• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

election..
୨୦ରେ ପାଟକୁରା ବିଧାନସଭା ନିର୍ବାଚନ

ଭୁବନେଶ୍ୱର: ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ପାଟକୁରା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଜୁଲାଇ ୨୦ରେ ପାଟକୁରାରେ ନିର୍ବାଚନ ହେବ। ଜୁଲାଇ ୨୪ରେ ଭୋଟ୍‌ ଗଣତି ହେବ। ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ବେଳେ ବିଜେଡି ପାଟକୁରା ଆସନରୁ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା। ସେ ନାମାଙ୍କନପତ୍ର ବି ଦାଖଲ କରିଥିଲେ। ହେଲେ ନିର୍ବାଚନର ୯ ଦିନ ପୂର୍ବରୁ ଏପ୍ରିଲ୍ ୨୦ରେ […]

swaraj 11
ପ୍ରେସ୍‌ମିଟ୍‌ କରି ପ୍ରେମିକାଙ୍କ ସଂପର୍କରେ ଜଣାଇବେ ଅଭିନେତା ସ୍ୱରାଜ!

ଭୁବନେଶ୍ୱର:  ଓଲିଉଡ୍‌ ଅଭିନେତା ସ୍ୱରାଜ ଓ ଅଭିନେତ୍ରୀ ଭୂମିକା ଶିଶୁ କଳାକାରରୁ ଅଭିନୟ ଦୁନିଆରେ ପାଦ ଥାପିଛନ୍ତି। ଏହି ଦୁଇ କଳାକାରଙ୍କ ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରୀ-୨’ ରଜରେ ରିଲିଜ୍‌ ହୋଇଥିଲା। ଦର୍ଶକମାନେ ମଧ୍ୟ ଫିଲ୍ମଟିକୁ ବେଶ୍‌ ପସନ୍ଦ କରିଛନ୍ତି। ନିକଟରେ ଦୁହେଁ ଓଟିଭିର ‘ଗପସପ’ କାର୍ଯ୍ୟକ୍ରମକୁ ଆସିଥିଲେ। ଆଉ ଏଥିରେ ଆଲୋଚନା ବେଳେ ସ୍ୱରାଜଙ୍କ ‘ପ୍ରେମିକା’ କଥା ପଡ଼ିଥିଲା। ଏହି ସମୟରେ ସେ କହିଥିଲେ ଯେ, ପ୍ରେସ୍‌ମିଟ୍ କରି ପ୍ରେମିକାଙ୍କ ବିଷୟରେ ସୂଚନା ଦେବେ। ଏ ବିଷୟ ସେତେବେଳେ […]

aditya pancholi
ରେଞ୍ଜ ରୋଭର ଗାଡ଼ିରେ ମୋ ସହ ଦୁଷ୍କର୍ମ କରିଥିଲେ ପାଞ୍ଚୋଲି, କହିଲେ ବଲିଉଡ୍‌ ନାୟିକା

ମୁମ୍ବାଇ: ପ୍ରଯୋଜକ ତଥା ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ନାମରେ ଜଣେ ଆଗଧାଡ଼ିର ନାୟିକା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ସେଦିନର ଘଟଣାକୁ ନେଇ ସେ ପୁଲିସ୍‌ ନିକଟରେ ବଖାଣିଛନ୍ତି। ୨୦୦୪-୨୦୦୬ ମସିହାରେ ସେ ଏହି ଘଟଣା ବାବଦରେ ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା ବୋଲି ଅଭିଯୋଗ କରିଛନ୍ତି। ବରସଭା ଥାନାରେ ଅଢ଼େଇ ପୃଷ୍ଠାର ଏହି ବିବୃତିରେ ସେ ଲେଖିଛନ୍ତି, ‘ମୁଁ ସେହିବର୍ଷ ପାଞ୍ଚୋଲିଙ୍କୁ ଭେଟିଥିଲି ଯେତେବେଳେ ତାଙ୍କୁ ୩୮ ବର୍ଷ ହୋଇଥିଲା ଏବଂ […]

CM Naveen Patnaik
ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କୁ ‌ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ରଥଯାତ୍ରା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଟ୍ୱିଟ୍‌ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଓଡ଼ିଆରେ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ମଧ୍ୟ ପୋଷ୍ଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଘୋଷଯାତ୍ରା ଅବସରରେ ସାରା ବିଶ୍ଵର ସମସ୍ତ ଜଗନ୍ନାଥ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଯାଉ। ଜଗତର ନାଥ […]

pm modi
ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପବିତ୍ର ରଥଯାତ୍ରା। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ ଜରିଆରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପବିତ୍ର ରଥଯାତ୍ରାର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସୁ, ଏହାହିଁ ମୋର କାମନା । – ରାଷ୍ଟ୍ରପତି କୋବିନ୍ଦ — President of India (@rashtrapatibhvn) 4 July 2019 […]

