ନୂଆଦିଲ୍ଲୀ:ବ୍ୟାଙ୍କ ମହାଠକେଇ କରି ଲଣ୍ଡନ ପଳାଇଥିବା ନୀରବ ମୋଦିଙ୍କ ଭାରତ ପ୍ରତ୍ୟାର୍ପଣ ନେଇ ଅଦାଲତରେ ଆଜି ଶୁଣାଣି ହୋଇଥିଲା। ନୀରବଙ୍କ ଓକିଲ ପ୍ରଥମେ ତାଙ୍କର ମାନସିକ ସ୍ଥିତି ଭଲ ନ ଥିବା ଉପରେ ଅଦାଲତଙ୍କୁ ଜଣାଇ ମୁମ୍ବାଇ ଆର୍ଥର ରୋଡ ଜେଲରେ ମାନସିକ ରୋଗୀଙ୍କ ପାଇଁ ଡାକ୍ତର ନ ଥିବା କହିଥିଲେ। ଏବେ ଏକ ନୂଆ ବାହନା କରିଛନ୍ତି। ନୀରବଙ୍କୁ ବଞ୍ଚାଇବା ଲାଗି ତାଙ୍କ ଓକିଲ କହିଛନ୍ତି, ଆର୍ଥର ରୋଡ ଜେଲ୍ରେ ମୂଷା ଥିବା ନେଇ ଏକ […]
ଏଜେନ୍ସି: କରୋନା ଭାଇରସ ସଂକ୍ରମଣକୁ ନେଇ ଆମେରକା-ଚୀନ୍ ମୁହାଁମୁହିଁ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କରୋନା ସଂକ୍ରମଣ ପାଇଁ ଚୀନକୁ ଦାୟୀ କରିଛନ୍ତି। ତଥ୍ୟ ଲୁଚାଇବା ଏବଂ କରୋନା ମୁକାବିଲା ପାଇଁ ସହଯୋଗ ନ କରିବା ନେଇ ଚୀନ୍ ଉପରେ ଅଭିଯୋଗ ଆଣିଛନ୍ତି। ଇତି ମଧ୍ୟରେ ଆମେରିକାର ଏକ ଶୀର୍ଷ ସାଂସଦ ଚୀନ୍ ସରକାରକୁ କୋଭିଡ-୧୯ ପାଇଁ ଚୀନ୍କୁ ଦୋଷ ଦେବା ସହ ମିଛ କହିବା, ସାରା ବିଶ୍ୱକୁ ଠକିବା, ତଥ୍ୟ ଲୁଚାଇବା ପରି ୧୮ଟି ଅଭିଯୋଗ […]
ଇସଲାମାବାଦ: ଭାରତ ବିରୋଧରେ ନିଜର ଯୁଦ୍ଧ ପ୍ରସ୍ତୁତିକୁ ଆହୁରି ମଜବୁତ୍ କରିବା ପାଇଁ ପାକ୍ ସେନା ସ୍କାର୍ଦ୍ଦୁରେ ଏକ ନୂଆ ଏୟାରବେସ ତିଆରି କରୁଛନ୍ତି। ପାକ୍ ଏୟାରଫୋର୍ସ ଭାରତ ବିରୋଧରେ ଏହି ଏୟାରେବେସ୍କୁ ବ୍ୟବହାର କରିପାରେ। ଭାରତୀୟ ଗୁଇନ୍ଦା ବିଭାଗ ସାଟେଲାଇଟ ଦ୍ୱାରା ନିଆଯାଇଥିବା ଫଟୋରେ ଏହି ନୂଆ ଏୟାରବେସ୍କୁ ଚିହ୍ନଟ କରାଯାଇଛି। ଏହି ଫଟୋ ଓପେଟ ସୋର୍ସ ଇଣ୍ଟେଲିଜେନ୍ସ ଏନାଲିଷ୍ଟ Detresfa ଜାରି କରିଛି। ଭାରତର ସର୍ଜିକାଲ ଷ୍ଟ୍ରାଇକ୍ ପାକିସ୍ତାନର ନିଦ ହଜାଇ ଦେଇଛି। କାଳେ […]
ମୁମ୍ବଇ: ମହାରାଷ୍ଟ୍ରରେ କରୋନା ଗମ୍ଭୀର ରୂପ ନେଉଛି। ଏଠାରେ କରୋନା ଯୋଗୁ ପ୍ରତି ୨ ଦିନରେ ୧୦୦ ଲୋକଙ୍କର ମୃତ୍ୟୁ ଘଟୁଛି। ରାଜ୍ୟରେ କୋଭିଡ-୧୯ରେ ୨୭ ହଜାର ୫୨୪ ଆକ୍ରାନ୍ତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ଏକ ହଜାର ପାର କରିସାରିଲାଣି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୧୯ । ଏପରି ସ୍ଥିତିକୁ ଦେଖି ହଟ ସ୍ପଟ ଇଲାକାରେ ମେ’ ୩୧ ପର୍ଯ୍ୟନ୍ତ ଲକ୍ଡାଉନ ବଢାଇ ଦିଆଯାଇଛି। ମହାରାଷ୍ଟ୍ରରେ ଲକ୍ଡାଉନ ସତ୍ତ୍ୱେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ […]
