• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

pilot-1111
ପାକ୍‌ ବିମାନ ଦୁର୍ଘଟଣା: ପାଇଲଟଙ୍କୁ ନେଇ ଆସିଲା ଏମିତି ଚାଞ୍ଚଲ୍ୟକର ତଥ୍ୟ

କରାଚି:ପାକିସ୍ତାନ ଏୟାର ଲାଇନ୍ସର ମର୍ମନ୍ତୁଦ ବିମାନ ଦୁର୍ଘଟଣା କାରଣ ନେଇ ତଦନ୍ତ ଚାଲିଥିବାବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି।  ଏହି ତଦନ୍ତ ରିପୋର୍ଟରେ ପାଇଲଟ୍‌‌ଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଛି । ବିମାନର ପାଇଲଟ୍‌ଙ୍କୁ ତିନି ତିନି ଥର ସତର୍କ ସୂଚନା ଦିଆଯିବା ସତ୍ତ୍ୱେ ସେ ଏଥିପ୍ରତି କର୍ଣ୍ଣପାତ କରି ନ ଥିଲେ ବୋଲି କୁହାଯାଇଛି । ଏୟାର ଟ୍ରାଫିକ କଣ୍ଟ୍ରୋଲର ପକ୍ଷରୁ ବିମାନର ଉଚ୍ଚତା ଏବଂ ସ୍ପିଡ୍‌ ନେଇ ତିନି ଥର ୱାର୍ଣ୍ଣିଂ ଜାରି କରାଯାଇଥିଲା। […]

ied-1
ଲକ୍‌ଡାଉନ କଟକଣା ଭିତରେ ପାଳିତ ହେଲା ଇଦ୍‌

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ ସତ୍ତ୍ୱେ ଆଜି ସାରାଦେଶରେ ହର୍ଷ ଉଲ୍ଲାସର ସହ ପାଳିତ ହେଉଛି ପବିତ୍ର ଇଦ୍ । ରବିବାର ଚାନ୍ଦ ଦେଖିବା ପରେ ଆଜି ଇଦ-ଉଲ୍-ଫିତର୍ ପାଳୁଛନ୍ତି ମୁସଲିମ୍ ଧର୍ମାବଲମ୍ବୀ। ପବିତ୍ର ରମଜାନ ମାସ ଯାକ ରୋଜା ପାଳିଥିବା ମୁସଲିମ ଭାଇ ଭଉଣୀମାନେ ଏହି ଦିନରେ ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି ।ଇଦ୍-ଉଲ୍-ଫିତରରେ ସମୂହ ନମାଜ ପାଠ କରାଯାଇଥାଏ । ତେବେ ଏଥର କରୋନା କଟକଣା ଲାଗି ମସଜିଦ୍ ବନ୍ଦ ଥିବାରୁ ସମୂହ ନମାଜ ପାଠକୁ ଅନୁମତି […]

rerrorist
ସୀମାନ୍ତରେ ଏନ୍‌କାଉଣ୍ଟର: ୨ ଆତଙ୍କୀ ନିପାତ୍‌

ଶ୍ରୀନଗର:ଲସ୍କର-ଏ-ତୋଏବାର ଜଣେ ଟପ୍‌ ଲିଡର ସମେତ ଅନ୍ୟଜଣ ଆତଙ୍କବାଦୀଙ୍କୁ ଭାରତୀୟ ସୁରକ୍ଷା କର୍ମୀ ସୋମବାର ନିପାତ କରିଛନ୍ତି। ଜମ୍ମୁ-କାଶ୍ମୀରର କୁଲଗାଓ ଜିଲ୍ଲାରେ ଆଜି ଏକ ଏନକାଉଣ୍ଟରରେ ଏହି ଦୁଇ ଆତଙ୍କୀଙ୍କ ମୃତ୍ୟୁ ଘଟିଛି। କୁଲଗାମା ଜିଲ୍ଲାର ମଞ୍ଜନାମ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା କୌଣସି ସୂତ୍ରରୁ ଖବର ପାଇବା ପରେ  ଭାରତୀୟ ସୀମା ସୁରକ୍ଷା ବାହିନୀ ଏବଂ ପୁଲିସ ମିଳିତ ଭାବେ ସର୍ଚ୍ଚ ଅପେରସନ କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀ-ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଦୁଇ […]

lightning
ବଜ୍ରପାତ ଓ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନରେ ଆଜି ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୮ଟି ଜିଲ୍ଲାବାସୀଙ୍କୁ ଆଜି ଦିନ ୧୦ଟା ୩୦ ଯାଏ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ନୟାଗଡ଼।