puri
ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ ନୀତି ଶେଷ

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା। ଏନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଭାଇଭଉଣୀଙ୍କୁ ଧରି ଗୁଣ୍ଡିଚା ଯାତ୍ରାରେ ଯିବେ ଜଗତର ନାଥ ଶ୍ରୀଜଗନ୍ନାଥ। ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମହାମିଳନକୁ ସମସ୍ତେ ଅପେକ୍ଷା କରିଛନ୍ତି।  ଆଜି ସକାଳୁ ଶ୍ରୀଜିଉଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ଓ ଅବକାଶ ନୀତି ଶେଷ ହୋଇଛି। ନୀତି ନିର୍ଘଣ୍ଟ ଅନୁସାରେ ନୀତିକାନ୍ତି କରାଯାଉଛି। ରଥଯାତ୍ରା ପାଇଁ ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା କରାଯାଇଛି। ସମଗ୍ର ପୁରୀ ସହରକୁ ପୁଲିସ ଛାଉଣିରେ ପରିଣତ ହୋଇଛି। ଜଳ, […]

puri
ଆଜି ପବିତ୍ର ରଥଯାତ୍ରା: ଭାଇଭଉଣୀଙ୍କୁ ଧରି ଗୁଣ୍ଡିଚା ଘର ଯିବେ ଜଗତର ନାଥ ଶ୍ରୀଜଗନ୍ନାଥ

ପୁରୀ: ଆଜି ପୁଣି ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମିଳନ। କାରଣ ଆଜି ହେଉଛି ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ତାଙ୍କ ଗୁଣ୍ଡିଚା ଘରକୁ ଯିବେ।  ଏଥିପାଇଁ ସିଂହଦ୍ୱାର ଆଗରେ ଶ୍ରୀଜିଉଙ୍କ ଅପେକ୍ଷାରେ ସୁସଜ୍ଜିତ ହୋଇ ରହିଛି ତିନି ରଥ। ଆଉ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ରଥ ରଜ୍ଜୁ ଟାଣି ଜୀବନ କୃତାର୍ଥ କରିବାକୁ ଉଛନ୍ନ ହେଲେଣି ଭକ୍ତ। ଭଜନ […]

dhoni
ବିଶ୍ୱକପ୍‌ ପରେ ଧୋନିଙ୍କ ଅବସର!

ନୂଆଦିଲ୍ଲୀ: ବିଶ୍ୱକପ୍‌ ସହ ଶେଷ ହୋଇପାରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ କ୍ରିକେଟ କ୍ୟାରିୟର।  ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆର ନବକଳେବର ହେବ। ଏଥିରୁ ମହେନ୍ଦ୍ର ସିଂ ଧୋନି ବାଦ୍ ପଡ଼ିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଭାରତ ଯଦି ଚଳିତ ବିଶ୍ୱକପ୍‌ରେ ବିଜୟୀ ହୁଏ ତେବେ ଧୋନିଙ୍କୁ ବିଦାୟ ଜଣାଇବାରେ ଏହା ପ୍ରକୃଷ୍ଟ ସମୟ ହେବ। ବିଶ୍ୱକପ୍ ପରେ ଧୋନି ଟିମ୍‌ରେ ରହିବାର ଉଚିତ୍‌ […]

ambati rayudu
ଅନ୍ତର୍ଜାତୀୟ କ୍ରିକେଟକୁ ଅଲ୍‌ବିଦା କହିଲେ ଅମ୍ବାତି ରାୟୁଡୁ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ବ୍ୟାଟସ୍‌ମ୍ୟାନ୍‌ ଅମ୍ବାତି ରାୟୁଡୁ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ତାଙ୍କୁ ବିଶ୍ୱକପ୍‌ ଟିମ୍‌ରେ ସାମିଲ କରା ନ ଯିବାରୁ ସେ ଏଭଳି ଘୋଷଣା କରିଥିବା କୁହାଯାଉଛି। ବିଶ୍ୱକପ୍‌ ପୂର୍ବରୁ ରାୟୁଡୁ ଟିମ୍‌ ଇଣ୍ଡିଆର ୪ ନଂରେ ବ୍ୟାଟିଂ କରିବେ ବୋଲି କୁହାଯାଉଥିଲା। ହେଲେ ୧୫ ଜଣିଆ ସ୍କ୍ୱାଡ୍‌ରୁ ରାୟୁଡୁଙ୍କୁ ବିସିସିଆଇ ବାଦ୍‌ ଦେଇ ବିଜୟ ଶଙ୍କରଙ୍କୁ ସୁଯୋଗ ଦେଇଥିଲା। ଏହି ଘଟଣାକୁ ନେଇ ରାୟୁଡୁ […]

ratha yatra
ରାତି ପାହିଲେ ରଥଯାତ୍ରା: ସିସିଟିଭି ନଜରରେ ପୁରୀ, ସନ୍ଦିଗ୍ଧଙ୍କ ଉପରେ ରହିବ ତୀକ୍ଷ୍ଣ ନଜର