ନୂଆଦିଲ୍ଲୀ: କରୋନା ଭାଇରସ୍ର ମୁକାବିଲା କିପରି କରିବେ ସେ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ମୁଣ୍ଡରେ କିନ୍ତୁ ଗୋଟିଏ ଚିନ୍ତା। ଆଉ ସେ ହେଉଛି ଭାରତ। ଇମ୍ରାନଙ୍କ ଟ୍ୱିଟକୁ ଦେଖିଲେ ଲାଗୁଛି ଯେମିତି ସେ ଭାରତ ବିରୋଧୀ ପ୍ରଚାରରେ ମାତିଛନ୍ତି। ଏପରି ବିପତ୍ତି ସମୟରେ ମଧ୍ୟ ସେ ଭାରତ ବିରୋଧୀ ଫେକ୍ ଭିଡିଓ ଓ ଫଟୋକୁ ଶେୟାର କରି ଚାଲିଛନ୍ତି । ଭାରତୀୟ ସୁରକ୍ଷା ଏଜେନ୍ସି ଏବଂ ଗୋଇନ୍ଦା […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣରୁ ମୁକ୍ତି ପାଇଁ ୪ର୍ଥ ପର୍ଯ୍ୟାୟ ଲକ୍ଡାଉନ ଜାରି କରାଯିବାର ଆଭାସ ମିଳିଲାଣି। ଆଉ ୨ ଦିନ ପରେ ଅର୍ଥାତ୍ ମେ’ ୧୭ ରାତିରେ ଶେଷ ହେବ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ। ତେବେ ୪ର୍ଥ ପର୍ଯ୍ୟାୟ ଲକ୍ ଡାଉନ ଅନ୍ୟ ପର୍ଯ୍ୟାୟଠାରୁ ଭିନ୍ନ ହେବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ସୂଚନା ଦେଇ ସାରିଛନ୍ତି। ଆହୁରି ୧୪ ଦିନ ପାଇଁ ଲକଡାଉନ ବଢାଇ ଦିଆଯାଇ ପାରେ ବୋଲି ସୂଚନା ମିଳିଛି। ତେବେ […]
ବ୍ୟାଙ୍କକଂ: ଗତକିଛି ଦିନ ତଳେ ଦକ୍ଷିଣ ଏସିଆ ଏବଂ ଆଫ୍ରିକାରେ ଝିଣ୍ଟିକା ଯୋଗୁ ଲକ୍ଷାଧିକ ହେକ୍ଟର ଜମିର ଫସଲ ନଷ୍ଟ ହୋଇ ଯାଇଥିଲା। ଫଳରେ ଚାଷୀମାନଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା । ଏବେ ଆଉ ଏକ ପୋକ ଥାଇଲାଣ୍ଡରେ ଆତଙ୍କ ସୃଷ୍ଟି କରିଛି। ସବୁଠାରୁ ଦୁଃଖର କଥା ହେଉଛି, ଏହି ପୋକ ଏତେ ଦୁର୍ଗନ୍ଧମୟ ଯେ, ଲୋକମାନେ ଅତିଷ୍ଠ ହୋଇ ପଡ଼ୁଛନ୍ତି। ଏମାନେ ଫସଲ ଉପରେ ନୁହେଁ, ଲୋକଙ୍କ ଉପରେ ଦାଉ ସାଧୁଛନ୍ତି। ଏମାନଙ୍କ […]
ଆଗ୍ରା: ପେଟରେ ଭୋକ, ହେଲେ ଆଖି ସାମ୍ନାରେ ଯମଦୂତ ପରି ଠିଆ ହୋଇଛି ରୋଗ। ଏମିତି ଅବସ୍ଥାରେ ଜୀବନ ବଞ୍ଚାଇବା ପାଇଁ ଘରକୁ ଫେରିବା ପାଇଁ ସବୁ ପ୍ରକାର ବିପଦକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ଶ୍ରମିକମାନେ। ସେଥିପାଇଁ ତ ଶହ ଶହ କିଲୋମିଟର୍ ଦୂର ଘରକୁ ପାଦରେ ଚାଲି ଚାଲି ଫେରୁଛନ୍ତି । ଜଣେ କି ଦୁଇ ଜଣ ନୁହେଁ ହଜାର ହଜାର ଲୋକ ନିଜ ଜୀବନକୁ ବିପଦରେ ପକାଇ ଚାଲୁଛନ୍ତି। ଏମିତି ଏକ ହୃଦୟ […]
