• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ticket
ଆରମ୍ଭରୁ ସମସ୍ୟା, ୨ ଘଣ୍ଟା ବିଳମ୍ବରେ ହେବ ଟ୍ରେନ ଟିକେଟ୍‌ ବୁକିଂ

ନୂଆଦିଲ୍ଲୀ: ଲକଡାଉନରେ ସରକାର ଲୋକଙ୍କ ସୁବିଧା ପାଇଁ ସୀମିତ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି। ମେ’ ୧୨ରୁ ୧୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ।  ଆଇଆରସିଟିସି ୱେବସାଇଟ୍‌ରେ ଆଜି ଅପରାହ୍ନ ୪ଟାରେ ଟ୍ରେନ ଟିକେଟ ବୁକିଂ ଅନ୍‌ଲାଇନରେ ହେବ ବୋଲି କୁହାଯାଇଥିଲା । ହେଲେ କେତେକ ସମସ୍ୟା ଯୋଗୁ ୪ଟାରୁ ବୁକିଂ ହୋଇ ପାରୁନାହିଁ। ଏହାକୁ ଆହୁରି ୨ ଘଣ୍ଟା ବଢାଇ ଦିଆଯାଇଛି। ଅର୍ଥାତ୍‌ ସନ୍ଧ୍ୟା ୬ଟାରୁ ବୁକିଂ ଆରମ୍ଭ ହେବ ବୋଲି ବିଭାଗ […]

economy
କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା କାଟ ହେବ ନାହିଁ !

ନୂଆଦିଲ୍ଲୀ:ଦେଶରେ କରୋନା ଭାଇରସ ପ୍ରଭାବ ବଢି ବଢି ଚାଲିଛି। ଭାରତରେ ୬୭ ହଜାରରୁ ଅଧିକ ଲୋକଙ୍କର ସଂକ୍ରମିତ ହୋଇଛନ୍ତି। ୨୨୦୦ରୁ ଅଧିକ ଲୋକଙ୍କର ବର୍ତ୍ତମାନ ସୁଦ୍ଧା ପ୍ରାଣ ଗଲାଣି। ତେବେ କୌଣସି କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା କଟାଯିବାର ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ କରିଛି ଅର୍ଥ ମନ୍ତ୍ରାଳୟ। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ ଟ୍ୱିଟରେ କୁହାଯାଇଛି, କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା କୌଣସି କର୍ମଚାରୀଙ୍କର ପାଉଥିବା ବେତନରେ କୌଣସି ପ୍ରକାର କାଟ୍‌ ହେବାର ପ୍ରସ୍ତାବ ନାହିଁ। […]

iran
ନିଜ ନୌଜାହାଜକୁ ଟାର୍ଗେଟ କଲା ମିଜାଇଲ୍‌; ୧୯ ସୈନ୍ୟ ମୃତ

ତେହରାନ:ଓମାନ ଖାଡିରେ ସୈନ୍ୟ ଅଭ୍ୟାସ ସମୟରେ ଇରାନ୍‌ର ସାମାନ୍ୟ ଭୁଲ୍‌ ଏବେ ମହଙ୍ଗା ପଡ଼ିଛି। ନିଜ ମିଜାଇଲ ମାଡ଼ରେ ନିଜ ଦେଶର ୧୯ ନୌସେନାଙ୍କ ଜୀବନ ଯାଇଛି। ଅନେକ ସୈନିକ ଆହତ ହୋଇଛନ୍ତି। ଇରାନ୍‌ର ସରକାରୀ ଟିଭି ଚାନେଲ୍‌ରେ ଏ ନେଇ ସୂଚନା ଦିଆଯାଇଛି।  ଏହି ଦୁର୍ଘଟଣା ଇରାନର ଦକ୍ଷିଣ ସମୁଦ୍ର ଉପକୂଳ ବାନ୍ଦ୍ରେ-ଇ-ଜାସ୍କ ନିକଟରେ ହୋଇଛି। କ୍ଷତିଗ୍ରସ୍ତ ହୋଇଥିବା କୋନାରକ ଜାହାଜ ଇରାନର ଦକ୍ଷିଣ ସମୁଦ୍ର ଉପକୂଳ ବାନ୍ଦ୍ରେ-ଇ-ଜାସ୍କ ନିକଟରେ ଥିବା ବେଳେ ଏଭଳି ମିଜାଇଲ […]