ପୁରୀ: ଶ୍ରୀଜିଉଙ୍କ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁରା ସହରରେ ୧୪୨ ପ୍ଲାଟୁନ୍ ଫୋର୍ସ, ୨ କମ୍ପାନୀ ଆର୍‌ଏଏଫ୍‌, ତିନି ୟୁନିଟ୍ OSAF ନିୟୋଜିତ ହୋଇଛନ୍ତି। ଏକ ହଜାର ଅଫିସର୍, ୨ ଜଣ ପୁଲିସ୍‌ ଅତିରିକ୍ତ ମହାନିର୍ଦ୍ଦେଶକ ସୁରକ୍ଷା ବ୍ୟବସ୍ଥାର ତତ୍ତ୍ୱାବଧାନ ଦାୟିତ୍ୱରେ ରହିଛନ୍ତି। ଏହାସହ ୫ ଜଣ ଆଇଜି, ୧୨ ଜଣ ଏସ୍‌ପି ବି ପୁରୀରେ ମୁତୟନ ରହିଛନ୍ତି। ମୁଖ୍ୟତଃ ମନ୍ଦିର ଭିତର ସୁରକ୍ଷା, ଦର୍ଶନ ଏବଂ ରଥା ଟଣାକୁ କିପରି ଶାନ୍ତି […]

weather
ରଥଯାତ୍ରାରେ ପାଗ ଶୁଖିଲା ରହିବ!

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲ୍ ମାର୍କଡ ଲୋ ପ୍ରେସର ଛତିଶଗଡ଼ ଆଡକୁ ମୁହାଁଇଛି। ତେବେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନ ଓ ଉପକୂଳବର୍ତ୍ତୀ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେଇଛି। ଆସନ୍ତାକାଲି ରଥଯାତ୍ରାରେ କାଲି ପାଗ ଅନୁକୂଳ ରହିବ। ଅପରାହ୍ଣ ସମୟରେ ଗୋଟିଏ […]

naveen patnaik
ନବାଗତ ବିଧାୟକଙ୍କ ସହ ବ୍ରେକ୍‌ଫାଷ୍ଟ କଲେ, ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟାଇଲ୍‌ରେ ଟିପ୍ସ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିବା ପରେ ନବୀନ ପଟ୍ଟନାୟକ ବିଜେଡିର ନବାଗତ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏଥିପାଇଁ ନବୀନ ନିବାସରେ ଆଜି ନିଆରା ଅନ୍ଦାଜରେ ବ୍ରେକ୍‌ଫାଷ୍ଟର ଆୟୋଜନ ହୋଇଥିଲା। ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସଭ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ବ୍ରେକ୍‌ଫାଷ୍ଟ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଶେଷ କରି ନିଜ ନିର୍ବାଚନ ମଣ୍ଡଳୀର ବିକାଶ ସହ […]

plus two admission
ଯୁକ୍ତ ଦୁଇ ଆଡମିଶନ୍ ପୂର୍ବରୁ ଅବ୍ୟବସ୍ଥା

ଭୁବନେଶ୍ୱର: ଯୁକ୍ତ ୨ ପାଇଁ ଆଜିଠୁ ନାମଲେଖା ଆରମ୍ଭ ହୋଇଛି। ହେଲେ ନାମଲେଖା ଆରମ୍ଭରୁ ହିଁ ଅବ୍ୟବସ୍ଥା ଦେଖା ଦେଇଛି। ଛାତ୍ରଛାତ୍ରୀମାନେ ଇଣ୍ଟିମେସନ୍‌ ଲେଟର୍‌ ଡାଉନ୍‌ଲୋଡ୍‌ କରିପାରୁ ନଥିବା ଅଭିଯୋଗ ହୋଇଛି। ଫଳରେ ଦୀର୍ଘ ସମୟ ଧରି ଛାତ୍ରଛାତ୍ରୀ ଓ ଅଭିଭାବକ ଏନେଇ ଅପେକ୍ଷା କରି ରହିଥିବା ଖବର ମିଳିଛି। ଅନ୍ୟପକ୍ଷରେ ବିନା ଇଣ୍ଟିମେସନ୍‌ରେ ବି ଆବେଦନପତ୍ରର ନମ୍ବର ଅନୁସାରେ ବିଜେବି କଲେଜରେ ଆଡମିଶନ ହେଉଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି। ସେପଟେ ସିବିଏସ୍ଇ, ICSE ଛାତ୍ରଛାତ୍ରୀଙ୍କ ଆଡମିଶନ୍‌ରେ […]