ନୂଆଦିଲ୍ଲୀ:ଏଣିକି ବେସାମରିକ ନାଗରିକ ତଥା ଅନ୍ୟାନ୍ୟ ବୃତ୍ତିରେ ନିୟୋଜିତ କର୍ମଚାରୀ ସେନାରେ ଯୋଗ ଦେଇପାରିବେ। ସେନାରେ କାମ କରିବା ପରି ଦକ୍ଷତା ରଖିଥିବା ବ୍ୟକ୍ତିମାନେ ୩ ବର୍ଷ ଯାଏ ସେନାରେ କାମ କରିପାରିବେ। ଏହାପରେ ସେମାନେ ପୁଣି ନିଜ ନିଜ ପ୍ରଫେସନକୁ ଫେରିପାରିବେ। ଏହି ବେସାମାରିକ ନାଗରିକମାନଙ୍କୁ ସମାନଙ୍କ ଦକ୍ଷତା ଓ ଯୋଗ୍ୟତା ଅନୁସାରେ ସେନାରେ ଅଫିସର, ଲଜିଷ୍ଟିକ ଓ ଫ୍ରଣ୍ଟ ଲାଇନ ଫର୍ମେସନ ଭଳି ରାଙ୍କରେ ରଖାଯିବ। ଏନେଇ ସେନା ପକ୍ଷରୁ ଏକ ପ୍ରସ୍ତାବ ଆଗତ […]
ରାୟଗଡା: ରାୟଗଡାରେ ପହଞ୍ଚିଲା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ । ପ୍ରବାସୀ ଶ୍ରମିକଙ୍କୁ ନେଇ ତାମିଲନାଡୁ ତିରିପୁରରୁ ଆସିଥିବା ଏହି ଟ୍ରେନ୍ରେ ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ପ୍ରାୟ ୨ଶହରୁ ଅଧିକ ଶ୍ରମିକ ଅଛନ୍ତି । ରେଳ ଷ୍ଟେସନରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଶ୍ରମିକ ମାନଙ୍କ ସୁରକ୍ଷା ସହ ସଂକ୍ରମଣ ରୋକିବା ପାଇଁ ଆଜି ସଂଧ୍ୟା ୭ଟା ପର୍ଯ୍ୟନ୍ତ ଷ୍ଟେସନ ଆଖପାଖ ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଛି । ଏହି ସମୟରେ ପିତାମହଲଠାରୁ ଜେକେପୁର […]
ବିଜାପୁର: ଡିଉଟିରେ ଥିବାବେଳେ ସଉଦା ଆଣିବାକୁ ଯାଇଥିଲେ ସ୍ୱାମୀ । ଆଉ ଘରକୁ ଫେରିଲନି। ପତ୍ନୀ ଶୁଣିବାକୁ ପାଇଲେ ମାଓବାଦୀମାନେ ଅପହରଣ କରି ନେଇଛନ୍ତି। ବିଶ୍ୱାସ କରିପାରିଲେନି ପତ୍ନୀ। ଶେଷରେ ନିଜେ ବାହାରିଲେ ସ୍ୱାମୀଙ୍କୁ ଖୋଜିବାକୁ। ଚାରିଦିନ ବଣଜଙ୍ଗଲରେ ଖୋଜିବା ପରେ ଶେଷରେ ସ୍ୱାମୀଙ୍କ ପାଖରେ ପହଞ୍ଚିଥିଲେ ଆଉ ମାଓବାଦୀଙ୍କୁ ବୁଝାଇ ସ୍ୱାମୀଙ୍କୁ ମୁକୁଳେଇଥିଲେ। ‘ରୋଜା’ ଫିଲ୍ମ ପରି ଲାଗୁଥିବା ଏହି କାହାଣୀ ଆଉ କୌଣସି ନୂଆ ଫିଲ୍ମର ନୁହେଁ। ଏକଦମ୍ ଅଙ୍ଗେନିଭା କଥା। ଛତିଶଗଡ଼ର ଜଣେ […]
ନୂଆଦିଲ୍ଲୀ:କରୋନା ଭୂତାଣୁରୁ ବିଶ୍ୱକୁ ମୁକ୍ତି ଦେବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ଗେବଷକମାନେ। କରୋନା ଭ୍ୟାକସିନ ତିଆରି ନେଇ ପ୍ରତ୍ୟେକ ଦେଶ ଦାବି କରୁଛନ୍ତି। ତେବେ ଏପରି ଏକ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଙ୍କ ସୂଚନା ସମସ୍ତଙ୍କୁ ହତାଶ କରିଛି। କାରଣ କରୋନା ଭୂତାଣୁ ବିଶ୍ୱରୁ କେବେ ଦୂର ହେବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ମାଇକେଲ ରିଆନ କହିଛନ୍ତି । କରନା କବ୍ଜାରୁ ବିଶ୍ୱ ମୁକୁଳି ପାରିବ ନାହିଁ। ଆମକୁ […]
