ଭୁବନେଶ୍ୱର: କରୋନା ଲକ୍ଡାଉନ ଯୋଗୁ ଦୀର୍ଘଦିନ ଧରି ବନ୍ଦ ଥିବା ‘ମୋ ବସ୍’ ଆଜିଠାରୁ ରାଜ୍ୟରେ ପୁଣି ଚାଲିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକର ୭ଟି ରୁଟରେ ମୋ ବସ୍ ଗଡ଼ିବ । ରୁଟ୍ ଗୁଡ଼ିକ ହେଲା ଏୟାରପୋର୍ଟରୁ କଟକ, ସିଡିଏ, ନନ୍ଦନବିହାରରୁ ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନରୁ ସିଡିଏ ଭାୟା ରସୁଲଗଡ଼, ମାଷ୍ଟରକ୍ୟାଣ୍ଟିନ-ଖୋର୍ଦ୍ଧା, ମାଷ୍ଟରକ୍ୟାଣ୍ଟିନ-ସମ୍ ହସ୍ପିଟାଲ୍, ଡୁମୁଡୁମାରୁ ମଞ୍ଚେଶ୍ୱର ଓ ମାଷ୍ଟରକ୍ୟାଣ୍ଟିନରୁ ଏମ୍ସ । ତେବେ ଏସବୁ ରୁଟ୍ରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ହିଁ […]
ଖୋର୍ଦ୍ଧା: ଖୋର୍ଦ୍ଧା ବାଘମାରୀ ଥାନା ଭୋଗଡ଼ା ଗାଁରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଗାଁର ଜଣଙ୍କ ଘରକୁ ଲକ୍ଷ୍ୟ କରି ଏହି ବୋମା ମାଡ଼ ହୋଇଥିବା ସୂଚନା ମିଳିଛି। ଫଳରେ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ପରିବାରର ସ୍ୱାମୀ, ସ୍ତ୍ରୀ ଓ ପୁଅ ୩ଜଣଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗାଁର ଅନ୍ୟ ୨ ଜଣ ମଧ୍ୟ ଆହତ […]
ଲକ୍ଷ୍ନୌ: ଏକ କୋଟି ଟଙ୍କା। ସାମାନ୍ୟ ପଦେ କଥା ବଦଳରେ ମିଳିବ ଏକ କୋଟି ଟଙ୍କା। କାହାର ବା ଲୋଭ ନ ହେବ ? ହେଲେ ସେ କ’ଣ ଜାଣିଥିଲେ ଏହି ପଦେକଥାର ମୂଲ୍ୟ କେତେ ବେଶି ବୋଲି। ଏକ କୋଟି ଟଙ୍କା ଲୋଭରେ ଉତ୍ତର ପ୍ରଦେଶ ପୋଲିସର ସୋଶାଲ ମିଡିଆ ହେଲ୍ପ ଡେସ୍କକୁ ଫୋନ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଇଥିଲେ ହତ୍ୟା ଧମକ। ଆଉ ଏବେ ମାମୁଘରେ ପଶି ବିଚରା ଯୁବକ ଜଣକ ଫେରିବାର […]
କେନ୍ଦୁଝର: କ୍ୱାରେଣ୍ଟିନ୍ ସେଣ୍ଟରରେ ଚାଲିଛି ଖୁଲମ୍ଖୁଲମ୍ ମଦ୍ୟପାନ। କେନ୍ଦୁଝର ରାମଚନ୍ଦ୍ରପୁର ଖଲଣା ପଞ୍ଚାୟତ କ୍ୱାରେଣ୍ଟିନ୍ ସେଣ୍ଟରରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଏହି ସମୟର ଦୃଶ୍ୟ କେହି ରେକର୍ଡିଂ କରି ନେଇଛି ଯାହା ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ଏହି ମାମଲାରେ ରାମଚନ୍ଦ୍ରପୁର ଥାନା ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ହେଲେ ଖଲଣା ଗାଁର ବିଷ୍ଣୁ ରାଉତ। ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି। ରାଜ୍ୟରେ ମଦ ଦୋକାନ ବନ୍ଦ […]