migrant
ରେଲୱେର ଗାଇଡଲାଇନ୍‌: ଟ୍ରେନ୍‌ରେ ଆସିବେ ଅଧିକ ପ୍ରବାସୀ, ହେବ ୩ଟି ଷ୍ଟପେଜ

ନୂଆଦିଲ୍ଲୀ: ରାଜ୍ୟ ବାହାରେ ରହି କାମ କରୁଥିବା ହଜାର ହଜାର ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ରେଲୱେ ପକ୍ଷରୁ ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲୁଛି। ଏ ନେଇ ରେଲୱେର ସଂଶୋଧିତ ଗାଇଡ୍ ଲାଇନ୍ ଜାରି କରାଯାଇଛି। ନୂଆ ନିୟମ ଅନୁସାରେ ସ୍ଲିପର ବର୍ଥର ସଂଖ୍ୟା ଅନୁସାରେ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ମିଳିବ। ପୂର୍ବରୁ ୭୨ଟି ସିଟ୍‌ରେ ୫୪ ଯାତ୍ରୀଙ୍କୁ ଅନୁମତି ଦିଆଯାଉଥିଲା । ପୂର୍ବରୁ ୧୨୦୦ ପ୍ରବାସୀଙ୍କୁ ଯାତ୍ରା ଅନୁମତି ମିଳୁଥିଲା । […]

train-..............
ଆଜିଠୁ ଟ୍ରେନ୍‌ ବୁକିଂ: ଯାତ୍ରା ପୂର୍ବରୁ ସାଙ୍ଗରେ କ’ଣ ନେବେ, ଜାଣନ୍ତୁ

ନୂଆଦିଲ୍ଲୀ: ଲକଡାଉନରେ ସରକାର ଲୋକଙ୍କ ସୁବିଧା ପାଇଁ ସୀମିତ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି। ମେ’ ୧୨ରୁ ୧୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ।  ଆଇଆରସିଟିସି ୱେବସାଇଟ୍‌ରେ ଆଜି ଅପରାହ୍ନ ୪ଟାରେ ଟ୍ରେନ ଟିକେଟ ବୁକିଂ ଆରମ୍ଭ ହେବ। ଅନ୍‌ଲାଇନରେ ବୁକିଂ ହେବ ଏହି ଟିକେଟ। ଏ ନେଇ ରେଳ ବିଭାଗ ପକ୍ଷରୁ କେତେକ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ଜାରି କରାଯାଇଛି। ଯାତ୍ରୀ ଏହି ଗାଇଡଲାଇନ ମାନିବାକୁ ବାଧ୍ୟ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ୧-ସମସ୍ତ […]

mmsingh
ମନ୍‌ମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ:ପୂର୍ବତନ ପ୍ରଧାନମନ୍ତ୍ରୀ ମନ୍‌ମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଶ୍ୱାସକ୍ରିୟା ଜନିତ ସମସ୍ୟା ଯୋଗୁ ତାଙ୍କୁ ରବିବାର ରାତିରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ୮୭ ବର୍ଷୀୟ ସିଂହଙ୍କୁ ଏମ୍‌ସର କାର୍ଡିଓ-ଥୋରେସିସି ୱାର୍ଡରେ ଭର୍ତ୍ତି କରାଯାଇଛି। ଏମ୍ସ ପକ୍ଷରୁ କୁହାଯାଇଛି, ଏକ ନୂଆ ଔଷଧ ଦେବା ପରେ ପ୍ରତିକ୍ରିୟା ଦେଖା ଦେଇଥିଲା। ଡାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଜ୍ୱର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ଚିକିତ୍ସା […]

mulayam
ପୁଣି ଡାକ୍ତରଖାନାରେ ଭର୍ତ୍ତି ହେଲେ ମୁଲାୟମ ସିଂହ ଯାଦବ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ି ଯାଇଛି।  ଗୁରୁତର ଅସୁସ୍ଥ ଅବସ୍ଥାରେ ତାଙ୍କୁ ରବିବାର ବିଳମ୍ବିତ ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଲାୟମ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଲକ୍ଷ୍ନୌରେ ଥିବା ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ପୂର୍ବରୁ ମୁଲାୟମ ଗୁରୁତର ଅସୁସ୍ଥ ଥିଲେ। ୫ ଦିନ ମଧ୍ୟରେ ମୁଲାୟମ ଏଭଳି ଦ୍ୱିତୀୟ ଥର ପାଇଁ ହସ୍ପିଟାଲରେ […]