ବ୍ରହ୍ମପୁର: କୋଭିଡ-୧୯ ହସ୍ପିଟାଲରେ ମହିଳା ଜନ୍ମଦେଲେ ଯମଜ ସନ୍ତାନ। ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ କଲେଜ ହସ୍ପିଟାଲରେ ମହିଳାଜଣକ ଗତକାଲି ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ପ୍ରସବ ପରେ ମାଆ ଓ ଛୁଆ ସୁସ୍ଥ ଅଛନ୍ତି। ଗତ ରବିବାର ସୁରତରୁ ଗୋଟିଏ ପରିବାର ଓଡ଼ିଶା ଆସିଥିଲେ। ସେମାନଙ୍କୁ ବ୍ରହ୍ମପୁରରେ ଏକ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯାଇଥିଲା। ସେମାନଙ୍କ ରକ୍ତ ଓ ସ୍ୱାବ୍ ଟେଷ୍ଟ କରାଯାଇଥିଲା। ପରୀକ୍ଷା ପରେ ସେମାନଙ୍କର ପଜିଟିଭ ରିପୋର୍ଟ ଆସିବା ପରେ […]
ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ କୋଭିଡ-୧୯ରେ ୧୩୪ ଜଣଙ୍କର ମୃତ୍ୟୁ ଘଟିଛି। ଦିନକରେ ୩ ହଜାର ୭୨୨ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୫ଶହ ୪୯ ଛୁଇଁଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୮, ୦୦୩ରେ ପହଞ୍ଚିଛି। ତେବେ ୨୬ ହଜାର ୨୩୪ ଜଣ କରୋନା ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ଘରକୁ […]
ନୂଆଦିଲ୍ଲୀ: ସ୍ପେଶାଲ ଏସି ଟ୍ରେନ୍ ପାଇଁ ରେଲୱେ ପକ୍ଷରୁ ଶୁକ୍ରବାରଠାରୁ ୱେଟିଂ ଟିକେଟ ବୁକିଂ ହେବ । ସେତିକି ନୁହେଁ, ରେଳ ଯାତ୍ରୀଙ୍କ ସୁବିଧା ପାଇଁ ବିଭାଗ ଆହୁରି ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଯୋଜନା କରୁଛି, ଯେଉଁଥିରେ ସ୍ଲିପର କୋଚ ମଧ୍ୟ ରହିବ। ବର୍ତ୍ତମାନ ଦିଲ୍ଲୀରୁ ଅଲଗା ଅଲଗା ସହରକୁ ୧୫ ସ୍ୱତନ୍ତ୍ର ଟ୍ରେନ ଚାଲୁଛି ଯେଉଁଥିରେ ସ୍ଲିପର କୋଚ ନାହିଁ। ମେ’ ୧୫ ତାରିଖ ଅର୍ଥାତ୍ ଶୁକ୍ରବାରଠାରୁ ଆପଣ IRCTC ୱେବସାଇଟ୍ କିମ୍ବା […]