ଭୁବନେଶ୍ୱର: ଆସନ୍ତାକାଲିଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ । ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ସହ sanitizer ବ୍ୟବହାର ଉପରେ ଜୋର ଦିଆଯାଇଛି । ଖାତା ଦେଖା ସକାଳ ୧୦ରୁ ଦିନ ୩ଟା ମଧ୍ୟରେ ହେବ। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ କମ୍ ପରୀକ୍ଷକ ଖାତା ଦେଖିବେ। ଏହି ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା। ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ […]
ଭୁବନେଶ୍ୱର: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ଷ୍ଟେସନ ନିକଟରେ ପୁଣି ଚେନ୍ ପୁଲିଂ । ଶ୍ରମିକ ସ୍ପେଶାଲ୍ ଟ୍ରେନ୍ରେ ଚେନ୍ ଟାଣି ଓହ୍ଲାଇ ପଡ଼ିଲେ ୨୦୦ପ୍ରବାସ ଫେରନ୍ତା ଓଡ଼ିଆ। ଏନେଇ ବନ୍ଧମୁଣ୍ଡା ARM ସୂଚନା ଦେଇଛନ୍ତି। ଟ୍ରେନଟି ମହାରାଷ୍ଟ୍ର କୋହ୍ଲାପୁରରୁ ଝାଡ଼ଖଣ୍ଡ ବୋକାରୋ ଯାଉଥିଲା । ସେଥିରେ ଥିଲେ ବୌଦ୍ଧଓ ସୋନପୁର ଜିଲ୍ଲାର ପ୍ରାୟ ୪୦୦ ଶ୍ରମିକ । ପ୍ରଥମେ ଝାରସୁଗୁଡ଼ା ଷ୍ଟେସନରେ ଓହ୍ଲାଇବାକୁ ଚାହିଁଥିଲେ । ତେବେ ଆଗୁଆ ସୂଚନା ନ ଥିବାରୁ ସେମାନଙ୍କ […]
ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନରେ ଆଜି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୫ଟି ଜିଲ୍ଲାବାସୀଙ୍କୁ ଆଜି ଦିନ ୩ଟା ୩୦ ଯାଏ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ପୁରୀ ଓ ସୁନ୍ଦରଗଡ଼। ଏହାପୂର୍ବରୁ ଆଜି ଦିନ ୧୦ଟା ୩୦ ଯାଏ ୮ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ […]
ମସ୍କୋ:ଆମେରିକାରେ ଜନ୍ମିତ ତଥା ୨ୟ ବିଶ୍ୱ ଯୁଦ୍ଧର ଏକାମାତ୍ର ସାକ୍ଷୀ ୮୪ ବର୍ଷର ଘଡିଆଳ (alligator) ଯିଏ କି ଋଷର ମସ୍କୋ ଜୁ’ ରେ ଥିଲା ତାହାର ମୃତ୍ୟୁ ଘଟିଛି । କୁହାଯାଏ, ଏହି ଘଡ଼ିଆଳ କୁଆଡେ ଜର୍ମାନୀର ତାନାଶାହ ଆଡଲଫ ହିଟଲରଙ୍କ ପୋଷା ଥିଲା । ୧୯୪୩ରେ ବର୍ଲିନରେ ବୋମା ବିସ୍ଫୋରଣ ବେଳେ ବର୍ଲିନର ଏକ ଚିଡ଼ିଆଖାନାରୁ ଯେଉଁ କେତେଜଣଙ୍କୁ ଜୀବତ ଉଦ୍ଧାର କରାଯାଇଥିଲା ସେମାନଙ୍କ ମଧ୍ୟରେ ଏହି ଘଡ଼ିଆଳ ଥିଲା । Saturn ନାମରେ […]
ନୂଆଦିଲ୍ଲୀ:ବିମାନର ମଝି ସିଟ୍ ଖାଲି ରହିବ। ଏମିତି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମ୍କୋର୍ଟ। ବିମାନ ଯାତ୍ରା ବେଳେ ସାମାଜିକ ଦୂରତ୍ୱ ପାଳନକୁ ନେଇ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ପୂର୍ଣ୍ଣ ଉଡ଼ାଣ କରିପାରିବ । ପୂର୍ବରୁ ଏଥିପାଇଁ ବୁକିଂ ହୋଇଥିବାରୁ ଏହି ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତିନି ଟିକିଆ ସିଟର ମଝି ସିଟକୁ ନେଇ ଯେଉଁ ବିବାଦ ଦେଖାଦେଇଥିଲା ତା […]