• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

labour
ଘରକୁ ଫେରିବା ପାଇଁ ପାଳି କରି ବଳଦ ସାଜିଲେ ବାପା, ମା’ ଓ ପୁଅ

ଇନ୍ଦୋର: ଲକ୍‌ଡାଉନର ଅନେକ ଦୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳୁଛି। ବିଶେଷକରି ଅସହାୟ ଶ୍ରମିକଙ୍କ ଘରବାହୁଡ଼ା ଦୃଶ୍ୟ ଅତ୍ୟନ୍ତ ହୃଦୟଥରା। ଏମିତି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଇନ୍ଦୋରରେ। ଇନ୍ଦୋର ବାଇପାସର ଏକ ଭିଡିଓ ଭାଇରାଲ ହୋଇଛି। ଘରକୁ ଯିବା ପାଇଁ ପରିବାରର ସଦସ୍ୟଙ୍କୁ  କିପରି ବଳଦ ସହ କାନ୍ଧ ମିଳାଇ ଶଗଡ ଟାଣିବାକୁ ପଡ଼ୁଛି ତାହା ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଏହି ପରିବାର ମହାରାଷ୍ଟ୍ରରୁ ବଳଦଗାଡ଼ିରେ ରାଜସ୍ଥାନ ସ୍ଥିତ ତାଙ୍କ ଘରକୁ ଯାଉଛନ୍ତି। […]

niranjan
‘୨୦ ଲକ୍ଷ କୋଟିର ପ୍ୟାକେଜ ପାଇଁ ଟଙ୍କା କେଉଁଠୁ ଆସିବ ?’

ଭୁବନେଶ୍ୱର: ଦେଶକୁ ସମ୍ବୋଧନ କରିବାବେଳେ  ପ୍ରଧାନମନ୍ତ୍ରୀ ମୋଦି ଗତକାଲି ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। କରୋନା ମୁକାବିଲା ସହ ଦେଶର ଆର୍ଥିକ ସ୍ଥିତିକୁ ସଜାଡ଼ିବା ପାଇଁ ଏହି ଆର୍ଥିକ ସହାୟତାର ଘୋଷଣା କରିଛନ୍ତି ସରକାର। ହେଲେ ଏହାକୁ ନେଇ  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି। ପ୍ୟାକେଜ୍ ପାଇଁ ଟଙ୍କା କେଉଁଠୁ ଆସିବ ? ଏନେଇ ପ୍ରଶ୍ନ ଉଠାଇଛନ୍ତି ନିରଞ୍ଜନ। ଘୋଷଣା ହୋଇଥିବା ୨୦ ଲକ୍ଷ କୋଟି ଟଙ୍କା ବଜେଟରୁ ଆସିବ […]

puri
ରଥ ନିର୍ମାଣ କାମରେ ନିୟୋଜିତ ସେବାୟତଙ୍କ କୋଭିଡ୍ ଟେଷ୍ଟ ଆରମ୍ଭ

ପୁରୀ: ଶ୍ରୀଜିଉଙ୍କ ରଥ ନିର୍ମାଣ କାମରେ ନିୟୋଜିତ ସେବାୟତଙ୍କର କୋଭିଡ୍ ଟେଷ୍ଟ ଆଜିଠାରୁ ଆରମ୍ଭ ହୋଇଛି।  ଶ୍ରୀମନ୍ଦିର ପ୍ରସାସନ ପକ୍ଷରୁ ଆଜି ଏହି ଟେଷ୍ଟ ଆରମ୍ଭ ହୋଇଛି । ରଥ ନିର୍ମାଣ କାମରେ ନିୟୋଜିତ ଅଛନ୍ତି ୧୫୦ରୁ ଅଧିକ ସେବାୟତ। ୩ ଦିନ ମଧ୍ୟରେ ସମସ୍ତ ସେବାୟତଙ୍କ ନମୂନା ପରୀକ୍ଷା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ବଳବନ୍ତ ସିଂ। ଆଜି ସମସ୍ ଙ୍କ ନମୂନା ସଂଗ୍ରହ ପର୍ଯ୍ୟାୟ କ୍ରମେ କରାଯାଉଛି। ଏଥିପାଇଁ ଏକ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ […]