virat 1
‘ଇଣ୍ଟରନେଟ୍ ଜେଜେମା’ଙ୍କୁ ଭେଟି ଆଶୀର୍ବାଦ ନେଲେ ବିରାଟ ଓ ରୋହିତ

ବର୍ମିଂହାମ୍‌: ଚଳିତ କ୍ରିକେଟ୍‌ ବିଶ୍ୱକପ୍‌ରେ ଗତକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ଲିଗ୍ ମ୍ୟାଚ୍ ଖେଳା ଯାଇଥିଲା। ଭାରତ ଏହି ମ୍ୟାଚ୍‌କୁ ୨୮ ରନ୍‌ରେ ଜିତି ସେମି ଫାଇନାଲ୍‌ରେ ପହଞ୍ଚି ଯାଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୩୧୪ ରନ୍ କରିଥିବା ବେଳେ ‘ହିଟ୍‌ ମ୍ୟାନ୍’ ରୋହିତ ଶର୍ମା ପୁଣି ଏକ ଶତକ ମାରି ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲେ। ସେ ୯୨ଟି ବଲ୍‌ରୁ ୧୦୪ ରନ୍ କରିଥିଲେ। ସେ ସିନା ପଡ଼ିଆରେ ଆକର୍ଷଣର କେନ୍ଦ୍ର […]

dam
ଲଗାଣ ବର୍ଷାରେ ଭୁଶୁଡ଼ିଲା ଡ୍ୟାମ୍‌; ୬ ମୃତ, ୨୦ରୁ ଅଧିକ ନିଖୋଜ

ମୁମ୍ବାଇ: ଲଗାଣ ବର୍ଷାରେ ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଥିବା ତିୱାରି ଡ୍ୟାମ୍‌ର ବନ୍ଧ ଭାଙ୍ଗି ଯିବା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଡ୍ୟାମ୍‌ର ପାଣି ହଠାତ୍ ଗାଁ ଭିତରେ ପଶି ଯିବା ଫଳରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ୨୦ରୁ ଅଧିକ ଲୋକ ଏବେ ବି ନିଖୋଜ ଥିବା ଖବର ମିଳିଛି। ପାଖାପାଖି ୭ଟି ଗାଁର ଲୋକ ଏହି ବନ୍ୟା କବଳରେ ରହିଛନ୍ତି। ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ ବିଭାଗ […]

admission
ଆଜିଠୁ ଯୁକ୍ତ ଦୁଇ ଆଡମିଶନ୍

ଭୁବନେଶ୍ୱର: ଯୁକ୍ତ ୨ ପାଇଁ ଆଜିଠାରୁ ନାମଲେଖା ଆରମ୍ଭ ହେଉଛି। ଯୁକ୍ତ ଦୁଇ ପ୍ରଥମ ବର୍ଷ ଲାଗି ୩ଲକ୍ଷ ୭୫ ହଜାର ୯୫୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୩୩ହଜାର ୫୭୩ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଗତକାଲି ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଥିଲା। ପ୍ରଥମ କଟ୍ ଅଫରେ ମନୋନୀତ ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟା ୬ ତାରିଖ ଯାଏ ଚାଲିବ। ଜୁଲାଇ ୧୨ ରେ ଦ୍ୱିତୀୟ କଟ୍ ଅଫ୍ ମାର୍କ […]

naveen-patnaik
ନବୀନ ଦେବେ ଗୁରୁମନ୍ତ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟାଇଲ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଦେବେ ଟିପ୍ସ।  ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିଥିବା ନବୀନ ପଟ୍ଟନାକୟ ବିଜେଡିର ନବାଗତ ବିଧାୟକଙ୍କୁ ଟିପ୍ସ ଦେବେ ବୋଲି ଜଣାପଡ଼ିଛି। ଏଥିପାଇଁ ନବୀନ ନିବାସରେ ଆଜି ନିଆରା ଅନ୍ଦାଜରେ ବ୍ରେକ୍‌ଫାଷ୍ଟର ଆୟୋଜନ କରାଯାଇଛି। ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସଭ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ବ୍ରେକ୍‌ଫାଷ୍ଟ କରିବେ। ଏଥିସହ ବିଧାନସଭା ଓ ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କ ଆଚରଣ, ବ୍ୟବହାରକୁ ନେଇ ନବୀନ […]

cloudy
ବର୍ଷା ସହ ବଜ୍ରପାତ ସମ୍ଭାବନା; ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଉପକୂଳ ସମେତ ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ଆଗାମୀ ୨୪ ଘଣ୍ଟା ଯାଏ ଏପରି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ୫ଟି ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ଏହି ଜିଲ୍ଲା ଗୁଡ଼ିକ ହେଉଛି-ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର। ଏହି ଜିଲ୍ଲା […]