ଭୁବନେଶ୍ୱର:ରାଜ୍ୟରୁ ପୁଣି ୬୭ କରୋନା ପଜଟିଭ ଆଜି ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପୁରୀରୁ ସର୍ବାଧିକ ୧୬ ଜଣ ଅଛନ୍ତି। ଏଥିସହିତ ପ୍ରଥମ କରି ନୂଆପଡ଼ି ଜଲ୍ଲାରୁ ଚିହ୍ନଟ ହାଇଛନ୍ତି କରୋନା ରୋଗୀ। ନୂଆ ଚିହ୍ନଟ ୬୭ ଜଣଙ୍କ ମଧ୍ୟରୁ ୬୦ ଜଣ କ୍ୱାରେଣ୍ଟିନ୍ ସେଣ୍ଟରର। ୪ ଜଣ ହୋମ୍ କ୍ୱାରେଣ୍ଟିନ୍ରେ ଥିଲେ। ୩ ଜଣ ସ୍ଥାନୀୟ ବାସିନ୍ଦା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ପୁରୀରୁ […]
ଆଜି ୨୦୨୦ ମସିହା, ଜାନୁଆରୀ ମାସ ୨୭ ତାରିଖ, ସୋମବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ଲୁଣ ବିନା ଖାଦ୍ୟର ସ୍ୱାଦ ନାହିଁ। ହେଲେ ଖାଦ୍ୟରେ ଅଧିକ ଲୁଣ ଖାଉଛନ୍ତି କି? ଯଦି ଖାଉଛନ୍ତି, ସାବଧାନ । କାରଣ ଲୁଣ ସିନା ଖାଦ୍ୟକୁ ସ୍ୱାଦିଷ୍ଟ କରେ ହେଲେ ଶରୀର ପାଇଁ ଡାକି ଆଣେ ଅନେକ ବିପଦ । ଲୁଣ ଏକ ପ୍ରକାର ସ୍ଲୋ ପଏଜନ। ତେବେ ଲୁଣ ଖାଇଲେ କ’ଣ ସବୁ ରୋଗ ହୋଇଥାଏ ? ଆସନ୍ତୁ ଜାଣିବା। ଅଧିକ ଲୁଣ ଖାଇବା ଦ୍ୱାରା ହୃଦରୋଗ ଜନିତ ସମସ୍ୟା ଦେଖା ଦେଇଥାଏ । […]
ବ୍ରହ୍ମପୁର: କରୋନା ମୁକାବିଲା ସାଙ୍ଗକୁ କ୍ୱାରେଣ୍ଟିନ ସେଣ୍ଟର ଓ ପ୍ରବାସୀଙ୍କ ସମସ୍ୟା ଏବେ ମୁଖ୍ୟ ଚିନ୍ତାର କାରଣ ପାଲିଟିଛି। କେଉଁଠି କ୍ୱାରେଣ୍ଟିନ ସେଣ୍ଟରରେ ଖାଇବା, ଶୋଇବାରେ ଅବ୍ୟବସ୍ଥା ତ କେଉଁଠି ପ୍ରବାସୀମାନେ ଏଠାରେ ରହିବାକୁ ଚାହୁଁ ନାହାନ୍ତି। କେଉଁଠି କ୍ୱାରେଣ୍ଟିନ ସେଣ୍ଟରକୁ ଗ୍ରାମବାସୀ ବିରୋଧ କରୁଛନ୍ତି। । ତେବେ ପ୍ରବାସୀଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ରଖିବାରୁ ଜଣେ ପ୍ରଧାନଶିକ୍ଷକ ଆକ୍ରମଣର ଶିକାର ହୋଇଛନ୍ତି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କ୍ଷେତମୁଣ୍ଡାଳୀ ବିଦ୍ୟାଳୟର ପ୍ରଧାନଶିକ୍ଷକ । […]
ନୂଆଦିଲ୍ଲୀ: ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ପକ୍ଷରୁ ହୋଇଡ୍ରକ୍ସି କ୍ଲୋରୋକ୍ୱିନ୍ ବ୍ୟବହାର ଉପରେ ପରିବର୍ତ୍ତିତ ଗାଇଡଲାଇନ ଜାରି କରାଯାଇଛି। ଅଣ କୋଭିଡ୍ ହସ୍ପିଟାଲରେ କାଯ୍ୟରତ ସ୍ୱାସ୍ଥ୍ୟକର୍ମୀ, କଣ୍ଟେନମେଣ୍ଟ ଜୋନରେ ସର୍ଭେଲାନ୍ସ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ କରୋନା ସଂକ୍ରମଣ କାର୍ଯ୍ୟ ତଦାରଖ କରୁଥିବା ପୋଲିସ ଓ ଅର୍ଦ୍ଧସାମରିକ ବଳ କର୍ମଚାରୀ ଏହାକୁ ପ୍ରତିଷେଧକ ଭାବେ ବ୍ୟବହାର କରିପାରିବେ। ହାଇଡ୍ରକ୍ସି କ୍ଲୋରୋକ୍ୱିନକୁ ବ୍ୟବହାରକୁ ନେଇ ଆଇସିଏମଆର ମଧ୍ୟ ଚେତାବନୀ ଦେଇଛି । ଏହି ମେଡିସିନ୍ ଖାଇବା ପରେ […]
