ଛାସେବୀ ସଂଗଠନ ୱାର୍ଡର ମିଳିତ ପ୍ରୟାସରେ ମହିଳାମାନଙ୍କୁ ତାଲିମ ଦିଆଯାଇଛି। ଦର ପାଚିଲା ପଣସରୁ କିପରି ଚଟ୍ପଟା ସ୍ୱାଦିଷ୍ଟ ଚିପ୍ସ ତିଆାରି କରାଯାଇ ପାରିବ ସେନେଇ ଲକ୍ଷ୍ମୀପୁର ବ୍ଲକ୍ର ସୋରିଷପଦର, କେଲାର ଓ ଡୋଲିଆମ୍ବ ଗାଁର ମହିଳାମାନଙ୍କୁ ଏହି ତାଲିମ ପ୍ରଦାନ କରାଯାଇଛି। ଏହି ଚିପ୍ସ ପ୍ରସ୍ତୁତ କରିବାରେ କୌଣସି […]
ପୁରୀ: ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ ଆରମ୍ଭ ହୋଇଛି। ଗର୍ଭଗୃହର ପ୍ରଥମ ମହଲା, ଦ୍ୱିତୀୟ ମହଲା ସହିତ କାନ୍ଥ, ଛାତ, ଷ୍ଟିଲ୍ କ୍ରସକୁ ଯାଞ୍ଚ କରାଯିବ। ଏଥିପାଇଁ ଜଗମୋହନ ଓ ଗର୍ଭଗୃହରେ ଲୁହା ଭାରା ଲଗାଯାଇଛି। ASI, ଶ୍ରୀମନ୍ଦିର ପ୍ରଶାସନ ଏବଂ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରମୁଖ ଏହି ଯାଞ୍ଚରେ ସାମିଲ ହୋଇଛନ୍ତି। ବିଶେଷ କରି ଗର୍ଭଗୃହରେ ବାୟୁ ଚଳାଚଳ ଅର୍ଥାତ୍ ଭେଣ୍ଟିଲେସନ୍ ଏବଂ ନାଟ ମଣ୍ଡପ ଉପରେ ବିଶେଷ ଗୁରୁତ୍ୱ […]
ଆଗ୍ରା: ଦବଙ୍ଗ ବିଧାୟକ ଓ ସାଂସଦଙ୍କ ପରେ ଜଣେ ଦବଙ୍ଗ ସୁରକ୍ଷାକର୍ମୀଙ୍କ ଦାଦାଗିରି ଘଟଣା ଏବେ ସାମ୍ନାକୁ ଆସିଛି। ଆଗ୍ରାର ଏକ ଟୋଲ୍ ପ୍ଲାଜାରେ ନିୟୋଜିତ ଜଣେ କର୍ମଚାରୀଙ୍କୁ ବିଜେପି ସାଂସଦ ରାମଶଙ୍କର କଠେରିଆଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ(ପିଏସ୍ଓ) ନିର୍ଧୂମ ମାଡ଼ ମାରିଥିବା ଜଣାପଡ଼ିଛି। ସାଂସଦଙ୍କ ଉପସ୍ଥିତିରେ ହିଁ ସେ କର୍ମଚାରୀଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି। ଖାଲି ଏତିକି ନୁହେଁ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଜଣକ ବନ୍ଧୁକ ବାହାର କରି ଖୋଦ୍ ସାଂସଦଙ୍କ ସମ୍ମୁଖରେ ଫାଙ୍କା ଗୁଳି ଚାଳଣା […]
ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଭାରତରେ ଏକ ଡିଜିଟାଲ୍ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ନାମ ‘ଡିଜିଟାଲ୍ ଉଡାନ୍’। ପ୍ରଥମଥର ପାଇଁ ଇଣ୍ଟରନେଟ୍ ବ୍ୟବହାର କରୁଥିବା ଲୋକମାନଙ୍କୁ ଇଣ୍ଟରନେଟ୍ କ’ଣ ବୁଝାଇବା ଏବଂ ଡିଜିଟାଲ୍ ସାକ୍ଷରତା ଜରିଆରେ ସଶକ୍ତ କରିବା ହେଉଛି ଏହାର ଉଦ୍ଦେଶ୍ୟ। ଫେସବୁକ୍ ସହିତ ମିଶି ପାଖାପାଖି ୧୩ଟି ରାଜ୍ୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏଥିସହ ୧୦ଟି ଆଞ୍ଚଳିକ ଭାଷାରେ ଅଡିଓ-ଭିଜୁଆଲ୍ ସାହାଯ୍ୟରେ ଜିଓ ବ୍ୟବହାରକାରୀଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ଖୁବଶୀଘ୍ର […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ପୁଲିସ୍ ନାଁରେ ଏକ ସାଂଘାତିକ ଅଭିଯୋଗ ଆସିଛି। ସଡ଼କ ଦୁର୍ଘଟଣାକୁ କେନ୍ଦ୍ର କରି ସୁନ୍ଦରଗଡ଼ କନିକା ଫାଣ୍ଡି ଭଙ୍ଗାରୁଜା ମାମଲାରେ ପୁଲିସ୍ ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ଦମନଲୀଳା ଚଳାଇଥିବା ଅଭିଯୋଗ ହୋଇଛି। ଗତ ୪ ତାରିଖ ରାତିରେ ପୋଲିସ୍ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା କରିବା ବାହାନାରେ ଲୋକଙ୍କୁ ମାଡ଼ ମାରିବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ, ଖୋଦ୍ ଏସ୍ପି ଘଟଣାସ୍ଥଳରେ ଜଣେ ଗର୍ଭବତୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। […]
ବେଜିଂ: ବାତ୍ୟା ‘ଫୋନି’ ପ୍ରଭାବିତ ଓଡ଼ିଶାକୁ ହଂକଂ ସରକାର ୯ ଲକ୍ଷ ଡଲାରର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ବାତ୍ୟା ପୀଡ଼ିତଙ୍କୁ ସହାୟତା ପ୍ରଦାନ କରିବା ସହିତ ସେମାନଙ୍କ ଥଇଥାନ କରିବା ଉଦ୍ଦେଶ୍ୟରେ ହଂକଂ ସରକାର ଏହି ଅର୍ଥ ଅନୁମୋଦନ କରିଛନ୍ତି। ଏହା ଦ୍ୱାରା ୪୫,୧୦୦ ବାତ୍ୟା ପୀଡ଼ିତ ଉପକୃତ ହେବେ ବୋଲି ଶୁକ୍ରବାର ଚୀନ୍ର ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ହଂକଂ ସରକାର ମୋଟ ୯ ଲକ୍ଷ ୨ ହଜାର ୨୭୮ ଡଲାର ଅର୍ଥ […]