marrige
ଏମିତି ବାହାଘର... ସବୁଦିନ ପାଇଁ ମନେ ରହିବ

କାନପୁର: ଲକଡାଉନ କଟକଣା ପାଇଁ ସାଂସ୍କୃତିକ, ଧାର୍ମିକ ଏପରିକି ବିବାହବ୍ରତ ପରି ସାମାଜିକ କାର୍ଯ୍ୟକ୍ରମମାନ ମଧ୍ୟ ବନ୍ଦ କରାଯାଇଛି। କରୋନା ଭୟ ପାଇଁ ଦୁନିଆ ଏକ ପ୍ରକାର ଠପ୍‌ ହୋଇଯାଇଛି। ହେଲେ ଏପରି ସମୟରେ ସାମାଜିକ ଦୂରତାକୁ ପାଳନ କରି ଅନୁଷ୍ଠିତ ହୋଇଛି ବିବାହ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ନା ଥିଲେ ବନ୍ଧୁବାନ୍ଧବ, ନା ଥିଲା ବାଣରୋଷଣୀ। ପରିବାର ଲୋକ ଓ ପୁରୋହିତଙ୍କ ଉପସ୍ଥିତିରେ ସାମାଜିକ ଦୂରତ୍ୱକୁ ମାନି  ସାରା ଜୀବନର ସାଥୀକୁ ଆପଣେଇ ନେଇଥିଲେ। ଏମିତି […]

mido--1
୨୨ ବର୍ଷ ତଳର ସ୍ମୃତିକୁ ମନେ ପକାଇ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୨୨ ବର୍ଷ ତଳର ସ୍ମୃତିକୁ ମନେ ପକାଇ ଭାବପ୍ରବଣ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅତୀତର ଏଇ ଐତିହାସିକ ଉପଲବ୍ଧିର ସ୍ମୃତି ରୋମନ୍ଥନ କରି ସେଇ ବୈଜ୍ଞାନିକ, ରାଜନୈତିକ ନେତୃତ୍ୱକୁ ସଲାମ ଜଣାଇ ଟ୍ୱିଟ କରିଛନ୍ତି। ଆଜି ପ୍ରତିଟି ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ୧୯୯୮ ଆଜିର ଦିନରେ ରାଜସ୍ଥାନର ପୋଖରାନରେ ୫୮ କିଲୋର ପରମାଣୁ ପରୀକ୍ଷଣ କରି ଇତିହାସ ରଚିଥିଲା ଭାରତ।  ପରମାଣୁ ଅସ୍ତ୍ର ପରୀକ୍ଷଣ କରି ଏଥିରେ ସଫଳ […]

angul
ଅନୁଗୁଳ ଜିଲ୍ଲାରେ ଜାରି ହେଲା ରେଡ୍ ଜୋନ୍ କଟକଣା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଜାରି କରାଯାଇଛି ରେଡ୍ ଜୋନ୍ କଟକଣା।  ସରକାରୀ ଭାବେ ଏହି ଜିଲ୍ଲାକୁ ରେଡ୍ ଜୋନ୍ ଘୋଷଣା କରାଯାଇନଥିଲେ ମଧ୍ୟ ରେଡ୍ ଜୋନ୍‌ର ସମସ୍ତ କଟକଣା ଏହି ଜିଲ୍ଲାରେ ଲାଗୁ କରାଯାଇଛି । ଜିଲ୍ଲାପାଳ ମନୋଜ ମହାନ୍ତି ସୂଚନା ଦେଇ କହିଛନ୍ତି,  ଅନୁଗୁଳରେ ଆଜି ୧୩ ଜଣ କରୋନା ପଜିଟିଭ ବାହାରିବା ପରେ ଏହି କଡ଼ା ପଦକ୍ଷେପ ନିଆଯାଇଛି । ଆଗରୁ ଅନୁଗୁଳରେ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବାରୁ ଏହା ଗ୍ରୀନ୍ ଜୋନ୍‌ରେ […]

odisha
ରାଜ୍ୟରେ ଷ୍ଟେଜ ଥ୍ରୀ ଆଡ଼କୁ ଗତି କରୁଛି କରୋନା !