ଭ୍ରଦକ: ସୋସିଆଲ ମିଡିଆରେ ପୁଣି ଭାଇରାଲ ହେଲା ଆଉ ଏକ କ୍ୱାରେଣ୍ଟିନ୍ କେନ୍ଦ୍ରର ଭିଡିଓ। ଏଥର ଖାଇବା ନୁହେଁ ଅନ୍ତେବାସୀଙ୍କ ଶୋଇବା ଅବ୍ୟବସ୍ଥାକୁ ନେଇ ଭାଇରାଲ ହୋଇଛି ଭିଡ଼ିଓ। ଭିଡିଓଟି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିନାୟକପୁର କ୍ୱାରେଣ୍ଟିନ୍ ସେଣ୍ଟରର। ଏହି ସେଣ୍ଟରରେ କୌଣସି ବେଡ ବ୍ୟବସ୍ଥା କରାଯାଇ ନାହିଁ। ସେହପରି ବିଦ୍ୟୁତ ବ୍ୟବସ୍ଥା ମଧ୍ୟ ଠିକ୍ ନଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀ । କେନ୍ଦ୍ରରେ ୭ଜଣ ଅନ୍ତେବାସୀଙ୍କ ସହ ୨ଜଣ ଛୋଟ ପିଲା ରହୁଛନ୍ତି […]
ପେଇଚିଂ: ଭାରତ ଏବଂ ଚୀନ ସୀମାନ୍ତ ଲଦାଖରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ହଜାର ହଜାର ଚୀନ ସେନା ଗଲବାନ ରିଜନର ୩ଟି ସ୍ଥାନରେ ଭାରତ ସୀମା ଭିତରକୁ ପଶି ଆସିଛନ୍ତି। ପେଙ୍ଗୋଙ୍ଗ ସୋ ଲେକ ନିକଟ ଫିଙ୍ଗର ଏରିଆରେ ଚୀନ ସେନା ବଙ୍କର ତିଆରି କରୁଛନ୍ତି। ତେବେ କାହିଁକି ଏତେ ସଂଖ୍ୟକ ଚୀନ ସେନା ଏଠାରେ ଠୁଳ ହୋଇଛନ୍ତି ? କିଛି ସାମରିକ ଉଦ୍ଦେଶ୍ୟ ରହିଛି କି ? ଏମିତି ଅନେକ ପ୍ରଶ୍ନ […]
ହାଇଦ୍ରାବାଦ: ତେଲେଙ୍ଗାନର ୱାରାଙ୍ଗାଲ ରୁରାଲ ଜିଲ୍ଲାର ଏକ କୂଅ ମଧ୍ୟରୁ ୯ଜଣଙ୍କର ମୃତଦେହ ପୋଲିସ ଉଦ୍ଧାର କରିଛି । ଏମାନଙ୍କ ମଧ୍ୟରୁ ୬ ଜଣ ଗୋଟିଏ ପରିବାରର। ଅନ୍ୟ ୩ ଜଣଙ୍କ ମଧ୍ୟରୁ ୨ ଜଣ ବିହାରର ଏବଂ ଅନ୍ୟଜଣେ ତ୍ରିପୁରାର ବୋଲି ଜଣାପଡ଼ିଛି। ପୋଲିସ ଗୁରୁବାର ଦିନ ୪ଟି ମୃତଦେହ ଉଦ୍ଧାର କରିଥିଲା। ଅନ୍ୟ ୫ଟି ଶବ ଶୁକ୍ରବାର ପାଇଥିଲା। ଉଦ୍ଧାରକାରୀ ପୋଲିସ ଟିମ୍ଙ୍କ କହିବା ଅନୁଯାୟୀ, ଶବ ଦେହରେ କୌଣସି କ୍ଷତ ଚିହ୍ନ ନାହିଁ। […]
