• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

police
ସାରା ଦେଶରେ ଖାଲି ପଡ଼ିଛି ୫ ଲକ୍ଷରୁ ଅଧିକ ପୁଲିସ ପଦବୀ

ନୂଆଦିଲ୍ଲୀ: ଦେଶରେ ଖାଲି ପଡ଼ିଛି ୫ ଲକ୍ଷରୁ ଅଧିକ ପୁଲିସ ପଦବୀ। ମାଓ ପ୍ରବଣ ଅଞ୍ଚଳ ଭାବେ ପରିଗଣିତ ହୋଇଥିବା ମହାରାଷ୍ଟ୍ର, ଓଡ଼ିଶା ଓ ଛତିଶଗଡ଼ରେ ମଧ୍ୟ ବହୁସଂଖ୍ୟାରେ ପୁଲିସ ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି। କେବଳ ନାଗାଲ୍ୟାଣ୍ଡରେ ଆବଶ୍ୟକତାଠୁ ଅଧିକ ପୁଲିସ ଅଧିକାରୀ ଓ କର୍ମଚାରୀ ନିୟୋଜିତ ଥିବା ଜଣାପଡ଼ିଛି। ୧ ଜାନୁଆରୀ ୨୦୧୯ ତାରିଖ ଯାଏ ଗୃହ ମନ୍ତ୍ରଣାଳୟର ଏକ ରିପୋର୍ଟରୁ ଏହି ସୂଚନା ମିଳିଛି। ଓଡ଼ିଶାରେ ୧୦ ହଜାର ୩୨୨ ପୁଲିସ ପଦବୀ […]

accident
ପୋଲ ତଳକୁ ଖସି ପଡ଼ିଲା ବସ୍‌: ୨୯ ମୃତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସ୍‌ରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ବେଳେ ଆଗ୍ରାର ଝରଣା ନାଳରେ ଖସି ପଡ଼ିଥିଲା। ଏଥିରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କୁ ଯଥାସମ୍ଭବ ସାହାଯ୍ୟ ଯୋଗାଇ ଦେବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଏ […]

matric exam
ଆଜିଠୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ମୋଟ ୨୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ୧୨୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ମୁକ୍ତ ବିଦ୍ୟାଳୟ ପରୀକ୍ଷା ଲାଗି ଆଉ ୫୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ନୋଡାଲ ସେଣ୍ଟର ଭାବେ ବୋର୍ଡ ଚିହ୍ନଟ କରିଛି। ଅନ୍ୟପକ୍ଷରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ସମସ୍ତ ପରୀକ୍ଷା କେନ୍ଦ୍ରରେ […]

trafficking
ସୁନ୍ଦରଗଡ଼ର ନାବାଳିକାଙ୍କୁ ମଧ୍ୟପ୍ରଦେଶରେ ବିକ୍ରି ଅଭିଯୋଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଗାଁର ଜଣେ ନାବାଳିକାଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ନାବାଳିକାଙ୍କୁ ଚାକିରି ଦେବା କହି ରାଜ୍ୟ ବାହାରକୁ ନେବା ପରେ ଦଲାଲ ଜଣକ ଅନ୍ୟତ୍ର ବିକ୍ରି କରି ଦେଇଥିବା ଅଭିଯୋଗ ଆସିଛି। ସୂଚନା ଅନୁସାରେ, ଏକ ଅଗରବତୀ କାରଖାନାରେ ଚାକିରି କରାଇ ଦେବାକୁ କହି ଜଣେ ଦଲାଲ ସମ୍ପୃକ୍ତ ନାବାଳିକାଙ୍କୁ ରାଜ୍ୟ ବାହାରକୁ  ନେଇଥିଲେ। ହେଲେ ଚାକିରି ବଦଳରେ ଦଲାଲ ଜଣକ ଉକ୍ତ ନାବାଳିକାଙ୍କୁ ମଧ୍ୟପ୍ରଦେଶର କଟନୀରେ […]

matric
ଆସନ୍ତାକାଲିଠାରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ମୋଟ ୨୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ ୧୨୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ମୁକ୍ତ ବିଦ୍ୟାଳୟ ପରୀକ୍ଷା ଲାଗି ଆଉ ୫୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ନୋଡାଲ୍‌ ସେଣ୍ଟର ଭାବେ ଚିହ୍ନଟ କରିଛି ବୋର୍ଡ। ପରୀକ୍ଷା ପାଇଁ ସବୁ ପରୀକ୍ଷା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର […]