orissa high court
‘ଫି ଦେଇ ନ ଥିବା ଛାତ୍ରଛାତ୍ରୀଙ୍କୁ ଅନଲାଇନ୍‌ରେ ପଢିବାର ସୁଯୋଗ ଦିଅ‘

ଭୁବନେଶ୍ୱର: କୋରନା ଭଳି କଠିନ ସମୟରେ ବିଭିନ୍ନ ବେସରକାରୀ ସ୍କୁଲ ମାନଙ୍କରେ ଅହେତୁକ ଫି ବୃଦ୍ଧିକୁ ନେଇ ଦାୟର ରିଟ ପିଟିସନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ।  ଏହି ମାମଲାର ଶୁାଣାଣି କରି କେନ୍ଦ୍ର ସରକାର, CBSE , ICSE, ରାଜ୍ୟ ଗଣ ଶିକ୍ଷା ସଚିବ ଓ ଅନ୍ୟାନ୍ୟ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ଅନଲାଇନ ପାଠପଢ଼ା ଜାରି ରଖିବା ପାଇଁ ଫି ଦେଇ ନଥିଲେ ମଧ୍ୟ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଆଇଡି ଓ ପାସଓ୍ୱାର୍ଡ […]

indor
ରୋଗୀଙ୍କୁ ନିଶା ଔଷଧ ଦେଇ ଦୁଷ୍କର୍ମ କଲେ ଡାକ୍ତର

ଇନ୍ଦୋର: କରୋନାକୁ ନେଇ ସାରା ଦେଶ ଚିନ୍ତାରେ ପଡ଼ିଥିବାବେଳେ ଇନ୍ଦୋରରୁ ଆସିଛି ଏକ ଲଜ୍ଜାଜନକ ଖବର। ଲକ୍‌ଡାଉନ ସମୟରେ ଜଣେ ଡାକ୍ତର ରୋଗୀଙ୍କ ସହ ଯେପରି ବ୍ୟବହାର କରିଛନ୍ତି ତାହା କେବଳ ନିନ୍ଦନୀୟ ନୁହେଁ ବରଂ ଡାକ୍ତର ସମାଜ ପ୍ରତି ଏକ ଲଜ୍ଜା ଓ କଳଙ୍କ । ଇନ୍ଦୋରର ମାନବତା ନଗର ଅଞ୍ଚଳର ଜଣେ ଯୁବତୀ କରିଥିବା ଅଭିଯୋଗ ଅନୁସାରେ, ସେ ଚିକିତ୍ସା ପାଇଁ ଘରୋଇ କ୍ଲିନିକ୍‌ରେ ଜଣେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ଜଣକ ନିଶା […]

pm
ଲୋକାଲ-ଭୋକାଲ-ଗ୍ଲୋବାଲ କଥା କାହିଁକି ଉଠାଇଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗତକାଲି ଦେଶକୁ ସମ୍ବୋଧନ କଲାବେଳେ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେଇଥିଲେ। ଦେଶର ଅର୍ଥନୀତି ସୁଧାରିବାକୁ ହେଲେ ପ୍ରଥମେ ଆତ୍ମନିର୍ଭଶୀଳ ହେବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ମୋଦି ଗତକାଲି ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ ନିମ୍ନ ଓ ମଧ୍ୟବିତ୍ତ ବର୍ଗଙ୍କ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ମୋଦି ତାଙ୍କ ସମ୍ବୋଧନରେ  ଲୋକାଲକୁ ଭୋକାଲ ଏବଂ ଗ୍ଲୋବାଲରେ ପରିଣତ କରିବା ପାଇଁ କହିଥିଲେ । […]