ଭୁବନେଶ୍ୱର: ଓଡ଼ିଶା କରୋନା ଷ୍ଟେଜ ଥ୍ରୀ ଆଡ଼କୁ ଗତି କରୁଛି କି ? ଗୋଷ୍ଠୀ ସଂକ୍ରମଣର ସମ୍ଭାବନା ରହିଛି କି ? ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଏମିତି ଆଶଙ୍କା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା। ବାହାର ରାଜ୍ୟରୁ ପ୍ରବାସୀ ଆସୁଛନ୍ତି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଅଧିକ ସଂଖ୍ୟାରେ ସଂକ୍ରମଣ ଆମ ଗୋଷ୍ଠୀ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବ ବୋଲି କହିଛନ୍ତି ଡାକ୍ତର ଜୟନ୍ତ […]

quarentine
କ୍ୱାରେଣ୍ଟିନ କେନ୍ଦ୍ରରେ କଣ କରିବେ, କଣ କରିବେନି ? ଜାରି ହେଲା ଗାଇଡ୍‌ଲାଇନ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା କରାଯାଇଥିବା କ୍ୱାରେଣ୍ଟିନ୍ କେନ୍ଦ୍ର ଏବଂ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଗୁଡିକର ପରିଚାଳନା ଲାଗି ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଛି ଗାଇଡଲାଇନ୍। ଏହି ସବୁ କେନ୍ଦ୍ର ଗୁଡିକରେ ଯେପରି ସଂକ୍ରମଣ ନଘଟେ ଏଥିଲାଗି ଗାଇଡଲାଇନ୍ ଜାରି ହୋଇଛି । କ୍ୱାରେଣ୍ଟିନ କେନ୍ଦ୍ର ଗୁଡିକରେ କଣ ସବୁ କରିବେ, କଣ କରିବେ ନାହିଁ ଏହାକୁ ନେଇ ଓଡ଼ିଆରେ ଲେଖାଥିବା ଏକ ମାର୍ଗଦର୍ଶିକା ସମସ୍ତ କେନ୍ଦ୍ରରେ ପ୍ରଦର୍ଶିତ ହେବ । ଯଦି କାହା ପାଖରେ ଲକ୍ଷଣ […]

mkcg
ଡାକ୍ତରଙ୍କ କାନ ଛିଣ୍ଡାଇ ଦେଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର: ଡାକ୍ତରଙ୍କ ଉପରେ ରୋଗୀଙ୍କ ଆକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ବ୍ରହ୍ମପୁର MKCGରେ ଆଜି ଡାକ୍ତର-ରୋଗୀ ମୁହାଁମୁହିଁ ହୋଇଛନ୍ତି। ରୋଗୀଙ୍କ ସମ୍ପର୍କୀୟ ଜଣେ ଡାକ୍ତରଙ୍କ କାନ ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। MKCGର ପ୍ରସୂତୀ ବିଭାଗରେ ଜଣେ ମହିଳା ଲେବର ରୁମ୍‌ରେ ଥିବାବେଳେ ତାଙ୍କର ଜଣେ ସମ୍ପର୍କୀୟ ଭିତରକୁ ଯିବା ପାଇଁ ଅନୁମତି ମାଗିଥିଲେ। ହେଲେ ଲେବର୍ ରୁମ୍‌କୁ ଯିବାପାଇଁ ପ୍ରବେଶ କରିବାର ଅନୁମତି  ସଂପୃକ୍ତ […]

anti drug
‘କମ୍ବୋ-ଡ୍ରଗ୍‌’- କରୋନା ଆକ୍ରାନ୍ତଙ୍କ ପାଇଁ ଏକ ବରଦାନ

ନୂଆଦିଲ୍ଲୀ: ଗୁରୁତର କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ବରଦାନ ପାଲଟିବ କି କମ୍ବୋ-ଡ୍ରଗ୍? ଇଣ୍ଟର୍ଫେରନ୍ ବିଟା-1B, ଲୋପିନାଭିର୍-ରିଟୋନାଭିର୍ ଏବଂ ରାଇବାଭାଇରିନର ମିଳିତ ପ୍ରୟୋଗ କରୋନା ଆକ୍ରାନ୍ତଙ୍କ ଠାରେ ଲାଭପ୍ରଦ ହେଉଥିବା ଏକ ପରୀକ୍ଷଣରୁ ଜଣାପଡ଼ିଛି । ଗୋଟିଏ ଆଣ୍ଟିଭାଇରାଲ୍ ଔଷଧ ଅପେକ୍ଷା ୩ ପ୍ରକାର ଔଷଧର ମିଳିତ ପ୍ରୟୋଗ ଲାଭପ୍ରଦ ହେଉଥିବା ଏକ ଅନ୍ତର୍ଜାତୀୟ ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଛି। ହଂକଂରେ ୧୨୭ ଜଣ କରୋନା ଆକ୍ରାନ୍ତଙ୍କଠାରେ ଏହି ଔଷଧ ପରୀକ୍ଷାମୂଳକ ପ୍ରୟୋଗ ହୋଇଥିଲା । କରୋନା ଲକ୍ଷଣ ପ୍ରକାଶ […]