pia
ପାକ୍‌ ବିମାନ ଦୁର୍ଘଟଣା: ତଦନ୍ତ ରିପୋର୍ଟରେ ପାଇଲଟ୍‌ଙ୍କୁ ନେଇ ଉଠିଲା ପ୍ରଶ୍ନ

କରାଚି: ପାକିସ୍ତାନ ଏୟାର ଲାଇନ୍ସର ମର୍ମନ୍ତୁଦ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଆସିଛି। ଏହି ରିପୋର୍ଟରେ ପାଇଲଟ୍‌‌ଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଛି । ରିପୋର୍ଟରେ କକ୍‌‌ପିଟରେ ଚାଳକ ଦଳ ସଦସ୍ୟଙ୍କୁ ସଙ୍କଟ ବିଷୟରେ ଏୟାର ଟ୍ରାଫିକ କଣ୍ଟ୍ରୋଲର (ATC)କୁ ସୂଚନା ଦେବାକୁ ବାରଣ କରାଯାଇଥିଲା କି ବୋଲି ପ୍ରଶ୍ନ କରାଯାଇଛି । ନିଉଜ ଏଜେନ୍ସି ତଥ୍ୟ ଅନୁସାରେ, ବିମାନର ଦୁର୍ଘଟଣା କାହିଁକି ହେଲା ? ଯାନ୍ତ୍ରିକ ତ୍ରୁଟି ଯୋଗୁ ନା ପାଇଲଟଙ୍କ ଭୁଲ ଯୋଗୁ […]

maa saraswati
ମା ସରସ୍ୱତୀଙ୍କୁ ଶ୍ୱେତ ପୁଷ୍ପର ମାଳା ଅର୍ପଣ କରନ୍ତୁ

ଆଜି ୨୦୨୦ ମସିହା, ଜାନୁଆରୀ ମାସ ୩୦ ତାରିଖ, ଗୁରୁବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

5 years boy
ମା’ଙ୍କୁ ଦେଖିବା ପାଇଁ ବିମାନରେ ଏକା ଦିଲ୍ଲୀରୁ ବେଙ୍ଗାଲୁର ଆସିଲା ୫ ବର୍ଷର ଶିଶୁ

ନୂଆଦିଲ୍ଲୀ: ୫ ବର୍ଷର ଶିଶୁ ଯିଏ ହାତରେ ଖାଇ ଶିଖିନି। ଏକା ଏକା ଚାଲି ଶିଖିନି।  ହେଲେ ମା’ଙ୍କ ଦେଖିବା ପାଇଁ ସେ ଆଜି ଯେପରି ତା’ର ସାହାସ ଦେଖାଇଛି, ଜାଣିଲେ ଆଖି ଓଦା ହୋଇଯିବ। କରୋନା ଲକ୍‌ଡାଉନ ଯୋଗୁ  ୫ ବର୍ଷର ଏହି ଶିଶୁ ତିନି ମାସ ଧରି ମା’ଙ୍କ ପାଖରୁ ଅଲଗା ହୋଇଯାଇଥିଲା। ମା’ ପାଖକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ଉପାୟ ନ ଥିଲା। କାରଣ ଲକ୍‌ଡାଉନ ଯୋଗୁ ଯାତାୟାତର ସବୁ ମାଧ୍ୟମ ବନ୍ଦ […]

balbir
ଆଉ ନାହାନ୍ତି ହକି ଜଗତର ଉଜ୍ଜ୍ୱଳ ତାରକା ବଲବୀର ସିଂହ

ଚଣ୍ଡୀଗଡ: ଅଲମ୍ପିକ୍‌ରେ ତିନି ତିନି ଥର ସ୍ୱର୍ଣ୍ଣ ପଦକ ଜିତିଥିବା ମହାନ ହକି ଖେଳାଳୀ ବଲବୀର ସିଂହ ସିନିୟରଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଗତ ଦୁଇ ସପ୍ତାହ ଧରି ସେ  ଅସୁସ୍ଥ ଥିଲେ। ତାଙ୍କୁ ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ଆଜି ୬.୩୦ରେ ବଲବୀର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ବଲବୀରଙ୍କ ପରିବାର ଅର୍ଥାତ୍‌ ଝିଅ ସୁଶବୀର, ତିନି […]

0000000000
ରୋଗୀଙ୍କ ଉପରେ ଫଳପ୍ରଦ ହେଉଛି Remdesivir !

ନୂଆଦିଲ୍ଲୀ:କରୋନା ଭାଇରସ ଯୁଦ୍ଧରେ ଆଣ୍ଟି ଭାଇରାଲ ଡ୍ରଗ୍‌ ରେମ୍‌ଡେସିଭର (Remdesivir) ବେଶ ଫଳପ୍ରଦ ହେଉଛି। ଆମେରିକାରେ ଜୋରସୋରରେ ଏହାର କ୍ଲିନିକାଲ ଟ୍ରାଏଲ ହେବା ପରେ ଏହାର ଫଳାଫଳ ସାମ୍ନାକୁ ଆସିଛି ଯାହା ଗବେଷକଙ୍କୁ ଆଶ୍ୱସ୍ତି ଦେଇଛି। ଯେଉଁ କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍‌ ଥେରାପିର ଆବଶ୍ୟକତା ରହିଛି,  ସେମାନଙ୍କ ପାଖରେ ଔଷଧ ବେଶ ଭଲ କାମ ଦେଉଛି। ସେମାନେ ତୁରନ୍ତ ରୋଗମୁକ୍ତ ହେଉଛନ୍ତି। ଏହି ଟ୍ରାଏଲକୁ ଆମେରିକା‌ର ନାଶନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଏଲର୍ଜି ଆଣ୍ଡ ଇନ୍‌ଫେକ୍ସନ ଡିଜିଜେଜ୍‌ […]