india
୨୪ ଘଣ୍ଟାରେ ୩୫୩୫ କରୋନା ରୋଗୀ ଚିହ୍ନଟ, ୧୨୨ ମୃତ

ନୂଆଦିଲ୍ଲୀ:ଦେଶରେ କରୋନା ଭାଇରସ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଦେଶରେ Covid-19 ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୪ ହଜାରରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବୁଧବାର ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନାରେ ବର୍ତ୍ତମାନ ସୁଦ୍ଧା ୨୪୧୫ ଜଣଙ୍କର ମୃତ୍ୟୁ ଘଟିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୧୨୨ ଜଣଙ୍କର ମୃତ୍ୟୁ ଘଟିଛି। Spike of 3525 #COVID19 cases and 122 deaths in […]

america
ଟ୍ରମ୍ପଙ୍କ କଥା ମାନି କାମକୁ ଫେରିଥିବା ୧୦୦୦ ଲୋକ କରୋନା ସଂକ୍ରମିତ

ନ୍ୟୁୟର୍କ: ଆମରିକାରେ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୮୦ ହଜାର ପାର ହୋଇଗଲାଣି। ଏପରି ପରିସ୍ଥିତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶରେ ଉଜୁଡ଼ି ଯାଉଥିବା ଅର୍ଥନୀତିକୁ ସଜାଡିବା ଲାଗି ଲକ୍‌ଡାଉନ ଖୋଲିବା ପାଇଁ ଯୋଜନା କରୁଛନ୍ତି। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଅର୍ଥନୀତିକୁ ଆଗକୁ ବଢାଇବାକୁ ପଡ଼ିବ ଏବଂ ଲୋକଙ୍କୁ କାମକୁ ଫେରିବାକୁ ପଡ଼ିବ। ତେବେ ଜଣାପଡ଼ିଛି, ଟ୍ରମ୍ପଙ୍କର ଏଇ ଆହ୍ୱାନ ପରେ ଯେଉଁ କେତେଜଣ ଲୋକ କାମରେ ଯୋଗ ଦେଇଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୧ […]

Capture
ଡାକ୍ତରଖାନା ଉପରେ ଆତଙ୍କୀ ଆକ୍ରମଣ, ୨ ନବଜାତ ଶିଶୁ ସମେତ ୧୪ ମୃତ

ନୂଆଦିଲ୍ଲୀ: ଆଫଗାନୀସ୍ଥାନର ରାଜଧାନୀ କାବୁଲ୍‌ରେ ମଙ୍ଗଳବାର ଆତଙ୍କବାଦୀମାନେ ଏକ ଡାକ୍ତରଖାନା ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ନବଜାତ ଶିଶୁ, ମହିଳା ରୋଗୀ ଏବଂ କିଛି ନର୍ସ ଅଛନ୍ତି। ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ପାଲଟା ଫାୟାରିଂ କରାଯାଇଛି। ତେବେ ଆତଙ୍କବାଦୀଙ୍କୁ ମୃତ ବା ଜୀବିତ ଧରି ପାରି ନାହାନ୍ତି। ଫାୟାରିଂ ସମୟରେ ଆଫଗାନ ସୁରକ୍ଷା ବଳ ଡାକ୍ତରଖାନାର ରୋଗୀ ଏବଂ ତାଙ୍କର […]

orissa-high-court
ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ନିର୍ଦ୍ଦେଶ

କଟକ: ଜୁନ୍ ୨୩ରେ ପଡ଼ୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ବିଳମ୍ବରେ ହେଲେ ବି ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ହେବା ନେଇ ଭକ୍ତଙ୍କ ମନରେ ଆଶା ସଞ୍ଚାର ହୋଇଛି। ତେବେ ରଥ କାମ ଯଦି ଠିକ ସମୟରେ ନ ସରିବ ସବୁ ଆଶା ମଉଳିଯିବ। ତେଣୁ  ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆଜି […]

angula
‘ସାମାଜିକ ଦୂରତା ନ ମାନିଲେ ଜିଲ୍ଲାକୁ ସଟଡାଉନ କରାଯିବ ’