ନୂଆଦିଲ୍ଲୀ:ଭଗବାନ ଯାହାକୁ ବଞ୍ଚାଇବାକୁ ଚାହିଁବେ ତାକୁ କିଏ ବା ମାରିପାରିବ ? ବୋଧହୁଏ ତାଙ୍କ ପ୍ରତି ଭଗବାନଙ୍କର ଆର୍ଶୀବାଦ ଥିଲା। ନଚେତ୍ ବିମାନର ସବୁ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ଏମାନେ କିପରି ବଞ୍ଚିଲେ ? ଆମେ ପାକିସ୍ତାନର ସେଇ ବିମାନ ଦୁର୍ଘଟଣା ସମ୍ପର୍କରେ କହୁଛୁ ଯେଉଁ ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ୧୦୭ ଜଣଙ୍କ ମଧ୍ୟରୁ ୧୦୫ ଜଣଙ୍କର ମୃତ୍ୟୁ ଘଟିଥିଲା। ହେଲେ ଦୁଇ ଜଣ ଏହି ମହାବିପତ୍ତିରୁ ବର୍ତ୍ତି ଯାଇଛନ୍ତି। ପାକିସ୍ତାନ ବିମାନ A320 ଶୁକ୍ରବାର […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୪ର୍ଥ ପର୍ଯ୍ୟାୟ ଲକ୍ଡାଉନ ସତ୍ତ୍ୱେ ହୁ ହୁ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସଂଖ୍ୟକ ବୃଦ୍ଧି ଘଟିଛି । ଗୋଟିଏ ଦିନରେ ୬୬୫୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୨୫ ହଜାର ପାର ହୋଇଛି । ସେମାନଙ୍କ ମଧ୍ୟରୁ ୬୯ହଜାର ୫୯୭ଜଣ ଚିକିତ୍ସିତ ହେଉଥିବା ବେଳେ ୫୧ ହଜାର […]
ଭୁବନେଶ୍ୱର: ରାଜ୍ୟରେ ନୂଆ ୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ପାଇଛି। ତେବେ ନୂଆ କରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ଆଜି ଚିହ୍ନଟ ୮୦ ପଜିଟିଭ୍ ମଧ୍ୟରୁ କେବଳ ଗଞ୍ଜାମର ସର୍ବାଧିକ ୧୯ ଜଣ ଅଛନ୍ତି। ସେହିପରି ଯାଜପୁରରୁ […]
କରାଚୀ: ପାକିସ୍ତାନ ଇଣ୍ଟରନ୍ୟାସ୍ନାଲ୍ ଏୟାର୍ଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବିମାନଟି ଲ୍ୟାଣ୍ଡିଂ କରିବାର ମାତ୍ର କେଇ ମିନିଟ୍ ପୂର୍ବରୁ ଏହା ଜନବସତି ଅଞ୍ଚଳରେ ଖସି ପଡ଼ିଥିଲା। ତେବେ କେମିତି ଖସିଲା ବିମାନ ? କାହିଁକି ଖସିଲା ? ଏନେଇ ଅନେକ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଛି। ଏ ନେଇ ଚାଲିଛି ଖୋଳତାଡ଼। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାର କିଛି କ୍ଷଣ ପୂର୍ବରୁ ଏହାର ପାଇଲଟ୍ ଓ କରାଚି ସ୍ଥିତ ଅନ୍ତର୍ଜାତୀୟ […]
କାଲିଫର୍ଣ୍ଣିଆ:କରୋନା ପ୍ରଭାବ କେତେ ଭୟଙ୍କର ସତେ ? ଚେହେରାକୁ କେତେ ବିବର୍ଣ୍ଣ କରିଦେଇ ପାରେ ? ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କାଲିଫର୍ଣ୍ଣିଆରେ । କାଲିଫର୍ଣ୍ଣିଆରେ ରହୁଥିବା ମାଇକ ସ୍ଲୁଜ୍ (Mike Schultz) ନାମକ ଜଣେ ବ୍ୟକ୍ତିଙ୍କର ଫଟୋ ଆଜିକାଲି ସୋଶାଲ ମିଡିଆରେ ବେଶ ଭାଇରାଲ ହେଉଛି । ସ୍ଳୁଜ ନିଜ ଫଟୋ ଇନ୍ଷ୍ଟଗ୍ରାମ୍ ଆକାଉଣ୍ଟରେ ଶେୟାର କରିଛନ୍ତି । କରୋନା ଭାଇରସ୍ ମଣିଷର ଚେହେରାକୁ କ’ଣ କରିଦେଇପାରେ ତାହା ସେ ଏହି ଫଟୋ ମାଧ୍ୟମରେ […]