china-1
ସୀମାନ୍ତରେ ସେନା ଠୁଳ କଲେ ଭାରତ-ଚୀନ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତ-ଚୀନ ସୀମାକୁ ନେଇ ବିବାଦ ବଢିବାରେ ଲାଗିଛି। ଲଦାଖ ନିକଟ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନାକୁ ଚୀନ ସୈନ୍ୟ ଅଟକ ରଖିଥିଲେ । ଏମିତି କି ଆଇଟିବିପି ଯବାନଙ୍କ ହାତରୁ ବନ୍ଧୁକ ଛଡାଇ ନେଇଥିଲା ଚୀନ ସେନା। ଏହାର ଦୃଢ ଜବାବ ଦେଇଥିଲା ଭାରତୀୟ ସେନା। ଦୁଇ ସେନା ମଧ୍ୟରେ ଧସ୍ତା ଧସ୍ତି ହେବା ପରେ ଭାରତୀୟ ସୈନ୍ୟଙ୍କୁ ଛାଡିବା ସହ ବନ୍ଧୁକ ମଧ୍ୟ ଫେରାଇ ଦେଇଥିଲେ ଚୀନ ସୈନ୍॥  […]

eid
ଆଜି ପାଳନ ହେବନି ‘ଇଦ୍‌’

କଟକ:ରବିବାର ପାଳନ ହେବନି ଇଦ୍।  ଶନିବାର ଜହ୍ନ ଦୃଶ୍ୟ ହୋଇ ନ ଥିଲା। ରବିବାର ମଧ୍ୟ ଜହ୍ନ ଦେଖା ଯିବ ନାହିଁ। ତେଣୁ ରବିବାର ଇଦ୍ ପାଳନ ନ ହୋଇ ସୋମବାର ହେବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ଜାମା ମସଜିଦ୍‌ ସାହି ଇମାମ୍ ସୟଦ୍ ଅହମ୍ମଦ୍ ବୁଖାରୀ। ସେହିଭଳି କଟକ ସ୍ଥିତ ଚାନ୍ଦ କମିଟି ତଥା ଅଞ୍ଜୁମାନ୍ ଇସଲାମିଆ ଆଲହେ ସୁନତ ଓ ଜମାତ ମଧ୍ୟ ସମାନ୍ ଘୋଷଣା କରିଛି। ଆଜି ନୁହେଁ ବରଂ ଆସନ୍ତାକାଲି […]

vlcsnap-error235
କରୋନା ମୃତକଙ୍କୁ ଏମିତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଲା ‘ଦି ନ୍ୟୁୟର୍କ ଟାଇମ୍ସ’

ୱାଶିଂଟନ: କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ସମ୍ମାନ ଜଣାଇଛି ଆମେରିକାର ଲୋକପ୍ରିୟ ଖବର କାଗଜ ‘ଦି ନ୍ୟୁୟର୍କ ଟାଇମ୍ସ’ । ଆଜି ପ୍ରକାଶ ପାଇଥିବା ସଂସ୍କରଣର ପ୍ରଥମ ପୃଷ୍ଠାରେ କୋରନା ମୃତ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରିଛି ଦ ନ୍ୟୁୟର୍କ ଟାଇମ୍ସ। ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଆଡ଼କୁ ଗତି କରୁଥିବା ବେଳେ ଏଭଳି ଢଙ୍ଗରେ ଆଜି ସମ୍ମାନ ଦିଆଯାଇଛି। ଖବରକାଗଜର ରାଷ୍ଟ୍ରୀୟ ସମ୍ପାଦକ ମାର୍କ ଲେସି କହିଛନ୍ତି, ମୁଁ ଏମିତି […]

coronavius
ଦେଶରେ କରୋନା ନେଲା ୩,୮୬୭ ଜୀବନ

ନୂଆଦିଲ୍ଲୀ:ଦେଶରେ ସଙ୍ଗୀନ ହେବାରେ ଲାଗିଛି କରୋନା ସଂକ୍ରମଣ ସ୍ଥିତି। ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟାମଧ୍ୟ ବଢିବାରେ ଲାଗିଛି। ବର୍ତ୍ତମାନ ଦେଶରେ ମୃତ୍ୟୁ ସଂଖ୍ୟା ୩ ହଜାର ୮୬୭ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୭୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୪୭ ଜଣଙ୍କ ମୃତ୍ୟୁ ଘଟିଛି । […]