Capture
ଘର ବାହୁଡା ଶ୍ରମିକଙ୍କ ଦୁଃଖ: ଟ୍ରକ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଜାଲନା ଓ ଔରଙ୍ଗାବାଦ ମଝିରେ ଟ୍ରେନରେ କଟି ୧୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାର ଦୁଃଖ  ମନରୁ  ଲିଭିନି।  ଏହାର ଦୁଇ ଦିନ ପରେ ଆଉ ଏକ ଦୁଖଦ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଲକଡାଉନ ଯୋଗୁଁ ରୋଜଗାର ହରାଇ ଫସି ରହିଥିବା ୫ ଜଣ ଶ୍ରମିକ ବଞ୍ଚିବା ପାଇଁ ଘରକୁ ଫେରୁଥିବାବେଳେ ଟ୍ରକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।  ୧୫ ଜଣ ଶ୍ରମିକ ଆହତ ହୋଇଛନ୍ତି। ତେଲଙ୍ଗାନାର ହାଇଦ୍ରାବାଦରେ କାମ କରୁଥିବା ଏହି ଶ୍ରମିକମାନେ […]

corona-virus-w
ଆକ୍ରାନ୍ତ ୫୮ ଜଣଙ୍କ ମଧ୍ୟରୁ ୫୭ ବାହାର ରାଜ୍ୟ ଫେରନ୍ତା

ଭୁବନେଶ୍ୱର: ଆଜି ଚିହ୍ନଟ ହୋଇଥିବା ୫୮ ଆକ୍ରାନ୍ତ ଓ ମୃତକଙ୍କ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ୫୮ ଜଣଙ୍କ ମଧ୍ୟରୁ୫୭ ଜଣ ବାହାର ରାଜ୍ୟ ଫେରନ୍ତା। ଅନ୍ୟ ଜଣେ ଆକ୍ରାନ୍ତ ଅନୁଗୁଳ ଜିଲ୍ଲାର ସ୍ଥାନୀୟ ବାସିନ୍ଦା । ଗଞ୍ଜାମର ସମସ୍ତ ୨୯ ଓ ମୟୂରଭଞ୍ଜର ଜଣେ ଆକ୍ରାନ୍ତ ସୁରତ ଫେରନ୍ତା। ସେହିପରି ବାଲେଶ୍ୱରର ୧୫ ଜଣଙ୍କ ମଧ୍ୟରୁ ୫ କର୍ଣ୍ଣାଟକ ଓ ୧୦ ପଶ୍ଚିମବଙ୍ଗ ଫେରନ୍ତା। ଅନୁଗୋଳର ୧୩ ଜଣଙ୍କ ମଧ୍ୟରୁ ୧୧ ସୁରତ […]

family welfare
୨୪ ଘଣ୍ଟାରେ ୯୫ ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ ୬୦ ହଜାର ଟପିଲା କାରୋନା ଆକ୍ରାନ୍ତଙ୍କ ସଂଖ୍ୟା। କାଲି  ଦିନକରେ ୩ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ଆଜିସୁଦ୍ଧା ସଂଖ୍ୟା ୬୨ ହଜାର ୯୩୯ ପହଞ୍ଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ବି ଦିନକୁ ଦିନ ବଢିବାରେ ଲାଗିଛି।  ଗତ ୨୪ ଘଣ୍ଟାରେ ୯୫ ଜଣଙ୍କ ଜୀବନ ନେଇଛି କରୋନା। ଏଥି ସହ ମୃତ୍ୟୁ ସଂଖ୍ୟା ୨୧୦୯ ଛୁଇଁଛି । ସେହିଭଳି ଦେଶରେ ଏବେ ଯାଏ ୧୯ ହଜାର ୩୫୮ […]

central-team
କରୋନା ରୋଗୀଙ୍କ ଶରୀରରେ ଲକ୍ଷଣ ଦେଖାଯାଉନି କାହିଁକି ?