ଲଣ୍ଡନ: ୟୁରୋପୀୟ ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ, ଆକ୍ରାନ୍ତଙ୍କ ସ୍ୱାବ ଟେଷ୍ଟ କରିବା ପାଇଁ କିଟ୍ ଯୋଗାଇବା କଷ୍ଟକର ବ୍ୟାପାର ହୋଇ ପଡ଼ୁଛି । ଏପରି ପରିସ୍ଥିତିରେ ବ୍ରିଟିଶ ସରକାର କୁକୁରମାନଙ୍କର ସାହାଯ୍ୟ ନେଉଛନ୍ତି। ଏଠାରେ ପ୍ରଶିକ୍ଷିତ କୁକୁରମାନେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବେ । ବ୍ରିଟିଶ ସରକାର ପକ୍ଷରୁ କୁକୁରଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି । ଏହି କୋଭିଡ୍ କୁକୁରମାନଙ୍କୁ […]
ୱାଶିଂଟନ୍: ଭାରତ-ଚୀନ୍ ସୀମାନ୍ତରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇ ଦେଶ ଏକ ପ୍ରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏପରି ସମୟରେ ହ୍ୱାଇଟ୍ ହାଉସ ପକ୍ଷରୁ ଚୀନ ବିଦେଶ ମନ୍ତ୍ରାଳୟକୁ କଡା ଜବାବ ଦେଇଛି ଦିଆଯାଇଛି। ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି, ଭାରତ ସୀମାରେ ଚୀନ ଉତ୍ତେଜନା ସୃଷ୍ଟି କଲା ଭଳି ପରିସ୍ଥିତି ସୃଷ୍ଟି କରୁଛି। ଚୀନ ବଳପୂର୍ବକ ଭାରତ ସୀମାରେ ସୈନ୍ୟ ତଥା ଅର୍ଦ୍ଧସୈନ୍ୟ କାର୍ଯ୍ୟକଳାପରେ ସଂପୃକ୍ତ ରହି ପଡ଼ୋଶୀ ରାଷ୍ଟ୍ର ସହ କରିଥିବା ପ୍ରତିବଦ୍ଧତାକୁ […]
ନୂଆଦିଲ୍ଲୀ: କରୋନା ଭାଇରସ୍ ଦୁଇ ପଡୋଶୀ ଦେଶ ପାକିସ୍ତାନ ଏବଂ ଭାରତରେ କି଼ିଲର ଆତଙ୍କ ସାଜିଛି। ଭାରତରେ ୪ର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଲାଗୁ କରାଯାଇଥିଲେ ହେଁ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିନାହିଁ। ଅନ୍ୟପକ୍ଷେ, ପାକିସ୍ତାନରେ ମଧ୍ୟ କରୋନା ଦ୍ରୁତ ଗତିରେ ତା’ର କାୟା ମେଲାଇ ଚାଲିଛି। ନିକଟରେ ଏକ ସର୍ଭେରୁ ଜଣାପଡ଼ିଛି, ଯଦି ଦୁଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏମିତି ବଢି ଚାଲେ ତେବେ ଅଗଷ୍ଟ ସୁଦ୍ଧା ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୩୪ ହଜାର […]