ଅନଗୁଳ: ସାମାଜିକ ଦୂରତ୍ୱ ନ ମାନିଲେ ଜିଲ୍ଲାକୁ ସଟଡାଉନ ଘୋଷଣା କରାଯିବ । ଏଭଳି ଚେତାବନୀ ଦେଇଛନ୍ତି ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି।  ଜିଲ୍ଲାରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମଧ୍ୟ ବିଭିନ୍ନ ସ୍ଥାନରେ ଅଯଥା ଗହଳି ଜମୁଛି । ଲୋକମାନେ ସାମାଜିକ ଦୂରତା ମାନୁନାହାନ୍ତି । ତେଣୁ ଏହି ଅମାନିଆଙ୍କୁ ସାବାଡ କରିବା ପାଇଁ ଜିଲ୍ଲାପାଳ ଏମିତି ଚେତାବନୀ ଦେଇଛନ୍ତି। ଲୋକଙ୍କ ସୁବିଧା ପାଇଁ ସକାଳ ୭ରୁ ଦିନ ୨ଟା ପର୍ଯ୍ୟନ୍ତ ସମସ୍ତ […]

money
ପୋଖରୀରେ ଭାସୁଥିଲା ୫୦୦, ୨୦୦୦ ଟଙ୍କିଆ ନୋଟ୍‌, ଆଉ ତା’ ପରେ...

ନୂଆଦିଲ୍ଲୀ: ମାଛ ଧରିବାକୁ ପିଲାଟିଏ ପାଖ ପୋଖରୀକୁ ଯାଇଥିଲା। ପାଣିରେ କଣ୍ଟା ପକାଇବା ପରେ ମାଛ ପଡ଼ିଲା ଭାବି  ବନ୍‌ଶି ଉଠାଇଦେଲା। ହେଲେ ଉପରକୁ ଆସିବା ପରେ ଯାହା ଦେଖିଲା ତା’ର ହୋଶ ଉଡ଼ିଗଲା। ପ୍ରକୃତରେ ବନ୍‌ଶୀ କଣ୍ଟାରେ ମାଛ ପଡ଼ି ନଥିଲା, ପଡିଥିଲା ଏକ ନୋଟ ଭର୍ତ୍ତି ବ୍ୟାଗ। ବ୍ୟାଗ୍‌ ଭିତରେ ଥିଲା ୫୦୦ ଏବଂ ୨୦୦୦ ଟଙ୍କାର ନୋଟ। ଏହି ସମୟରେ ଜୋରରେ ପବନ ଆସିବାରୁ କିଛି ଟଙ୍କା ଉଡ଼ିଗଲା। ହେଲେ ପିଲାଟି ଭୟ […]

00000000001
ଟ୍ରେନଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଜାରି କରିବେ ସ୍ୱତନ୍ତ୍ର ଗାଇଡଲାଇନ

ଭୁବନେଶ୍ୱର: ଲକ୍‌ଡାଉନ୍‌ କଟକଣା ଭିତରେ ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ  ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି ‌। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରକୁ ୧୫ ଯୋଡ଼ା ଟ୍ରେନ୍ ଚାଲିବ ବୋଲି କୁହାଯାଇଛି। ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ପ୍ରବାସୀ ଓଡ଼ିଆ ରାଜ୍ୟ ସରକାରଙ୍କର ଚିନ୍ତା ବଢାଇ ଦେଇଛନ୍ତି। ରାଜ୍ୟରେ ଏବେ ହୁ-ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପରି ପରିସ୍ଥିତିରେ ଟ୍ରେନ ଚଳାଚଳ ଆରମ୍ଭ ହୋଇ […]

hizbul
ଜମ୍ମୁକାଶ୍ମୀରରେ ଆତଙ୍କ ସୃଷ୍ଟି ପାଇଁ ହିଜ୍‌ବୁଲର ନୂଆ ପ୍ଲାନ-ଭାରତ ପାଇଁ ନିଯୁକ୍ତ ହେଲେ ଦୁଇ କମାଣ୍ଡର !

ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ସଂଜଗଠନ ହିଜବୁଲ ମୁଜାହିଦ୍ଦିନ ଭାରତକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ନୂଆ ଚାଲ୍ ଖେଳୁଛି। ଭାରତୀୟ ଇଣ୍ଟେଲିଜେନ୍ସର କହିବା ଅନୁଯାୟୀ ହିଜ୍‌ବୁଲର‌ ଭାରତ ପାଇଁ ନିଯୁକ୍ତି ନୂଆ କମାଣ୍ଡର ଗାଜି ହୈଦର ନୁହେଁ, ଅଶରଫ ମୌଲବୀ। କିନ୍ତୁ ହିଜବୁଲ୍‌ ଭାରତକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ଗାଜି ହୈଦରକୁ ନିଯୁକ୍ତି କରିଥିବା କୁହାଯାଉଛି। ଜମ୍ମୁକାଶ୍ମୀର ପୁଲିସର ଜଣେ ବରିଷ୍ଠ ଅଧିକାରୀ ଏବଂ CRPF ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅନନ୍ତନାଗର କୋକରନାଗରେ ରହୁଥିବା ୫୫ ବର୍ଷୀୟ […]

america-1
ଆମେରିକାରେ କରୋନା ମୃତ୍ୟୁ ୮୦ ହଜାର ଟପିଲା

ୱାଶିଂଟନ: ଆମରିକାରେ କରୋନା ମୃତ୍ୟୁ ସଂ‌ଖ୍ୟା ୮୦ ହଜାର ଟପିଲାଣି। ବର୍ତ୍ତମାନସୁଦ୍ଧା ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୯ ହଜାରରେ ପହଞ୍ଚିଛି। ଜନ୍ ହାପ୍‌କିନ୍ସ ୟୁନିଭର୍ସିଟି ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭୬ ଲୋକଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦ ହଜାର ୫୬୨କୁ ଛୁଇଁଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଟ୍ରମ୍ପ ସରକାର ଏକ ପ୍ରକାର ବିଫଳ ହୋଇଛନ୍ତି। ଆମେରିକାର ସବୁଠାରୁ ସୁରକ୍ଷିତ ସ୍ଥାନ ହ୍ୱାଇଟ୍‌ […]

pok
ଏବେ ପାକ୍‌ ରେଡିଓରେ ପ୍ରସାରିତ ହେଲା ଜମ୍ମୁ-କାଶ୍ମୀରର ପାଣିପାଗ ରିପୋର୍ଟ

ନୂଆଦିଲ୍ଲୀ:ଭାରତୀୟ ପାଣିପାଗ ବିଭାଗ (IMD) ତା’ର ଜମ୍ମୁ-କାଶ୍ମୀର ସବ୍‌ଡିଭିଜନ ପାଣିପାଗ ରିପୋର୍ଟରେ ପାକ୍‌ ଅଧିକୃତ ଲଦାଖ, ଗିଲଗିତ୍‌-ବାଲ୍ଟିସ୍ତାନ, ମୁଜାଫରବାଦକୁ ସାମିଲ କରିଛି। ମେ’ ୫ ତାରିଖଠାରୁ IMD ତା’ର ବୁଲେଟିନ୍‌ରେ ପାକ୍‌ ଅଧିକୃତ ଏହି ଅଞ୍ଚଳର ପାଣିପାଗ ତଥ୍ୟ ଦେଇ ଆସୁଛି। ଏହାର ଗୋଟିଏ ଦିନ ପରେ ପାକିସ୍ତାନର ଏକ ସରକାରୀ ରେଡିଓ ଜମ୍ମୁକାଶ୍ମୀରର ପାଣିପାଗ ପୂର୍ବନୁମାନ ପ୍ରସାରିତ କରିଛି। ରେଡିଓ ପାକିସ୍ତାନ ରବିବାର ଏକ ରିପୋର୍ଟରେ ଦର୍ଶାଇଛି, ଜାମ୍ମୁ-କାଶ୍ମୀର ଆକାଶରେ ବାଦଲ ଦେଖା ଦେବ ଏବଂ […]