ଇନ୍ଦୋର: ଲକ୍ଡାଉନର ଅନେକ ଦୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳୁଛି। ବିଶେଷକରି ଅସହାୟ ଶ୍ରମିକଙ୍କ ଘରବାହୁଡ଼ା ଦୃଶ୍ୟ ଅତ୍ୟନ୍ତ ହୃଦୟଥରା। ଏମିତି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଇନ୍ଦୋରରେ। ଇନ୍ଦୋର ବାଇପାସର ଏକ ଭିଡିଓ ଭାଇରାଲ ହୋଇଛି। ଘରକୁ ଯିବା ପାଇଁ ପରିବାରର ସଦସ୍ୟଙ୍କୁ କିପରି ବଳଦ ସହ କାନ୍ଧ ମିଳାଇ ଶଗଡ ଟାଣିବାକୁ ପଡ଼ୁଛି ତାହା ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଏହି ପରିବାର ମହାରାଷ୍ଟ୍ରରୁ ବଳଦଗାଡ଼ିରେ ରାଜସ୍ଥାନ ସ୍ଥିତ ତାଙ୍କ ଘରକୁ ଯାଉଛନ୍ତି। […]
ଭୁବନେଶ୍ୱର: ଦେଶକୁ ସମ୍ବୋଧନ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଗତକାଲି ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। କରୋନା ମୁକାବିଲା ସହ ଦେଶର ଆର୍ଥିକ ସ୍ଥିତିକୁ ସଜାଡ଼ିବା ପାଇଁ ଏହି ଆର୍ଥିକ ସହାୟତାର ଘୋଷଣା କରିଛନ୍ତି ସରକାର। ହେଲେ ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି। ପ୍ୟାକେଜ୍ ପାଇଁ ଟଙ୍କା କେଉଁଠୁ ଆସିବ ? ଏନେଇ ପ୍ରଶ୍ନ ଉଠାଇଛନ୍ତି ନିରଞ୍ଜନ। ଘୋଷଣା ହୋଇଥିବା ୨୦ ଲକ୍ଷ କୋଟି ଟଙ୍କା ବଜେଟରୁ ଆସିବ […]
ପୁରୀ: ଶ୍ରୀଜିଉଙ୍କ ରଥ ନିର୍ମାଣ କାମରେ ନିୟୋଜିତ ସେବାୟତଙ୍କର କୋଭିଡ୍ ଟେଷ୍ଟ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରସାସନ ପକ୍ଷରୁ ଆଜି ଏହି ଟେଷ୍ଟ ଆରମ୍ଭ ହୋଇଛି । ରଥ ନିର୍ମାଣ କାମରେ ନିୟୋଜିତ ଅଛନ୍ତି ୧୫୦ରୁ ଅଧିକ ସେବାୟତ। ୩ ଦିନ ମଧ୍ୟରେ ସମସ୍ତ ସେବାୟତଙ୍କ ନମୂନା ପରୀକ୍ଷା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ବଳବନ୍ତ ସିଂ। ଆଜି ସମସ୍ ଙ୍କ ନମୂନା ସଂଗ୍ରହ ପର୍ଯ୍ୟାୟ କ୍ରମେ କରାଯାଉଛି। ଏଥିପାଇଁ ଏକ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ […]
ଭୁବନେଶ୍ୱର: କୋରନା ଭଳି କଠିନ ସମୟରେ ବିଭିନ୍ନ ବେସରକାରୀ ସ୍କୁଲ ମାନଙ୍କରେ ଅହେତୁକ ଫି ବୃଦ୍ଧିକୁ ନେଇ ଦାୟର ରିଟ ପିଟିସନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ। ଏହି ମାମଲାର ଶୁାଣାଣି କରି କେନ୍ଦ୍ର ସରକାର, CBSE , ICSE, ରାଜ୍ୟ ଗଣ ଶିକ୍ଷା ସଚିବ ଓ ଅନ୍ୟାନ୍ୟ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ଅନଲାଇନ ପାଠପଢ଼ା ଜାରି ରଖିବା ପାଇଁ ଫି ଦେଇ ନଥିଲେ ମଧ୍ୟ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଆଇଡି ଓ ପାସଓ୍ୱାର୍ଡ […]