koraput
ଏଣିକି ଟାଙ୍କିରେ ପାଣି ସରିଲେ ଆପେ ଆପେ ଭର୍ତ୍ତି ହୋଇଯିବ

ଜୟପୁର: ଜଳ ହିଁ ଜୀବନ। କେଉଁଠି ପାଣି ମୁନ୍ଦାଏ ପାଇଁ ଲୋକେ ମାଇଲ ମାଇଲ ବାଟ ଯାଉଛନ୍ତି ତ ଆଉ କେଉଁଠି ପାଣି ପାଇଁ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। ଏଭଳି କ୍ଷେତ୍ରରେ ଜୀବନ ବଞ୍ଚିବା ପାଇଁ ଜଳ କେତେ ଯେ ଆବଶ୍ୟକ ଏହାକୁ ବୁଝି ପାରିଛନ୍ତି କୋରାପୁଟର ଜଣେ ଯୁବକ। କୋଟପାଡ଼ ଅଞ୍ଚଳର ଶ୍ରୀକୁମାର ଶତପଥୀ ଏକ ସ୍ମାର୍ଟ କିଟ୍‌ ତିଆରି କରିଛନ୍ତି। ଯାହାକୁ ସ୍ମାର୍ଟ ୱାଟର ଆଣ୍ଡ୍‌ ଇଲେକ୍ଟ୍ରିକ୍‌ ସେଭର୍‌ କୁହାଯାଉଛି। ଏହାକୁ ବ୍ୟବହାର କରିବା ଫଳରେ ଘରେ ଆଉ […]

sapna
ବିଜେପିରେ ସାମିଲ୍ ହେଲେ ଲୋକପ୍ରିୟ ଡ୍ୟାନ୍ସର ସପନା ଚୌଧୁରୀ

ନୂଆଦିଲ୍ଲୀ: ହରିୟାଣାର ଲୋକପ୍ରିୟ ଡ୍ୟାନ୍ସର ତଥା ଗାୟିକା ସପନା ଚୌଧୁରୀ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। ଦିଲ୍ଲୀରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏବଂ ସାଂସଦ ମନୋଜ ତିଓ୍ୱାରୀ ପ୍ରମୁଖ ଉପସ୍ଥିତ ଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ସପନା ଚୌଧୁରୀ କଂଗ୍ରେସରେ ସାମିଲ୍ ହୋଇଥିବା ନେଇ ଖବର ଆସିଥିଲା। କିନ୍ତୁ ପରେ ସାମ୍ୱାଦିକ ସମ୍ମିଳନୀ କରି ଏହି ଖବରକୁ ସେ ଖଣ୍ଡନ କରିଥିଲେ। ଏମିତିକି ୨୪ […]

petrol rate hike
୬୦% ୟୁଜର୍ସ କହିଲେ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କେନ୍ଦ୍ର ସରକାରଙ୍କ ଲୋକପ୍ରିୟତାକୁ ହ୍ରାସ କରିବ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୫ରେ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଥିଲେ। ବଜେଟ୍‌ରେ ହୋଇଥିବା ଘୋଷଣା ଅନୁସାରେ କିଛି ଜିନିଷ ଶସ୍ତା ହୋଇଥିବା ବେଳେ, କିଛି ମହଙ୍ଗା ହୋଇଛି। ମହଙ୍ଗା ଜିନିଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ରହିଛି। ପେଟ୍ରୋଲ ଦାମ ଲିଟର ପିଛା ୨ ଟଙ୍କା ୫୦ ପଇସା ବଢ଼ିଥିବା ବେଳେ ଡିଜେଲ ଦାମ ଲିଟର ପିଛା ୨ ଟଙ୍କା ୩୦ ପଇସା ବଢ଼ିଛି। ବଜେଟ୍‌ରେ ପେଟ୍ରୋଲ ଓ ଡିଜେଲ୍ ଉପରେ […]

representational image
ଦୋକାନରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା ପାଣିକୋଇଲି ଛକରେ ଜାତୀୟ ରାଜପଥ ୧୬ କଡ଼ରେ ଥିବା ଏକ ଦୋକାନ ଭିତରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରବୀନ୍ଦ୍ର ସାହୁ। ଆଜି ସକାଳେ ମୃତଦେହ ଉଦ୍ଧାର ହୋଇଛି। ଦୋକାନ ବାହାର ପଟୁ ତାଲା ପଡ଼ିଥିବାରୁ ଓ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ରବୀନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ ଆଣିଛନ୍ତି। ରବୀନ୍ଦ୍ର ନିଜ ସ୍ତ୍ରୀକୁ ମାରପିଟ୍‌ […]

ms dhoni
୩୮ ବର୍ଷରେ ପାଦ ଥାପିଲେ ଧୋନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଆଜି ଜନ୍ମଦିନ। ଧୋନି ଆଜି  ୩୮ ବର୍ଷ ବୟସରେ ପାଦ ଥାପିଛନ୍ତି। ଜନ୍ମଦିନ ଅବସରରେ ସାରା ବିଶ୍ୱରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। View this post on Instagram A post shared by ZIVA SINGH DHONI (@ziva_singh_dhoni) on Jul 6, 2019 at 6:43pm PDT ସଚିନ୍, ସେୱାଗ୍, ଲକ୍ଷ୍ମଣ, ଗାଙ୍ଗୁଲିଙ୍କ ଭଳି ଭେଟେରାନ୍ କ୍ରିକେଟର ତାଙ୍କୁ […]