ନୂଆଦିଲ୍ଲ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ସବୁଠାରୁ ବେଶି ଚିନ୍ତାର ବିଷୟ ହେଉଛି ଏଠି ଆକ୍ରାନ୍ତଙ୍କ ପାଖରେ କୌଣସି କରୋନା ଲକ୍ଷଣ ଦେଖାଯାଉନି। ତେବେ ରୋଗୀଙ୍କ ପାଖରେ କାହିଁକି ଲକ୍ଷଣ ଦେଖାଯାଉନି ? ଏ ନେଇ  ଏକ ସର୍ଭେ କରିବ ICMR। ଦେଶର କରୋନା ପ୍ରଭାବିତ ୭୫ଟି ଜିଲ୍ଲାରେ ଏହି ସର୍ଭେ କରାଯିବ । ସାଧାରଣ ଲକ୍ଷଣ କିମ୍ବା କୌଣସି ଲକ୍ଷଣ ନଥାଇ ପଜିଟିଭ ଆସିଥିବା ଆକ୍ରାନ୍ତଙ୍କ ଉପରେ ମୁଖ୍ୟତଃ ଏହି ସର୍ବେକ୍ଷଣ ହେବ । […]

salod
କରୋନାରେ ଜଣେ ମୃତ, ପୁଣି ୫୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା  ପରିସ୍ଥିତି ଗମ୍ଭୀର ରୂପ ନେଇଛି।  ଆଜି  ରାଜ୍ୟରେ କରୋନାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫୮ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ସବୁଠାରୁ ଚିନ୍ତାର ବିଷୟ ହୋଇଛି। ଆଜି ଏହି ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କର କରୋନାରେ ମୃତ ବ୍ୟକ୍ତି ଘଟିଥିବାବେଳେ ୨୯ […]

trump
ବ୍ୟକ୍ତିଗତ ସହାୟକ କରୋନା ଆକ୍ରାନ୍ତ, ପୁଣି କୋଭିଡ ଟେଷ୍ଟ କରିବେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ୨ୟ ଥର ପାଇଁ କରୋନା ଟେଷ୍ଟ କରିବେ। କାରଣ ତାଙ୍କର ବ୍ୟକ୍ତିଗତ କାମ ପାଇଁ ନିୟୋଜିତ ଜଣେ ସହାୟକର କରୋନା ପଜିଟିଭ ରିପୋର୍ଟ ଆସିଛି। । ସହାୟକଙ୍କୁ କରୋନା ହୋଇଥିବାରୁ ଟ୍ରମ୍ପଙ୍କ କୋଭିଡ ଟେଷ୍ଟ ହେବ ବୋଲି ଜଣାପଡ଼ିଛି। ଏଥିସହିତ ଉପରାଷ୍ଟ୍ରପତିଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ। ଏହା ପୂର୍ବରୁ ମଧ୍ୟ ଥରେ ଟ୍ରମ୍ପଙ୍କ କରୋନା ଟେଷ୍ଟ ହୋଇଥିଲା। କିନ୍ତୁ ସେତେବେଳେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ସୂଚନାଥାଉ କି, […]

000--train-
ଟ୍ରେନ୍‌ ବଗିରେ ହେଲା କୋଭିଡ୍‌ ହସ୍ପିଟାଲ

ଭୁବନେଶ୍ୱର: କରୋନାର ମୁକାବିଲା ପାଇଁ ସରକାରଙ୍କୁ ସହଯୋଗର ହାତ ବଢାଇଛି ରେଳ ବିଭାଗ । ୫ହଜାର ରେଲୱେ କୋଚକୁ କୋଭିଡ୍ କେୟାର ସେଣ୍ଟରରେ ପରିବର୍ତ୍ତନ କରାଯାଇଛି । ଓଡିଶାର ଭୁବନେଶ୍ୱର ଓ ଖୋର୍ଦ୍ଧାରେ କୋଭିଡ୍ କେୟାର କୋଚ୍ ପାଇଁ ରେଳ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ ଯୋଗାଇ ଦିଆଯାଇଛି । ସମ୍ବଲପୁର, ଟିଟଲାଗଡ, କଣ୍ଟାବାଞ୍ଚି, ରାୟଗଡା, କୋରାପୁଟ, ଝାରସୁଗୁଡା ଓ ରାଉରକେଲାରେ କୋଚ୍ ପ୍ରସ୍ତୁତ ପାଇଁ ଯୋଜନା ରହିଛି । ଏଥିପାଇଁ ନୋଡାଲ ଅଫିସର ନିଯୁକ୍ତି ଲାଗି ମୁଖ୍ୟ […]