ticket
ଆରମ୍ଭରୁ ସମସ୍ୟା, ୨ ଘଣ୍ଟା ବିଳମ୍ବରେ ହେବ ଟ୍ରେନ ଟିକେଟ୍‌ ବୁକିଂ

ନୂଆଦିଲ୍ଲୀ: ଲକଡାଉନରେ ସରକାର ଲୋକଙ୍କ ସୁବିଧା ପାଇଁ ସୀମିତ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି। ମେ’ ୧୨ରୁ ୧୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ।  ଆଇଆରସିଟିସି ୱେବସାଇଟ୍‌ରେ ଆଜି ଅପରାହ୍ନ ୪ଟାରେ ଟ୍ରେନ ଟିକେଟ ବୁକିଂ ଅନ୍‌ଲାଇନରେ ହେବ ବୋଲି କୁହାଯାଇଥିଲା । ହେଲେ କେତେକ ସମସ୍ୟା ଯୋଗୁ ୪ଟାରୁ ବୁକିଂ ହୋଇ ପାରୁନାହିଁ। ଏହାକୁ ଆହୁରି ୨ ଘଣ୍ଟା ବଢାଇ ଦିଆଯାଇଛି। ଅର୍ଥାତ୍‌ ସନ୍ଧ୍ୟା ୬ଟାରୁ ବୁକିଂ ଆରମ୍ଭ ହେବ ବୋଲି ବିଭାଗ […]

economy
କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା କାଟ ହେବ ନାହିଁ !

ନୂଆଦିଲ୍ଲୀ:ଦେଶରେ କରୋନା ଭାଇରସ ପ୍ରଭାବ ବଢି ବଢି ଚାଲିଛି। ଭାରତରେ ୬୭ ହଜାରରୁ ଅଧିକ ଲୋକଙ୍କର ସଂକ୍ରମିତ ହୋଇଛନ୍ତି। ୨୨୦୦ରୁ ଅଧିକ ଲୋକଙ୍କର ବର୍ତ୍ତମାନ ସୁଦ୍ଧା ପ୍ରାଣ ଗଲାଣି। ତେବେ କୌଣସି କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା କଟାଯିବାର ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ କରିଛି ଅର୍ଥ ମନ୍ତ୍ରାଳୟ। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ ଟ୍ୱିଟରେ କୁହାଯାଇଛି, କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା କୌଣସି କର୍ମଚାରୀଙ୍କର ପାଉଥିବା ବେତନରେ କୌଣସି ପ୍ରକାର କାଟ୍‌ ହେବାର ପ୍ରସ୍ତାବ ନାହିଁ। […]