supremecourt
ମଦର ଅନ୍‌ଲାଇନ ବିକ୍ରି କିମ୍ବା ହୋମ ଡେଲିଭରି ପାଇଁ ପରାମର୍ଶ ଦେଲେ ସୁପ୍ରମ୍‌କୋର୍ଟ

ନୂଆଦିଲ୍ଲୀ: ମଦ ଦୋକାନ ବନ୍ଦ ନ କରି ଅନ୍‌ଲାଇନ କିମ୍ବା  ହୋମ୍ ଡେଲିଭରି ନେଇ ବିଚାର କରନ୍ତୁ ରାଜ୍ୟ ସରକାର । ଆଜି ଏମିତି ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ମଦ ପାଇଁ ଦେଶବ୍ୟାପୀ ଦୋକାନ ଆଗରେ ଲମ୍ବା ଲାଇନ ଲାଗିବା ସହ ସାମାଜିକ ଦୂରତା ନିୟମର ଖୋଲା ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି।  ଏହାଦ୍ୱାରା କରୋନା ସଂକ୍ରମଣର ଭୟ ଅଧିକ ରହିଛି। ଏହାକୁ ନେଇ ସର୍ବୋଚ୍ଚ କୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା ତେବେ ବିଚାରପତି […]

shanti patha
କରୋନାରୁ ମୁକ୍ତି ପାଇଁ ହ୍ୱାଇଟ୍‌ ହାଉସ୍‌ରେ ବୈଦିକ ମନ୍ତ୍ରପାଠ କଲେ ହିନ୍ଦୁ ପୂଜାରୀ

ୱାଶିଂଟନ: ଆମେରିକାରେ କରୋନା ଭୟାବହତା ଟ୍ରମ୍ପ ସରକାରଙ୍କ ଆଖିରୁ ନିଦ ହଜାଇ ଦେଇଛି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମରିକାରେ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବଧିକ। ସଂକ୍ରମଣ ଯେପରି ଥମିବାର ନାଁ ଧରୁନି। ଏପରି ପରିସ୍ଥିତିରେ ଶୁକ୍ରବାର ଆମେରିକା ତା’ର ରାଷ୍ଟ୍ରୀୟ ପ୍ରାର୍ଥନା ଦିବସ ପାଳନ କରିଛି। ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫାଷ୍ଟ ଲେଡି ମେଲେନିଆ ଟ୍ରମ୍ପଙ୍କ ଉପସ୍ଥିତିରେ ହ୍ୱାଇଟ୍‌ ହାଉସ୍‌ର ରୋଜ୍‌ ଗାର୍ଡନରେ ଏହି ପ୍ରାର୍ଥନା ଦିବସ ପାଳିତ ହୋଇଥିଲା। ଏହି ସମୟରେ […]

journalist
କରୋନାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ

ଆଗ୍ରା: କରୋନାରେ ପ୍ରାଣ ହରାଇଲେ ସାମ୍ବାଦିକ । ଖବର ସଂଗ୍ରହ ବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଗତକାଲି ତାଙ୍କର ମୃତ୍ୟୁ ଘଟିଛି।  ମୃତ ସାମ୍ବାଦିକ ଜଣକ ଆଗ୍ରାର ବୋଲି ଜଣାପଡ଼ିଛି। ଟେଷ୍ଟ ରିପୋର୍ଟ ପିଜିଟିଭ ଆସିବା ପରେ ତାଙ୍କୁ ଏସଏନ ମେଡିକାଲ କଲେଜର ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁଧବାରଠାରୁ ଆଇସୋଲେସନ ୱାର୍ଡରେ  ରଖାଯାଇଥିଲା। ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଆଗ୍ରାର ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଭୁ ଏନ ସିଂହ ସୂଚନା ଦେଇଛନ୍ତି। ସୂଚନାଥାଉ […]