iran
ନିଜ ନୌଜାହାଜକୁ ଟାର୍ଗେଟ କଲା ମିଜାଇଲ୍‌; ୧୯ ସୈନ୍ୟ ମୃତ

ତେହରାନ:ଓମାନ ଖାଡିରେ ସୈନ୍ୟ ଅଭ୍ୟାସ ସମୟରେ ଇରାନ୍‌ର ସାମାନ୍ୟ ଭୁଲ୍‌ ଏବେ ମହଙ୍ଗା ପଡ଼ିଛି। ନିଜ ମିଜାଇଲ ମାଡ଼ରେ ନିଜ ଦେଶର ୧୯ ନୌସେନାଙ୍କ ଜୀବନ ଯାଇଛି। ଅନେକ ସୈନିକ ଆହତ ହୋଇଛନ୍ତି। ଇରାନ୍‌ର ସରକାରୀ ଟିଭି ଚାନେଲ୍‌ରେ ଏ ନେଇ ସୂଚନା ଦିଆଯାଇଛି।  ଏହି ଦୁର୍ଘଟଣା ଇରାନର ଦକ୍ଷିଣ ସମୁଦ୍ର ଉପକୂଳ ବାନ୍ଦ୍ରେ-ଇ-ଜାସ୍କ ନିକଟରେ ହୋଇଛି। କ୍ଷତିଗ୍ରସ୍ତ ହୋଇଥିବା କୋନାରକ ଜାହାଜ ଇରାନର ଦକ୍ଷିଣ ସମୁଦ୍ର ଉପକୂଳ ବାନ୍ଦ୍ରେ-ଇ-ଜାସ୍କ ନିକଟରେ ଥିବା ବେଳେ ଏଭଳି ମିଜାଇଲ […]

migrant
ରେଲୱେର ଗାଇଡଲାଇନ୍‌: ଟ୍ରେନ୍‌ରେ ଆସିବେ ଅଧିକ ପ୍ରବାସୀ, ହେବ ୩ଟି ଷ୍ଟପେଜ

ନୂଆଦିଲ୍ଲୀ: ରାଜ୍ୟ ବାହାରେ ରହି କାମ କରୁଥିବା ହଜାର ହଜାର ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ରେଲୱେ ପକ୍ଷରୁ ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲୁଛି। ଏ ନେଇ ରେଲୱେର ସଂଶୋଧିତ ଗାଇଡ୍ ଲାଇନ୍ ଜାରି କରାଯାଇଛି। ନୂଆ ନିୟମ ଅନୁସାରେ ସ୍ଲିପର ବର୍ଥର ସଂଖ୍ୟା ଅନୁସାରେ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ମିଳିବ। ପୂର୍ବରୁ ୭୨ଟି ସିଟ୍‌ରେ ୫୪ ଯାତ୍ରୀଙ୍କୁ ଅନୁମତି ଦିଆଯାଉଥିଲା । ପୂର୍ବରୁ ୧୨୦୦ ପ୍ରବାସୀଙ୍କୁ ଯାତ୍ରା ଅନୁମତି ମିଳୁଥିଲା । […]

train-..............
ଆଜିଠୁ ଟ୍ରେନ୍‌ ବୁକିଂ: ଯାତ୍ରା ପୂର୍ବରୁ ସାଙ୍ଗରେ କ’ଣ ନେବେ, ଜାଣନ୍ତୁ

ନୂଆଦିଲ୍ଲୀ: ଲକଡାଉନରେ ସରକାର ଲୋକଙ୍କ ସୁବିଧା ପାଇଁ ସୀମିତ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି। ମେ’ ୧୨ରୁ ୧୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ।  ଆଇଆରସିଟିସି ୱେବସାଇଟ୍‌ରେ ଆଜି ଅପରାହ୍ନ ୪ଟାରେ ଟ୍ରେନ ଟିକେଟ ବୁକିଂ ଆରମ୍ଭ ହେବ। ଅନ୍‌ଲାଇନରେ ବୁକିଂ ହେବ ଏହି ଟିକେଟ। ଏ ନେଇ ରେଳ ବିଭାଗ ପକ୍ଷରୁ କେତେକ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ଜାରି କରାଯାଇଛି। ଯାତ୍ରୀ ଏହି ଗାଇଡଲାଇନ ମାନିବାକୁ ବାଧ୍ୟ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ୧-ସମସ୍ତ […]

mmsingh
ମନ୍‌ମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ:ପୂର୍ବତନ ପ୍ରଧାନମନ୍ତ୍ରୀ ମନ୍‌ମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଶ୍ୱାସକ୍ରିୟା ଜନିତ ସମସ୍ୟା ଯୋଗୁ ତାଙ୍କୁ ରବିବାର ରାତିରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ୮୭ ବର୍ଷୀୟ ସିଂହଙ୍କୁ ଏମ୍‌ସର କାର୍ଡିଓ-ଥୋରେସିସି ୱାର୍ଡରେ ଭର୍ତ୍ତି କରାଯାଇଛି। ଏମ୍ସ ପକ୍ଷରୁ କୁହାଯାଇଛି, ଏକ ନୂଆ ଔଷଧ ଦେବା ପରେ ପ୍ରତିକ୍ରିୟା ଦେଖା ଦେଇଥିଲା। ଡାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଜ୍ୱର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ଚିକିତ୍ସା […]

mulayam
ପୁଣି ଡାକ୍ତରଖାନାରେ ଭର୍ତ୍ତି ହେଲେ ମୁଲାୟମ ସିଂହ ଯାଦବ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ି ଯାଇଛି।  ଗୁରୁତର ଅସୁସ୍ଥ ଅବସ୍ଥାରେ ତାଙ୍କୁ ରବିବାର ବିଳମ୍ବିତ ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଲାୟମ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଲକ୍ଷ୍ନୌରେ ଥିବା ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ପୂର୍ବରୁ ମୁଲାୟମ ଗୁରୁତର ଅସୁସ୍ଥ ଥିଲେ। ୫ ଦିନ ମଧ୍ୟରେ ମୁଲାୟମ ଏଭଳି ଦ୍ୱିତୀୟ ଥର ପାଇଁ ହସ୍ପିଟାଲରେ […]

marrige
ଏମିତି ବାହାଘର... ସବୁଦିନ ପାଇଁ ମନେ ରହିବ

କାନପୁର: ଲକଡାଉନ କଟକଣା ପାଇଁ ସାଂସ୍କୃତିକ, ଧାର୍ମିକ ଏପରିକି ବିବାହବ୍ରତ ପରି ସାମାଜିକ କାର୍ଯ୍ୟକ୍ରମମାନ ମଧ୍ୟ ବନ୍ଦ କରାଯାଇଛି। କରୋନା ଭୟ ପାଇଁ ଦୁନିଆ ଏକ ପ୍ରକାର ଠପ୍‌ ହୋଇଯାଇଛି। ହେଲେ ଏପରି ସମୟରେ ସାମାଜିକ ଦୂରତାକୁ ପାଳନ କରି ଅନୁଷ୍ଠିତ ହୋଇଛି ବିବାହ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ନା ଥିଲେ ବନ୍ଧୁବାନ୍ଧବ, ନା ଥିଲା ବାଣରୋଷଣୀ। ପରିବାର ଲୋକ ଓ ପୁରୋହିତଙ୍କ ଉପସ୍ଥିତିରେ ସାମାଜିକ ଦୂରତ୍ୱକୁ ମାନି  ସାରା ଜୀବନର ସାଥୀକୁ ଆପଣେଇ ନେଇଥିଲେ। ଏମିତି […]

mido--1
୨୨ ବର୍ଷ ତଳର ସ୍ମୃତିକୁ ମନେ ପକାଇ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୨୨ ବର୍ଷ ତଳର ସ୍ମୃତିକୁ ମନେ ପକାଇ ଭାବପ୍ରବଣ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅତୀତର ଏଇ ଐତିହାସିକ ଉପଲବ୍ଧିର ସ୍ମୃତି ରୋମନ୍ଥନ କରି ସେଇ ବୈଜ୍ଞାନିକ, ରାଜନୈତିକ ନେତୃତ୍ୱକୁ ସଲାମ ଜଣାଇ ଟ୍ୱିଟ କରିଛନ୍ତି। ଆଜି ପ୍ରତିଟି ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ୧୯୯୮ ଆଜିର ଦିନରେ ରାଜସ୍ଥାନର ପୋଖରାନରେ ୫୮ କିଲୋର ପରମାଣୁ ପରୀକ୍ଷଣ କରି ଇତିହାସ ରଚିଥିଲା ଭାରତ।  ପରମାଣୁ ଅସ୍ତ୍ର ପରୀକ୍ଷଣ କରି ଏଥିରେ ସଫଳ […]